Gold Silver Price: ଗହଣା କିଣିବାର ସୁବର୍ଣ୍ଣ ସୁଯୋଗ: ସୁନା-ରୁପା ଦରରେ ବଡ଼ ଧରଣର ହ୍ରାସ, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍
Advertisement

Gold Silver Price: ଗହଣା କିଣିବାର ସୁବର୍ଣ୍ଣ ସୁଯୋଗ: ସୁନା-ରୁପା ଦରରେ ବଡ଼ ଧରଣର ହ୍ରାସ, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍

Gold Silver Price: ସୁନା-ରୁପାର ଯେଉଁ ଦାମ କୁହାଯାଇଛି,  ତା' ଠାରୁ ଆପଣଙ୍କୁ ଅଧିକ ଦାମ୍ ଦେବାକୁ ପଡ଼ିଥାଏ । ଉଦାହରଣ ସ୍ୱରୂପ, ଜିଏସଟି ଓ ଅଳଙ୍କାର ତିଆରି ଚାର୍ଜ ଏଥିରେ ଅନ୍ତର୍ଭୂକ୍ତ ହୋଇଥାଏ । ଏହାସହ ଅଳଙ୍କାରର ଲାଭ ମଧ୍ୟ ଏଥିରେ ଯୋଗ କରାଯାଇଥାଏ । ଏପରି ପରିସ୍ଥିତିରେ ଜିଏସଟି ଓ ଅଳଙ୍କାରର ଆନୁମାନିକ ଲାଭ ଯୋଡିବା ପରେ IBJA ଦ୍ୱାରା ଜାରି ରେଟ୍ ଦେବାକୁ ପଡ଼ିଥାଏ । 

Gold Silver Price: ଗହଣା କିଣିବାର ସୁବର୍ଣ୍ଣ ସୁଯୋଗ: ସୁନା-ରୁପା ଦରରେ ବଡ଼ ଧରଣର ହ୍ରାସ, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍

Gold Silver Price: ଯଦି ଆପଣ ମଧ୍ୟ ସୁନା, ରୁପା କିମ୍ବା ଏହାର ଗହଣା କିଣିବାକୁ ଯୋଜନା କରୁଛନ୍ତି । ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ଗତ କିଛି ଦିନ ଧରି ସୁନା ଓ ରୁପା ମୂଲ୍ୟରେ କ୍ରମାଗତ ହ୍ରାସ ବୃଦ୍ଧି ଲାଗି ରହିଛି । ବାଣିଜ୍ୟ ସପ୍ତାହର ଦ୍ୱିତୀୟ ଦିନ (ମଙ୍ଗଳବାର) ରେ ସୁନା ଓ ରୁପା ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି । ମଙ୍ଗଳବାର ୨୪ କ୍ୟାରେଟ ପ୍ରତି ୧୦ ଗ୍ରାମ ସୁନା ମୂଲ୍ୟ ୧୭୦ ଟଙ୍କା ତଳକୁ ଖସି ୫୭,୨୭୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ୧୦୦ ଟଙ୍କା ତଳକୁ ଖସି କିଲୋଗ୍ରାମ ପିଛା ୭୨,୩୦୦ ଟଙ୍କା ପାଖାପାଖି ଚାଲିଛି । 

ଦେଶରେ ଗତକାଲି (ସୋମବାର) ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟି ନଥିଲା । ଅନ୍ୟପଟେ ଆଜି ଅର୍ଥାତ ଜାନୁଆରୀ ୩୧ରେ ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୭୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୫୭,୨୭୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୫୭,୪୪୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୫୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୫୨,୫୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୫୨,୬୫୦ ଟଙ୍କା ଥିଲା । 

ସେହିପରି ଆଜି ଦେଶରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଦେଖାଦେଇଛି । ଗତକାଲି ଦେଶରେ ରୁପା ମୂଲ୍ୟରେ ୨୦୦ ଟଙ୍କାର ବୃଦ୍ଧି ଘଟିଥିଲା । ଅନ୍ୟପଟେ ଆଜି ରୁପା ମୂଲ୍ୟରେ ୧୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୨,୩୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୨,୪୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୭,୨୩୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୭,୨୪୦ ଟଙ୍କା ଥିଲା ।

ଆଜି ଭୁବନେଶ୍ୱର (Bhubaneswar) ରେ ମଧ୍ୟ ସୁନା ମୂଲ୍ୟ (Gold Price) ରେ ହ୍ରାସ ଘଟିଛି । ଗତକାଲି ଭୁବନେଶ୍ୱରରେ ସୁନା ଦର ସ୍ଥିର ରହିଥିଲା । ସେହିପରି ଆଜି ୧୦ ଗ୍ରାମ ସୁନା ମୂଲ୍ୟରେ ୧୭୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୫୭,୨୭୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଅର୍ଥାତ ସୋମବାର ୧୦ ଗ୍ରାମ ସୁନା ମୂଲ୍ୟ ୫୭,୪୪୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୫୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୫୨,୫୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୫୨,୬୫୦ ଟଙ୍କା ଥିଲା ।

ଆଜି ଭୁବନେଶ୍ୱରରେ ରୁପା (Silver Price) ବି ଶସ୍ତା ହୋଇଛି । ଗତକାଲି ରାଜଧାନୀରେ ରୁପା ମୂଲ୍ୟରେ ୫୦୦ ଟଙ୍କାର ବୃଦ୍ଧି ଘଟିଥିଲା । ସେପଟେ ଆଜି ରୁପା ମୂଲ୍ୟରେ ୨୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୪,୭୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୪,୭୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୭,୪୫୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୭,୪୭୦ ଟଙ୍କା ଥିଲା ।

ସୁନା ବର୍ତ୍ତମାନ ଏହାର ସର୍ବକାଳୀନ ତୁଳନାରେ ୧୦ ଗ୍ରାମ ପିଛା ୬୬୦ ଟଙ୍କା ମୂଲ୍ୟରେ ଶସ୍ତା ବିକ୍ରି ହେଉଛି । ଆପଣଙ୍କୁ କହି ରଖୁଛୁ ଯେ, ଜାନୁଆରୀ ୨୬,  ୨୦୨୩ରେ ସୁନା ଏହାର ସର୍ବକାଳୀନ ଉଚ୍ଚତା ସୃଷ୍ଟି କରିଥିଲା । ସେତେବେଳେ ସୁନା ଦଶ ଗ୍ରାମ ପିଛା ୫୭,୯୩୦ ଟଙ୍କା ସ୍ତରକୁ ଯାଇଥିଲା । ଅନ୍ୟପକ୍ଷରେ ରୁପା ଏହାର ସର୍ବୋଚ୍ଚ ସ୍ତରଠାରୁ କିଲୋଗ୍ରାମ ପ୍ରତି ୭,୬୮୦ ଟଙ୍କା ମୂଲ୍ୟରେ ଶସ୍ତା ବିକ୍ରି ହେଉଛି । ସର୍ବକାଳୀନ ଉଚ୍ଚ ସ୍ତରର ରୁପା ମୂଲ୍ୟ କିଲୋଗ୍ରାମ ପିଛା ୭୯,୯୮୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ-ଯଦି ଜିତିବାର ଅଛି ବିଶ୍ୱକପ ତ କରିବାକୁ ପଡ଼ିବ ଏହି ବଡ଼ କାମ, ସୌରଭ ଗାଙ୍ଗୁଲି ଦେଲେ ରୋହିତ ଶର୍ମାଙ୍କୁ ପରାମର୍ଶ

ଅଧିକ ପଢ଼ନ୍ତୁ-ବ୍ଲୁ ଫିଲ୍ମ ତିଆରି କରୁଥିଲେ ମହିଳା ପୋଲିସ କର୍ମୀ, ଏବେ ଚାକିରିରୁ ହେଲେ ବିଦା

ଅଧିକ ପଢ଼ନ୍ତୁ-କେନ୍ଦ୍ର କର୍ମଚାରୀଙ୍କ ପାଇଁ ମଙ୍ଗଳ ହେବ ମଙ୍ଗଳବାର!

ଗହଣା ବଜାରର ଗଣିତକୁ ବୁଝନ୍ତୁ 

ସୁନା-ରୁପାର ଯେଉଁ ଦାମ କୁହାଯାଇଛି,  ତା' ଠାରୁ ଆପଣଙ୍କୁ ଅଧିକ ଦାମ୍ ଦେବାକୁ ପଡ଼ିଥାଏ । ଉଦାହରଣ ସ୍ୱରୂପ, ଜିଏସଟି ଓ ଅଳଙ୍କାର ତିଆରି ଚାର୍ଜ ଏଥିରେ ଅନ୍ତର୍ଭୂକ୍ତ ହୋଇଥାଏ । ଏହାସହ ଅଳଙ୍କାରର ଲାଭ ମଧ୍ୟ ଏଥିରେ ଯୋଗ କରାଯାଇଥାଏ । ଏପରି ପରିସ୍ଥିତିରେ ଜିଏସଟି ଓ ଅଳଙ୍କାରର ଆନୁମାନିକ ଲାଭ ଯୋଡିବା ପରେ IBJA ଦ୍ୱାରା ଜାରି ରେଟ୍ ଦେବାକୁ ପଡ଼ିଥାଏ । ଏଠାରେ କହି ରଖୁଛୁ ଯେ, IBJA ଦ୍ୱାରା ଜାରି କରାଯାଇଥିବା ରେଟ୍ ସାରା ଦେଶରେ ସର୍ବମାନ୍ୟ ହୋଇଥାଏ ।