Maldives Parliament Fight: ରଣକ୍ଷେତ୍ର ପାଲଟିଲା ମାଳଦ୍ୱୀପ ସଂସଦ; ଭିଡ଼ିଓ ଭାଇରାଲ
Advertisement
Article Detail0/zeeodisha/odisha2083496

Maldives Parliament Fight: ରଣକ୍ଷେତ୍ର ପାଲଟିଲା ମାଳଦ୍ୱୀପ ସଂସଦ; ଭିଡ଼ିଓ ଭାଇରାଲ

Maldives Parliament Chaos: ନିକଟରେ ଅନୁଷ୍ଠିତ ହୋଇଥିବା ସ୍ୱତନ୍ତ୍ର ଅଧିବେଶନ ବେଳେ ରଣକ୍ଷେତ୍ର ପାଲଟିଛି ମାଳଦ୍ୱୀପ ସଂସଦ।

 Maldives Parliament Fight: ରଣକ୍ଷେତ୍ର ପାଲଟିଲା ମାଳଦ୍ୱୀପ ସଂସଦ; ଭିଡ଼ିଓ ଭାଇରାଲ

Maldives Parliament Ruckus: ଜାନୁଆରୀ ୨୮ ତାରିଖ ରବିବାର ରଣକ୍ଷେତ୍ର ପାଲଟିଛି ମାଳଦ୍ୱୀପ ସଂସଦ। ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଭାରତ ସହ ମୁହାମୁହିଁ ହୋଇ ଚର୍ଚ୍ଚାକୁ ଆସିଥିବା ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ନିଜ ଦେଶର ସାଂସଦଙ୍କୁ ସମ୍ଭାଳି ପାରୁନାହାଁନ୍ତି। ଯାହା ରବିବାର ଘଟିଥିବା ଘଟଣାରୁ ସ୍ପଷ୍ଟ ହୋଇଯାଇଛି। ସଂସଦରେ ବଡ଼ ବଡ଼ କଥା କହୁଥିବା ରାଷ୍ଟ୍ରପତି ମୁଇଜୁଙ୍କ ଅବସ୍ଥା ଏବେ ଏକ ଆଖଡ଼ା ଭଳି ହୋଇଯାଇଛି। 

ନିକଟରେ ମାଳଦ୍ୱୀପ ସଂସଦରେ ଡକାଯାଇଥିଲା ଏକ ସ୍ୱତନ୍ତ୍ର ଅଧିବେଶନ (Maldives Parliament Special Session 2024)। ଅଧିବେଶନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ମଧ୍ୟ ଉଭୟ ଶାସକ-ବିରୋଧି ପକ୍ଷର ସାଂସଦ ପରସ୍ପର ସହ ଲଢେଇ କରୁଥିବାର ଦେଖିବାକୁ ମିଳିଥିଲା। ମାଳଦ୍ୱୀପ ସଂସଦରେ ସାଂସଦଙ୍କ (Maldives Parliament Member) ମଧ୍ୟରେ ହୋଇଥିବା ବିବାଦ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ସମ୍ପର୍କରେ ସ୍ଥାନୀୟ ଗଣମାଧ୍ୟମ ଦାବି କରିଛି ଯେ ରବିବାର (୨୮ ଜାନୁଆରୀ) ମାଳଦ୍ୱୀପ ସଂସଦରେ ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମ ଦେଖିବାକୁ ମିଳିଥିଲା। ଯାହାର ଭିଡ଼ିଓ ମଧ୍ୟ ଖୁବ ଭାଇରାଲ ହୋଇଥିଲା। ଯେଉଁଥିରେ ଦେଖିବାକୁ ସଂସଦର ଅଧିବେଶନ ସମୟରେ ସାଂସଦଙ୍କ ମଧ୍ୟରେ ଲଢେଇ ହୋଇଥିଲା। 

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ (Maldives President Mohamed Muizzu) ମନ୍ତ୍ରୀମଣ୍ଡଳର ମନ୍ତ୍ରୀଙ୍କ ସଂସଦୀୟ ଅନୁମୋଦନ ପାଇଁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକା ଯାଇଥିଲା। ସଂସଦ ଅଧିବେଶନ ଆରମ୍ଭ ହେବା ମାତ୍ରେ ପିପୁଲ୍ସ ନ୍ୟାସନାଲ କଂଗ୍ରେସ (Peoples National Congress Maldives) ଏବଂ ପ୍ରୋଗ୍ରେସିଭ ପାର୍ଟି ଅଫ୍ ମାଳଦ୍ୱୀପ (Progressive Party of Maldives) ଦଳର ସରକାରୀ ସମର୍ଥକ ସାଂସଦ, ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସାଲେହଙ୍କ (Former Maldives President Mohamed Salah) ନେତୃତ୍ୱାଧିନ ମାଳଦ୍ୱୀପ ଡେମୋକ୍ରାଟିକ୍ ପାର୍ଟି (Maldives Democratic Party) ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ବିରୋଧି ଦଳର ସାଂସଦ ଦେଶର ମନ୍ତ୍ରୀମଣ୍ଡଳର ୪ ଜଣ ସଦସ୍ୟଙ୍କ ଅନୁମୋଦନକୁ ଅଟକାଇ ଦେଇଥିଲେ।

ଆପଣଙ୍କୁ କହିବା ଯେ ଅନ୍ୟ ଦେଶ ତୁଳନାରେ ମାଲଦ୍ୱୀପ ଭଳି ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟା ବହୁତ ଭିନ୍ନ। ସଂସଦରେ ସଂଖ୍ୟାଲଘୁ ହୋଇଥିବା ସତ୍ତ୍ୱେ ମହମ୍ମଦ ମୁଇଜୁ ରାଷ୍ଟ୍ରପତି ପଦରେ ବସିଛନ୍ତି। କାରଣ ସାାଂସଦ ଏବଂ ରାଷ୍ଟ୍ରପତି ଚୟନ କରିବାର ପ୍ରକ୍ରିୟା ମାଲଦ୍ୱୀପ ଠାରେ ବହୁତ ଭିନ୍ନ। ଗତ ବର୍ଷ ମାଲଦ୍ୱୀପ ଠାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେହିପରି ୨୦୧୯ ବର୍ଷରେ ସାଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ସମୟରେ ଯଦିଓ ମାଳଦ୍ୱୀପ ରାଷ୍ଟ୍ରପତି ପଦରେ ମହମ୍ମଦ ମୁଇଜୁ ବସିଛନ୍ତି। ହେଲେ ସଂସଦରେ ବିରୋଧି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି।