Raksha Bandhan 2023: କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ଭାଇଙ୍କ ପ୍ରତିମୂର୍ତ୍ତିରେ ପ୍ରତିବର୍ଷ ରାକ୍ଷୀ ବାନ୍ଧନ୍ତି ଏହି ଭଉଣୀ
Advertisement

Raksha Bandhan 2023: କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ଭାଇଙ୍କ ପ୍ରତିମୂର୍ତ୍ତିରେ ପ୍ରତିବର୍ଷ ରାକ୍ଷୀ ବାନ୍ଧନ୍ତି ଏହି ଭଉଣୀ

Raksha Bandhan 2023: ଭାଈର ଶରୀର ସିନା ନାହିଁ ହେଲେ ତାର ଆତ୍ମା ଆଜି ବି ଭଉଣୀ ପାଇଁ ସୁରକ୍ଷା କବଚ ଭଳି ରହିଛି । ସେଥିପାଇଁ ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣମୀରେ ଭଉଣୀ ଭାଈର ସମାଧି ପାଖକୁ ଆସି ରାକ୍ଷୀ ବାନ୍ଧୁଛି ।

Raksha Bandhan 2023: କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ଭାଇଙ୍କ ପ୍ରତିମୂର୍ତ୍ତିରେ ପ୍ରତିବର୍ଷ ରାକ୍ଷୀ ବାନ୍ଧନ୍ତି ଏହି ଭଉଣୀ

Raksha Bandhan 2023: ସହିଦଙ୍କ ଭଉଣୀ, ଯାହାଙ୍କ ପାଇଁ ତାଙ୍କ ସହିଦ ଭାଇ ଜୀବିତ ଅଛନ୍ତି । ଯେଉଁଠାରେ ପ୍ରତିବର୍ଷ ଭଉଣୀ (Sister) ନିଜ ଭାଇର ସ୍ମାରକୀ ନିକଟକୁ ଆସି ତାଙ୍କ ହାତରେ ରକ୍ଷା ସୂତ୍ର ବାନ୍ଧିଥାନ୍ତି । ସିକର ସ୍ଥିତ ରାମପୁରା ଗାଁର ଶହୀଦ ସୈନିକ ବିନୋଦ କୁମାର ନାଗାଙ୍କ ଭଉଣୀ ସୁଶୀଲା କହିଛନ୍ତି ଯେ, ସେ ପ୍ରତିବର୍ଷ ରକ୍ଷା ବନ୍ଧନ ଦିନ ତାଙ୍କ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧୁଥିଲେ।

ଭାଇ-ଭଉଣୀ ପ୍ରେମର ପ୍ରତୀକ ଭାବରେ ବିଶ୍ବାସ କରା ଯାଉଥିବା ରକ୍ଷା ବନ୍ଧନ ପର୍ବ ପ୍ରତିବର୍ଷ ସାରା ଦେଶରେ ବଡ଼ ଧୁମଧାମରେ ପାଳନ (Celebration) କରାଯାଏ । ଯେଉଁଠାରେ ଭଉଣୀମାନେ ନିଜ ଭାଇମାନଙ୍କୁ ରଙ୍ଗ ବେରଙ୍ଗର ରାକ୍ଷୀ ବାନ୍ଧନ୍ତି ଓ ଏହାର ପ୍ରତିବଦଳରେ ଭାଇମାନେ ସେମାନଙ୍କୁ ଅନେକ ପ୍ରକାରର ଉପହାର ଦିଅନ୍ତି । ଅନ୍ୟପକ୍ଷରେ, ସହିଦ ସୈନିକମାନଙ୍କର କିଛି ଭଉଣୀ ଅଛନ୍ତି ଯେଉଁମାନଙ୍କ ଭାଇ ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ, ଯେଉଁମାନେ ଏପର୍ଯ୍ୟନ୍ତ ନିଜ ଭାଇମାନଙ୍କୁ ଜୀବନ୍ତ ମନେ କରନ୍ତି ଓ ଏହି ପର୍ବରେ ସେମାନଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି । ଏହିପରି ଗୋଟିଏ କାହାଣୀ ହେଉଛି ସିକର ଜିଲ୍ଲାର ରାମପୁରା ଗାଁର ଜଣେ ସୈନିକ ବିନୋଦ କୁମାର ନାଗାଙ୍କର, ଯିଏକି ୧୯୯୯ ରେ କାର୍ଗିଲ ଯୁଦ୍ଧ (kargil war)ରେ ଲଢ଼ୁଥିବା ସମୟରେ ସହିଦ ହୋଇଥିଲେ।

ଭଉଣୀ ପ୍ରତିବର୍ଷ ସହିଦ ଭାଇଙ୍କ ହାତରେ ରକ୍ଷା ସୂତ୍ର ବାନ୍ଧନ୍ତି 

ସହିଦଙ୍କ ଭଉଣୀ ଯାହାଙ୍କ ପାଇଁ ତାଙ୍କ ସହିଦ ଭାଇ ଆଜି ମଧ୍ୟ ଜୀବିତ ଅଛନ୍ତି । ଯେଉଁଠାରେ ପ୍ରତିବର୍ଷ ଭଉଣୀ ନିଜ ଭାଇର ସ୍ମାରକନିକଟକୁ ଆସି ରକ୍ଷା ସୂତ୍ରର ବାନ୍ଧିଥାନ୍ତି । ସିକରର ରାମପୁରା ଗାଁର ଶହୀଦ ସୈନିକ ବିନୋଦ କୁମାର ନାଗାଙ୍କ ଭଉଣୀ ସୁଶୀଲା କହିଛନ୍ତି, ସେ ପ୍ରତିବର୍ଷ ରକ୍ଷା ବନ୍ଧନ ଦିନ ତାଙ୍କ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧୁଥିଲେ। ତାଙ୍କ ଭାଇ କାର୍ଗିଲ ଯୁଦ୍ଧରେ ସହିଦ ହେବା ପରେ ମଧ୍ୟ ସେ ତାଙ୍କ ଭାଇକୁ ଜୀବନ୍ତ ମନେ କରନ୍ତି ଓ ତାଙ୍କ ପ୍ରତିମୂର୍ତ୍ତି ନିକଟକୁ ଆସି ରାକ୍ଷୀ ବାନ୍ଧି ଆଲିଙ୍ଗନ କରନ୍ତି।

ସହିଦଙ୍କ ପରିବାର ସଦସ୍ୟ ଏହା କହିଥିଲେ

ସହିଦ ବିନୋଦ କୁମାରଙ୍କ ସାନଭାଇଙ୍କ ଝିଅ ଆକାଂକ୍ଷା ନାଗା କହିଛନ୍ତି, ପ୍ରତିବର୍ଷ ଆମେ ରକ୍ଷା ବନ୍ଧନରେ ମୋର ବଡ଼ ପିତାଙ୍କ ପ୍ରତିମୂର୍ତ୍ତିରେ ରାକ୍ଷୀ ବାନ୍ଧୁ। ମୋର ବଡ଼ ପିତା ସହିଦ ବିନୋଦ କୁମାର ନାଗା ଜୀବିତ ଥିବାବେଳେ ମୋର ପିଉସି ରାକ୍ଷୀ ବାନ୍ଧିବାକୁ ଆସୁଥିଲେ। ୨୪ ବର୍ଷ ପୂର୍ବେ କାର୍ଗିଲ ଯୁଦ୍ଧରେ ସହିଦ ହେବା ପରେ ମଧ୍ୟ ତାଙ୍କ ଭଉଣୀ ରାକ୍ଷୀ ବାନ୍ଧିବାକୁ ଆସନ୍ତି ଓ ସେ ଭାଇଙ୍କ ପ୍ରତିମୁର୍ତ୍ତୀ ହାତରେ ରାକ୍ଷୀ ବାନ୍ଧି ତାଙ୍କୁ ସମାନ ଭାବରେ ଆଲିଙ୍ଗନ କରନ୍ତି । ସେ ସାଥିରେ ମିଠା ମଧ୍ୟ ଆଣିଥାନ୍ତି । ସହିଦ ବିନୋଦ କୁମାର ନାଗାଙ୍କ ପତ୍ନୀ କହିଥିଲେ ଯେ ସେ ମୋର ନଣନ୍ଦ, ସେ ମୋ ସ୍ୱାମୀ ଜୀବିତ ଥିବାବେଳେ ରାକ୍ଷୀ ବାନ୍ଧିବାକୁ ଆସୁଥିଲେ ଓ ତାଙ୍କ ସ୍ୱାମୀ କାର୍ଗିଲରେ ଶହୀଦ ହେବା ପରେ ମଧ୍ୟ ସେ ତାଙ୍କ ପ୍ରତିମୂର୍ତ୍ତିରେ ରାକ୍ଷୀ ବାନ୍ଧିବାକୁ ଆସନ୍ତି ଏବଂ ଆମ ସମସ୍ତଙ୍କୁ ରାକ୍ଷୀ ବାନ୍ଧନ୍ତି।

ସୂଚନାଯୋଗ୍ୟ, ସମଗ୍ର ଦେଶରେ ଆଜି ରାକ୍ଷୀ ପୂର୍ଣ୍ଣମୀ ପାଳନ କରାଯାଇଛି । ଭଉଣୀମାନେ ନିଜ ଭାଈ ହାତରେ ରାକ୍ଷୀ ବାନ୍ଧିବା ସହିତ ଏହି ପର୍ବକୁ ଖୁବ ଆଡମ୍ୱରରେ ପାଳନ କରିଛନ୍ତି । ବିଭିନ୍ନ ସ୍ଥାନରେ ଦେଶର ଯବାନମାନଙ୍କୁ ମଧ୍ୟ ରାକ୍ଷୀ ବାନ୍ଧିଛନ୍ତି ଭାରତୀୟ ଝିଅ । ଏଥିସହ ବୃକ୍ଷକୁ ମଧ୍ୟ ରାକ୍ଷୀ ବନ୍ଧାଯାଇଥିବାର ଖବର ଆସିଛି । କେବଳ ସେତିକି ନୁହେଁ ଅନେକ ରାଜନେତାଙ୍କ ସମେତ ଦେଶ ରାଷ୍ଟ୍ରପତିଙ୍କୁ ମଧ୍ୟ ଆଜି ରାକ୍ଷୀ ବାନ୍ଧିଥିବା ଦେଖିବାକୁ ମିଳିଛି ।

Also Read- ମାତ୍ର ୩୨ ବର୍ଷ ବୟସରେ ୯୬ ପିଲାଙ୍କ ପିତା, ନିଜ ପିଲାଙ୍କୁ ଭେଟିବା ପାଇଁ ଚାକିରି ଛାଡି ୯ହଜାର ମାଇଲ କଲେ ଯାତ୍ରା!