ଜିଓକୁ ୭ ବର୍ଷ, ଗ୍ରାହକଙ୍କୁ କମ୍ପାନୀର ଉପହାର, ୩ଟି ଲୋକପ୍ରିୟ ପ୍ଲାନରେ ଅଧିକ ଡାଟା ଓ ସ୍ୱତନ୍ତ୍ର ଭାଉଚର୍
Advertisement
Article Detail0/zeeodisha/odisha1858826

ଜିଓକୁ ୭ ବର୍ଷ, ଗ୍ରାହକଙ୍କୁ କମ୍ପାନୀର ଉପହାର, ୩ଟି ଲୋକପ୍ରିୟ ପ୍ଲାନରେ ଅଧିକ ଡାଟା ଓ ସ୍ୱତନ୍ତ୍ର ଭାଉଚର୍

Reliance Jio: ସପ୍ତମ ବାର୍ଷିକୀ ଅବସରରେ ରିଲାଏନ୍ସ ଜିଓ ସେପ୍ଟେମ୍ବର ୫ ରୁ ସେପ୍ଟେମ୍ବର ୨୦ ମଧ୍ୟରେ ହୋଇଥିବା ରିଚାର୍ଜ ପାଇଁ ଅତିରିକ୍ତ ଡାଟା ଏବଂ ସ୍ୱତନ୍ତ୍ର ଭାଉଚର ପ୍ରଦାନ କରିଛି ।

ଜିଓକୁ ୭ ବର୍ଷ, ଗ୍ରାହକଙ୍କୁ କମ୍ପାନୀର ଉପହାର, ୩ଟି ଲୋକପ୍ରିୟ ପ୍ଲାନରେ ଅଧିକ ଡାଟା ଓ ସ୍ୱତନ୍ତ୍ର ଭାଉଚର୍

Reliance Jio: ସାତ ବର୍ଷ ପୂର୍ବେ ୫ ସେପ୍ଟେମ୍ବର ୨୦୧୬ ରେ ରିଲାଏନ୍ସ ଜିଓ ଦେଶରେ ପ୍ରବେଶ କରିଥିଲା ​​। ଏହାର ଆଗମନ ସହିତ ଆଉଟ୍ ଗୋଇଙ୍ଗ କଲିଂ (Out going calling)ର ଯୁଗ ଶେଷ ହେଲା । ରିଲାଏନ୍ସ ଜିଓ ଭାରତର ପ୍ରଥମ କମ୍ପାନୀ ହେଲା, ଯିଏ ଆଉଟଗୋଇଙ୍ଗ କଲ୍ ସଂପୂର୍ଣ୍ଣ ମାଗଣା କରିଥିଲା ​​ଓ ଏହା ଆଜି ପର୍ଯ୍ୟନ୍ତ ଜାରି ରହିଛି । ଜିଓ ଆଜି ୭ ତମ ବାର୍ଷିକୀ ପାଳନ କରୁଛି ଏବଂ ଏହି ଖୁସିରେ କମ୍ପାନୀ ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର (Big news) ଘୋଷଣା କରିଛି । ସପ୍ତମ ବାର୍ଷିକୀ ଅବସରରେ ରିଲାଏନ୍ସ ଜିଓ (Reliance jio) ସେପ୍ଟେମ୍ବର ୫ ରୁ ସେପ୍ଟେମ୍ବର ୨୦ ମଧ୍ୟରେ ହୋଇଥିବା ରିଚାର୍ଜ ପାଇଁ ଅତିରିକ୍ତ ଡାଟା ଏବଂ ସ୍ୱତନ୍ତ୍ର ଭାଉଚର (special vouchers) ପ୍ରଦାନ କରିଛି । ଏହି ଅଫର କମ୍ପାନୀର ୨୯୯, ୭୪୯ ଟଙ୍କା ଓ ୨,୯୯୯ ଟଙ୍କା ରିଚାର୍ଜ ଯୋଜନାରେ ଉପଲବ୍ଧ । ଯୋଜନାରେ କେଉଁ ଲାଭ ମିଳିବ ଆସନ୍ତୁ ଜାଣିବା ।

ଜିଓ ୨୯୯ ଟଙ୍କିଆ ଯୋଜନା: ରିଲାଏନ୍ସ ଜିଓର ୨୯୯ ଟଙ୍କା ଯୋଜନା ୨୮ ଦିନର ବୈଧତା ସହିତ ଆସିଥାଏ ଏବଂ ଏହି ଯୋଜନାରେ ପ୍ରତିଦିନ ୨ ଜିବି ଡାଟା ମିଳିଥାଏ। ଏହି ଯୋଜନା ସହିତ ଗ୍ରାହକଙ୍କୁ ପ୍ରତିଦିନ ୧୦୦ ମେସେଜର ସୁବିଧା ମଧ୍ୟ ଦିଆଯାଉଛି । ସ୍ୱତନ୍ତ୍ର ଅଫର ଅନୁଯାୟୀ, ପ୍ଲାନ୍ ଅଫରରେ ୭ ଜିବି ଡାଟା ଅତିରିକ୍ତ ଉପଲବ୍ଧ ହେବ ।

ଜିଓ ୭୪୯ ଟଙ୍କା ଯୋଜନା: ଜିଓର ୭୪୯ ଟଙ୍କା ଯୋଜନା ବ୍ୟବହାରକାରୀଙ୍କୁ ଅସୀମିତ କଲିଂ ସୁବିଧା (Unlimited calling facility) ଦିଆଯାଉଛି । ଏଥିରେ ପ୍ରତିଦିନ ୨ଜିବି ଡାଟା ଦିଆଯାଏ । ଏହି ଯୋଜନାର ୯୦ ଦିନର ବୈଧତା ରହିଛି । ଏଥିରେ ପ୍ରତିଦିନ ୧୦୦ ମାଗଣା SMS ମଧ୍ୟ ଦିଆଯାଏ । ବିଶେଷ ଅବସରରେ, ରିଲାଏନ୍ସ ଜିଓ ଏହି ଯୋଜନା ସହିତ ୧୪ ଜିବି ଅତିରିକ୍ତ ଡାଟା (14 GB Data) ଦେଉଛି ।

ଜିଓ ୨୯୯୯ ଟଙ୍କା ଯୋଜନା: ରିଲାଏନ୍ସ ଜିଓର ୨୯୯୯ ଟଙ୍କା ଯୋଜନା ୩୬୫ ଦିନର ବୈଧତା ସହିତ ଆସିଥାଏ । ଏହି ବାର୍ଷିକ ଯୋଜନାରେ ପ୍ରତିଦିନ ୨.୫ ଡାଟା ଓ ୧୦୦ SMS ଉପଲବ୍ଧ । ଯୋଜନା ସହିତ ଉପଭୋକ୍ତାମାନଙ୍କୁ ଅସୀମିତ କଲିଂର (Unlimited calling) ସୁବିଧା ମଧ୍ୟ ଦିଆଯାଏ । ଏହି ଯୋଜନା ସହିତ ୨୧ GB ଅତିରିକ୍ତ ଡାଟା (7GBx3 Coupon) ଦିଆଯାଉଛି ।

Also Read- Ollywood News: ବ୍ୟୟ ବହୁଳ ଓଡ଼ିଆ ଚଳଚ୍ଚିତ୍ର "ପ୍ରଥା"ର ଗୀତ ରିଲିଜ୍, ଗଣେଶ ପୂଜାରେ ମୁକ୍ତିଲାଭ

Also Read-  Success Story: ଟ୍ରକ୍ ଡ୍ରାଇଭର ବନିଲେ ସରକାରୀ ଶିକ୍ଷକ, ଦଶମ ଏବଂ ବିଏରେ ହୋଇଥିଲେ ଫେଲ୍

ଏହି ଯୋଜନାରେ AJIO ରେ ୨୦୦ ଟଙ୍କା, ନେଟମେଡସରେ ୨୦% (୮୦୦ ଟଙ୍କା ପର୍ଯ୍ୟନ୍ତ) ଏବଂ ସ୍ଵିଗିରେ ୧୦୦ ଟଙ୍କା ରିହାତି ମିଳିବ।

ସ୍ବତନ୍ତ୍ର ସୁବିଧା ମଧ୍ୟରେ ୧୪୯ ଟଙ୍କା ଏବଂ ତାଠାରୁ ଅଧିକ କ୍ରୟ ଉପରେ ଏକ ମାଗଣା ମ୍ୟାକଡୋନାଲ୍ଡସ୍ ମିଲ୍, ରିଲାଏନ୍ସ ଡିଜିଟାଲରେ ୧୦% ରିହାତି ଓ ବିମାନରେ ୧୫,୦୦୦ ଟଙ୍କା ରିହାତି ଏବଂ ହୋଟେଲରେ ୪୦୦୦ ଟଙ୍କା ପର୍ଯ୍ୟନ୍ତ ୧୫% ରିହାତି ମିଳିବ । ଏହା ମଧ୍ଯ ଜାଣି ରଖନ୍ତୁ ଯେ ଯୋଜନାରେ ଉଲ୍ଲେଖ କରାଯାଇଥିବା ସମସ୍ତ ସୁବିଧା ସିଧାସଳଖ ଉପଭୋକ୍ତାଙ୍କର MyJio ଆକାଉଣ୍ଟରେ ଜମା ହେବ ।

Also Read- Delhi Metro Salary: ଦିଲ୍ଲୀ ମେଟ୍ରୋରେ ଚାକିରୀରେ କେତେ ମିଳେ ଦରମା? ଜାଣନ୍ତୁ ପୂରା ଖବର

Also Read- Sanatan Dharma Day: ସେପ୍ଟେମ୍ବର ୩ ରେ 'ସନାତନ ଧର୍ମ ଦିବସ'