MH370 Mystery: ଆଜି ମଧ୍ୟ ରହସ୍ୟ ହୋଇରହିଛି MH 370; ୧୦ ବର୍ଷ ପରେ ପୁନର୍ବାର ଆରମ୍ଭ ହେବ ସର୍ଚ୍ଚ ଅପରେସନ
Advertisement
Article Detail0/zeeodisha/odisha2141109

MH370 Mystery: ଆଜି ମଧ୍ୟ ରହସ୍ୟ ହୋଇରହିଛି MH 370; ୧୦ ବର୍ଷ ପରେ ପୁନର୍ବାର ଆରମ୍ଭ ହେବ ସର୍ଚ୍ଚ ଅପରେସନ

MH 370 Missing Theory: ମାଲେସିଆ ଏୟାରଲାଇନ୍ସ ବିମାନ MH370 ନିଖୋଜ ହେବାକୁ ୧୦ ବର୍ଷ ପୂରଣ ହୋଇସାରିଛି। ଏବେ ଏହାକୁ ଖୋଜି ବାହାର କରିବା ପାଇଁ ଆରମ୍ଭ ପୁନର୍ବାର ଆରମ୍ଭ ହେବ ସର୍ଚ୍ଚ ଅପରେସନ।

  MH370 Mystery: ଆଜି ମଧ୍ୟ ରହସ୍ୟ ହୋଇରହିଛି MH 370; ୧୦ ବର୍ଷ ପରେ ପୁନର୍ବାର ଆରମ୍ଭ ହେବ ସର୍ଚ୍ଚ ଅପରେସନ

Malaysia Airlines Flight MH370: ମାଲେସିଆ ଏୟାରଲାଇନ୍ସ ବିମାନ MH370 ନିଖୋଜ ହୋଇଯିବାକୁ ୧୦ ବର୍ଷ ପୂରଣ ହୋଇସାରିଛି। ଗତ ୨୦୧୪ ମାର୍ଚ୍ଚ ୮ ତାରିଖରେ ରାଡାର ସ୍କ୍ରିନ ଠାରୁ ଅଦୃଶ୍ୟ ହୋଇ ଯାଇଥିଲା MH 370। ଭାରତ ମହାସାଗରରେ ଅବସ୍ଥିତ ଏକ ଦ୍ୱୀପରୁ ଏହି ବିମାନର କିଛି ଅଳ୍ପ ଭଗ୍ନାବେଶେଷ ମିଳିଥିଲା। ଏହା ବ୍ୟତୀତ ବିମାନର ଅନ୍ୟ କିଛି ଚିହ୍ନ ବର୍ଣ୍ଣ ମିଳିନଥିଲା। ମାଲେସିଆ ରାଜଧାନୀ କୁଆଲାଲମ୍ପୁର ଠାରୁ ଚୀନ ରାଜଧାନୀ ବେଜିଂ ଅଭିମୁଖେ ଯାତ୍ରା କରୁଥିବା MH370 ନାମକ ମାଲେସିଆ ଏୟାରଲାଇନ୍ସ ବିମାନରେ ୨୨୭ ଜଣ ଯାତ୍ରୀ ଏବଂ ୧୨ ଜଣ ଚାଳକ ଦଳ ସଦସ୍ୟ ରହିଥିଲେ। ବିମାନ ନିଖୋଜ ହୋଇଯିବା ପରେ ସେମାନଙ୍କୁ ମୃତ ବୋଲି ବିବେଚନା କରାଯାଇଥିଲା।

ମାଲେସିଆ ଏୟାରଲାଇନ୍ସ ବିମାନ MH370 ନିଖୋଜ ହୋଇଯିବା ଘଟଣା ଏକ ରହସ୍ୟମୟ ପ୍ରହେଳିକା ହୋଇ ରହିଛି। ଏହି ରହସ୍ୟର ପର୍ଦ୍ଦାଫାଶ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇ ପାରିନାହିଁ। ଗତ ୨୦୧୭ ଜାନୁୟାରୀ ମାସରେ, ନିଖୋଜ ହୋଇଯାଇଥିବା ଏହି ବିମାନକୁ ଖୋଜି ବାହାର କରିବା ପାଇଁ କାର୍ଯ୍ୟକାରୀ ହୋଇଥିବା ଅନୁସନ୍ଧାନ ସ୍ଥଗିତ ରଖାଯାଇଥିଲା। ଏହାର ଗୋଟିଏ ବର୍ଷ ପରେ ହୋଇଥିବା ୬ ମାସର ବ୍ୟକ୍ତିଗତ ସନ୍ଧାନରେ ମଧ୍ୟରେ କୌଣଶି ଫଳାଫଳ ମିଳିଲା ନାହିଁ। 

ଏହି ଘଟଣା ଘଟିବାକୁ ୧୦ ବର୍ଷ ପୂରଣ ହୋଇସାରିବା ପରେ ମାର୍ଚ୍ଚ ୩ ତାରିଖ ରବିବାର ଯାତ୍ରୀଙ୍କ ସମ୍ପର୍କୀୟ ଏକ ନୂତନ ସନ୍ଧାନ ଉପରେ ଧ୍ୟାନ ଦେଇଛନ୍ତି। ଏହି ଘଟଣାର ସ୍ମୃତି ଦିବସ ଅବସରରେ ଗତ ରବିବାର ମାଲେସିଆର ରାଜଧାନୀ କୁଆଲାଲମ୍ପୁର ନିକଟସ୍ଥ ଏକ ସପିଂ ମଲ୍ ଠାରେ ମୃତକଙ୍କ ସମ୍ପର୍କୀୟ ଏବଂ ସେମାନଙ୍କ ସମର୍ଥକ ଏକତ୍ରୀତ ହୋଇଥିଲେ। ଚୀନ୍‌ ଠାରୁ ଆସିଥିବା କିଛି ସମ୍ପର୍କୀୟଙ୍କ ସହ ବିମାନରେ ହଜିଯାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସେମାନେ ୨୩୯ ମହମବତୀ ଜଳାଇଥିଲେ।

୩୬ ବର୍ଷୀୟ ମାଲେସିଆ ଓକିଲ ଗ୍ରେସ୍ ନାଥନ୍ ନ୍ୟୁଜ ଏଜେନ୍ସି ଆସୋସିଏଟେଡ ଫ୍ରାନ୍ସ ପ୍ରେସ ସହ କଥାବାର୍ତ୍ତା କରିବା ବେଳେ କହିଛନ୍ତି ଯେ ଗତ ୧୦ ବର୍ଷ ମୋ ପାଇଁ ଭାବନାତ୍ମକ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ସମୟ। MH370 ବିମାନ ନିଖୋଜ ହେବା ତାଙ୍କ ଇତିହାସ ନୁହେଁ। କାରଣ ତାଙ୍କ ମାଆ ୫୬ ବର୍ଷୀୟ ଆନ୍ ଡେଜି ଏହି ବିମାନରେ ଯାତ୍ରା କରୁଥିଲେ। ଚୀନ ହ୍ୱେଇ ପ୍ରଦେଶର ୬୭ ବର୍ଷୀୟ ଲିୟୁ ଶୁଆଙ୍ଗ ଫୋଙ୍ଗ ତାଙ୍କର ୨୮ ବର୍ଷର ପୁଅ ଲି ୟାନ ଲିନ୍ ଙ୍କୁ ହରାଇଛନ୍ତି। ସେ କହିଥିଲେ ଯେ ମୁଁ ମୋ ପୁଅ ପାଇଁ ନ୍ୟାୟ ଦାବି କରୁଛି। ବିମାନ କେଉଁଠି ରହିଛି?  ତାହାର ସନ୍ଧାନ ଜାରି ରଖିବା ଆବଶ୍ୟକ ବୋଲି ଲିୟୁ କହିଛନ୍ତି।

ପରିବହନ ମନ୍ତ୍ରୀ ଆନ୍ଥୋନି ଲକ୍ କହିଛନ୍ତି ଯେ ନିଖୋଜ ହୋଇଥିବା MH370 ବିମାନକୁ ଖୋଜିବା ପାଇଁ ମାଲେସିଆ ପ୍ରତିଶୃତିବଦ୍ଧ। ଏଥିପାଇଁ ଖର୍ଚ୍ଚ ହେଉଥିବା ଅର୍ଥ ଏକ ପ୍ରସଙ୍ଗ ନୁହେଁ। ଏହି ଘଟଣାର ସ୍ମୃତି ଦିବସ ଅବସରରେ ଯୋଗ ଦେଇ ମନ୍ତ୍ରୀ ମୃତକଙ୍କ ସମ୍ପର୍କୀୟଙ୍କୁ କହିଥିଲେ ଯେ ନିଖୋଜ ହୋଇଥିବା ବିମାନକୁ ଖୋଜି ବାହାର କରିବା ପାଇଁ ସେ ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସ ସ୍ଥିତ ସାମୁଦ୍ରିକ ଅନୁସନ୍ଧାନ ସଂସ୍ଥା ଓସେନ ଇନଫିନିଟି ଅଧିକାରୀଙ୍କ ସହ ସାକ୍ଷାତ କରି ଆଲୋଚନା କରିବେ।