Odisha Daily News Live: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2245597

Odisha Daily News Live: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha Daily News Live: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

13 May 2024
22:45 PM

Sushil Modi Death : ବିହାରର ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସୁଶୀଲ କୁମାର ମୋଦୀଙ୍କ ପରଲୋକ ହୋଇଯାଇଛି । ସେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଥିଲେ । ସୋମବାର ରାତିରେ ଦିଲ୍ଲୀରେ ଚିକିତ୍ସାଧିନ ଅବସ୍ଥାରେ ସୁଶୀଲଙ୍କର ଦେହାନ୍ତ ହୋଇଥିବା ଖବର ମିଳିଛି ।

22:33 PM

Odisha Daily News Live: ଆଜି କମିଶନରେଟ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଜଣେ କୁଖ୍ୟାତ ଚେନ୍ ଲୁଟେରାକୁ ଗିରଫ କରିଛି ପୋଲିସ । ଲୁଟେରାର ନାଁ ବିଷ୍ଣୁ ପ୍ରସାଦ ଜେନା ହୋଇଥିବାବେଳେ ସେ ଖୋର୍ଦ୍ଧାରେ ଏକ ଭଡାଘରେ ରହୁଥିଲା । ବିଷ୍ଣୁର ପ୍ରକୃତ ଘର ପୁରୀ ବୋଲି ଜଣାପଡିଛି । ରାସ୍ତାରେ ଯାତ୍ରୀଙ୍କୁ ଟାର୍ଗେଟ୍ କରି ସୁନା ଚେନ୍, ମୁଦି ସହ ଟଙ୍କା ଲୁଟ୍ କରୁଥିଲା ବିଷ୍ଣୁ । ତା ନାମରେ ପୂର୍ବରୁ ଅନେକ ମାମଲା ରହିଥିବା ଜଣା ପଡିଛି । ଏଥିସହ ପୋଲିସ ତା ନିକଟରୁ ୨୦୦ ଗ୍ରାମ ସୁନା ସମେତ ୨ଲକ୍ଷରୁ ଉର୍ଦ୍ଧ ଟଙ୍କା ଏବଂ ଏକ ବାଇକ୍ ଜବତ କରିଛି ।

22:20 PM

Odisha Daily News Live: ମୁମ୍ୱାଇରେ ଆଜି ଅପରାହ୍ମ ସମୟରେ ପ୍ରବଳ ଧୂଳିଝଡ଼ ସହ ପବନ ହୋଇଛି । ଫଳରେ ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସାମ୍ନାକୁ ଆସିଛି । ବିଭିନ୍ନ ସ୍ଥାନରେ ଗଛ ଉପୁଡିଥିବା ସହ ବଡ଼ ବଡ଼ ହୋର୍ଡିଂ କ୍ଷତିଗ୍ରସ୍ତ ହୋଇଛି । ଏକ ପେଟ୍ରୋଲ ପମ୍ପ ଉପରେ ବିରାଟ ହୋଡିଂ ପଡିବା କାରଣରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

22:00 PM

Top 10 News Today: ଦିନଯାକର ୧୦ଟି ପ୍ରମୁଖ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

21:26 PM

Odisha Daily News Live: ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ୍ ଖଣ୍ଡିଆଗୁଡ଼ା ଗାଁର ଭୋଟର ଆଜି ମତଦାନ କରିନାହାନ୍ତି । ଗାଁକୁ ମୌଳିକ ସୁବିଧା ପହଞ୍ଚିନଥିବାରୁ ଗ୍ରାମବାସୀ ଭୋଟ୍ ବର୍ଜନ କରିଥିବା ଜଣାପଡିଛି ।

20:48 PM

Odisha Daily News Live: ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟରେ ୬୩.୮୫ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ନବରଙ୍ଗପୁରରେ ସର୍ବାଧିକ ୭୩.୪୪ ପ୍ରତିଶତ ମତଦାନ ହୋଇଥିବାବେଳେ ବ୍ରହ୍ମପୁରରେ ସର୍ବନିମ୍ନ ୪୭.୯୦ ପ୍ରତିଶତ ମତଦାନ ହୋଇଛି ।

20:40 PM

Odisha Daily News Live: ସାଲେପୁରର ଜଳହରି ଗାଁ ନିକଟ ଚିତ୍ରୋତ୍ପଳା ନଦୀରେ ଅଘଟଣ ଘଟିଛି । ୫ଜଣ ସାଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ୨ଜଣ ନଦୀରେ ବୁଡି ଯାଇଛନ୍ତି । ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛି ।

19:56 PM

Odisha Daily News Live: ଆନ୍ଧ୍ରପ୍ରଦେଶରେ ମୋଟ ୬୮.୦୪ , ବିହାରରେ ୫୪.୧୪, ଝାଡଖଣ୍ଡରେ ୬୩.୧୪, ଓଡ଼ିଶାରେ ୬୨.୯୬, ତେଲେଙ୍ଗାନାରେ ୬୧.୧୬ ପ୍ରତିଶତ ଏବଂ ଉତ୍ତରପ୍ରଦେଶରେ ୫୬.୩୫ ପ୍ରତିଶତ ମତଦାନ ହୋଇଛି। ଅଧିକାଂଶ ମତଦାନ କେନ୍ଦ୍ରରେ ଶାନ୍ତିପୂର୍ଣ୍ଣ ଭାବେ ଭୋଟ୍ ଗ୍ରହଣ ହୋଇଥିବା ସମୟରେ ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗର କେତେକ ସ୍ଥାନରେ ହିଂସା ଘଟଣା ଘଟିଥିବାର ସୂଚନା ମିଳିଛି। ପଶ୍ଚିମବଙ୍ଗ ଏବଂ ଓଡ଼ିଶାର କିଛି ବୁଥରେ ଇଭିଏମ୍‌ର ତ୍ରୁଟି ଥିବା ଖବର ମଧ୍ୟ ଆସିଛି।

19:30 PM

Lok Sabha elections: ଅପରାହ୍ମ ୫ଟା ସୁଦ୍ଧା ୬୨ ପ୍ରତିଶତ ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ

Lok Sabha elections: ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ୧୦ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୯୬ ଟି ନିର୍ବାଚନମଣ୍ଡଳୀରେ ଆଜି (ସୋମବାର) ମତଦାନ ହୋଇଛି । ଅପରାହ୍ନ ୫ ଟା ସୁଦ୍ଧା ପର୍ଯ୍ୟନ୍ତ ୬୨% ରୁ ଅଧିକ ଭୋଟର ମତଦାନ କରିଥିବା ସୂଚନା ମିଳିଛି । ତେବେ ପଶ୍ଚିମବଙ୍ଗରେ ସର୍ବାଧିକ ମତଦାନ ରେକର୍ଡ ହୋଇଛି । ୭୫.୬୬ ପ୍ରତିଶତ ଭୋଟର ପଶ୍ଚିମବଙ୍ଗରେ ମତଦାନ କରିଥିବା ସମୟରେ ମଧ୍ୟପ୍ରଦେଶରେ ୬୮.୦୧ ପ୍ରତିଶତ ମତଦାନ ହୋଇଛି । ସେହିପରି ଜାମ୍ମୁ କାଶ୍ମୀର ଏବଂ ମହାରାଷ୍ଟ୍ର ଯଥାକ୍ରମେ ୩୫.୭୫ ଏବଂ ୫୨.୪୯ ପ୍ରତିଶତ ମତଦାନ ହୋଇଛି । ଅଧିକ ପଢ଼ନ୍ତୁ

18:56 PM

ପାଲଲହଡାରେ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର, ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍ !

ଭୁବନେଶ୍ୱର: ଆଜି ପାଲଲହଡାରେ ନିର୍ବାଚନ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ପ୍ରଥମେ ସ୍ମୃତି ପୀଠ କଥା ଉଲ୍ଲେଖ କରି ମହାନ ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ପାଣ୍ଡିଆନ ଜନସଭାକୁ ସମ୍ୱୋଧିତ କରିଥିଲେ । ଦଶ ବର୍ଷ ହେଲା ଏ ମାଟିର ପୁଅ ଜଣେ କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି, ଏହା ଓଡ଼ିଶା ପାଇଁ ଖୁସି ଓ ଗର୍ବର କଥା କିନ୍ତୁ କେନ୍ଦ୍ର ଶିକ୍ଷା ବିଭାଗର ମନ୍ତ୍ରୀ ଥିଲେ ତେଣୁ ସେ ଚାହିଁଥିଲେ ପ୍ରତି ବ୍ଲକରେ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ହୋଇଥାନ୍ତା, ଗୋଟିଏ ଦସ୍ତଖତରେ ନବୋଦୟ ବିଦ୍ୟାଳୟ ହୋଇଥାନ୍ତା, ହେଲା କି? ବୋଲି ପ୍ରଶ୍ନ କରିଥିଲେ ପାଣ୍ଡିଆନ । ଅଧିକ ପଢ଼ନ୍ତୁ

18:40 PM

PM Modi Road Show: କାଶୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋରେ ପ୍ରବଳ ଭିଡ

PM Modi Road Show: କାଶୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଡ୍ ଶୋ କରିଛନ୍ତି । ସନ୍ଧ୍ୟା ୫ ଟା ସମୟରେ ବିଏଚୟୁ ଫାଟକ ନିକଟରୁ ରୋଡ ଶୋ ଆରମ୍ଭ ହୋଇଥିଲା । ପ୍ରାୟ ଚାରି ଘଣ୍ଟା ମଧ୍ୟରେ ପାଞ୍ଚ କିଲୋମିଟର ଦୂରତା ଅତିକ୍ରମ କରିବା ନେଇ ପୂର୍ବ ପ୍ରସ୍ତୁତି ହୋଇଥିଲା । ସେହି ଅନୁଯାୟୀ
ପିଏମ ମୋଦୀଙ୍କ ରୋଡ ଶୋ’ରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଅଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ବିଭିନ୍ନ ପ୍ରସ୍ତୁତି କରିଥିଲେ । ପିଏମ ମୋଦୀଙ୍କ ରୋଡ ଶୋ’ରେ ଫୁଲ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

18:15 PM

Odisha Daily News Live: ଅଧିକ ଭୋଟ ଦର୍ଶାଉଛି ଯେ ପରିବର୍ତ୍ତନର ଲହଡ଼ି ପ୍ରବାହିତ ହେଉଛି। ମୋଦୀଙ୍କ ଦ୍ୱାରା ଏହା ପ୍ରଭାବିତ ହୋଇଛି। ଓ୍ୱେବ୍‍ କାଷ୍ଟିଂ ଦ୍ୱାରା ଯେଉଁ ବୁଥରେ ପ୍ରିଜାଇଡିଂ ଅଧିକାରୀ ଓ ପୋଲିଂ ଅଧିକାରୀମାନେ ବେଆଇନ କାର୍ଯ୍ୟ କରିଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗୋପାଳପୁର, ଛତ୍ରପୁର, ଚିକିଟି ଓ ନର୍ଲା ଏହାର ଉଦାହରଣ ବୋଲି କହିଛନ୍ତି ସମୀର।

 

18:12 PM

Odisha Daily News Live: ଅନେକ ଉତ୍ସାହର ସହ ଭୋଟର ଭାଇ ଭଉଣିମାନେ ଭୋଟ ଦେଇଛନ୍ତି। ବିଷମ କଟକର ଡଙ୍ଗରିଆ କନ୍ଧ ହୁଅନ୍ତୁ କି ବଣ୍ଡା ପାହାଡ଼, ଚାଟିକଣାରେ ମଧ୍ୟ ଆଦିମ ଅଧିବାସୀମାନେ ଭୋଟ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି  ବିଜେପି ଜାତୀୟ ନିର୍ବାଚନ କମିଟି ସଦସ୍ୟ ସମୀର ମହାନ୍ତି।

17:58 PM

Odisha Daily News Live: ଆସନ୍ତା ଜୁନ ମାସରେ ହେବାକୁ ଥିବା ଟି-୨୦ ବିଶ୍ୱକପ ୨୦୨୪ ସମୟରେ ରୋହିତ ଶର୍ମା ଭାରତୀୟ କ୍ରିକେଟ୍ ଦଳ ପାଇଁ ତାଙ୍କର ଶେଷ କିଛି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। ଏହା ପରେ ସେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବେ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଟି-୨୦ ବିଶ୍ୱକପରେ ଶେଷ ମ୍ୟାଚ୍ ଖେଳିବ ବୋଲିବୋଲି ବିଶ୍ୱାସ ରହିଛି। ଏହା ପଛର କାରଣ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟୀ କରାଯାଇଛି।

ଲିଙ୍କର୍ କ୍ଲିକ୍ କରି ପୂରା ଖବର ପଢନ୍ତୁ :T20 World Cup 2024: ଟି-୨୦ କ୍ରିକେଟରୁ ଅବସର ନେବେ ରୋହିତ ଶର୍ମା!

17:40 PM

Odisha Daily News Live: ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ସମୁଦାୟ ୬୨.୯୬%  ଭୋଟିଂ ହୋଇଥିବା ସୂଚନା ମିଳିଛି। କଳାହାଣ୍ଡିରେ ୬୭.୩୬, ନବରଙ୍ଗପୁରରେ -୬୮.୮୪, ନୂଆପଡ଼ାରେ -୬୬.୩୫%, ଗଜପତିରେ -୬୩.୭୧, ରାୟଗଡ଼ାରେ ୬୨.୯୬%, କୋରାପୁଟରେ ୬୧.୨୨ % ମତଦାନ ହୋଇଥିବା ସୂଚନା ମିଳିଛି।

 

17:40 PM

ମହିଳା ଭୋଟରଙ୍କୁ ବୁର୍ଖା ଉଠାଇବା କହିଲେ ମାଧବୀ ଲତା, ମାମଲା ରୁଜୁ

ହାଇଦ୍ରାବାଦର ବିଜେପି ପ୍ରାର୍ଥୀ ମାଧବୀ ଲତା ଜଣେ ମହିଳା ଭୋଟରଙ୍କୁ ନିଜର ପରିଚୟ ପ୍ରଦାନ କରିବା ସହ ପିନ୍ଧିଥିବା ବୁର୍ଖା ଉଠାଇବାକୁ କହିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢ଼ନ୍ତୁ

17:34 PM

Odisha Daily News Live: ରାଜ୍ୟରେ ସମ୍ବେଦନଶୀଳ ବୁଥଗୁଡ଼ିକରେ ଭୋଟିଂ ଶେଷ ହୋଇଛି। ଅପରାହ୍ଣ ୪ଟା ଯାଏ ଭୋଟିଂ କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଜଙ୍ଗଲ ଭିତରେ ଥିବା ବୁଥଗୁଡ଼ିକରୁ ଇଭିଏମ୍‍କୁ ଜିଲ୍ଲା ମୁଖ୍ୟାଳୟକୁ ଅଣାଯାଇଛି। ବାୟୁସେନାର ବିମାନ ମାଧ୍ୟମରେ ଭୋଟିଂ କର୍ମଚାରୀ ଏବଂ ଇଭିଏମ୍‍କୁ ଅଣାଯାଇଥିବା ସୂଚନା ମିଳିଛି।

17:30 PM

Odisha Daily News Live: ବୌଦ୍ଧ-ନୟାଗଡ଼ ସୀମାରୁ ୧୦ଲକ୍ଷ ଟଙ୍କା ଜବତ। ଏକ ଘରୋଇ କାରରେ ଏହି ନଗଦ ଟଙ୍କା ନିଆଯାଉଥିଲା। କାର୍‍ରେ ଥିବା ୨ ମହିଳା ଓ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା ଚାଲିଛି। ନିର୍ବାଚନ ସମୟ ଥିବାରୁ ଏତେ ପରିମାଣରେ ଟଙ୍କା ନେବା ନେଇ ପ୍ରଶ୍ନବାଚୀ ଉଠିଛି।

17:20 PM

Odisha Daily News Live: ଡାକ୍ତର ମାନସ ରଞ୍ଜନ ସାହୁ ହେଲେ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି : ରାଜ୍ୟ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ପାଇଛନ୍ତି ପ୍ରଫେସର ଡା. ମାନସ ରଞ୍ଜନ ସାହୁ। ରାଜ୍ୟପାଳ ତଥା କୁଳାଧିପତି ରଘୁବର ଦାସ ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି।

17:00 PM

BJDର ପ୍ରଚାର ସମୟରେ ମାଡି ଆସିଲେ ମହୁମାଛି, ୨୦ କର୍ମୀ ଆହତ

ସୁବର୍ଣ୍ଣପୁର: ନିର୍ବାଚନ ପାଇଁ ଜୋରଦାର ଚାଲିଥିଲା ପ୍ରଚାର କିନ୍ତୁ ହଠାତ୍ ପ୍ରଚାରସ୍ଥଳକୁ ମହୁମାଛି ମାଡି ଆସି ଆକ୍ରମଣ କରିଛନ୍ତି ବିଜେଡି କର୍ମୀଙ୍କୁ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବିନିକା ବ୍ଲକ କଳନ୍ତରା ଗାଁ ନିକଟରେ । ମହୁମାଛି ଆକ୍ରମଣରେ ୨୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି । ଅଧିକ ପଢ଼ନ୍ତୁ

16:53 PM

Odisha Daily News Live:  ଝରିଗାଁର ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭଦ୍ରାଙ୍କୁ ମାଡ଼ ମାରିବା ଅଭିଯୋଗ ହୋଇଛି। ଏନେଇ ଖୋଦ୍‍ ବିଧାୟକ ପ୍ରାର୍ଥୀ ଅଭିଯୋଗ କରିଛନ୍ତି। ଥାନାରେ ସେ କହିଛନ୍ତି ଯେ ଏଥିରେ ବିଜେଡିର ସମ୍ପୃକ୍ତି ରହିଛି। କିନ୍ତୁ କେହି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନାଁ ଉଲ୍ଲେଖ କରାଯାଇ ନାହିଁ। ଏ ବାବଦରେ ପୁଲିସ ତଦନ୍ତ କରୁଛି। ଦେଉଳଗାଁ ବୁଥ ନମ୍ବର ୨୦୪ରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି। ଦିନ ପ୍ରାୟ ୧ଟା ୪୫ ମିନିଟ ସମୟରେ ବୁଥରେ ଅନିୟମିତତା ଅଭିଯୋଗ ପାଇବା ପରେ ସେ ଯାଇଥିଲେ ସେ ବୁଥକୁ। ଏହି ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ତାଙ୍କୁ କିଏ ଅଧିକାର ଦେଇଛି ଏଠାକୁ ଆସିବାକୁ ବୋଲି କହି ଠେଲା ପେଲା ଓ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ତାଙ୍କ ପରିଚୟପତ୍ର ଓ ସୁନା ଚେନ୍‍ କେହି ଦୁର୍ବୃତ୍ତ ଛିଣ୍ଡାଇ ନେଇଥିବା ସେ ଅଭିଯୋଗ କରିଛନ୍ତି। କିନ୍ତୁ କୌଣସି ନିର୍ଦ୍ଦିଷତ୍ଟ ବ୍ୟକ୍ତିଙ୍କ ନାଁ ଉଲ୍ଲେଖ କରାଯାଇ ନାହିଁ।

 

16:27 PM

Odisha News Live Updates: ନିର୍ବାଚନ କକ୍ଷ ଭିତରେ ବିଶୃଙ୍ଖଳିତ ଆଚରଣ ଯୋଗୁ ୫ ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ସେଥିରୁ ୪ ଜଣ ପ୍ରିଜାଇଡିଂ ଅଫିସର ରହିଥିବା ବେଳେ ଜଣେ ମତଦାନ ଅଧିକାରୀ ରହିଛନ୍ତି। ଦିନ ୩ଟା ସୁଦ୍ଧା ଭୋଟିଂ ରେକର୍ଡକୁ ବ୍ୟାଖ୍ୟା କରିବା ବେଳେ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସୂଚନା ଦେଇଛନ୍ତି।  ଏଥିରୁ ଦୁଇଜଣ ପ୍ରିଜାଇଡିଂ ଅଧିକାରୀଙ୍କୁ ଗିରଫ କରିବା ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଦୁଇ ପ୍ରିଜାଇଡିଂ ଅଧିକାରୀଙ୍କୁ ନିଲମ୍ବନ ସହ ଗିରଫ ପାଇଁ ଆଦେଶ ଦିଆଯାଇଛି ସେମାନେ ହେଲେ, ଛତ୍ରପୁରର ୨୭ର ପ୍ରିଜାଇଡିଂ ଅଧିକାରୀ ଏବଂ  ୧୬୩ ପ୍ରିଜାଇଡିଂ ଅଧିକାରୀ। ସେହିପରି ଗୋପାଳପୁରର ୧୯୩ ନଂ ବୁଥର ପ୍ରିଜାଇଡିଂ ଅଧିକାରୀଙ୍କୁ ନିଲମ୍ବନ ପାଇଁ କୁହାଯାଇଛି। ଓ୍ୱେବ୍‍ କାଷ୍ଟିଂ ସମୟରେ ସେମାନଙ୍କ ବିଶୃଙ୍ଖଳିତ ଆଚରଣକୁ ଦେଖିଥିଲେ ଭୁବନେଶ୍ୱରରର ନିରୀକ୍ଷଣ ଟିମ୍‍। 

 

16:23 PM

Odisha News Live Updates: ଦିନ ୩ଟା ସୁଦ୍ଧା ୫୨.୯୧ ପ୍ରତିଶତ ମତଦାନ ହୋଇଛି। ଗଜପତି ୪୫.୨୯%, ଗଞ୍ଜାମ ୪୪.୩୯%, ନୂଆପଡା ୫୮.୨୫ %, କଳାହାଣ୍ଡି ୫୭.୯୧%, କୋରାପୁଟ ୫୩.୨୭%, ମାଲକାନଗିରି ୫୩.୬୫ %, ନବରଙ୍ଗପୁର ୫୬.୭୬% ଓ ରାୟଗଡା ୫୩.୬୦% ମତଦାନ ହୋଇଛି। 

 

16:12 PM

Top 10 News Today: ଅପରାହ୍ମର ୧୦ଟି ବଡ଼଼ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

16:06 PM

Odisha News Live Updates: ଆଜି ପୁରୀରେ ରଥ ନିର୍ମାଣର ତୃତୀୟ ଦିବସ। ତିନି ରଥର ତୁମ୍ବ ନିର୍ମାଣ କାର୍ଯ୍ୟ ଲାଗି ମହାରାଣା ସେବକମାନେ କାର୍ଯ୍ୟ ଜୋରଦାର କରିଛନ୍ତି।  ତିନିରଥର ୬ ଗୋଟି ତୁମ୍ବର ଗୋଲେଇ ସହ ମଠା କାର୍ଯ୍ୟ ଶେଷ ହୋଇଛି।  ସମୁଦାୟ ୪୨ଟି ତୁମ୍ବ ଆବଶ୍ୟକ ରହିଛି। ଏହା ତିନି ରଥର ୪୨ଗୋଟି ଚକ ନିର୍ମାଣ ପାଇଁ ପ୍ରମୁଖ ଭାବେ ଆବଶ୍ୟକ ହୋଇଥାଏ।  ତୁମ୍ଭ ପ୍ରସ୍ତୁତ ପରେ ସେଥିରେ ସୂତା ବାଡ଼ିଆ ଯାଇ ବିନ୍ଧ କରାଯିବ।ପରେ ଅର ଓ ପହି ସଂଯୋଗ କରି ଚକ ନିର୍ମାଣ ହେବ।

15:58 PM

Odisha News Live Updates: ନିର୍ବାଚନ ଯେତିକି ପାଖଉଛି  ରାଜନୈତିକ ଦଳ ଗୁଡିକ ମଧ୍ୟରେ ଆରୋପ ପ୍ରତ୍ୟାରୋପ ସେତିକି ବଢୁଛି । ଖୋର୍ଦ୍ଧା ପାଇଁ କିଏ କଣ କରିବ ତାହା ଜନସାଧାରଣଙ୍କୁ ପ୍ରତିଶୃତ ମଧ୍ୟ ଦେଉଛନ୍ତି ଆଶାୟୀ । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଭୋଟରଙ୍କ ମନ ଜିଣିବା ପାଇଁ ପ୍ରତିଯୋଗିତା ଜାରି ରହିଥିବା ବେଳେ ଆଜି ଖୋର୍ଦ୍ଧା ଠାରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରରେ ୧୦ ବର୍ଷ ଶାସନରେ ଥିବା ବିଜେପି ଓ ରାଜ୍ୟରେ ୨୫ ବର୍ଷ ଶାସନରେ ଥିବା ବିଜେଡି ସରକାର ଉପରେ ବର୍ଷୀଛନ୍ତି କଂଗ୍ରେସ ପ୍ରାର୍ଥୀ ସୋନାଲି ସାହୁ । ଉଭୟ ସରକାରଙ୍କୁ ୨୫ ପ୍ରଶ୍ନ ପଚାରି ତାର ଉତ୍ତର ଆଶା ରଖିଛନ୍ତି ସେ ।

15:55 PM

Odisha Daily News Live:  ବ୍ରହ୍ମପୁରରେ ନିର୍ବାଚନ ପାଇଁ ମତଦାନବେଳେ ହାତାହାତି ୨ ଆହତ ହୋଇଛନ୍ତି । ଗୋପାଳପୁର ନିର୍ବାଚନମଣ୍ଡଳୀ ଲାଞ୍ଜିପଲ୍ଲୀର ୬୮ ବୁଥ୍‌ରେ ଗଣ୍ଡଗୋଳ କାରଣରୁ ଅଭାବନୀୟ ପରିସ୍ଥିତି ଉପୁଜିଛି ।

15:54 PM

Odisha News Live Updates: ବିଜେପି ରାଜ୍ୟ ଶାସନ ଭାର ପାଇଲେ ଏକ ନମ୍ବର ହେବ ଓଡିଶା ବୋଲି କହିଲେ ଧର୍ମେନ୍ଦ୍ର । ଆପଣ ମାନେ କଂଗ୍ରେସ ଓ ବିଜେଡିଙ୍କୁ ଶାସନ ଗାଦୀ ଦେଇଛନ୍ତି, ଥରେ ବିଜେପି ହାତରେ ଶାସନ ଭାର ଅର୍ପଣ କରନ୍ତୁ, ଓଡିଶା ଙ୍କୁ ଏକ ନମ୍ୱର ରାଜ୍ୟ ଭାବରେ ଗଢି ତୋଳିବୁ ବୋଲି କହିଲେ ଧର୍ମେନ୍ଦ୍ର । 

 

15:45 PM

Saturn Transit 2024: ଶନିଦେବଙ୍କ ଆଶୀର୍ବାଦ, ବର୍ଷେ ପର୍ଯ୍ୟନ୍ତ ୫ଟି ରାଶିର ଭାଗ୍ୟ ଉଜ୍ୱଳ

Shani Vakri: ନ୍ୟାୟର ଦେବତା ଶନିଙ୍କୁ ଧୀରତମ ଗତିଶିଳ ଗ୍ରହ ଭାବେ ବିବେଚନା କରାଯାଇଥାଏ । କିନ୍ତୁ ଶନିଙ୍କ ପ୍ରଭାବ ସବୁଠାରୁ ଅଧିକ ବୋଲି ଜ୍ୟୋତିର୍ବିଦମାନେ ମତ ଦେଇଥାନ୍ତି । ୨୦୨୪ ମସିହାରେ ଶନିଙ୍କ ଗତିବିଧି ବିଶେଷ କରି ବୟସ, ରୋଗ, କୃଷି, ପ୍ରାକୃତିକ ବିପର୍ଯ୍ୟୟ, ଲୁହା, ପ୍ରତ୍ନତତ୍ତ୍ୱ ଏବଂ ଗଣତନ୍ତ୍ର ଇତ୍ୟାଦି ଉପରେ ପ୍ରଭାବ ପକାଇବ । ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିବିଶେଷଙ୍କୁ ସକରାତ୍ମକ ଫଳାଫଳ ମିଳିବ । ଅଧିକ ପଢ଼ନ୍ତୁ

15:03 PM

Odisha Daily News Live: ପୁଣି ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଚଳିତ ମାସ ୧୫ ତାରିଖରେ ଓଡ଼ିଶା ଆସିବେ ରାହୁଲ । ଦିନ ୧୧ଟା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଏହାପରେ ସିଧାସଳଖ ବଲାଙ୍ଗୀର ଅଭିମୁଖେ ଯାତ୍ରା କରିବେ । ବଲାଙ୍ଗୀରରେ ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ବଲାଙ୍ଗୀର ସଭା ଶେଷ ହେବା ପରେ ଦିଲ୍ଲୀ ଫେରିଯିବେ ରାହୁଲ ଗାନ୍ଧୀ ।

14:56 PM

Odisha Daily News Live: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର।  ଏନେଇ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚୌକି ଲୋଭ ଥିବା ବ୍ୟକ୍ତି କେବେ ବି ଭଲ କାମ କରିପାରିବେ ନାହିଁ। କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଓ ଅଶାଳୀନ ଭାଷାରେ ଗାଳି କରୁଛନ୍ତି। ଜଣେ ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ  ଏଭଳି ଗାଳି ଦେବା ବହୁ ଦୁଃଖର କଥା। ବିଜେପୁର ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫୋପାଡ଼ିଲେ ୪୦ ହଜାର ଭୋଟରେ ହାରିଲେ। ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କରି ଫେରିଲା ବେଳେ ଅଣ୍ଡା ମାଡ଼ କଲେ, ୩୦ରୁ ୩୦ ଜିଲ୍ଲା ପରିଷଦ ହାରିଲେ। ଓଡ଼ିଶାର ଏହି ମହାନାୟକଙ୍କୁ ଗାଳି ଦେଉଛନ୍ତି, ଆପଣମାନଙ୍କ ଆଶୀର୍ବାଦ ଏଥର ବି ପରାଜୟ ଗ୍ରହଣ କରିବେ। 

 

14:40 PM

ସହରାଞ୍ଚଳରେ କମ୍‍ ଭୋଟ୍‍, ମୁଖ୍ୟନିର୍ବାଚନ ଅଧିକାରୀଙ୍କ ଅନୁରୋଧ

ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳ ଭୋଟର ଭୋଟ ଦେବାକୁ ଆସୁ ନାହାନ୍ତି। ବ୍ରହ୍ମପୁରରେ ଏହାର ଝଲକ ଦେଖିବାକୁ ମିଳିଛି। ସକାଳ ୭ଟାରୁ ମତଦାନ ଚାଲିଥିବା ବ୍ରାହ୍ମପୁରରେ ମାତ୍ର ୨୬ ପ୍ରତିଶତ ଭୋଟଦାନ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ଏଣୁ ସହରାଞ୍ଚଳର ଭୋଟରଙ୍କୁ ନିବେଦନ କରିଛନ୍ତି ଶ୍ରୀ ଧଳ। ସେ କହିଛନ୍ତି, ଲମ୍ବା ଧାଡ଼ି କୌଣସି ବୁଥରେ ନାହିଁ। ଏଣୁ ଭୋଟରଙ୍କୁ ଘରୁ ବାହାରି ଆସି ନିଜର ମତଦାନ ସାବ୍ୟସ୍ତ କରିବାକୁ କୌଣସି କଷ୍ଟ ହେବ ନାହିଁ। ସେମାନେ ଘରୁ ବାହାରକୁ ଆସି ଭୋଟ ଦେବା ଉଚିତ। ଅଧିକ ପଢ଼ନ୍ତୁ

14:25 PM

Odisha Daily News Live:  କେନ୍ଦୁଝର: ହରିଚନ୍ଦନପୁର ବ୍ଲକ୍‌ ଏବିଡିଓଙ୍କ କ୍ଷତବିକ୍ଷତ ମୃତଦେହ ଠାବ ହୋଇଛି । ଏବିଡିଓ ବିଦୁଭୂଷଣ ଜେନାଙ୍କ ମୃତଦେହ ଠାବ କରିଛି ଜିଆର୍‌ପି । ହରିଚନ୍ଦନପୁର ଫ୍ଲାଏଓଭର ତଳ ଟ୍ରେନ ଲାଇନ୍‌ରୁ ଉଦ୍ଧାର ହୋଇଛି ମୃତଦେହ । ଏହା ଦୁର୍ଘଟଣା ଜନିତ ମୃତ୍ୟୁ ନା ଆଉ ମୃତ୍ୟୁପଛରେ ରହିଛି ଅନ୍ୟ କାରଣ ସେ ସମ୍ପର୍କରେ ସ୍ପଷ୍ଟ ହୋଇନି ।

14:00 PM

Odisha Election Updates: ଦିନ ୧ଟା ସୁଦ୍ଧା ରାଜ୍ୟରେ ୩୯.୩୦ ପ୍ରତିଶତ ଭୋଟଗ୍ରହଣ କରାଯାଇଛି। ଝରିଗାଁରେ ସର୍ବାଧିକ ପୋଲିଂ ହୋଇଥିବା ଖବର ମିଳିଛି। 

12:46 PM

Odisha News Live Updates: ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ହିଂସା; ଟିଏମ୍‌ସି କର୍ମୀ ମୃତ
ଆଜି ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଚାଲିଥିବା ବେଳେ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଟି ଆସନରେ ମତଦାନ ଚାଲିଛି। ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରେ ଅନେକ ହେଭିୱେଟ୍‌ଙ୍କ ପାଇଁ ଆଜି ଭୋଟ୍‌ ପଡୁଛି। ପୂର୍ବ ପର୍ଯ୍ୟାୟ ନିର୍ବାଚନ ପରି ଏଥର ବି ପଶ୍ଚିମବଙ୍ଗରେ ମତଦାନ ବେଳେ ଗଣ୍ଡଗୋଳ ଉପୁଜିଛି। ଏପଟେ ନିର୍ବାଚନ ପୂର୍ବରୁ ଏକ ବୋମା ବିସ୍ଫୋରଣରେ ପଶ୍ଚିମବଙ୍ଗର ଜଣେ ତୃଣ ମୂଳ କଂଗ୍ରେସ (ଟିଏମ୍‌ସି) କର୍ମୀଙ୍କ ମୃତ୍ୟୁ ଘଟିଛି।

12:44 PM

Odisha News Live Updates: ନେତା ନା କ୍ରୀତଦାସ ବାଛିବେ ବୋଲି ପ୍ରଶ୍ନ କଲେ ଅପରାଜିତା
ଭୁବନେଶ୍ୱର: ନେତା ନା କ୍ରୀତଦାସ ବାଛିବାକୁ ଯାଉଛୁ ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏବେ ନିର୍ଣ୍ଣାୟକ ନିଷ୍ପତ୍ତି ନେବାର ସମୟ, ଏହାକୁ ଜନତା ଧ୍ୟାନ ଦେବେ ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି, ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପାଇଁ ୪୨୦୦ କୋଟି ଟଙ୍କା ଖର୍ଚ୍ଚ କରଯାଇଛି। ରାଜ୍ୟ ତହବିଲରୁ ଏହି ଖର୍ଚ୍ଚ ହୋଇଛି। କିନ୍ତୁ ଅଯୋଧ୍ୟାରେ ଶ୍ରୀରାମମନ୍ଦିର ତିଆରି ପାଇଁ ୧୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରୁ ସ୍ପଷ୍ଟ ଯେ କେତେ ପରିମାଣର ଦୁର୍ନୀତି ହୋଇଛି। 

 

11:49 AM

Road Accident: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି । ଭାରାସାମ୍ୟ ହରାଇ ଓଲଟିଲା କାର୍। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଗଞ୍ଜାନ ଜିଲ୍ଲା ଭଞ୍ଜନଗର ଥାନା ବୁଦୁଲି ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁଇ ମୃତକ ହେଉଛନ୍ତି ବେଲଗୁଣ୍ଠା ଥାନା ଅଞ୍ଚଳର ଜିତେନ୍ ବାଡାତ୍ୟା ଓ ମନୋଜ କୁମାର ପ୍ରଧାନ ବୋଲି ସୂଚନା ମିଳିଛି।

11:11 AM

Odisha News Live Updates: ଭୋଟ କାମରେ ଅନିୟମିତତା: ଚିକିଟିରେ ବୁଥ ଭିତରେ ଅଘଟଣ, ୨ ଅଧିକାରୀ ନିଲମ୍ବିତ
ଭୁବନେଶ୍ୱର: ନିର୍ବାଚନ ପରିଚାଳନା ବେଳେ ଅନିୟମିତତା ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଂସଦୀୟ ନିର୍ବାଚନ ମଣ୍ତଳୀରେ ଥିବା ଚିକିଟିର ଏକ ବୁଥରେ କିଛି ଆଇନ ଶୃଙ୍ଖଳା ସମସ୍ୟା ଆସିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଏଥିନେଇ ଗଞ୍ଜାମ ଜିଲ୍ଲାପାଳ ଏବଂ ଏସ୍‍ପିଙ୍କୁ ଖବର ଦିଆଯାଇଛି। ସେ ଏହାକୁ ସିଧାସଳଖ ଅନୁଧ୍ୟାନ କରୁଥିବା ସେ କହିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ନିର୍ମିତ ଓ୍ୱେବକାଷ୍ଟିଂ ରୁମ୍‍ରେ ସିଧାସଳଖ ବୁଥ୍‍ଗୁଡ଼ିକ ଉପରେ ନଜର ରଖାରଯାଇଛି। ଏହି ନିରୀକ୍ଷଣ ବେଳେ ଅନିୟମିତାତା ପ୍ରସଙ୍ଗ ସାମ୍ନାକୁ ଆସିଥିଲା।

10:47 AM

Odisha BJP Press Meet: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି
ବିଦେଶରେ କେଉଁଠି କେତେ ଟଙ୍କା ରଖିଛନ୍ତି ବା ରଖିବେ ତାହା ହୋଇ ସାରିଛି। ଆଜି ଭୟ, ଆତଙ୍କ ତାଙ୍କ ଦଳରେ ଚାଲିଛି। ତାଙ୍କ ଦଳରେ ଗଣତନ୍ତ୍ର ନାହିଁ।  ଓଡ଼ିଶା ଜନସାଧାରଣଙ୍କ ପ୍ରତିକ୍ରିୟାକୁ ନେଇ ଆମେ ଯାହା ସଂକଳ୍ପ ପତ୍ରରେ ଉଲ୍ଲେଖ ରହିଛି ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରିବୁ।

10:45 AM

Odisha BJP Press Meet: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି
ଯେଉଁ ବ୍ୟବସ୍ଥାରେ ଶାସନ ଚାଲିଛି ତାହା ହାତାଶା, ନିରାଶାର ସୂଚନା ଦେଉଛି। ସେମାନେ ଶେଷରେ ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ବିବୃତ୍ତି ଦେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟକୁ ଓଡ଼ିଶା ଲୋକେ ଗ୍ରହଣ କରିଛନ୍ତି। କିନ୍ତୁ ବିଜେଡିର ପ୍ରତିକ୍ରିୟାକୁ ଗ୍ରହଣ କରୁ ନାହାନ୍ତି। ବିଗତ ଦିନମାନଙ୍କରେ ବିଧାୟକ ଓ ସାଂସଦଙ୍କୁ ବ୍ୟବହାର କରିଛି, ସେ ଆମକୁ କହୁଛନ୍ତି ତୁମ ମୁଖ୍ୟମନ୍ତ୍ରୀ କିଏ ହେବ। ଏଥିଲାଗି ସେମାନଙ୍କ ନୈତିକ ସାହସ ନାହିଁ।

10:43 AM

Odisha BJP Press Meet: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି
ବିଜେଡିର ଆତ୍ମ ବିଶ୍ୱାସ ଓ ନୈତିକ ସାହସ ହ୍ରାସ ପାଇଛି। ସେମାନେ ନିର୍ବାଚନରେ ହାରିବାକୁ ସାହସ ପାଉ ନାହାନ୍ତି। ସେମାନେ କହୁଛନ୍ତି ନିର୍ବାଚନରେ ହାରିଲେ ସନ୍ନ୍ୟାସ ନେବେ। ଯାଉୋମାନେ ଭୋଗ ବିଳାସ ରାଜନୀତି ବା ସୁନା ଚାମଚ ନେଇ ରାଜନୀତି କରୁଛନ୍ତି ସେମାନେ ହାରିବାକୁ ସମ୍ମୁଖୀନ ହୋଇପାରିବ ନାହିଁ ବୋଲି କହିଛନ୍ତି ମନମୋହନ ସାମଲ।

10:41 AM

Odisha BJP Press Meet: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି
ମନମୋହନ ସାମଲ: ଯେଉଁ ନିର୍ବାଚନ ଚାଲିଛି ତାହା ଆମ ସପକ୍ଷରେ ହେବ। ମୁଁ ଦଳ ପକ୍ଷରୁ ଅଭିନନ୍ଦନ ଜଣାଉଛି। ସାମଗ୍ରିକ ଉତ୍ତର ଦାୟିତ୍ୱ ଉପରେ ଆମଦଳ ବିଶ୍ୱାସ କରେ। ଓଡ଼ିଶା ପରିପ୍ରେକ୍ଷୀରେ ସାଧାରଣ ଲୋକଙ୍କୁ ସାମ୍ନା କରିବା ପାଇଁ ଶକ୍ତି ବିଜୁ ଜନତା ଦଳର ନେତାଙ୍କ ପାଖରେ ନାହିଁ। ସେଥିଲାଗି ସେମାନେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି।

10:41 AM

Odisha BJP Press Meet: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି
ମାଙ୍କଡ଼ ହାତରେ ଶାଳଗ୍ରାମ, ନଚାଇ ନଚାଇ ନେଲା ପ୍ରାଣ। ଏ ପରିସ୍ଥିତିରେ ରହିଛି ଓଡ଼ିଶା। ଏଥିରୁ ମୁକୁଳିବାକୁ ପଡ଼ିବ। ୧୦୦ ବର୍ଷ ପରେ ଆମେ ନ’ଅଙ୍କ ଦୁର୍ଭିକ୍ଷ ପରିସ୍ଥିତି ଆଡ଼କୁ ଯିବେ ନା ବିକଶିତ ହେବା। କଂଗ୍ରେସ ଭଳି ସ୍ଥିତି ବିଜେଡିର ଅବସ୍ଥା ହେବ। ମୁଁ କୃତଜ୍ଞ ଯେ, ଏ ଲୋକେ ଅନେକ କିଛି କହୁଛନ୍ତି। ମୋତେ ବି ଦାଦନ କହିଛନ୍ତି। ରାଜମିସ୍ତ୍ରୀ ହେବ ବୋଲି କହିଥିଲେ। ଡାକପିଅନ ବୋଲି କହିଛନ୍ତି। ମୁଁ ସେଥିପାଇଁ ଖୁସି। ମୋଦୀଙ୍କ ପାଖରେ ଓଡ଼ିଶା କଥାକୁ ପହଞ୍ଚାଇବାକୁ ମୁଁ ଏଥିପାଇଁ ପ୍ରସ୍ତୁତ।

10:39 AM

Odisha BJP Press Meet: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି
ଓଡ଼ିଶାର ପିଲା ୧୨ ବର୍ଷ ପରେ ସୁସ୍ଥ ନଥିବ। ଓଡ଼ିଶାରେ ମାଟ୍ରିକ୍ୟୁଲେସନ୍‍ ନାଁ ଲେଖାଇ ୪୯.୯ ପ୍ରତିଶତ ପରୀକ୍ଷା ଦେଉ ନାହାନ୍ତି। ଏହା ଜାତୀୟସ୍ତରରେ ଅଧିକ। ଗୁଜରାଟରେ ୨୮, ଜାତୀୟସ୍ତରରେ ଏହା ୨୦ ପ୍ରତିଶତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

10:31 AM

Odisha BJP Press Meet: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି
ଓଡ଼ିଶା ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ଆଜି ୧୦୦ ବର୍ଷ ଏହାକୁ ପୂରିବାକୁ ଯାଉଛି। ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଜବାବ ଦେଇ ବିତଣ୍ତଡା ତର୍କ ରଖାଯାଇଛି। ସରକାରୀ ତଥ୍ୟକୁ ଉଦ୍ଧୃତ କରିବା। ଓଡ଼ିଶାରେ ଶିଶୁ ମୃତ୍ୟୁହାର ୩୬ ରହିଛି। ଜାତୀୟସ୍ତରରେ ୨୮ ରହିଛି। ଗୁଜରାଟରେ ୨୩ ରହିଛି। ଓଡ଼ିଶା ତୃତୀୟ ସର୍ବାଧିକ ଶିଶୁ ମୃତ୍ୟୁହାରର ଆଗୁଆ ରାଜ୍ୟ।

10:29 AM

Odisha BJP Press Meet: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି
ସମ୍ବଲପୁରରୁ ଆସି ପହଞ୍ଚିବାରେ ବିଳମ୍ବ ହେତୁ ଆଜି ସାମ୍ବାଦିକ ସମ୍ମିଳନୀ ବିଳମ୍ବ ହୋଇଥିବା ନେଇ ସ୍ପଷ୍ଟ କଲେ ଧର୍ମେନ୍ଦ୍ର ପ୍ରଧାନ। ମତଦାନର ପ୍ରାରମ୍ଭିକ ସୂଚନା ଯାହା ରହିଛି ସେଥିରୁ ଜଣାପଡ଼ୁଛି ଓଡ଼ିଶା ଅଭୂତ ପୂର୍ବ ପରିବର୍ତ୍ତନ ଆଡ଼କୁ ଯାଉଛି। କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଉତ୍ସାରହର ସହ ମତଦାନ ଆରମ୍ଭ ହୋଇଛି।

10:29 AM

Odisha BJP Press Meet: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି
ଡିପ୍‍ ଫେକ୍‍ ଜରିଆରେ ନବୀନ କହୁଛନ୍ତି ତାହା ସେ ଜାଣିଛନ୍ତି କି ବୋଲି ସାମ୍ବାଦିକ ପଚାରିବା ଉଚିତ ବୋଲି କହିଲେ ବୈଜୟନ୍ତ। ଏହି ସ୍ଥିତି ଯୋଗୁ ଓଡ଼ିଆ ଅସ୍ମିତା ଉପରେ ଆଞ୍ଚ ଆସିଛି। ଏହି ଅଣ ଓଡ଼ିଆ ଚିନ୍ତାଧାରା ଆସିଲା ଯେତେବଳେ ଓଡ଼ିଆ ବନାମ ସଂସ୍କୃତ ଭାଷାକୁ ନେଇ ଆସିଲା। ଏହା ଓଡ଼ିଆ ବା ଓଡ଼ିଶାର ଜନସାଧାରଣଙ୍କ ଭାଷା ନୁହେଁ। ଏ ବିଷୟରେ ଚର୍ଚ୍ଚା ହେବା ଉଚିତ।

10:28 AM

Odisha BJP Press Meet: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି
ନବୀନଙ୍କ ଭିଡିଓ ଅଧିକାଂଶ ଡିପ୍‍ ଫେକ୍‍ ଭିଡିଓ। ଏଆଇ  ବ୍ୟବହାର କରି ଏସବୁ ତିଆରି କରାଯାଇଛି। ଯେଉଁ ଚ୍ୟାଲେଞ୍ଜ ଦିଆଯାଇଛି ଯେ ଯଦି ସେ ଏକା ବିଷୟକୁ କୌଣସି ମଞ୍ଚରେ କହିବେ ତେବେ ତାହା ସ୍ପଷ୍ଟ ହେବ କହିଲେ ବୈଜୟନ୍ତ।

10:27 AM

Odisha BJP Press Meet: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି
ପାରଳା ମହାରାଜାଙ୍କ ଭିଡିଓ ଦେଖିଥିବେ। ସେହି ଅବସ୍ଥା ହୋଇଛି ମୁଖ୍ୟମନ୍ତ୍ରୀଙ୍କର। ଲଗାତାର ୫ ବର୍ଷ ସାନ ବାବୁ ସମସ୍ତଙ୍କୁ ଦୂରେଇ ରଖିଲେ। ଏହା କହିବାକୁ ଚାହିଁବି ଯେ, ମୁଖ୍ୟ ସଚିବ, ଡିଜି ପୁଲିସ ପ୍ରମୁଖ ଏହାଙ୍କ ଅନୁମତି ବିନା ଭେଟିବାକୁ ଦିଆଯାଉ ନାହିଁ।

10:26 AM

Odisha BJP Press Meet: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି
ନବୀନଙ୍କ ଭିଡିଓ ଅଧିକାଂଶ ଡିପ୍‍ ଫେକ୍‍ ଭିଡିଓ। ଏଆଇ  ବ୍ୟବହାର କରି ଏସବୁ ତିଆରି କରାଯାଇଛି। ଯେଉଁ ଚ୍ୟାଲେଞ୍ଜ ଦିଆଯାଇଛି ଯେ ଯଦି ସେ ଏକା ବିଷୟକୁ କୌଣସି ମଞ୍ଚରେ କହିବେ ତେବେ ତାହା ସ୍ପଷ୍ଟ ହେବ କହିଲେ ବୈଜୟନ୍ତ।

10:26 AM

Odisha BJP Press Meet: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି
ମୋ ପାଇଁ ଏହା ଏକ ଦୁଃଖର ବିଷୟ। ମୋ ପରିବାର ଏବଂ ବିଜୁ ବାବୁଙ୍କ ସହ ଘନିଷ୍ଠ ସମ୍ପର୍କ ରହିଥିଲା। ୨୦୧୮ ପୂର୍ବରୁ ନବୀନ ଏପରି ନଥିଲେ। ଓଡ଼ଆ ଅସ୍ମିତାକୁ ଆଘାତ ପହଞ୍ଚିଛି ଏହି ସମୟ ଭିତରେ। ନବୀନ ବାବୁ ବନ୍ଦୀ ହେବା ପରେ। ଏହି ସମୟରେ ହିଁ ମହାପ୍ରଭୁ ଜଗନ୍ନାଥଙ୍କ ଚାବି ହଜିଛି। ଏହି ସମୟରେ ଓଡ଼ିଆ ଅସ୍ମିତାକୁ ଆଘାତ ପହଞ୍ଚିଛି।

10:22 AM

Odisha BJP Press Meet: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି
ଓଡ଼ିଶାରେ ସରକାର ଆଉଟସୋର୍ସ ହୋଇଛି। ଏହା ଚିନ୍ତାର ବିଷୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ବିଷୟ ଉଠାଇଥିଲେ ଏବଂ ଏହାକୁ ଚର୍ଚ୍ଚା କରିବା ଉଚିତ। ଯାହାଙ୍କୁ େଭାଟ୍‍ ଦେଇଥିଲେ ଓଡ଼ିଶାର ଜନସାଧାରଣ ତାଙ୍କୁ ବନ୍ଦୀ କରାଯାଇଚି। ତାଙ୍କୁ କଣ୍ଢଇ ଭଳି ନିୟନ୍ତ୍ରଣ କରାଯାଇଛି। କେବଳ ଜଣେ ଲୋକଙ୍କୁ ହିଁ ତାଙ୍କ ପାଖରେ ଦେଖିବାକୁ ମିଳୁଛି। ହେଲିକପ୍ଟର ହେଉ ବା କ୍ୟାମେରା ବା ମଞ୍ଚ। ଆମକୁ ପ୍ରଶ୍ନ ପଚାରିବା ଉଚିତ ଯେ କାହିଁକି ତାଙ୍କ ଦଳର ଅନ୍ୟ ନେତା ବା ଓଡ଼ିଶାର ପୁଅ ଝିଅଙ୍କୁ ଦେଖିବାକୁ ମିଳୁନି, ଏହା ଏକ ଚିନ୍ତାର ବିଷୟ ବୋଲି କହିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।

10:15 AM

Odisha News Live Updates: ଚେନ୍ନାଇ ଅପେକ୍ଷା ଓଡ଼ିଶାରେ ବିଜୁଳି ଦର ଅଧିକ
ଚେନ୍ନାଇରେ ବିଜୁଳି ଦର କମ୍‍। ଓଡ଼ିଶାରେ ଅଧିକ। ସେଠାରେ ୟୁନିଟ ପିଛା  ୨ଟଙ୍କା୫୨ ପଇସା ଥିବା ବେଳେ ଏଠାରେ ୨.୮୨ ପଇସା।

10:14 AM

Odisha Election Updates: ଜୟପୁରରେ ସର୍ବାଧିକ ଭୋଟ
ଜୟପୁରରେରେ ସର୍ବାଧିକ ଭୋଟ୍‍। ସକାଳ ସାଢ଼େ ୯ଟା ସୁଦ୍ଧା ଏଠାରେ ୧୬.୫% ଭୋଟିଂ ହୋଇଛି। ଝରିଗାଁରେ ୧୨.୧ ପ୍ରତିଶତ, ଉମରକୋଟରେ ୧୩ପ୍ରତିଶତ ଭୋଟିଂ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା।

10:13 AM

Odisha Election Updates: ଭୋଟ ବର୍ଜନ 
ସ୍ଥାନୀୟ ସମସ୍ୟାକୁ ନେଇ ଭୋଟ ବର୍ଜନ କରିବାର ନୋଟିସ ଆମ ପାଖକୁ ଆସିଛି। ସ୍ଥାନୀୟ ପ୍ରଶାସନ ତାଙ୍କୁ ବୁଝାଉଛନ୍ତି। ଏହା ତାଙ୍କର ସବୁଠାରୁ ବଡ଼ ଅଧିକାର। ଏଣୁ  ଭୋଟ ବର୍ଜନ ନକରି ସେମାନେ ଭୋଟ ଦିଅନ୍ତି ବୋଲି କହିଛନ୍ତି ଶ୍ରୀ ଧଳ।

09:58 AM

Odisha Election Updates: ସ୍ୱାଭିମାନ ଅଞ୍ଚଳରେ ୯.୭୫ ପ୍ରତିଶତ ମତଦାନ 
ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ୯.୭୫ ପ୍ରତିଶତ ମତଦାନ ହୋଇଛି।  କୁଟିଆରେ ୧୦ % ଭୋଟର ଭୋଟ୍‍ ଦେଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି। ପ୍ରତି ବୁଥରେ ବିଜୁଳି ଯୋଗାଇ ଦିଆଯାଇଛି। ଯେଉଁଠି ଭୋଟ ସଂଯୋଗ ହୋଇପାରି ନାହିଁ ସେଠାରେ ସୋଲାର ପାଓ୍ୱାର ଯୋଗାଇ ଦିଆଯାଇଛି।

09:58 AM

Odisha News Live Updates: ୩୦ ମିନିଟରେ ଅତିରିକ୍ତ ଇଭିଏମ୍‍
୩୦ ମିନିଟରେ ଅତିରିକ୍ତ ଇଭିଏମ୍‍। ଯେଉଁ ପୋଲିଂ ବୁଥରେ ଇଭିଏମ୍‍ ତ୍ରୁଟି ନେଇ ଅଭିଯୋଗ ଆସୁଛି ସେଠାରେ ସର୍ବାଧିକ ୩୦ ମିନିଟ ଭିତରେ ଇଭିଏମ୍‍ ତ୍ରୁଟି ସମାଧାନ କରାଯାଉଛି।  ସେଠାରେ ଅତିରିକ୍ତ ଇଭିଏମ୍‍ ମହଜୁଦ ରହିଛି। ଏଣୁ କୌଣସି ବି ସ୍ଥାନରେ ଭୋଟରଙ୍କୁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଂଜ ବିହାରୀ ଧଳ ମତ ପ୍ରକାଶ କରିଛନ୍ତି । ନିର୍ବାଚନ ଦେଉଥିବା ଚାରି ସଂସଦୀୟ କ୍ଷେତ୍ରରେ ୭୩୦୩ ମତଦାନ କେନ୍ଦ୍ରରେ ଲୋକେ ମତଦାନ କରୁଛନ୍ତି ।

09:52 AM

Odisha News Live Updates: ସ୍ୱାଭିମାନ ଅଞ୍ଚଳରେ ଭୋଟ
କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାଲାକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳରେ ଏଥର ପ୍ରଥମ ଥର ପାଇଁ ଗାଁରେ ପୋଲିଂ ବୁଥ କରାଯାଇଛି।  ୨୦୧୯ରେ ବିଏସ୍ଏଫ୍ କ୍ଯମ୍ପ୍ ରେ ଏଠାର ଭୋଟର ମତଦାନ କରିଥିଲେ। ଏହାକୁ ଏକ ନିର୍ବରାଚନ ସଫଳତା ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।

 

09:51 AM

Odisha News Live Updates:  ସକାଳ ୯ଟା ସୁଦ୍ଧା ୯.୨୩ ପ୍ରତିଶତ ଭୋଟିଂ
ସକାଳ ସାଢ଼େ ୯ଟା ସୁଦ୍ଧା ୯.୨୩ ପ୍ରତିଶତ ଭୋଟିଂ। ରାଜ୍ୟରେ ଯେଉଁ ୪ ଲୋକସଭା ମଣ୍ଡଳୀରେ ନିର୍ବାଚନ ହେଉଛି ସେଥିରୁ କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ଡିରେ ସର୍ବାଧିକ ପୋଲିଂ ହେବାର ରେକର୍ଡ ରହିଛି। ଆଜି ସକାଳୁ ଲମ୍ବା ଧାଡ଼ିରେ ଲୋକମାନେ ପୋଲିଂ ଷ୍ଟେସନକୁ ଆସି ତାଙ୍କ ମତଦାନ କରିବାକୁ ଅପେକ୍ଷା କରିବାକୁ ଦେଖିବାକୁ ମିଳିଛି। ପାଗ ଅନୁକୂଳ ଥିବାରୁ ଅଧିକ ଭୋଟିଂ ଆଶା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।

09:36 AM

Odisha News Live Updates: ଭୋଟ ଦେଲେ ଅଲ୍ଲୁ ଅର୍ଜୁନ
ଅଭିନେତା ଅଲୁ ଅର୍ଜୁନ ସୋମବାର ସକାଳେ ତେଲେଙ୍ଗାନାର ଜୁବୁଲି ହିଲସ୍ଥିତ ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି। ସେ ସାଧାରଣ ଭୋଟରଙ୍କ ପରି ଧାଡିରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା।

 

09:32 AM

Odisha News Live Updates: ୧୫ ପୋଲିଂ ଏଜେଣ୍ଟଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ
ଲୋକସଭା ନିର୍ବାଚନ ଏବଂ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ୍ ମଧ୍ୟରେ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ସୋମବାର ଏକ ବଡ ଅଭିଯୋଗ କରିଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଦାବି କରିଛି ଯେ ରାଜ୍ୟ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ୍ ମୋହନ ରେଡ୍ଡୀଙ୍କ ଯୁବଜନ ଶ୍ରମିକ ରାୟଥୁ କଂଗ୍ରେସ ପାର୍ଟି (ୱାଇଏସଆରସିପି) ଆମର ୧୫ ଜଣ ପୋଲିଂ ଏଜେଣ୍ଟଙ୍କୁ ଅପହରଣ କରିଛି। ଟିଡିପି ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି ଯେ ୱାଇଏସଆରସିପି ନେତା ପେଡିରେଡ୍ଡି ରାମଚନ୍ଦ୍ର ରେଡ୍ଡୀଙ୍କ ସମର୍ଥକମାନେ ୧୫ ଜଣ ପୋଲିଂ ଏଜେଣ୍ଟଙ୍କୁ ଅପହରଣ କରିଛନ୍ତି। ପାର୍ଟିର ଲୋକମାନେ ମତଦାନ କେନ୍ଦ୍ରକୁ ଯାଉଥିଲେ ଏବଂ ଏହି ସମୟ ମଧ୍ୟରେ ସେମାନଙ୍କୁ ମାଡ଼ ଦିଆଯାଇଥିଲା।

08:38 AM

Odisha News Live Updates: ୧୫ରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି
ପୁଣି ଓଡ଼ିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗିବାକୁ ରାହୁଲ ଗାନ୍ଧି ଆସନ୍ତା ୧୫ ତାରିଖରେ ବଲାଙ୍ଗୀର ଆସିବେ। ଏଠାରେ ସେ କଂଗ୍ରେସର ଲୋକସଭା ଓ ବିଧାନସଭା ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବେ। ରାହୁଲ ବାଇକ ରାଲି ସହ ଜନସଭାରେ ଲୋକଙ୍କୁ ସମ୍ବୋଧନ କରିବେ। ରାହୁଲ ଗାନ୍ଧିଙ୍କ ଗସ୍ତକୁ ନେଇ ବଲାଙ୍ଗୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି। ସେହିଦିନ ଅର୍ଥାତ ମେ’ ୧୫ରେ ବିଜେପି ପ୍ରାର୍ଥୀଙ୍କ ପ୍ରଚାର ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଓଡ଼ିଶା ଆସୁଛନ୍ତି। ତେଣୁ ରାଜ୍ୟରେ ହେଭିୱେଟ୍‌ଙ୍କ ପ୍ରଚାର ଦେଖିବାକୁ ମିଳିବ।

08:26 AM

Odisha News Live Updates: ଓଡ଼ିଶାରେ ନିର୍ବାଚନୀ ମହାକୁମ୍ଭ ଆରମ୍ଭ
ଆଜି ଓଡ଼ିଶାରେ ଆରମ୍ଭ ହେଇଛି ନିର୍ବାଚନୀ ମହାକୁମ୍ଭ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ସହ ୨୮ଟି ବିଧାନସଭା ଲାଗି ଆରମ୍ଭ ଚାଲିଛି ମତଦାନ। ଓଡ଼ିଶାରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ। ରାଜ୍ୟର ୪ଟି ଲୋକସଭା କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ହେଉଛି ଭୋଟିଂ। ଏହି ୪ଟି ଲୋକସଭା ନିର୍ବାଚନମଣ୍ଡଳୀରେ ୬୨ ଲକ୍ଷ ୮୭ ହଜାର ୨୨୨ ଭୋଟର ମତଦାନ କରିବେ । ଏମାନଙ୍କ ମଧ୍ୟରେ ୩୦ ଲକ୍ଷ ୯୭ ହଜାର ୫୨୭ ପୁରୁଷ ଏବଂ ୩୧ ଲକ୍ଷ ୮୯ ହଜାର ୬୦ ମହିଳା ଏବଂ ୬୩୫ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି ।

08:16 AM

Odisha News Live Updates: ଦେଶରେ ୪ର୍ଥ ପର୍ଯ୍ୟାୟ ଭୋଟ
ଅଷ୍ଟାଦଶ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଆଜି ମତଦାନ ଆରମ୍ଭ ହୋଇଛି । ୯ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ ୯୬ଟି ସଂସଦୀୟ କ୍ଷେତ୍ର ପାଇଁ ମତଦାନ ଆରମ୍ଭ। ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ଆଗୁଆ ମତଦାନ ପାଇଁ ଧାଡ଼ିରେ ଭୋଟର। ଏହି ପର୍ଯ୍ୟାୟରେ ମୋଟ ୧୭୧୭ ଜଣ ପ୍ରାର୍ଥୀ ରହିଛନ୍ତି। ପ୍ରତି ବୁଥ୍ ଉପରେ ସିସିଟିଭିର କଡ଼ା ନଜର ରହିଛି। ଆନ୍ଧ୍ରପ୍ରଦେଶରେ ସମସ୍ତ ୨୫ଟି ଆସନ ଏବଂ ତେଲେଙ୍ଗାନାର ୧୭ଟି ଆସନରେ ମତଦାନ ହେଉଛି । ସେହିପରି ଉତ୍ତରପ୍ରଦେଶର ୧୩ଟି, ମହାରାଷ୍ଟ୍ରର ୧୧ଟି, ପଶ୍ଚିମବଙ୍ଗର ୮ଟି, ମଧ୍ୟପ୍ରଦେଶର ୮ଟି, ବିହାରର ୫ଟି ଏବଂ ଝାଡଖଣ୍ଡ ଏବଂ ଓଡିଶାର ୪ଟି ଲେଖାଏଁ ଆସନ ଏବଂ ଜମ୍ମୁ କଶ୍ମୀରରର ଗୋଟିଏ ଆସନରେ ମତଦାନ ହେଉଛି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟାରେ ଶେଷ ହେବ । ନିଜ ପସନ୍ଦର ନେତା ବାଛୁଛନ୍ତି ଭୋଟର ।

07:59 AM

Odisha News LIve Updates: ଭୋଟ ଦେଉଛି ଓଡ଼ିଶା। ଲିଙ୍କରେ କ୍ଲିକ କରି ପଢି ନିଅନ୍ତୁ ଆଉ କିଛି ଅଳ୍ପରେ ଆଉ କିଛି ଖବର। 

07:58 AM

Odisha News Live Updates: ଆଜି ରାଜ୍ୟରେ ପ୍ରଥମ ଭୋଟ୍‍
ଦେଶରେ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି।  ଏଥିରେ ଦେଶର ୯୬ଟି ଲୋକସଭା ଆସନ ଲାଗି ଭୋଟ୍‍ ଗ୍ରହଣ କରାଯାଉଛି। ପ୍ରଥମଥର ଲାଗି ଓଡ଼ିଶା ଏହି ପର୍ଯ୍ୟାୟରେ ଭୋଟ୍‍ ଦେବ। ଏଥିଲାଗି ରାଜ୍ୟର ୪ଟି ଲୋକସଭା ଆସନ ଚିହ୍ନିତ ହୋଇଛି। ଏହାଛଡ଼ା ରାଜ୍ୟରେ ବିଧାନସଭା ଗଠନ ଲାଗି ମଧ୍ୟ  ସମାନ ସମୟରେ ଭୋଟ୍‍ ଗ୍ରହଣ କରାଯିବ। ଅର୍ଥାତ୍‍  ରାଜ୍ୟର ପ୍ରଥମ ପର୍ଯ୍ୟାୟ ଭୋଟ ଲାଗି ଭୋଟର, ନେତା ଓ ପ୍ରଶାସନ ପ୍ରସ୍ତୁତ ରହିଛି। ପଢନ୍ତୁ ପୂରା ରିପୋର୍ଟ...

07:57 AM

Odisha News Live Updates: ବ୍ୟବସାୟରେ ଲାଭ ସହ ମିଳିବ ଖୁସି ଖବର, ଜାଣନ୍ତୁ କେମିତି କଟିବ ସପ୍ତାହର ପ୍ରଥମ ଦିନ?
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୧୩ ହେଉଛି ସୋମବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

07:56 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।