Electricity Bill: ବିଜୁଳି ବିଲ୍ ହୋଇଯିବ ଅଧାରୁ କମ୍! କେବଳ ଆପଣାନ୍ତୁ ଏହି ୨ଟି ଉପାୟ
Advertisement

Electricity Bill: ବିଜୁଳି ବିଲ୍ ହୋଇଯିବ ଅଧାରୁ କମ୍! କେବଳ ଆପଣାନ୍ତୁ ଏହି ୨ଟି ଉପାୟ

Electricity Bill: ସାଧାରଣତଃ ଦେଖାଯାଏ ଯେ ଶୀତ ଋତୁରେ ବିଜୁଳି ବିଲ ଯଥେଷ୍ଟ ବଢ଼ି ଯାଇଥାଏ । ବିଦ୍ୟୁତ ବିଲରେ ବୃଦ୍ଧି ଅର୍ଥ ହେଉଛି ଆପଣଙ୍କ ବଜେଟ ବିଗିଡ଼ିବା । ଯଦି ଆପଣ ଅଧିକ ବିଦ୍ୟୁତ୍ ବିଲ୍ ସମସ୍ୟାର ସାମ୍ନା କରୁଛନ୍ତି, ତେବେ ଆପଣଙ୍କୁ କେବଳ ଘରର କିଛି ଉପକରଣ ବଦଳାଇବାକୁ ପଡିବ ।

Electricity Bill: ବିଜୁଳି ବିଲ୍ ହୋଇଯିବ ଅଧାରୁ କମ୍! କେବଳ ଆପଣାନ୍ତୁ ଏହି ୨ଟି ଉପାୟ

Electricity Bill: ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତଙ୍କ ଘରେ ବିଦ୍ୟୁତ ସଂଯୋଗ ରହିଛି । ବିଜୁଳି ବିଲ୍ (Electricity Bill) ସର୍ବଦା ମାସିକ ଖର୍ଚ୍ଚର ଏକ ବଡ଼ ଅଂଶ ହୋଇଥାଏ । ଏହି ଖର୍ଚ୍ଚକୁ କମ୍ କରିବା ପାଇଁ ଆମେ ବିଜୁଳି ବ୍ୟବହାରକୁ ହ୍ରାସ କରିବାକୁ ଚେଷ୍ଟା କରିଥାଉ । କିନ୍ତୁ ସମୟର ଅଭାବ ଯୋଗୁଁ ଅନେକ ଥର ଆମେ ଏପରି ଜିନିଷ ପ୍ରତି ଧ୍ୟାନ ଦେବା ସମ୍ଭବ ହୋଇନଥାଏ । ଆଜି ଆମେ ଆପଣଙ୍କୁ ବିଜୁଳି ବିଲ୍ ହ୍ରାସ କରିବାର ସହଜ ଉପାୟ ବିଷୟରେ କହିବାକୁ ଯାଉଛୁ । ଆସନ୍ତୁ ଜାଣିବା ଏହା ବିଷୟରେ ...ସାଧାରଣତଃ ଦେଖାଯାଏ ଯେ ଶୀତ ଋତୁରେ ବିଜୁଳି ବିଲ ଯଥେଷ୍ଟ ବଢ଼ି ଯାଇଥାଏ । ବିଦ୍ୟୁତ ବିଲରେ ବୃଦ୍ଧି ଅର୍ଥ ହେଉଛି ଆପଣଙ୍କ ବଜେଟ ବିଗିଡ଼ିବା । ଯଦି ଆପଣ ଅଧିକ ବିଦ୍ୟୁତ୍ ବିଲ୍ ସମସ୍ୟାର ସାମ୍ନା କରୁଛନ୍ତି, ତେବେ ଆପଣଙ୍କୁ କେବଳ ଘରର କିଛି ଉପକରଣ ବଦଳାଇବାକୁ ପଡିବ ।

ଯଦି ଆପଣ ପୁରୁଣା ବଲ୍ବ ବ୍ୟବହାର କରୁଛନ୍ତି, ତେବେ ସେଗୁଡ଼ିକୁ ଗୁଡବାୟ କୁହନ୍ତୁ । ଏହି ବଲ୍ବଗୁଡ଼ିକ ବିଜୁଳି ବିଲ୍ ଶୀଘ୍ର ବଢ଼ାଇଥାଏ । ସେଗୁଡ଼ିକରୁ ମୁକ୍ତି ପାଇ ଆପଣ ବିଦ୍ୟୁତ୍ ବ୍ୟବହାରକୁ ହ୍ରାସ କରିପାରିବେ । ଏହା ପରିବର୍ତ୍ତେ ଆପଣ ଘରେ ଏଲଇଡି ବଲ୍ବ ବ୍ୟବହାର କରିବା ଆରମ୍ଭ କରନ୍ତୁ । ବିଦ୍ୟୁତ୍ ଉପଯୋଗକୁ ହ୍ରାସ କରି ଏଲଇଡି ବଲ୍ବ ଆପଣଙ୍କୁ ଅଧିକ ବିଲରୁ ରକ୍ଷା କରିପାରିବ ।

ସାଧାରଣତଃ ଲୋକମାନେ ଶୀତ ଦିନରେ ଗରମ ପାଇଁ ବିଭିନ୍ନ ଉପାୟ ଅବଲମ୍ୱନ କରିଥାଏ । ଶୀତ ଦିନରେ ହିଟରର ବ୍ୟବହାର ସାଧାରଣ ଅଧିକ ହୋଇଥାଏ । ଯଦି ଆପଣ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ହିଟର ବ୍ୟବହାର କରୁଛନ୍ତି, ତେବେ ତୁରନ୍ତ ଏହାକୁ ହଟାନ୍ତୁ । ଉଚ୍ଚ କ୍ଷମତା ସମ୍ପନ୍ନ ହିଟର ବହୁ ବିଦ୍ୟୁତ୍ ଖର୍ଚ୍ଚ କରିଥାଏ ଓ ଏହାର ପ୍ରତ୍ୟକ୍ଷ ପ୍ରଭାବ ବିଲରେ ଦେଖାଯାଏ ଥାଏ । ହିଟର ବଦଳରେ ବ୍ଲୋୟର ବ୍ୟବହାର କରିବା ଅଧିକ ଲାଭଦାୟକ ହେବ । ବ୍ଲୋଅର୍ ସୁରକ୍ଷିତ ହେବା ସହିତ କମ୍ ବିଜୁଳି ଖର୍ଚ୍ଚ କରେ ।

ଅଧିକ ପଢ଼ନ୍ତୁ:-ଫୁଟବଲ ବିଶ୍ୱକପ ଇତିହାସରେ ପ୍ରଥମ ଥର ପାଇଁ ଉଦଘାଟନୀ ମ୍ୟାଚ ହାରିଲା ଆୟୋଜକ ଦଳ, ଜାଣନ୍ତୁ ଖେଳର ପୂରା ଘଟଣାକ୍ରମ

ଅଧିକ ପଢ଼ନ୍ତୁ:-ଭୋଜି ଖାଇ ଘରକୁ ଫେରୁଥିବା ଲୋକଙ୍କ ଉପରେ ଚଢ଼ିଗଲା ଟ୍ରେକ୍; ୧୨ ମୃତ, ଏକାଧିକ ଆହତ

ପାଣି ଗରମ କରିବା ପାଇଁ ଅନେକ ଘରେ ରୋଡ୍ କିମ୍ବା ପୁରୁଣା ଗିଜର ବ୍ୟବହାର କରାଯାଏ । ଉଭୟ କ୍ଷେତ୍ରରେ ବହୁତ ବିଦ୍ୟୁତ୍ ଖର୍ଚ୍ଚ ହୋଇଥାଏ । ବିଜୁଳିର ଅଧିକ ବ୍ୟବହାର କେବଳ ବିଲ୍ ବୃଦ୍ଧି କରିବ । ସେଥିପାଇଁ ଆଜି ହିଁ ରୋଡ୍ ଓ ପୁରୁଣାକାଳିଆ ଗିଜର ବଦଳରେ ଏକ ଉନ୍ନତ ଗିଜର ଘରକୁ ଆଣନ୍ତୁ । ଯଦି ଆପଣଙ୍କର ନୂତନ ଗିଜରର ୫ ଷ୍ଟାର୍ ରେଟିଂ ଅଛି ତେବେ ଏହା ଭଲ ହେବ । ୫ ଷ୍ଟାର୍ ରେଟିଂ ସହିତ ଗିଜରଗୁଡିକ କମ୍ ବିଦ୍ୟୁତ୍ ଖର୍ଚ୍ଚ କରନ୍ତି ଯାହା ଦ୍ୱାରା ଆପଣ ଆପଣଙ୍କର ବିଦ୍ୟୁତ୍ ବିଲ୍ ହ୍ରାସ କରିପାରିବେ ।