Ayodhya News: ଅକ୍ଷୟ ତୃତୀୟାରେ ପ୍ରଭୁ ଶ୍ରୀରାମଙ୍କୁ ଅର୍ପଣ କରାଗଲା ୧୧ ହଜାର ଆମ୍ୱ
Advertisement
Article Detail0/zeeodisha/odisha2243989

Ayodhya News: ଅକ୍ଷୟ ତୃତୀୟାରେ ପ୍ରଭୁ ଶ୍ରୀରାମଙ୍କୁ ଅର୍ପଣ କରାଗଲା ୧୧ ହଜାର ଆମ୍ୱ

Akshaya Tritiya in Ayodhya: ଅଯୋଧ୍ୟା ରାମ ମନ୍ଦିରରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପ୍ରଭୁ ଶ୍ରୀରାମଙ୍କୁ ୧୧ ହଜାର ଆମ୍ୱ ଅର୍ପଣ କରାଯାଇଛି । 

Ayodhya News: ଅକ୍ଷୟ ତୃତୀୟାରେ ପ୍ରଭୁ ଶ୍ରୀରାମଙ୍କୁ ଅର୍ପଣ କରାଗଲା ୧୧ ହଜାର ଆମ୍ୱ

Ayodhya Ram Lalla: ଅଯୋଧ୍ୟା ରାମ ମନ୍ଦିରରେ ଶୁକ୍ରବାର ଦିନ ଅକ୍ଷୟ ତୃତୀୟା ପାଳନ କରାଯାଇଥିଲା । ଏହି ଶୁଭ ଦିନକୁ ପାଳନ କରିବା ପାଇଁ ପ୍ରଭୁ ଶ୍ରୀରାମଙ୍କୁ ଏକ ସ୍ୱତନ୍ତ୍ର ନୈବେଦ୍ୟ ପ୍ରଦାନ କରାଯାଇଥିଲା । ତାହା ହେଉଛି ପ୍ରଭୁଙ୍କୁ ୧୧ ହଜାର ଆମ୍ବ ଅର୍ପଣ କରାଯାଇଥିଲା । ଶ୍ରୀ ରାମ ଜନ୍ମଭୂମୀ ତିର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏ ସମ୍ପର୍କରେ ଫଟୋ ସହ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି ।

୧୧ ହଜାର ଆମ୍ୱ ସହ ଆମ୍ୱ ରସର ବୋତଲ ମଧ୍ୟ ପୁଣେରୁ ଅଯୋଧ୍ୟାକୁ ଅଣାଯାଇଥିଲା । ରିପୋର୍ଟରେ କୁହାଯାଇଛି ଯେ, ରାମ ଲାଲାଙ୍କୁ ବିଭିନ୍ନ ଫଳରେ ଭର୍ତ୍ତି ଥିବା ଏକ ଟୋକେଇ ଅର୍ପଣ କରାଯାଇଥିଲା । ଅକ୍ଷୟ ତୃତୀୟା ପରି ଶୁଭ ଦିନରେ ପ୍ରଭୁ ଶ୍ରୀରାମଙ୍କୁ ଖୁବ ଆକର୍ଷଣୀୟ ଢଙ୍ଗରେ ସଜା ଯାଇଥିଲା । ଏଥିସହ ରାମ ମନ୍ଦିର ପରିସରରେ ଏତେ ସଂଖ୍ୟକ ଆମ୍ୱ ଝୁଡି ସଜାଯାଇଥିବାର ଦୃଶ୍ୟ ଅତ୍ୟନ୍ତ ମନୋରମ ଥିଲା ।

ଜାନୁଆରୀ ୨୨ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା । ରାମ ମନ୍ଦିର ପ୍ରତିଷ୍ଠା ପରେ ଶୁକ୍ରବାର ପ୍ରଥମ ଥର ଅକ୍ଷୟ ତୃତୀୟ ମନ୍ଦିର ପରିସରରେ ପାଳନ କରାଯାଇଛି ।ଏହାପୂର୍ବରୁ, ଏପ୍ରିଲ ୧୭ ତାରିଖ ଦିନ ପ୍ରଥମ ରାମ ନବମୀ ପର୍ବ ପାଳନ କରାଯାଇଥିଲା । ରାମ ନବମୀ ଉତ୍ସବ ସମୟରେ ପ୍ରଭୁ ଶ୍ରୀରାମଙ୍କ ମଥାରେ ସୂର୍ଯ୍ୟ ତିଳକ ରୀତିନୀତି କରାଯାଇଥିଲା। ଏହି ରୀତିନୀତି ସମୟରେ ପ୍ରଭୁଙ୍କ ପ୍ରତିମାରେ ସୂର୍ଯ୍ୟ କିରଣକୁ ପକାଇବା ପାଇଁ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇଥିଲା ।

 

ଅକ୍ଷୟ ତୃତୀୟା କାହିଁକି ସ୍ୱତନ୍ତ୍ର?
ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାକୁ ଏକ ଶୁଭ ପର୍ବ ଭାବେ ବିବେଚନା କରାଯାଇଥାଏ । ଏହିଦିନ ବିଲରେ ଚାଷ ପାଇଁ ଅଖିମୁଠି ଅନୁକୂଳ କରାଯାଇଥାଏ । ଏଥିସହ ଶ୍ରୀକ୍ଷେତ୍ରରେ ରଥକାମ ଆରମ୍ଭ କରାଯାଇଥାଏ । ଅକ୍ଷୟର ଅର୍ଥ ହେଉଛି କଦାବି କ୍ଷୟ ହୁଏ ନାହିଁ । ତେଣୁ ଏହି ଦିନରେ ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ କରାଯାଇଥାଏ । ଏଥିସହ ବିଭିନ୍ନ ପ୍ରକାରର ଅଳଙ୍କାର କିଣିବାକୁ ଲୋକମାନେ ଭିଡ଼ ଲଗାଇଥାନ୍ତି ।

Also Read- ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟିଲା ଟାଟା ଏସି, ରାସ୍ତାରେ ବିଛାଡି ହେଲା ୭ କୋଟି

Also Read- Mangal Gochar 2024: ମଙ୍ଗଳ ଚଳନରୁ ରୁଚକ ରାଜଯୋଗ, ବଦଳିବ ୪ ରାଶିର ଆର୍ଥିକ ସ୍ଥିତି