ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ମିଳିବ ୫୦ ପ୍ରତିଶତ ମହଙ୍ଗା ଭତ୍ତା! ଦରମାରେ ହେବ ବମ୍ପର ବୃଦ୍ଧି
Advertisement
Article Detail0/zeeodisha/odisha1648064

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ମିଳିବ ୫୦ ପ୍ରତିଶତ ମହଙ୍ଗା ଭତ୍ତା! ଦରମାରେ ହେବ ବମ୍ପର ବୃଦ୍ଧି

DA Hike: ଦରଦାମ୍ ବୃଦ୍ଧି ଉପରେ ଆକଳନ କରି ସେହି ଅନୁଯାୟୀ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି କରାଯାଇଥାଏ । ବର୍ତ୍ତମାନ ଜାନୁୟାରୀ ମାସରେ ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ । କେନ୍ଦ୍ର ସରକାରଙ୍କ ଦ୍ୱାରା ବର୍ଷକୁ ୨ ଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥାଏ । ଏହା ଜାନୁଆରୀ ଓ ଜୁଲାଇରେ ଲାଗୁ ହୋଇଥାଏ ।

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ମିଳିବ ୫୦ ପ୍ରତିଶତ ମହଙ୍ଗା ଭତ୍ତା! ଦରମାରେ ହେବ ବମ୍ପର ବୃଦ୍ଧି

7th pay commission DA Hike: କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଙ୍କ ପାଇଁ ଆଉ ଏକ ବଡ଼ ଖୁସି ଖବର ରହିଛି । କେନ୍ଦ୍ରର ମୋଦି ସରକାର (Modi Govt) ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି କରିବାକୁ ଯାଉଛନ୍ତି, ଯାହା ପରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪୨ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି ପାଇବ । ଆଜ୍ଞା ହଁ, ଏହା ଦ୍ୱାରା କେନ୍ଦ୍ରର ସରକାରୀ କର୍ମଚାରୀଙ୍କ ଦରମାରେ ସିଧାସଳଖ ୯୦୦୦ ଟଙ୍କାର ବୃଦ୍ଧି ଘଟିବ । କେନ୍ଦ୍ର ସରକାର (Central Government) ଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି (DA Hike) କରାଯାଇଥାଏ । ମାର୍ଚ୍ଚରେ କେନ୍ଦ୍ର ସରକାର ନିଜର କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଆସନ୍ତୁ ଜାଣିବା କେନ୍ଦ୍ର ସରକାର ଆପଣଙ୍କ ମହଙ୍ଗା ଭତ୍ତା (DA) କୁ କେବେ ବୃଦ୍ଧି କରିବାକୁ ଯାଉଛନ୍ତି...

ଆପଣଙ୍କୁ କହି ରଖୁଛୁ ଯେ, ମାର୍ଚ୍ଚ ମାସରେ ସରକାର କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଙ୍କ ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି (Dearness Allowance Hike) କରିଛନ୍ତି । ଯାହା ପରେ ମହଙ୍ଗା ଭତ୍ତା (DA Hike) ୪୨ ପ୍ରତିଶତକୁ ବୃଦ୍ଧି ପାଇଛି । ଏହି ବୃଦ୍ଧି ଜାନୁଆରୀ ୨୦୨୩ରୁ କାର୍ଯ୍ୟକାରୀ ହୋଇଛି । ବର୍ତ୍ତମାନ ପରବର୍ତ୍ତୀ ମହଙ୍ଗା ଭତ୍ତା ଜୁଲାଇ ୨୦୨୩ରୁ ଘୋଷଣା କରାଯିବ । ପରବର୍ତ୍ତୀ ବୃଦ୍ଧି ମଧ୍ୟ ୪ ପ୍ରତିଶତ ହେବ ବୋଲି ଆଶା କରାଯାଉଛି । ଏଠାରେ ଜଣାଇ ରଖୁଛୁ,  ମୁଦ୍ରାସ୍ଫୀତି ବୃଦ୍ଧି ମଧ୍ୟରେ ସରକାରୀ କର୍ମଚାରୀଙ୍କ ଭତ୍ତାରେ ଭଲ ବୃଦ୍ଧି ଘଟିବ ବୋଲି ଅନୁମାନ କରାଯାଉଛି । ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି ମଧ୍ୟ ଆଗାମୀ ସମୟରେ ଦରମାରେ ବୃଦ୍ଧି (Salary Hike) ହୋଇପାରେ ।

fallback

ମହଙ୍ଗା ଭତ୍ତା (Dearness Allowance) ର ନିୟମ ହେଉଛି ଯେ ଯେତେବେଳେ କେନ୍ଦ୍ର ସରକାର ୨୦୧୬ ମସିହାରେ ସପ୍ତମ ବେତନ ଆୟୋଗ (7th pay commission) ଲାଗୁ କରିଥିଲେ, ସେତେବେଳେ ମହଙ୍ଗା ଭତ୍ତା (DA) ଶୂନ କରିଦିଆଯାଇଥିଲା । ନିୟମ ଅନୁଯାୟୀ, ମହଙ୍ଗା ଭତ୍ତା ୫୦ ପ୍ରତିଶତରେ ପହଞ୍ଚିବା ମାତ୍ରେ ଏହା ଶୂନ୍ୟ ହେବ ଓ ୫୦ ପ୍ରତିଶତ ଅନୁଯାୟୀ କର୍ମଚାରୀମାନେ ଭତ୍ତା ଭାବରେ ଯେଉଁ ଟଙ୍କା ପାଇବେ ତାହା ବେସିକ୍ ସାଲାରୀ ଅର୍ଥାତ୍ ସର୍ବନିମ୍ନ ବେତନରେ ଯୋଗ କରାଯିବ । ଆପଣଙ୍କୁ କହି ରଖୁଛୁ ଯେ, ଯଦି ଜଣେ କର୍ମଚାରୀଙ୍କ ବେସିକ୍ ଦରମା ୧୮,୦୦୦ ଟଙ୍କା, ତେବେ ସେ ୫୦ ପ୍ରତିଶତ ମହଙ୍ଗା ଭତ୍ତା (DA) ର ୯୦୦୦ ଟଙ୍କା ପାଇବେ । କିନ୍ତୁ ମହଙ୍ଗା ଭତ୍ତା ୫୦ ପ୍ରତିଶତ ହେବା ପରେ ଏହାକୁ ବେସିକ୍ ବେତନରେ ଯୋଡାଯିବ ଓ ପୁନର୍ବାର ମହଙ୍ଗା ଭତ୍ତା ଶୂନକୁ ଖସି ଆସିବ ।

ଅଧିକ ପଢ଼ନ୍ତୁ-BCCI କଲା ବଡ଼ ଘୋଷଣା, ୨୦୨୩-୨୪ ବର୍ଷ ପାଇଁ ଭାରତୀୟ କ୍ରିକେଟ୍ କାର୍ଯ୍ୟସୂଚୀ ଜାରି

ଅଧିକ ପଢ଼ନ୍ତୁ-ଆଗାମୀ ୫୮ ଦିନ ଯାଏ ସୂର୍ଯ୍ୟଙ୍କ ପରି ଚମକିବ ଏସବୁ ରାଶିଙ୍କ ଭାଗ୍ୟ, ଟଙ୍କାରେ ଘର ଭରିଦେବେ 'ବୁଧ'!

ଅଧିକ ପଢ଼ନ୍ତୁ-RCB ବିପକ୍ଷରେ ଐତିହାସିକ ବିଜୟ ପରେ ଅଧିନାୟକ ରାହୁଲଙ୍କ ବଡ଼ ବୟାନ, ଏହି ଖେଳାଳିଙ୍କୁ କହିଲେ LSGର ପ୍ରକୃତ ହିରୋ

ଶ୍ରମ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରାହକ ମୂଲ୍ୟ ସୂଚକାଙ୍କ (CPI-IW) ଆଧାରରେ ଡିଏ ଗଣନା କରାଯାଏ । ଦେଶରେ ମୁଦ୍ରାସ୍ଫୀତି କିପରି ବୃଦ୍ଧି ପାଉଛି? ସେହି ଅନୁଯାୟୀ, କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥାଏ । ବର୍ତ୍ତମାନ ଜାନୁୟାରୀ ମାସରେ ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ, ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଏହା ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ । ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ ।