Amazon Prime ଓ Netflix ଏକ ବର୍ଷ ପାଇଁ ସମ୍ପୂର୍ଣ୍ଣ ମାଗଣା! ବାସ୍ କରିବାକୁ ହେବ ଏହି କାମ
Advertisement
Article Detail0/zeeodisha/odisha1810521

Amazon Prime ଓ Netflix ଏକ ବର୍ଷ ପାଇଁ ସମ୍ପୂର୍ଣ୍ଣ ମାଗଣା! ବାସ୍ କରିବାକୁ ହେବ ଏହି କାମ

Amazon Prime and Netflix Free OTT: ରିଚାର୍ଜ ପ୍ଲାନରେ କେବଳ OTT ନୁହେଁ ବରଂ କଲିଂ ସହିତ ଡାଟା ଭଳି ଲାଭ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତୃତ ଭାବରେ ।

 

ସୌ: ସୋସିଆଲ ମିଡିଆ

Amazon Prime and Netflix Free OTT: ସବୁଠାରୁ ଲୋକପ୍ରିୟ OTT ପ୍ଲାଟଫର୍ମରେ ଆମାଜନ ପ୍ରାଇମ ଭିଡିଓ ଓ ନେଟଫ୍ଲିକ୍ସ ଅନ୍ତର୍ଭୁକ୍ତ । ଉଭୟ ପ୍ଲାଟଫର୍ମ 
ଇଣ୍ଟରନେଟ ବ୍ୟବହାରକାରୀଙ୍କ ପ୍ରଥମ ପସନ୍ଦ ମଧ୍ୟରୁ ଗୋଟିଏ । ଯଦିଓ, ଏହି OTT ପ୍ଲାଟଫର୍ମଗୁଡିକ ବ୍ୟବହାର କରିବା ପାଇଁ ଏକ ସବସ୍କ୍ରିପସନ ନେବା ଆବଶ୍ୟକ । ଆମାଜନ ପ୍ରାଇମ ଭିଡିଓର ପ୍ରାରମ୍ଭିକ ସଦସ୍ୟତା ମୂଲ୍ୟ ୨୯୯ ଟଙ୍କା । ଯେତେବେଳେ କି, ନେଟଫ୍ଲିକ୍ସର ବେସିକ ସବସ୍କ୍ରିପସନ ପ୍ଲାନ ୧୯୯ ଟଙ୍କାରେ ଆସିଥାଏ । ଅନ୍ୟ ପଟେ, ଯଦି ଆମେ ଆପଣଙ୍କୁ କହିବୁ ଯେ ଉଭୟ ପ୍ଲାଟଫର୍ମ ଆପଣଙ୍କ ପାଇଁ କିପରି ମାଗଣା ମିଳିପାରିବ, ଆପଣ ଏହାକୁ ବିଶ୍ୱାସ କରିବେ କି?

ଯଦି ବିଶ୍ୱାସ ହେଉନାହିଁ, ତେବେ ବୋଧହୁଏ ଆମେ କହୁଥିବା ପ୍ଲାନ ବିଷୟରେ ଜାଣିବାପରେ ଆପଣଙ୍କ ବିଶ୍ୱାସ ହେବ । ବାସ୍ତବରେ, ଆମେ ଏକ ରିଚାର୍ଜ ପ୍ଲାନ ଆଣିଛୁ ଯାହା କମ୍ ମୂଲ୍ୟରେ ଉଭୟ ଆମାଜନ ଓ ନେଟଫ୍ଲିକ୍ସ OTT ଆପ୍ସକୁ ଆକ୍ସେସ କରିବାକୁ ସୁବିଧା ଦେଇଥାଏ । ଏହି ରିଚାର୍ଜ ପ୍ଲାନରେ କେବଳ OTT ନୁହେଁ, କଲିଂ ସହିତ ଡାଟା ଭଳି ଅନ୍ୟାନ୍ୟ ଲାଭ ମଧ୍ୟ ଅନ୍ତର୍ଭୁକ୍ତ । ଆସନ୍ତୁ ଜାଣିବା ୧ ବର୍ଷର ମାଗଣା ସବସ୍କ୍ରିପସନ ସହିତ ଏହି ଲାଭଜନକ ପ୍ଲାନ କ’ଣ?

ଏପରି ପାଆନ୍ତୁ ମାଗଣାରେ ଆମାଜନ ଓ ନେଟଫ୍ଲିକ୍ସ ସବସ୍କ୍ରିପସନ୍
ଜିଓର ରିଚାର୍ଜ ପ୍ଲାନ ନେଇ ଆପଣ ଆମାଜନ ପ୍ରାଇମ ଭିଡିଓ ଓ ନେଟଫ୍ଲିକ୍ସକୁ ମାଗଣା ଆକ୍ସେସ କରିପାରିବେ । ବାସ୍ତବରେ, ଜିଓର ୩୯୯ ଟଙ୍କା ମୂଲ୍ୟର ଏକ ସୁଲଭ ରିଚାର୍ଜ ପ୍ଲାନ ଅଛି । ଏହି ପୋଷ୍ଟପେଡ୍ ପ୍ଲାନରେ, ଆମାଜନ ପ୍ରାଇମ ଭିଡିଓ ଓ ନେଟଫ୍ଲିକ୍ସର ମାଗଣା ସବସ୍କ୍ରିପସନ୍ OTT ସୁବିଧା ଭାବରେ ଉପଲବ୍ଧ । ଏହା ସହିତ ଜିଓ ସିନେମା, ଜିଓ ଟିଭି ପରି ଜିଓ ଆପ୍ସକୁ ମାଗଣା ଆକ୍ସେସ କରିପାରିବେ ।

Jio ୩୯୯ ଟଙ୍କା ପ୍ଲାନର ବେନିଫିଟ୍ ଓ ଡିଟେଲ୍ସ
ଜିଓର ୩୯୯ ଟଙ୍କା ପୋଷ୍ଟପେଡ୍ ପ୍ଲାନ ଅଲ ଇଣ୍ଡିଆରେ ଯେକୌଣସି ନେଟୱାର୍କକୁ ଅସୀମିତ କଲିଂ ସୁବିଧା ସହିତ ଆସିଥାଏ । ଏଥିରେ, ୭୫ GB ଡାଟା ମଧ୍ୟ ଉପଲବ୍ଧ । ଏହା ସହିତ, ୨୦୦ ଜିବି ଡାଟା ରୋଲଭର ମଧ୍ୟ ଉପଲବ୍ଧ । ଯଦି ଆପଣ ଏକ ପ୍ରିପେଡ୍ ୟୁଜର୍ ତେବେ ଆପଣ ପୋଷ୍ଟପେଡ୍ କୁ ଯାଇପାରିବେ ।

ଏହା ହେଉଛି ଜିଓର ଫାଇବର ପ୍ଲାନ୍
ଜିଓ ଏହାର ଗ୍ରାହକମାନଙ୍କୁ ୩୯୯ ଟଙ୍କା ମୂଲ୍ୟର ଏକ ଫାଇବର ପ୍ଲାନ ମଧ୍ୟ ପ୍ରଦାନ କରେ । ଏଥିରେ, ୩୦ ଏମବିପିଏସ୍ ସ୍ପିଡ୍ ସହିତ ଅସୀମିତ ଡାଟାର ଲାଭ ଉପଲବ୍ଧ । ୩୦ ଦିନର ବୌଧତା ସହିତ ଏହି ପ୍ଲାନ ମଧ୍ୟ ଅସୀମିତ ଭଏସ୍ କଲିଂର ସୁବିଧା ସହିତ ଆସିଥାଏ ।

ଏହା ବି ପଢ଼ନ୍ତୁ: China: ସରକାର ଆଣିଲେ କଡ଼ା ନିୟମ! ଏତିକି ସମୟରୁ ଅଧିକ ମୋବାଇଲ୍ ବ୍ୟବହାର କରିପାରିବେ ନାହିଁ ଛୋଟ ପିଲା

ଏହା ବି ପଢ଼ନ୍ତୁ: Passport Rules: ଦୁନିଆରେ ଏହି ୩ ଜଣ ଲୋକ ପାସପୋର୍ଟ ବିନା ଯେକୌଣସି ସ୍ଥାନକୁ ଯାଇପାରିବେ! ଆପଣ ଜାଣନ୍ତି କି ସେମାନଙ୍କ ବଷୟରେ?