Himachal Pradesh Election 2022: ହିମାଚଳରୁ ନିରାଶ ହେଲେ କେଜ୍ରିୱାଲ! ଏବେ ଗୁଜୁରାଟରୁ ହିଁ ଆଶା, କିନ୍ତୁ...
Advertisement
Article Detail0/zeeodisha/odisha1401444

Himachal Pradesh Election 2022: ହିମାଚଳରୁ ନିରାଶ ହେଲେ କେଜ୍ରିୱାଲ! ଏବେ ଗୁଜୁରାଟରୁ ହିଁ ଆଶା, କିନ୍ତୁ...

Himachal Pradesh Election 2022: ବର୍ତ୍ତମାନ ଗୁଜୁରାଟରେ ଭାରତୀୟ ଜନତା ପାର୍ଟି ସରକାର କ୍ଷମତାରେ ଅଛି । କଂଗ୍ରେସ ମଧ୍ୟ ଦମ୍ ଦେଖାଉଛି । ବର୍ତ୍ତମାନ ରାଜ୍ୟର ରାଜନୈତିକ ଇତିହାସ କହୁଛି ଯେ, ଗତ କିଛି ଦଶନ୍ଧି ଧରି ଏଠାରେ ବିଜେପି ବ୍ୟତୀତ ଅନ୍ୟ କୌଣସି ଦଳ କ୍ଷମତାକୁ ଫେରି ପାରିନାହିଁ ।

Himachal Pradesh Election 2022: ହିମାଚଳରୁ ନିରାଶ ହେଲେ କେଜ୍ରିୱାଲ! ଏବେ ଗୁଜୁରାଟରୁ ହିଁ ଆଶା, କିନ୍ତୁ...

ନୂଆଦିଲ୍ଲୀ: Arvind Kejriwal on Himachal Pradesh Election 2022: ଦିଲ୍ଲୀ ଓ ପଞ୍ଜାବ ପରେ ଅନ୍ୟ ରାଜ୍ୟଗୁଡ଼ିକରେ ଆମ୍ ଆଦମୀ ପାର୍ଟିକୁ ବିସ୍ତାର କରିବାକୁ ଚାହିୁଁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ଗୁଜୁରାଟରୁ ହିଁ ଆଶା ଦେଖୁଛନ୍ତି । ଖବର ମୁତାବକ,  ଗୋଟିଏ ପରେ ଗୋଟିଏ ଝଟକା ମିଳିଥିବାର ଦେଖି ହିମାଚଳ ପ୍ରଦେଶରେ ଦଳର ପ୍ଲାନ୍ ବିଫଳ ହୋଇଥିବାର ଜଣାପଡିଛି । ଏହାର ସଂକେତ ଆପର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ରାଜନୈତିକ ପଦକ୍ଷେପରୁ ମଧ୍ୟ ମିଳୁଛି । ସେ ପାହାଡ଼ ରାଜ୍ୟରେ ଗତିବିଧିକୁ ହ୍ରାସ କରିଦେଇଛନ୍ତି ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦଳରେ ଏପରି ଧାରଣା ହୋଇଯାଇଛି ଯେ କେଜ୍ରିୱାଲଙ୍କ ସମେତ ଶୀର୍ଷ ନେତୃତ୍ୱ ହିମାଚଳ ଉପରେ ପ୍ରୟାସ କରିବା ଛାଡ଼ି ଦେଇଛନ୍ତି । ଏଥି ସହିତ ଦଳ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୃହ ରାଜ୍ୟ ଗୁଜୁରାଟରେ ସମସ୍ତ ଶକ୍ତି ଲଗାଇଛି । ବର୍ତ୍ତମାନ ରାଜ୍ୟରେ ଭାରତୀୟ ଜନତା ପାର୍ଟି (BJP) ସରକାର କ୍ଷମତାରେ ଅଛି । କଂଗ୍ରେସ ମଧ୍ୟ ଦମ୍ ଦେଖାଉଛି । ବର୍ତ୍ତମାନ ରାଜ୍ୟର ରାଜନୈତିକ ଇତିହାସ କହୁଛି ଯେ, ଗତ କିଛି ଦଶନ୍ଧି ଧରି ଏଠାରେ ବିଜେପି ବ୍ୟତୀତ ଅନ୍ୟ କୌଣସି ଦଳ କ୍ଷମତାକୁ ଫେରି ପାରିନାହିଁ ।

ଭାରତୀୟ ନିର୍ବାଚନ ଆୟୋଗ ନଭେମ୍ବର ୧୨ରେ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ ଗୁଜୁରାଟର ତାରିଖ ଘୋଷଣା କରାଯାଇ ନାହିଁ । ଏହା ପରେ ମଧ୍ୟ ଅକ୍ଟୋବର ୧୬ ଅର୍ଥାତ୍ ରବିବାର କେଜ୍ରିୱାଲ ଭାବନଗରରେ ଗର୍ଜିଛନ୍ତି । କେବଳ ଏତିକି ନୁହେଁ ପଞ୍ଜାବର ଅନେକ ମନ୍ତ୍ରୀ ଓ ବିଧାୟକ  ଗୁଜରାଟରେ ଦେଖାଯାଉଛନ୍ତି । ଇଣ୍ଡିଆନ୍ ଏକ୍ସପ୍ରେସ ଅନୁଯାୟୀ, ସେମାନଙ୍କ ମଧ୍ୟରୁ କେତେକ କହିଛନ୍ତି ଯେ, ସେମାନେ ଜାଣି ପାରୁନାହାଁନ୍ତି କି ପଡ଼ୋଶୀ ହିମାଚଳଙ୍କୁ କାହିଁକି ସେମାନଙ୍କୁ ପଠାଯାଉ ନାହିଁ । ଏହା ପରିବର୍ତ୍ତେ ସେମାନଙ୍କୁ ଏକ ଭିନ୍ନ ସାଂସ୍କୃତିକ ପରିବେଶ ଥିବା ରାଜ୍ୟକୁ ପଠାଯାଉଛି, ଯେଉଁଠାରେ ଭାଷା ମଧ୍ୟ ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି ।

ଜଣେ AAP ନେତା କହିଛନ୍ତି ଯେ, ଜୁଲାଇ ୨୫ରେ କେଜ୍ରିୱାଲ ଓ ଭଗବନ୍ତ ମାନ୍ ଏକ ଭର୍ଚୁଆଲ୍ ରାଲିରେ ସମ୍ବୋଧିତ କରିବା ପରେ କେଜ୍ରିୱାଲଙ୍କୁ ପାହାଡ ରାଜ୍ୟରେ ଦେଖିବାକୁ ମିଳି ନଥିଲା । ପାର୍ଟି ୟୁନିଟ୍ ଉପରେ ସବୁକିଛି ଛାଡି ଦିଆଯାଇଛି । ହିମାଚଳ ପ୍ରଦେଶରେ AAP ର ପ୍ରସ୍ତୁତି ବହୁ ପୂର୍ବରୁ ଆରମ୍ଭ ହୋଇଥିଲା । ମାର୍ଚ୍ଚରେ କେଜ୍ରିୱାଲଙ୍କ ନିକଟୀୟ କୁହାଯାଉଥିବା ଦୁର୍ଗେଶ ପାଠକଙ୍କୁ AAP ରାଜ୍ୟ ପ୍ରଭାରୀ କରିଥିଲା । ଏହା ପରେ ଦଳକୁ ଏପ୍ରିଲରେ ପ୍ରଥମ ଝଟକା ଲାଗିଥିଲା । ତତ୍କାଳୀନ ଦଳର ମୁଖ୍ୟ ଅନୁପ କେଶରୀ, ସତୀଶ ଠାକୁର ଏବଂ ଇକବାଲ ସିଂଙ୍କ ପରି ଭେଟେରାନ ନେତା ବିଜେପିରେ ଯୋଗ ଦେଇଥିଲେ । ଖାସ୍ କଥା ହେଉଛି ନେତାଙ୍କ ଦଳ ପରିବର୍ତ୍ତନର ଦୁଇ ଦିନ ପୂର୍ବରୁ କେଜ୍ରିୱାଲ ଓ ମାନ ମାଣ୍ଡିରେ 'ତିରଙ୍ଗା ଯାତ୍ରା' କରିଥିଲେ ।

ଅଧିକ ପଢ଼ନ୍ତୁ:-ଲଗାତର ମିଳୁଛି ଅସଫଳତା ତ କରନ୍ତୁ ଏହି କାମ, ଆପଣଙ୍କ ହାତ ମୁଠାରେ ରହିବ ସଫଳତା

ଅଧିକ ପଢ଼ନ୍ତୁ:-ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ପାକିସ୍ତାନୀ ଦିଗଜ ଟିମ୍ ଇଣ୍ଡିଆର ଉଡ଼ାଇଲେ ମଜାକ, ଜାଣନ୍ତୁ କ'ଣ କହିଲେ

ଅଧିକ ପଢ଼ନ୍ତୁ:-ବିରାଟ କୋହଲିଙ୍କୁ ନେଇ ଏ କ'ଣ କହିଗଲେ ଗୌତମ ଗମ୍ଭୀର

 

ଏହା ପରେ ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ କରାଯାଇଥିଲା । ଅକ୍ଟୋବର ୧୪ରେ AAP ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ହରଜୋଟ୍ ବ୍ୟାନ୍ସଙ୍କୁ ରାଜ୍ୟର ପ୍ରଭାରୀ ଭାବେ ନିଯୁକ୍ତ କରାାଇଥିଲା । ଅନ୍ୟପଟେ ରାଜ୍ୟସଭା ସାଂସଦ ରାଘବ ଚଡ୍ଢାଙ୍କୁ ଗୁଜରାଟର ସହ ପ୍ରଭାରୀ କରାଯାଇଥିଲା । AAP ଏପର୍ଯ୍ୟନ୍ତ ରାଜ୍ୟରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ । ଯେଉଁଠାରେ, ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେଉଛି ଅକ୍ଟୋବର ୨୫ । ବ୍ୟାନ୍ସ କହିଛନ୍ତି ଯେ, ଦଳ ହିମାଚଳ ପ୍ରଦେଶର ସମସ୍ତ ୬୮ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ।