ମାତ୍ର ୩୨ ବର୍ଷ ବୟସରେ ୯୬ ପିଲାଙ୍କ ପିତା, ନିଜ ପିଲାଙ୍କୁ ଭେଟିବା ପାଇଁ ଚାକିରି ଛାଡି ୯ହଜାର ମାଇଲ କଲେ ଯାତ୍ରା!
Advertisement
Article Detail0/zeeodisha/odisha1848495

ମାତ୍ର ୩୨ ବର୍ଷ ବୟସରେ ୯୬ ପିଲାଙ୍କ ପିତା, ନିଜ ପିଲାଙ୍କୁ ଭେଟିବା ପାଇଁ ଚାକିରି ଛାଡି ୯ହଜାର ମାଇଲ କଲେ ଯାତ୍ରା!

Dylan Stone Miller: ଗୋଟିଏ ନୁହେଁ କି ଦୁଇଟି ନୁହେଁ, ୯୬ ସନ୍ତାନର ବ୍ୟକ୍ତି ହେଉଛନ୍ତି ଏହି ବ୍ୟକ୍ତି । ଯଦି ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି ତେବେ ସମ୍ପୂର୍ଣ୍ଣ ଖବର ପଢ଼ନ୍ତୁ ।

ମାତ୍ର ୩୨ ବର୍ଷ ବୟସରେ ୯୬ ପିଲାଙ୍କ ପିତା, ନିଜ ପିଲାଙ୍କୁ ଭେଟିବା ପାଇଁ ଚାକିରି ଛାଡି ୯ହଜାର ମାଇଲ କଲେ ଯାତ୍ରା!

Dylan Stone Miller: ଆପଣ ଭାବୁଥିବେ ଜଣେ ପୁରୁଷ ନିଜ ଜୀବନରେ କେତେ ପିଲା ଜନ୍ମ କରି ପାରିବେ? ଆପଣ ହୁଏତ କେବଳ ୨୦ କିମ୍ୱା ୨୫ ପିଲାଙ୍କ ପିତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଥିବେ, କିନ୍ତୁ ଏହି ଦୁନିଆରେ ଜଣେ ବ୍ୟକ୍ତି ଅଛନ୍ତି ଯାହାର ମୋଟ ୯୬ ସନ୍ତାନ (child) ଅଛନ୍ତି । ସେ ତାଙ୍କର ସମସ୍ତ ପିଲାଙ୍କୁ ମଧ୍ୟ ଦେଖିନଥିଲେ ଓ ଜାଣି ନଥିଲେ, କିନ୍ତୁ ଯେତେବେଳେ ସେ ସେମାନଙ୍କୁ ଭେଟିବାକୁ ଚିନ୍ତା କଲେ, ସେତେବେଳେ ତାଙ୍କୁ ଚାକିରୀ (job) ଛାଡିବାକୁ ପଡିଲା,  ଯାହାଫଳରେ ସେ ସମୟ ପାଇଥିଲେ । 

ଆହୁରି ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ଏତେ ସଂଖ୍ୟକ ପିଲାଙ୍କ ପିତାଙ୍କ ବୟସ ମାତ୍ର ୩୨ ବର୍ଷ ଓ ତାଙ୍କର ୯୬ ପିଲାଙ୍କ ମଧ୍ୟରୁ କେବଳ ସେ ୨୫ ଜଣକୁ ଜାଣିଛନ୍ତି। ଏହି ବ୍ୟକ୍ତି, ଯିଏକି ଆମେରିକାର ଜର୍ଜିଆ ଷ୍ଟେଟ୍ ୟୁନିଭରସିଟି (Georgia State University)ରେ ସାଇକୋଲୋଜି ଛାତ୍ର ଥିଲେ, ସେ କଲେଜ ଦିନରୁ ଦମ୍ପତିଙ୍କୁ ପିତା ମାତା ହେବାରେ ସାହାଯ୍ୟ (help) କରିବା ଆରମ୍ଭ କରିଥିଲେ ଏବଂ ତାଙ୍କର ୬ ବର୍ଷ ଅଧ୍ୟୟନ ସମୟ (Study time) ମଧ୍ୟରେ ସେ ୯୬ ପିଲାଙ୍କ ପିତା ହୋଇ ଯାଇଥିଲେ।

ମୁଁ କେବଳ ଟଙ୍କା ପାଇଁ ବାପା ହୋଇଗଲି

ଡେଲି ଷ୍ଟାର ରିପୋର୍ଟ ଅନୁଯାୟୀ, ଡାଇଲନ୍ ଷ୍ଟୋନ୍-ମିଲର୍ ତାଙ୍କର ୬ ବର୍ଷର ପାଠପଢ଼ା ସମୟରେ ଟଙ୍କା ରୋଜଗାର କରିବା ପାଇଁ ଶୁକ୍ରାଣୁ ଦାନ (Sperm donation) କରିଥିଲେ। ସେ ପ୍ରତ୍ୟେକ ଥର ପାଇଁ ୮୨୦୦ ଟଙ୍କା ଚାର୍ଜ କରୁଥିଲେ ଓ ଏହିପରି ଟଙ୍କା ରୋଜଗାର କରି ନିଜ ଆବଶ୍ୟକତା ପାଇଁ ଖର୍ଚ୍ଚ କରିଥିଲେ । ତାଙ୍କର ବାଇଲୋଜିକାଲ ସନ୍ତାନ (Biological children) ୧୮ ବର୍ଷ ହେବା ପରେ ଡାଇଲନ୍ ଶୁକ୍ରାଣୁ ବ୍ୟାଙ୍କ (Sperm bank)କୁ ତାଙ୍କ ସୂଚନା ସେୟାର କରିବାକୁ ଅନୁମତି ଦେଇଥିଲେ । ସେବେଠାରୁ ସେ ନିଜ ପିଲାମାନଙ୍କୁ ଭେଟିବା ଆରମ୍ଭ କଲେ । ୨୦୨୦ ମସିହାରେ ପ୍ରଥମ ଥର ପାଇଁ, ଡାଇଲାନ୍ ତାଙ୍କର ୬ ବର୍ଷର ଝିଅ ଓ ତା'ର ଭଉଣୀଙ୍କୁ ଭେଟିଥିଲେ । ଦୁହେଁ ତାଙ୍କର ଝିଅ ଥିଲେ।

ଏପର୍ଯ୍ୟନ୍ତ ୨୩ ପିଲାଙ୍କୁ ଭେଟିଛନ୍ତି 

ଯେତେବେଳେ ସେ ତାଙ୍କର ଶୁକ୍ରାଣୁ ବ୍ୟାଙ୍କ ID କୁ ଫେସବୁକ୍ ଗ୍ରୁପ୍ (Facebook group) ସହିତ ଯୋଡିଥିଲେ, ସେତେବେଳେ ସେ ଏପରି ଅନେକ ପିତାମାତାଙ୍କୁ ଭେଟିଥିଲେ ଯାହାଙ୍କୁ ସେ ସାହାଯ୍ୟ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ତାଙ୍କର ୨୩ ବାଇଲୋଜିକାଲ୍ ସନ୍ତାନଙ୍କୁ ଭେଟିଛନ୍ତି । ସେ ମଧ୍ୟ ଏହି କାମ ପାଇଁ ଚାକିରି ଛାଡି ଦେଇଛନ୍ତି ଓ ବର୍ତ୍ତମାନ ପର୍ଯ୍ୟନ୍ତ ପିଲାମାନଙ୍କ ସନ୍ଧାନରେ ୯୦୦୦ ମାଇଲ୍ ଯାତ୍ରା କରିଛନ୍ତି । ତାଙ୍କ ପାଖରେ ନାମ, ବୟସ ଏବଂ ପିଲାମାନଙ୍କର ଠିକଣାର ଏକ ସମ୍ପୂର୍ଣ୍ଣ ତାଲିକା ଅଛି, ଯାହା ସାହାଯ୍ୟରେ ସେ ତାଙ୍କର ବାଇଲୋଜିକାଲ ପିଲାମାନଙ୍କୁ ଭେଟୁଛନ୍ତି ।

Also Read- Hero ବନ୍ଦ କରିଥିଲା ଏହି ବାଇକ୍, ପୁଣି ଥରେ ନୂଆ ଫିଚର୍ ସହ କଲା ଲଞ୍ଚ୍

Also Read- Krishan Kumar’s fake Instagram profile: ଓଡ଼ିଆ ଆଇଏଏସ୍‍ ଅଧିକାରୀଙ୍କୁ ଜାଲ୍‍ ଆକାଉଣ୍ଟ ଭୟ