PM Modi Road Show: କାଶୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋରେ ପ୍ରବଳ ଭିଡ
Advertisement
Article Detail0/zeeodisha/odisha2246870

PM Modi Road Show: କାଶୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋରେ ପ୍ରବଳ ଭିଡ

PM Modi Road Show: କାଶୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଡ୍ ଶୋ କରିଛନ୍ତି । ସନ୍ଧ୍ୟା ୫ ଟା ସମୟରେ ବିଏଚୟୁ ଫାଟକ ନିକଟରୁ ରୋଡ ଶୋ ଆରମ୍ଭ ହୋଇଥିଲା । ପ୍ରାୟ ଚାରି ଘଣ୍ଟା ମଧ୍ୟରେ ପାଞ୍ଚ କିଲୋମିଟର ଦୂରତା ଅତିକ୍ରମ କରିବା ନେଇ ପୂର୍ବ ପ୍ରସ୍ତୁତି ହୋଇଥିଲା । ସେହି ଅନୁଯାୟୀ ପିଏମ ମୋଦୀଙ୍କ ରୋଡ ଶୋ’ରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଅଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ବିଭିନ୍ନ ପ୍ରସ୍ତୁତି କରିଥିଲେ । ପିଏମ ମୋଦୀଙ୍କ ରୋଡ ଶୋ’ରେ ଫୁଲ ବର୍ଷା ହୋଇଥିବା ଦେଖିବାକୁ ମିଳିଛି ।

ବିଜେପି କର୍ମୀମାନେ ଗେରୁଆ ରଙ୍ଗର ପୋଷାକ ସହ ପଦ୍ମ ଫୁଲର ପତାକା ଉଡାଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାଶୀ ଗସ୍ତ କାରଣରୁ ଲୋକଙ୍କ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଉତ୍ସାହ ଦେଖିବାକୁ ମିଳୁଛି । ଲୋକମାନେ ହର ହର ମୋଦୀଙ୍କ ସ୍ଲୋଗାନ ଦେଇଛନ୍ତି। ରୋଡ୍ ସୋ ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଅଛନ୍ତି । ରୋଡ ଶୋରେ ପ୍ରଧାନମନ୍ତ୍ରୀଙ୍କ ଝଲକ ପାଇବା ପାଇଁ ଘରର ଛାତଠୁ ଆରମ୍ଭ କରି ବାରଣ୍ଡା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ମହିଳା, ଶିଶୁ ଏବଂ କେତେକ ସ୍ଥାନରେ ବୃଦ୍ଧଲୋକମାନେ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା । ଦୂରରୁ ଥାଇ ଅନେକ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କ ସହ ସେଲଫି ଉଠାଇଥିଲେ ।

Also Read- ମହିଳା ଭୋଟରଙ୍କୁ ବୁର୍ଖା ଉଠାଇବା କହିଲେ ମାଧବୀ ଲତା, ମାମଲା ରୁଜୁ