Poonch attack: ଶହୀଦ ଚନ୍ଦନ କୁମାରଙ୍କୁ ଝୁରୁଛି ଗାଁ, ଦେଢ ବର୍ଷ ତଳେ ହୋଇଥିଲା ବିବାହ
Advertisement

Poonch attack: ଶହୀଦ ଚନ୍ଦନ କୁମାରଙ୍କୁ ଝୁରୁଛି ଗାଁ, ଦେଢ ବର୍ଷ ତଳେ ହୋଇଥିଲା ବିବାହ

Poonch attack: ନୱାଡାର ପୁଅ ଚନ୍ଦନ ଯବାନ ଭାବରେ ଭାରତ ମାଆର ସେବା କରିବାର ସୁଯୋଗ ପାଇଥିଲେ । ବର୍ତ୍ତମାନ ଚନ୍ଦନଙ୍କ ଶହୀଦ ହେବା ଖବର ସମଗ୍ର ଗାଁକୁ ନୀରବ କରିଦେଇଛି ।

Poonch attack: ଶହୀଦ ଚନ୍ଦନ କୁମାରଙ୍କୁ ଝୁରୁଛି ଗାଁ, ଦେଢ ବର୍ଷ ତଳେ ହୋଇଥିଲା ବିବାହ

Poonch attack: ନୱାଡା ଜିଲ୍ଲା ନାରୋମୁରର ଗାଁର ବାସିନ୍ଦା ମୌଲେଶ୍ୱର ସିଂ ଏବଂ ଜୟନ୍ତୀ ଦେବୀଙ୍କ ପୁଅ ଚନ୍ଦନ କୁମାର ଆତଙ୍କବାଦୀଙ୍କ ସହ ଲଢେଇ କରିବା ସମୟରେ ଶହୀଦ ହୋଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ଗାଁରେ ଶୋକର କଳାବାଦଳ ଖେଳିଯାଇଛି । ୨୬ ବର୍ଷ ବୟସର ଚନ୍ଦନ ୨୦୧୭ ମସିହାରେ ସେନାବାହିନୀରେ ଯୋଗଦେଇ ଭାରତ ମାତାର କରି ଆସୁଥିଲେ ।

ଗୁରୁବାର ଆତଙ୍କବାଦୀମାନେ ଜାମ୍ମୁ-କାଶ୍ମୀରର ରାଜୌରୀ ଠାରେ ଦୁଇଟି ସେନା ଗାଡି ଉପରେ ଆକ୍ରମଣ କରିବା କାରଣରୁ ୫ ଯବାନ ଶହୀଦ ହୋଇଛନ୍ତି । ଏହି ଆକ୍ରମଣରେ ନୱାଡାର ଜଣେ ବୀର ଯବାନ ଚନ୍ଦନ କୁମାର ମଧ୍ୟ ସହିଦ ହୋଇଛନ୍ତି । ଚନ୍ଦନ ନିଜର ପାଠପଢା ଗାଁ ସ୍କୁଲରୁ ସମାପ୍ତ କରିବା ପରେ ସେନାବାହିନୀରେ ଯୋଗ ଦେବା ପାଇଁ ଖୁବ ଅଭ୍ୟାସ କରିଥିଲେ । ପରେ ୨୦୧୭ ମସିହାରେ ତାଙ୍କର ସ୍ୱପ୍ନ ପୂରଣ ହୋଇଥିଲା ଏବଂ ସେନାରେ ଯୋଗ ଦେବାପରେ ୮୬ ନମ୍ୱର ବାଟାଲିୟନରେ ରହି ଅଢେଇ ବର୍ଷ ଜାମୁରେ କାର୍ଯ୍ୟ କରିଥିଲେ । ସେ ଜଣେ ରାଇଫଲମ୍ୟାନ ଭାବରେ ଦେଶକୁ ସୁରକ୍ଷା ଦେବା କାର୍ଯ୍ୟରେ ନିଯୋଜିତ ହୋଇଥିଲେ । ଗୋଟିଏ ଗରିବ ପରିବାରରୁ ସେନାବାହିନୀରେ ଯୋଗ ଦେଇଥିବାରୁ ଚନ୍ଦନଙ୍କର ଉଭୟ ଦେଶ ଓ ପରିବାର ପାଇଁ କର୍ତ୍ତବ୍ୟ ରହିଥିଲା । ତାଙ୍କ ରୋଜଗାର ଉପରେ ପରିବାର ନିର୍ଭର କରୁଥିଲା ।

ଚନ୍ଦନଙ୍କ ମୃତ୍ୟୁ ଖବର ତାଙ୍କ ପରିବାର ପ୍ରତି ଖୁବ ଦୁଖ ଦେଇଥିଲେ ମଧ୍ୟ ଦେଶ ପାଇଁ ଜୀବନ ଦେଇଥିବାରୁ ପରିବାର ଦୁଖରେ ଥାଇ ମଧ୍ୟ ସାଲ୍ୟୁଟ୍ କରୁଛି । ଅନ୍ୟପଟେ ନିଜ ସ୍ୱାମୀଙ୍କୁ ଏତେ ଶୀଘ୍ର ହରାଇବା ଖବରକୁ ବିଶ୍ୱାସ କରିପାରୁନାହାନ୍ତି ଚନ୍ଦନଙ୍କ ଧର୍ମପତ୍ନୀ ଶିଳ୍ପୀ କୁମାରୀ । ମାତ୍ର ଦେଢ ବର୍ଷ ତଳେ ଚନ୍ଦନଙ୍କ ହାତ ଧରି ସାତ ଜନ୍ମ ପାଇଁ ସାଥି ହୋଇ ବାଟ ଚାଲିବାକୁ ଶପଥ ନେଇଥିବା ଶିଳ୍ପୀଙ୍କ ଆଖିରୁ କେବଳ ଧାର ଧାର ହୋଇ ଲୁହ ଝରିବାରେ ଲାଗିଛି । କେବଳ ସେତିକି ନୁହେଁ ସମଗ୍ର ଗାଁରେ ଖୁବ ପ୍ରିୟ ଥିଲେ ଶହୀଦ ଯବାନ ଚନ୍ଦନ ତେଣୁ ଏହି ଖବର ପ୍ରଚାରିତ ହେବାପରେ ଗ୍ରାମବାସୀମାନେ ଚନ୍ଦନଙ୍କ ଘର ନିକଟରେ ପହଞ୍ଚିଥିଲେ । ଅନେକ ଲୋକଙ୍କ ଆଖିରେ ଲୁହ ଝରୁଥିବା ଦେଖିବାକୁ ମିଳିଛି ।

Also Read- ରାଉରକେଲାରେ କାୟା ବିସ୍ତାର କରୁଛି ହଇଜା, ନେଲାଣି ୧୫ ମୁଣ୍ଡ !

Also Read- Crime News: ରକ୍ତରେ ଭିଜିଲା କଟୁରୀ, ଘୁଷୁରୀ ପାଇଁ ମଣିଷ ହତ୍ୟା