Elon Musk Twitter Account: ପୂର୍ବତନ ପ୍ରେମିକାଙ୍କ ଆକାଉଣ୍ଟ ଡିଲିଟ କରିବାର ଗୋଟିଏ ଦିନ ପରେ ଚୋରି ହୋଇଗଲା ଏଲୋନଙ୍କ ଟ୍ୱିଟର ଆକାଉଣ୍ଟ, ମସ୍କ ନେଲେ ବଡ଼ କାର୍ଯ୍ୟାନୁଷ୍ଠାନ
Advertisement
Article Detail0/zeeodisha/odisha1426624

Elon Musk Twitter Account: ପୂର୍ବତନ ପ୍ରେମିକାଙ୍କ ଆକାଉଣ୍ଟ ଡିଲିଟ କରିବାର ଗୋଟିଏ ଦିନ ପରେ ଚୋରି ହୋଇଗଲା ଏଲୋନଙ୍କ ଟ୍ୱିଟର ଆକାଉଣ୍ଟ, ମସ୍କ ନେଲେ ବଡ଼ କାର୍ଯ୍ୟାନୁଷ୍ଠାନ

ବ୍ଲ୍ୟୁଫୋର୍ଡ ତାଙ୍କ ଟ୍ୱିଟରରେ ଲେଖିଥିଲେ କି କମରିୟା ଲପାଲପ, ଲଲିପପ ଲାଗେଲୁ। ଏହା ଏକ ଭୋଜପୁରୀ ଗୀତ। ଏହାକୁ ପବନ ସିଂହ ଗାଇଥିଲେ। ସବୁଠାରୁ ମଜାଦାର କଥା ହେଉଛି କି ଏହି ପୋଷ୍ଟରେ ପବନ ସିଂହ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଥିଲେ। 

Elon Musk Twitter Account: ପୂର୍ବତନ ପ୍ରେମିକାଙ୍କ ଆକାଉଣ୍ଟ ଡିଲିଟ କରିବାର ଗୋଟିଏ ଦିନ ପରେ ଚୋରି ହୋଇଗଲା ଏଲୋନଙ୍କ ଟ୍ୱିଟର ଆକାଉଣ୍ଟ, ମସ୍କ ନେଲେ ବଡ଼ କାର୍ଯ୍ୟାନୁଷ୍ଠାନ

Elon Musk Twitter Account: ନୂଆଦିଲ୍ଲୀ: ଶୀର୍ଷକ ପଢି ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି କି। ଯଦି ହେଉଥାନ୍ତି, ତାହା ହେଲେ ଆପଣ ଠିକ ଭାବିଛନ୍ତି। କାରଣ ଏବେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ରହିଥିବା ଏଲୋନ ମସ୍କଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଛି। କେବଳ ହ୍ୟାକ ହୋଇନି ବରଂ ସେଥିରେ ହିନ୍ଦି ଓ ଭୋଜପୁରୀ ଭାଷାରେ ଟ୍ୱିଟ ମଧ୍ୟ କରାଯାଇଛି। ଯାହା ଏବେ ଟ୍ୱିଟରରେ ନିଆଁ ଲଗାଇଛି। 

ତେବେ ଏଲୋନଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ କରାଯାଇ ସେଥିରେ କିଛି ଏଲୋନ ମସ୍କଙ୍କ ନାଁ, ଡିପି ଓ କଭର ଫଟୋ ମଧ୍ୟ ବଦଳାଇଛି। ଯାହା ମସ୍କଙ୍କର ଅସଲି ଆକାଉଣ୍ଟରେ ରହିଥିଲା। ଏହା ପରେ ଟ୍ୱିଟର ଆକାଉଣ୍ଟରେ ମସ୍କଙ୍କୁ କଡ଼ା ଭାଷାରେ ସମାଲୋଚନା କରି ଆସୁଥିଲା। କେତେବେଳେ ଭୋଜପୁରୀ ଗୀତକୁ ପୋଷ୍ଟ କରୁଥିଲା ତ କେତେବେଳେ ଟୁକଡ଼େ ଟୁକଡ଼େ ଗ୍ୟାଙ୍ଗ ନାଁରେ ପୋଷ୍ଟ କରୁଥିଲା। ଦିନ ତମାମ ଏଭଳି କରୁଥିଲା ହ୍ୟାକର। ତେବେ ସନ୍ଧ୍ୟା ହେଉ ହେଉ ଏଲୋନ ମସ୍କଙ୍କୁ ଉକ୍ତ କାରନାମା ସମ୍ପର୍କରେ ଜଣାପଡ଼ିବା ପରେ ଉକ୍ତ ହ୍ୟାକରର ଆକାଉଣ୍ଟକୁ ଡିଲିଟ କରିଦେଇଛନ୍ତି ଏଲୋନ। 

ମିଳିଥିବା ସୂଚନା ଅନୁଯାୟୀ ଅଷ୍ଟ୍ରେଲିଆର ଜଣେ ହିନ୍ଦୀ ପ୍ରଫେସର ଇଆନ ବ୍ଲ୍ୟୁଫୋର୍ଡ଼ ଏଲୋନଙ୍କ ଆକାଉଣ୍ଟକୁ ହ୍ୟାକ କରିଥିଲେ। ଇଆନ ବ୍ଲ୍ୟୁଫୋର୍ଡ ଆମେରିକାର ବାସିନ୍ଦା। କିନ୍ତୁ ଅଷ୍ଟ୍ରେଲିଆରେ ରହି ଲା ଟ୍ରୋବ ହିନ୍ଦୀ ଭାଷାରେ ଶିକ୍ଷାଦାନ କରି ଆସୁଛନ୍ତି। ବେଳେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ହିନ୍ଦୀରେ ପୋଷ୍ଟ କରିବା ସହିତ ହିନ୍ଦୀରେ ଗୀତ ବୋଲି ଭିଡ଼ିଓ କରି ଟ୍ୱିଟରରେ ପୋଷ୍ଟ କରିଥାନ୍ତି। କିନ୍ତୁ ଶନିବାର ବ୍ଲୁଫୋର୍ଡର ଟ୍ୱିଟର ଆକାଉଣ୍ଟ ହ୍ୟାଣ୍ଡେଲରୁ କିଛି ଏଭଳି କାମ କରିଥିଲେ ଯାହା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ କରିଛନ୍ତି। 

ବ୍ଲ୍ୟୁଫୋର୍ଡ ତାଙ୍କ ଟ୍ୱିଟରରେ ଲେଖିଥିଲେ କି କମରିୟା ଲପାଲପ, ଲଲିପପ ଲାଗେଲୁ। ଏହା ଏକ ଭୋଜପୁରୀ ଗୀତ। ଏହାକୁ ପବନ ସିଂହ ଗାଇଥିଲେ। ସବୁଠାରୁ ମଜାଦାର କଥା ହେଉଛି କି ଏହି ପୋଷ୍ଟରେ ପବନ ସିଂହ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଥିଲେ। ସେ ଆହୁରି ମଧ୍ୟ ଲେଖିଥିଲେ କି ୟେ ବିକ ଗୟୀ ହେ ଚିଡ଼ିଆ। ଟ୍ୱିଟର ତେରେ ଟୁକଡେ ହୋଙ୍ଗେ, ଗ୍ୟାଙ୍ଗକୁ ମଧ୍ୟ ୮ ଡଲାର ଦେବାକୁ ହେବ। ସେ ଆଉ ଏକ ଟ୍ୱିଟରେ ଲେଖିଥିଲେ କି ଏସି ଛୋଟି ଛୋଟି ବାତେଁ ବଡ଼େ ବଡ଼େ ଦେଶୋ ମେଁ ହୋତି ରେହତେ ହେଁ। ସେହିପରି ଆଉ ଏକ ଟ୍ୱିଟରେ ଲେଅଫର ହ୍ୟାସଟାଗ ପୋଷ୍ଟ କରିଛନ୍ତି। 

ତେବେ ଆରମ୍ଭରୁ ଟ୍ୱିଟର ୟୁଜରମାନେ ଭାବିଥିଲେ କି ଏଲୋନ ମସ୍କଙ୍କ ଟ୍ୱିଟର ହ୍ୟାଣ୍ଡେଲ ହ୍ୟାକ ହୋଇଯାଇଥିଲେ। କିନ୍ତୁ ପରେ ବ୍ଲ୍ୟୁ ଫୋର୍ଡ ଏପରି କରିଥିବା ଜଣାପଡ଼ିଥିଲା। ତେବେ ବିଗତ କିଛି ଦିନ ହେବ ଏଲୋନ ମସ୍କ ଓ ଟ୍ୱିଟର ଚର୍ଚ୍ଚାରେ ରହିଛନ୍ତି। କର୍ମଚାରୀ ଛଟେଇ, ବ୍ୟବସାୟୀକରଣ, ଅଥରାଇଜଡ଼ ଆକାଉଣ୍ଟରୁ ଅର୍ଥ ଆଦାୟ ଭଳି ପଦକ୍ଷେପ ପାଇଁ ଏଲୋନ ଚର୍ଚ୍ଚାରେ ରହିଛନ୍ତି। 

ଅଧିକ ପଢନ୍ତୁ: Padampur byPoll : ମାସକ ପରେ ପଦ୍ମପୁର ଉପନିର୍ବାଚନ, ୮ରେ ଫଳ