Vistex CEO Sanjay Shah: ଭିଷ୍ଟେକ୍ସ ସିଇଓ ସଞ୍ଜୟ ଶାହାଙ୍କ ଦେହାନ୍ତ
Advertisement
Article Detail0/zeeodisha/odisha2069153

Vistex CEO Sanjay Shah: ଭିଷ୍ଟେକ୍ସ ସିଇଓ ସଞ୍ଜୟ ଶାହାଙ୍କ ଦେହାନ୍ତ

Vistex Silver Jubilee Celebration: ଭିଷ୍ଟେକ୍ସ କମ୍ପାନୀର ବିଶ୍ୱରେ ୨୦ରୁ ଅଧିକ ଅଫିସ ରହିଛି । ୨ ହଜାରରୁ ଅଧିକ କର୍ମଚାରୀ ଭିଷ୍ଟେକ୍ସରେ କାର୍ଯ୍ୟ କରନ୍ତି। ଆଜି କମ୍ପାନୀର ସିଇଓଙ୍କର ଦୁଃଖଦ ମୃତ୍ୟୁ ଘଟିଛି ।

Vistex CEO Sanjay Shah: ଭିଷ୍ଟେକ୍ସ ସିଇଓ ସଞ୍ଜୟ ଶାହାଙ୍କ ଦେହାନ୍ତ

Vistex CEO Sanjay Shah: ଆମେରିକାର ସଫ୍ଟୱେୟାର ଫାର୍ମ ଭିଷ୍ଟେକ୍ସର ସିଇଓ ସଞ୍ଜୟ ଶାହାଙ୍କ ଦେହାନ୍ତ ହୋଇଛି। ହାଇଦ୍ରାବାଦର ରାମୋଜି ଫିଲ୍ମ ସିଟିରେ କମ୍ପାନୀର ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ସମୟରେ ଏକ ଦୁର୍ଘଟଣା ଘଟିଥିଲା । ଏଥିରେ ସଞ୍ଜୟ ଶାହା ପ୍ରଥମେ ଗୁରୁତର ଆହତ ପରେ ମୃତ୍ୟୁ ବରଣ କରିଛନ୍ତି। ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଅନ୍ୟ ସମସ୍ତ ବ୍ୟକ୍ତିଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଥିବା ଖବର ମିଳିଛି । ରୋପ୍ୟ ଜୟନ୍ତୀ କାର୍ଯ୍ୟକ୍ରମ ସମୟରେ ସଞ୍ଜୟ ଶାହା ଏବଂ ଫାର୍ମର ସଭାପତି ରାଜୁ ଦତ୍ତଲା ଏକ ଲୌହ ନିର୍ମିତ ବକ୍ସରେ ଥିଲେ । ଏହା ତଳକୁ ଖସିବା ସମୟରେ ଏହାର ଏକ ତାର ଛିଡିଯାଇଥିଲା । ଫଳରେ ୧୫ ଫୁଟ ଉଚ୍ଚତାରୁ ତଳକୁ ଖସି କଂକ୍ରିଟ ପ୍ଲାଟଫର୍ମରେ ପଡିଥିଲେ ସଞ୍ଜୟ । ଏହି ଦୁର୍ଘଟଣାରେ ସଞ୍ଜୟ ଶାହା ପ୍ରାଣ ହରାଇଛନ୍ତି । 

କମ୍ପାନୀ ବିଷୟରେ

ଭିଷ୍ଟେକ୍ସ ହେଉଛି ଏକ ଇଲିନୋଇସ୍ ଭିତ୍ତିକ ସଂସ୍ଥା । ଏହି ଫାର୍ମ ରାଜସ୍ୱ ପରିଚାଳନା ସମାଧାନ କାର୍ଯ୍ୟ କରିଥାଏ । ସମଗ୍ର ବିଶ୍ୱରେ କମ୍ପାନୀର ୨୦ଟିରୁ ଅଧିକ ବ୍ରାଞ୍ଚ ଅଛି । ସବୁ ବ୍ରାଞ୍ଚର କର୍ମଚାରୀଙ୍କୁ ମିଶାଇଲେ ପାଖାପାଖି ୨ ହଜାରରୁ ଅଧିକ କର୍ମଚାରୀ ଭିଷ୍ଟେକ୍ସରେ କାମ କରନ୍ତି । ଦୁର୍ଘଟଣା ଘଟିବା ସମୟରେ କମ୍ପାନୀର ପ୍ରାୟ ୭୦୦ କର୍ମଚାରୀ ରାମୋଜୀ ଫିଲ୍ମସିଟିରେ ଉପସ୍ଥିତ ଥିଲେ। ଏହି ଦୁର୍ଘଟଣା ସମୟରେ ଶାହାଙ୍କ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ।

Video-

https://zeenews.india.com/hindi/zeeodisha/video/vistex-ceo-sanjay-shah-d...

ସିଲଭର ଜୟନ୍ତୀ କାର୍ଯ୍ୟକ୍ରମ ସମୟରେ ଭିଷ୍ଟେକ୍ସ ସିଇଓ ସଞ୍ଜୟ ଶାହା ଏବଂ ଚେୟାରମ୍ୟାନ୍ ରାଜୁ ଦତ୍ତଲାଙ୍କୁ ଏକ ଲୁହାରେ ନିର୍ମିତ ବକ୍ସରେ ଉପରୁ ଷ୍ଟେଜ୍ କୁ ଖସିବାର ଥିଲା । ଯେତେବେଳେ କ୍ରେନ୍ ଏହାକୁ ତଳକୁ ଖସାଯାଉଥିଲା ସେହି ସମୟରେ ଏହାକୁ ସପୋର୍ଟ କରୁଥିବା ତାର ଛିଡିଯାଇଥିଲା । ଫଳରେ ଦୁହେଁ ତଳେ ପଡ଼ିଯାଇଥିଲେ । ଯେତେବେଳେ ଏହି ଦୁର୍ଘଟଣା ଘଟିଲା ସେହି ସମୟରେ ଉଭୟେ ପ୍ରାୟ ୧୫ ଫୁଟରୁ ଅଧିକ ଉଚ୍ଚରେ ରହିଥିଲେ । କଂକ୍ରିଟ୍ ପ୍ଲାଟଫର୍ମରେ ବକ୍ସଟି ଧକ୍କା ହେବାରୁ ଶକ୍ତ ଆଘାତ ଲାଗିଥିଲା ।

ଭିଷ୍ଟେକ୍ସ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ସଞ୍ଜୟ ଶାହା କମ୍ପାନୀର ପ୍ରତିଷ୍ଠାତା, ସିଇଓ ଥିଲେ। ସଞ୍ଜୟ ଶାହାଙ୍କ ଘର ମୁମ୍ବାଇ ଏବଂ ସେ ଜଣେ ବୈଷୟିକ ଉଦ୍ୟୋଗୀ ଥିଲେ। ଭିଷ୍ଟେକ୍ସକୁ ସଫଳତା ହାସଲ କରାଇବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ଲେହି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିବା ଶାହା ଭିଷ୍ଟେକ୍ସ ଇନଷ୍ଟିଚ୍ୟୁଟ୍ ଫର ଏକ୍ଜିକ୍ୟୁଟିଭ୍ ଲର୍ନିଂ ଆଣ୍ଡ ରିସର୍ଚ୍ଚ ଆରମ୍ଭ କରିଥିଲେ। ଶାହାଙ୍କ ନେତୃତ୍ୱରେ ଭିଷ୍ଟେକ୍ସ ଅତୁଳନୀୟ ଅଭିବୃଦ୍ଧି ହାସଲ କରିପାରିଥିଲା । ଭିଷ୍ଟେକ୍ସ ଫାଉଣ୍ଡେସନ୍ ପ୍ରତିଷ୍ଠା ମାଧ୍ୟମରେ ଶାହା ଅନେକ ସମାଜସେବା ମଧ୍ୟ କରୁଥିଲେ । ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ମୌଳିକ ଆବଶ୍ୟକତା ଉପରେ ଧ୍ୟାନ ଦେଉଥିବା ସଂସ୍ଥାମାନଙ୍କୁ ଭିଷ୍ଟେକ୍ସ ଫାଉଣ୍ଡେସନ୍ ଅନୁଦାନ ପ୍ରଦାନ କରିଥାଏ ।

ରାଜୁ ଦତ୍ତଲା ୨୦୦୦ ମସିହାରୁ ଭିଷ୍ଟେକ୍ସ ଚେୟାରମ୍ୟାନ୍ ଭାବରେ କାର୍ଯ୍ୟରତ ଥିଲେ । କମ୍ପାନୀର ୱେବସାଇଟ୍ ଅନୁଯାୟୀ, ଫାର୍ମର ସମସ୍ତ ସମସ୍ୟାର ସମାଧାନ ଏବଂ କମ୍ପାନୀର ଗ୍ରୋଥ୍ ରେ ରାଜୁଙ୍କର ପ୍ରମୁଖ ଭୂମିକା ରହିଥିଲା ।

Also Read- Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Also Read- Ujjain Mahakal: ବାବା ମହାକାଳଙ୍କ ଆଶୀର୍ବାଦ ନେଲେ ବଲିଉଡ ସୁପରଷ୍ଟାର ସୁନୀଲ ଶେଟ୍ଟୀ