ମାଲକାନାଗିରି ସୀମାନ୍ତରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ନକ୍ସଲ ମୃତ
Advertisement

ମାଲକାନାଗିରି ସୀମାନ୍ତରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ନକ୍ସଲ ମୃତ

ବେଲମଗୁଟାରେ ନକ୍ସଲ ଥିବା ନେଇ କୌଣସି ସୁତ୍ରରୁ ଖବର ମିଳିବା ପରେ ସୁରକ୍ଷାକର୍ମୀମାନେ ଜଙ୍ଗଲର ଚଟାରିପଟୁ ନକ୍ସଲଙ୍କୁ ଘେରି ନେଇଥିଲେ । ଏ ସମ୍ପର୍କରେ ନକ୍ସଲ ଜାଣିବା ପରେ ସେମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ଗୁଳି ଚଳାଇଥିଲେ । 

ମାଲକାନାଗିରି ସୀମାନ୍ତରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ନକ୍ସଲ ମୃତ

ମାଲକାନାଗିରି: ସୀମାନ୍ତ ଛତିଶଗଡ ବିଜାପୁରର ବେଲମଗୁଟା ଜଙ୍ଗଲରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଏବଂ ନକ୍ସଲ । ବେଲମଗୁଟାରେ ନକ୍ସଲ ଥିବା ନେଇ କୌଣସି ସୁତ୍ରରୁ ଖବର ମିଳିବା ପରେ ସୁରକ୍ଷାକର୍ମୀମାନେ ଜଙ୍ଗଲର ଚଟାରିପଟୁ ନକ୍ସଲଙ୍କୁ ଘେରି ନେଇଥିଲେ । ଏ ସମ୍ପର୍କରେ ନକ୍ସଲ ଜାଣିବା ପରେ ସେମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ଗୁଳି ଚଳାଇଥିଲେ । ଫଳରେ ସୁରକ୍ଷାକର୍ମୀମାନେ ନକ୍ସଲଙ୍କ ଉପରକୁ ପାଲଟା ଗୁଳି ଚାଳନା କରିଥିଲେ ।

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମହିଳା ନକ୍ସଲଙ୍କ ସମେତ ମୋଟ ୩ ନକ୍ସଲଙ୍କ ମୃତ୍ୟୁ ହୋଇଛି । ଏହି ସର୍ଚ୍ଚ ଅପରେସନରେ ଡିଆରଜି ଏବଂ ସିଆରପିଏଫ ଯବାନମାନେ ସାମିଲ ଥିଲେ । ଦୀର୍ଘ ସମୟ ଧରି ସର୍ଚ୍ଚ ଅପରେସନ ଚାଲିବା ପରେ ବେଲମଗୁଟା ଜଙ୍ଗଲରୁ ବିପୁଳ ପରିମାଣର ନକ୍ସଲ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।

Also Read- Surya Gochar 2024: ମାତ୍ର ୪ଦିନ ପରେ ଫିଟିବ ଏହି ରାଶିର ଭାଗ୍ୟ, ହେବ ଧନର ବର୍ଷା !

Also Read- Vistex CEO Sanjay Shah: ଭିଷ୍ଟେକ୍ସ ସିଇଓ ସଞ୍ଜୟ ଶାହାଙ୍କ ଦେହାନ୍ତ