Sukma naxal encounter: ଛତିଶଗଡର ସୁକମାରେ ଏନକାଉଣ୍ଟର, ୪ ନକ୍ସଲ ମୃତ ସୂଚନା
Advertisement

Sukma naxal encounter: ଛତିଶଗଡର ସୁକମାରେ ଏନକାଉଣ୍ଟର, ୪ ନକ୍ସଲ ମୃତ ସୂଚନା

Sukma naxal encounter: ସୁକମା ସ୍ଥିତ ଗୋଗୁଣ୍ଡା ନିକଟରେ ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଯବାନଙ୍କ ଗୁଳିରେ ୪ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିସହ କିଛି ନକ୍ସଲ ଆହତ ମଧ୍ୟ ହୋଇଛନ୍ତି ।

Sukma naxal encounter: ଛତିଶଗଡର ସୁକମାରେ ଏନକାଉଣ୍ଟର, ୪ ନକ୍ସଲ ମୃତ ସୂଚନା

Sukma naxal encounter: ଛତିଶଗଡର ସୁକମା ଗୋଗୁଣ୍ଡା ନିକଟରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି । ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ହଠାତ୍ ଖୁବ ଗୁଳି ବିନିମୟ ହୋଇଛି । ଯବାନଙ୍କ ଗୁଳିରେ ୪ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ଖବର ଆସୁଛି । ଉଭୟପଟୁ ଗୁଳିର ବର୍ଷା ହେବା କାରଣରୁ ଅନେକ ନକ୍ସଲ ଆହତ ମଧ୍ୟ ହୋଇଥିବା ଜଣାପଡିଛି । ବର୍ତ୍ତମାନ ମଧ୍ୟ ଗୋଗୁଣ୍ଡାରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୁକମା ଏବଂ ଦାନ୍ତେୱାଡା ଡିଆରଜି ( DRG) ସହ ସିରଆରପିଏଫ (CRPF)ର ଦୁଇଟି ବାଟାଲିୟନ ଏହି ଅପରେସନରେ ସାମିଲ ଅଛନ୍ତି । ଯବାନମାନେ ନିୟମିତ ଭାବେ ଏହି ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ପାଟ୍ରୋଲିଂ ସମୟରେ ଅଞ୍ଚଳରେ ନକ୍ସଲ ଥିବା ନେଇ ଜାଣିବାକୁ ପାଇଥିଲେ । ପରେ ନକ୍ସଲ ଦମନ ପାଇଁ ସୁରକ୍ଷାକର୍ମୀମାନେ ଚାରିଆଡୁ ଘେରିଯାଇଥିଲେ । ଯବାନଙ୍କୁ ଦେଖିବା ପରେ ନକ୍ସଲମାନେ ପାଲଟା ଗୁଳି ବର୍ଷଣ କରିଥିଲେ । ସୁକମା ଏସପି କିରଣ ଚୌହାନ ଏବଂ CRPF ଡିଜି ଅରବିନ୍ଦ ରାୟ କହିଛନ୍ତି ଯେ, ବର୍ତ୍ତମାନ ଏନକାଉଣ୍ଟର ଉପରେ ନଜର ରଖାଯାଇଛି । ସୁରକ୍ଷା ବାହିନୀର ଗୋଟିଏ ଟିମ୍ ନକ୍ସଲମାନଙ୍କୁ ଘେରି ରହିଛନ୍ତି । ବର୍ତ୍ତମାନ ମଧ୍ୟ ଅପରେସନ ଚାଲିଛି ।

Also Read- Year Ender 2023: ଏହି ବର୍ଷ ଧମାଲ ମଚାଇଥିଲା ଏହି ୪ଟି ସ୍ମାର୍ଟଫୋନ, ଦାମ ୧୫ହଜାରରୁ କମ

Also Read- Poonch attack: ଶହୀଦ ଚନ୍ଦନ କୁମାରଙ୍କୁ ଝୁରୁଛି ଗାଁ, ଦେଢ ବର୍ଷ ତଳେ ହୋଇଥିଲା ବିବାହ