Maldives Politics: ଗାଦିଚ୍ୟୁତ ହୋଇପାରନ୍ତି ମାଳଦ୍ୱୀପ ରାଷ୍ଟ୍ରପତି! ଜାଣନ୍ତୁ କିପରି
Advertisement
Article Detail0/zeeodisha/odisha2084842

Maldives Politics: ଗାଦିଚ୍ୟୁତ ହୋଇପାରନ୍ତି ମାଳଦ୍ୱୀପ ରାଷ୍ଟ୍ରପତି! ଜାଣନ୍ତୁ କିପରି

Maldives President Mohamed Muizzu: ଭାରତ ସହ ଜାରି ରହିଥିବା କୂଟନୈତିକ ବିବାଦ ପାଇଁ ଚର୍ଚ୍ଚାକୁ ଆସିଥିବା ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଗାଦିଚ୍ୟୁତ ହୋଇପାରନ୍ତି। 

Maldives Politics: ଗାଦିଚ୍ୟୁତ ହୋଇପାରନ୍ତି ମାଳଦ୍ୱୀପ ରାଷ୍ଟ୍ରପତି! ଜାଣନ୍ତୁ କିପରି

Maldives President Mohamed Muizzu may be Deposed: ଭାରତ ଚାଲିଥିବା କୂଟନୈତିକ ବିବାଦ ମଧ୍ୟରେ ଚୀନ୍ ସମର୍ଥିତ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଲାଗି ସମସ୍ୟା ବଢିଯାଇଛି। ନିଜ ଦେଶର ମାଳଦ୍ୱୀପ ରାଷ୍ଟ୍ରପତି ସବୁ ଦିଗରୁ ଘେରି ହୋଇଯାଇ ଥିବାର ଜଣାପଡୁଛି। ମାଲଦ୍ୱୀପ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦେଶର ମୁଖ୍ୟ ବିରୋଧୀ ଦଳ ମାଳଦ୍ୱୀପ ଡେମୋକ୍ରାଟିକ୍ ପାର୍ଟି ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ବିରୋଧରେ ସଂସଦରେ ମହାଭିଯୋଗ ପ୍ରସ୍ତାବ ଆଗତ କରିବାକୁ ପ୍ରସ୍ତୁତ ହେଉଛି। ମାଳଦ୍ୱୀପ ଡେମୋକ୍ରାଟିକ୍ ପାର୍ଟି ସାଂସଦ ସନ୍.ଏମ.ଭିସହ କଥାବାର୍ତ୍ତା କରିବା ବେଳେ କହିଛନ୍ତି ଯେ ଦେଶର ସଂସଦରେ ରାଷ୍ଟ୍ରପତିଙ୍କ ବିରୋଧରେ ସଂସଦରେ ମହାଭିଯୋଗ ପ୍ରସ୍ତାବ କରିବାକୁ ଆମେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ଦସ୍ତଖତ କାରିସାରିଛୁ। ଦେଶର ସଂସଦରେ ମହାଭିଯୋଗ ପ୍ରସ୍ତାବ ଖୁବ ଶୀଘ୍ର ଆଗତ କରାଯିବ।

ଏହି ଘଟଣା ସେତେବେଳେ ଘଟିଛି ଯେତେବେଳେ ମାଳଦ୍ୱୀପ ଡେମୋକ୍ରାଟିକ୍ ପାର୍ଟି ଜାନୁଆରୀ ୨୮ ତାରିଖ ରବିବାର କ୍ୟାବିନେଟ ଭୋଟିଂ ହେବା ପୂର୍ବରୁ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ସରକାରର ୪ ଜଣ ସଦସ୍ୟଙ୍କ ସଂସଦୀୟ ଅନୁମୋଦନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଯାହାକୁ  ସରକାରୀ ଦଳର ସମର୍ଥକ ସାଂସଦ ବିରୋଧ କରିଥିଲେ। ଯେଉଁ କାରଣରୁ ସଂସଦୀୟ ବୈଠକ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା।ଏଭଳି ପରିସ୍ଥିତିରେ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ କ୍ୟାବିନେଟ ସହ ଜଡ଼ିତ ୪ ଜଣ ସଦସ୍ୟଙ୍କ ଅନୁମୋଦନକୁ ନେଇ ସଂସଦ ପରିସରରେ ଶାସକ-ବିରୋଧି ଦଳର ସାଂସଦଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷ ସମୟରେ କାନ୍ଦିଥିମୁ ସାଂସଦ ଅବଦୁଲ୍ଲା ସହିମ ଅବଦୁଲ ହାକିମ ଶାହିମ ଏବଂ କେନ୍ଦିକୁଲହୁଧୁ ସାଂସଦ ଅହମ୍ମଦ ଇସାଙ୍କ ମଧ୍ୟରେ ବିବାଦ ହୋଇଥିଲା। ବିବାଦ ବେଳେ ଉଭୟ ସାଂସଦ ଚାମ୍ବର ନିକଟରେ ଗଳି ପଡ଼ିଥିଲେ। ଯେଉଁଥିପାଇଁ ଶାହିମଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିଲା।

ଆପଣଙ୍କୁ କହିରଖୁଛୁ ଯେ ଅନ୍ୟ ଦେଶ ତୁଳନାରେ ମାଲଦ୍ୱୀପ ଭଳି ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟା ବହୁତ ଭିନ୍ନ। ସଂସଦରେ ସଂଖ୍ୟାଲଘୁ ହୋଇଥିବା ସତ୍ତ୍ୱେ ମହମ୍ମଦ ମୁଇଜୁ ରାଷ୍ଟ୍ରପତି ପଦରେ ବସିଛନ୍ତି। କାରଣ ସାାଂସଦ ଏବଂ ରାଷ୍ଟ୍ରପତି ଚୟନ କରିବାର ପ୍ରକ୍ରିୟା ମାଲଦ୍ୱୀପ ଠାରେ ବହୁତ ଭିନ୍ନ। ଗତ ବର୍ଷ ମାଲଦ୍ୱୀପ ଠାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେହିପରି ୨୦୧୯ ବର୍ଷରେ ସାଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ସମୟରେ ଯଦିଓ ମାଳଦ୍ୱୀପ ରାଷ୍ଟ୍ରପତି ପଦରେ ମହମ୍ମଦ ମୁଇଜୁ ବସିଛନ୍ତି। ହେଲେ ସଂସଦରେ ବିରୋଧି ଦଳ ପାଖରେ ସଂଖ୍ୟାଗରିଷ୍ଠତା ରହିଛି। 

Also Read: Maldives Parliament Fight: ରଣକ୍ଷେତ୍ର ପାଲଟିଲା ମାଳଦ୍ୱୀପ ସଂସଦ; ଭିଡ଼ିଓ ଭାଇରାଲ

ନିକଟରେ ମାଳଦ୍ୱୀପ ସଂସଦରେ ଡକାଯାଇଥିଲା ଏକ ସ୍ୱତନ୍ତ୍ର ଅଧିବେଶନ (Maldives Parliament Special Session 2024)। ଅଧିବେଶନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ମଧ୍ୟ ଉଭୟ ଶାସକ-ବିରୋଧି ପକ୍ଷର ସାଂସଦ ପରସ୍ପର ସହ ଲଢେଇ କରୁଥିବାର ଦେଖିବାକୁ ମିଳିଥିଲା। ମାଳଦ୍ୱୀପ ସଂସଦରେ ସାଂସଦଙ୍କ (Maldives Parliament Member) ମଧ୍ୟରେ ହୋଇଥିବା ବିବାଦ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ସମ୍ପର୍କରେ ସ୍ଥାନୀୟ ଗଣମାଧ୍ୟମ ଦାବି କରିଛି ଯେ ରବିବାର (୨୮ ଜାନୁଆରୀ) ମାଳଦ୍ୱୀପ ସଂସଦରେ ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମ ଦେଖିବାକୁ ମିଳିଥିଲା। ଯାହାର ଭିଡ଼ିଓ ମଧ୍ୟ ଖୁବ ଭାଇରାଲ ହୋଇଥିଲା। ଯେଉଁଥିରେ ଦେଖିବାକୁ ସଂସଦର ଅଧିବେଶନ ସମୟରେ ସାଂସଦଙ୍କ ମଧ୍ୟରେ ଲଢେଇ ହୋଇଥିଲା।  

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ (Maldives President Mohamed Muizzu) ମନ୍ତ୍ରୀମଣ୍ଡଳର ମନ୍ତ୍ରୀଙ୍କ ସଂସଦୀୟ ଅନୁମୋଦନ ପାଇଁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକା ଯାଇଥିଲା। ସଂସଦ ଅଧିବେଶନ ଆରମ୍ଭ ହେବା ମାତ୍ରେ ପିପୁଲ୍ସ ନ୍ୟାସନାଲ କଂଗ୍ରେସ (Peoples National Congress Maldives) ଏବଂ ପ୍ରୋଗ୍ରେସିଭ ପାର୍ଟି ଅଫ୍ ମାଳଦ୍ୱୀପ (Progressive Party of Maldives) ଦଳର ସରକାରୀ ସମର୍ଥକ ସାଂସଦ, ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସାଲେହଙ୍କ (Former Maldives President Mohamed Salah) ନେତୃତ୍ୱାଧିନ ମାଳଦ୍ୱୀପ ଡେମୋକ୍ରାଟିକ୍ ପାର୍ଟି (Maldives Democratic Party) ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ବିରୋଧି ଦଳର ସାଂସଦ ଦେଶର ମନ୍ତ୍ରୀମଣ୍ଡଳର ୪ ଜଣ ସଦସ୍ୟଙ୍କ ଅନୁମୋଦନକୁ ଅଟକାଇ ଦେଇଥିଲେ।