Himachal Pradesh Election 2022: ହିମାଚଳ ପ୍ରଦେଶ ପାଇଁ ବିଜେପି ଜାରି କଲା ୬୨ ପ୍ରାର୍ଥୀଙ୍କ ପ୍ରଥମ ତାଲିକା, ଦେଖନ୍ତୁ କିଏ କେଉଁଠୁ ଲଢ଼ିବେ ନିର୍ବାଚନ
Advertisement
Article Detail0/zeeodisha/odisha1401729

Himachal Pradesh Election 2022: ହିମାଚଳ ପ୍ରଦେଶ ପାଇଁ ବିଜେପି ଜାରି କଲା ୬୨ ପ୍ରାର୍ଥୀଙ୍କ ପ୍ରଥମ ତାଲିକା, ଦେଖନ୍ତୁ କିଏ କେଉଁଠୁ ଲଢ଼ିବେ ନିର୍ବାଚନ

Himachal Pradesh Election 2022: ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ସିରାଜ ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଅନିଲ ଶର୍ମାଙ୍କୁ ମାଣ୍ଡିରୁ ଟିକେଟ ଦିଆଯାଇଛି । ସତ୍ୟପାଲ ସିଂ ସତ୍ତୀଙ୍କୁ ଉନାରୁ ମୈଦାନକୁ ଓହ୍ଲାଯାଇଛି । ନଭେମ୍ବର ୧୨ରେ ହିମାଚଳ ପ୍ରଦେଶରେ ମତଦାନ ଅନୁଷ୍ଠିତ ହେବ ଓ ଡିସେମ୍ବର ୮ରେ ମତ ଗଣନା କରାଯିବ ।

Himachal Pradesh Election 2022: ହିମାଚଳ ପ୍ରଦେଶ ପାଇଁ ବିଜେପି ଜାରି କଲା ୬୨ ପ୍ରାର୍ଥୀଙ୍କ ପ୍ରଥମ ତାଲିକା, ଦେଖନ୍ତୁ କିଏ କେଉଁଠୁ ଲଢ଼ିବେ ନିର୍ବାଚନ

ନୂଆଦିଲ୍ଲୀ: Himachal Pradesh Election 2022: ଭାରତୀୟ ଜନତା ପାର୍ଟି (BJP) ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୬୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ସିରାଜ ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଅନିଲ ଶର୍ମାଙ୍କୁ ମାଣ୍ଡିରୁ ଟିକେଟ ଦିଆଯାଇଛି । ସତ୍ୟପାଲ ସିଂ ସତ୍ତୀଙ୍କୁ ଉନାରୁ ମୈଦାନକୁ ଓହ୍ଲାଯାଇଛି । ନଭେମ୍ବର ୧୨ରେ ହିମାଚଳ ପ୍ରଦେଶରେ ମତଦାନ ଅନୁଷ୍ଠିତ ହେବ ଓ ଡିସେମ୍ବର ୮ରେ ମତ ଗଣନା କରାଯିବ ।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ପିତା ତଥା ପୂର୍ବତନ ସିଏମ ପ୍ରେମ କୁମାର ଧୁମଲଙ୍କୁ ଟିକେଟ ଦିଆଯାଇ ନାହିଁ । ଅନୁରାଗଙ୍କ ଶ୍ୱଶୁର ଗୁଲାବ ସିଂଙ୍କୁ ମଧ୍ୟ ଟିକେଟରୁ ବଞ୍ଚିତ  କରାଯାଇଛି । ୨୦୧୭ ନିର୍ବାଚନରେ ​​ଉଭୟଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଚୁରାହ ଆସନରୁ ହଂସସରାଜ, ଭରମୌରୁ ଡକ୍ଟର ଜନ୍ନକ ରାଜ, ଚମ୍ବାରୁ ଇନ୍ଦିରା କପୁର, ଡାଲହୋଇରୁ ଡି.ଏସ୍ ଠାକୁର, ଭାଟିଆଲରୁ ବିକ୍ରମ ଜରିୟାଲ, ନୁରପୁରରୁ ରଣଭୀର ସିଂ, ଇନ୍ଦୌରରୁ ରୀତା ଧିମାନ, ଫତେହପୁରରୁ ରାକେଶ ପଠାନିଆ, ଜାୱାଲିରୁ ସଞ୍ଜୟ ଗୁଲେରିଆ, ଜସନ-ପ୍ରଙ୍ଗପୁରରୁ ବିକ୍ରମ ଠାକୁର, ଜୟସିଂହପୁରରୁ ରବିନ୍ଦର ଧିମାନଙ୍କୁ ଟିକେଟ ଦିଆଯାଇଛି ।

ଭିପିନ୍ ସିଂ ପରମାରଙ୍କୁ ସୁଲା ଆସନରୁ ମୈଦାନକୁ ଓହ୍ଲାଯାଇଛି । ନଗରୋଟାରୁ ଅରୁଣ କୁମାର ମେହେରା (କୁକା), କାଙ୍ଗଡ଼ାରୁ ପୱନ କାଜଲ, ଶାହପୁରରୁ ସରବିନ ଚୌଧୁରୀ, ଧର୍ମଶାଳାରୁ ରାକେଶ ଚୌଧୁରୀ ମୈଦାନକୁ ଓହ୍ଲାଇଛନ୍ତି । ପାଲାମପୁରରୁ ତ୍ରିଲୋକ କପୁର, ବୈଜନାଥରୁ ମୁଲଖରାଜ ପ୍ରିମି, ଲାହୌଲ ଓ ସ୍ପିତିରେ ରାମଲାଲ ମାର୍କଣ୍ଡେୟଙ୍କ ଉପରେ ଭରସା କରାଯାଇଛି ।

ମନାଲିରୁ ଗୋବିନ୍ଦ ସିଂ ଠାକୁର, ବଞ୍ଜରରୁ ସୁରେନ୍ଦର କୁମାର, କରସୋଗରୁ ଦୀପରାଜ କପୁର, ସୁନ୍ଦରନଗରରୁ ରାକେଶ ଜାମ୍ବାଓ, ନାଚାନରୁ ବିନୋଦ କୁମାର, ଦରଙ୍ଗରୁ ପୁରଣ ଚାନ୍ଦ ଠାକୁର, ଯୋଗୀନ୍ଦ୍ରନଗରରୁ ପ୍ରକାଶ ରାଣା, ଧର୍ମପୁରରୁ ରଜତ ଠାକୁର, ମଣ୍ଡିରୁ ଅନିଲ ଶର୍ମା ଟିକେଟ ପାଇଛନ୍ତି । ବଲ୍ହରୁ ଇନ୍ଦର ସିଂ ଗାନ୍ଧୀ, ଭରଞ୍ଜରରୁ ଅନିଲ ଧିମାନ, ସୁଜାନପୁରରୁ କ୍ୟାପଟେନ (ଅବସରପ୍ରାପ୍ତ) ରଣଜିତ ସିଂ, ହମିରପୁରରୁ ନରେନ୍ଦ୍ର ଠାକୁର, ନାଦୌନରୁ ବିଜୟ ଅଗ୍ନିହୋତ୍ରୀ ନିର୍ବାଚନ ଲଢ଼ିବେ ।

ଅଧିକ ପଢ଼ନ୍ତୁ:-ହିମାଚଳ ପ୍ରଦେଶ ପାଇଁ କଂଗ୍ରେସ ଜାରି କଲା ପ୍ରଥମ ପ୍ରାର୍ଥୀ ତାଲିକା, ସମସ୍ତଙ୍କୁ ଚମକାଇଲା ଦଳ

ଅଧିକ ପଢ଼ନ୍ତୁ:-ହିମାଚଳରୁ ନିରାଶ ହେଲେ କେଜ୍ରିୱାଲ! ଏବେ ଗୁଜୁରାଟରୁ ହିଁ ଆଶା, କିନ୍ତୁ...

ଅଧିକ ପଢ଼ନ୍ତୁ:-ଲଗାତର ମିଳୁଛି ଅସଫଳତା ତ କରନ୍ତୁ ଏହି କାମ, ଆପଣଙ୍କ ହାତ ମୁଠାରେ ରହିବ ସଫଳତା

ଚିନ୍ତପୁର୍ନିରୁ ବଲଭୀର ସିଂ ଚୌଧୁରୀ, ଗରରେଟରୁ ରାଜେଶ ଠାକୁର, କୁଟଲୌହଡ଼ରୁ ବିରେନ୍ଦ୍ର କନୱର, ଝଣ୍ଡୁତାରୁ ଜେ.ଆର. କଟବଲ, ଘୁମାରମ୍ୱୀରୁ ରାଜେନ୍ଦ୍ର ଗର୍ଗ, ବିଲାସପୁରରୁ ତ୍ରିଲୋକ ଜମ୍ବାଲ, ନୈନା ଦେବୀଜୀରୁ ରଣଧୀର ଶର୍ମା, ଅର୍କିରୁ ଗୋବିନ୍ଦ ରାମ ଶର୍ମା, ନାଲାଗଡ଼ରୁ ଲଖବିନ୍ଦ୍ର ରାଣା, ଡୁନରୁ ସରଦାର ପରମଜିତ ସିଂ, ସୋଲନରୁ ରାଜେଶ କାଶ୍ୟପ, କସୌଲିରୁ ରାଜୀବ ସୈଜଲ, ପଚ୍ଛାଦରୁ ରୀନା କାଶ୍ୟପ, ନାହନରୁ ରାଜୀବନ ବିନ୍ଦଲ, ରେନୁକାଜୀରୁ ନାରାୟଣ ସିଂ, ପମ୍ବଟା ସାହିରୁ ସୁଖରାମ ଚୌଧୁରୀ, ଶାଲାଇରୁ ବଲଦେବ ତୋମାର, ଚୌପାଲରୁ ବଲବୀର ବର୍ମା , ଠିୟୋଗରୁ ଅଜୟ ଶ୍ୟାମ, କସୁମ୍ପଟି ସୁରେଶ ଭରଦ୍ୱାଜ, ଶିମଲାରୁ ସଞ୍ଜୟ ସୁଦଙ୍କୁ ଟିକେଟ ଦିଆଯାଇଛି ।