MCD Election 2022 Opinion Poll: ଗୁଜୁରାଟ ଓ ହିମାଚଳ ନିର୍ବାଚନ ମଧ୍ୟରେ ଏମସିଡି ନିର୍ବାଚନ ହେବାକୁ ଯାଉଛି । ସମସ୍ତ ରାଜନୈତିକ ଦଳ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହା ମଧ୍ୟରେ ଏମସିଡି ନିର୍ବାଚନ ପାଇଁ ଓପିନିୟନ ପୋଲ୍ ମଧ୍ୟ ସାମ୍ନାକୁ ଆସିଛି । ଏହି ସର୍ଭେରେ ବିଜେପି ଅଧିକ ଆସନ ପାଇବ ବୋଲି ପୂର୍ବାନୁମାନ କରାଯାଇଛି । ଆସନ୍ତୁ ବିସ୍ତୃତ ଭାବେ ଜାଣିବା...
Trending Photos
MCD Election 2022 Opinion Poll: ଜାତୀୟ ରାଜଧାନୀ ଦିଲ୍ଲୀରେ ଏମସିଡି ନିର୍ବାଚନ (MCD Election 2022) ପାଇଁ ବିଗୁଲ ବାଜି ସାରିଛି । ଗୁଜୁରାଟ ଓ ହିମାଚଳ ନିର୍ବାଚନ ମଧ୍ୟରେ ଏମସିଡି ନିର୍ବାଚନ (MCD Election) ହେବାକୁ ଯାଉଛି । ସମସ୍ତ ରାଜନୈତିକ ଦଳ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଭାରତୀୟ ଜନତା ପାର୍ଟି (BJP) ଓ ଆମ୍ ଆଦମୀ ପାର୍ଟି (AAP) ପରସ୍ପର ଉପରେ ଆକ୍ରମଣ କରିବା ଜାରି ରଖିଛି । ଏଥି ସହ କଂଗ୍ରେସ ମଧ୍ୟ ଦିଲ୍ଲୀରେ ହଜିଯାଇଥିବା ଜନାଧାରକୁ ନିଜ ତରଫକୁ ଫେରାଇ ଆଣିବାକୁ ପ୍ରୟାସ କରୁଛି । ଏହା ମଧ୍ୟରେ ଏମସିଡି ନିର୍ବାଚନ ପାଇଁ ଓପିନିୟନ ପୋଲ୍ ମଧ୍ୟ ସାମ୍ନାକୁ ଆସିଛି । ଏହି ସର୍ଭେରେ ବିଜେପି ଅଧିକ ଆସନ ପାଇବ ବୋଲି ପୂର୍ବାନୁମାନ କରାଯାଇଛି । ଆସନ୍ତୁ ବିସ୍ତୃତ ଭାବେ ଜାଣିବା...
ଏବିପି ନ୍ୟୁଜ୍-ସିଭୋଟର୍ ସର୍ଭେ ଅନୁଯାୟୀ, ଏମସିଡି ନିର୍ବାଚନରେ ବିଜେପି ୧୧୮-୧୩୮ ଆସନ ପାଇପାରେ । ଏଥି ସହିତ ଆମ୍ ଆଦମୀ ପାର୍ଟି ଖାତାରେ ୧୦୪ରୁ ୧୨୪ଟି ଆସନ ଆସିପାରେ । ଅନ୍ୟପକ୍ଷରେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ବୋଲି ପୂର୍ବାନୁମାନ କରାଯାଇଛି । ଏହି ସର୍ଭେରେ କଂଗ୍ରେସ ୪ରୁ ୧୨ଟି ଆସନ ପାଇବାର ସମ୍ଭାବନା ରହିଛି । ଅନ୍ୟପଟେ ୦-୪ଟି ଆସନ ଅନ୍ୟମାନଙ୍କ ଖାତାକୁ ଯାଇପାରେ । ଏଠାରେ କହି ରଖୁଛୁ ଯେ, MCD ରେ ମୋଟ ୨୫୦ଟି ଆସନ ଅଛି ।
ଏବିପି ନ୍ୟୁଜ୍-ସିଭୋଟର୍ ସର୍ଭେରେ କୁହାଯାଇଛି ଯେ, ବିଜେପି ସର୍ବାଧିକ ୪୨ ପ୍ରତିଶତ ଭୋଟ୍ ପାଇବ ବୋଲି ଆଶା କରାଯାଉଛି । ଏହା ବ୍ୟତୀତ ଆମ୍ ଆଦମୀ ପାର୍ଟି ଦ୍ୱିତୀୟ ସ୍ଥାନରେ ରହିବ । ଆପକୁ ୪୦ ପ୍ରତିଶତ ଭୋଟ୍ ମିଳିପାରେ । ଅନ୍ୟପଟେ କେବଳ ୧୬ ପ୍ରତିଶତ ଭୋଟ୍ ସହ କଂଗ୍ରେସକୁ ସନ୍ତୁଷ୍ଟ ହେବାକୁ ପଡ଼ିପାରେ । ସେହିପରି ଅନ୍ୟମାନଙ୍କ ଖାତାରେ ୨ ପ୍ରତିଶତ ଭୋଟ୍ ଯାଇପାରେ ।
ଏଠାରେ କହି ରଖୁଛୁ ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା MCD ୱାର୍ଡର 'ଡିଲିମିଟେସନ୍' ପରେ MCD ରେ ମୋଟ ୱାର୍ଡ ସଂଖ୍ୟା ୨୫୦କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୪୨ଟି ସଂରକ୍ଷଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ତିନିଟି ମ୍ୟୁନିସିପାଲିଟି ନିଗମର ମିଶ୍ରଣ ପରେ ଏହା ଦିଲ୍ଲୀରେ ପ୍ରଥମ ନିର୍ବାଚନ ହେବ । ଗତ ୧୫ ବର୍ଷ ଧରି ଏମସିଡି ବିଜେପି ଦ୍ୱାରା ଶାସିତ ହୋଇଆସୁଛି । ଏହି ସମୟ ମଧ୍ୟରେ ଅନ୍ୟ କୌଣସି ଦଳ ଏମସିଡିରେ କ୍ଷମତା ଦଖଲ କରିବାରେ ସକ୍ଷମ ହୋଇ ପାରିନାହିଁ । ୨୦୦୭ ନିର୍ବାଚନରେ ବିଜେପି କୌଣସି ସିଟିଂ କାଉନସିଲରଙ୍କୁ ଟିକେଟ୍ ନ ଦେଇ ଏକ ବଡ ଗୋଟି ଚଳାଇଥିଲା । ଯେଉଁ କାରଣରୁ ଦଳକୁ କୌଣସି ଏଣ୍ଟି ଇନକମ୍ୱିନେସିର କ୍ଷତି ସହିବାକୁ ପଡ଼ି ନଥିଲା । ଫଳ ସ୍ୱରୂପ ଦଳକୁ ଏକ ବଡ଼ ବିଜୟ ମିଳିଥିଲା । କେନ୍ଦ୍ର ସରକାର ଚଳିତ ବର୍ଷ ସଂସଦରେ ଏକ ଆଇନ ଆଣି ତିନିଟି ପୌରସଂସ୍ଥା ନିଗମକୁ ମିଶାଇ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ନାମକ ଏକ ନିଗମ ଗଠନ କରିଥିଲେ ।
ଅଧିକ ପଢ଼ନ୍ତୁ:-ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଫାଇନାଲ୍! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍
ଅଧିକ ପଢ଼ନ୍ତୁ:-ଚନ୍ଦ୍ର ଗ୍ରହଣ ଭାରତରେ କେବେ ଓ କେଉଁଠାରେ ଦେଖାଯିବ, ଜାଣନ୍ତୁ ଡିଟେଲ୍ସ
ଅଧିକ ପଢ଼ନ୍ତୁ:-କୁମ୍ଭ ପାଇଁ ଲାଭକାରୀ, ଧନୁ ରାଶି ପାଇଁ ଚିନ୍ତାଗ୍ରସ୍ତ; ଜାଣନ୍ତୁ ଆପଣଙ୍କ ରାଶି ଉପରେ କେମିତି ରହିବ ଗ୍ରହଣର ପ୍ରଭାବ
ଡିସେମ୍ବର ୪ରେ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନର ୨୫୦ ୱାର୍ଡ ପାଇଁ ମତଦାନ ଅନୁଷ୍ଠିତ ହେବ । ମୋଟ ୫୦ ପ୍ରତିଶତ ୱାର୍ଡ ମହିଳାମାନଙ୍କ ପାଇଁ ସଂରକ୍ଷିତ ଅଛି । ସଂରକ୍ଷିତ ବର୍ଗର ୪୨ଟି ୱାର୍ଡ ମଧ୍ୟରୁ ୨୧ଟି ଆସନ ମହିଳାଙ୍କ ପାଇଁ ହୋଇଥିବାବେଳେ ସାଧାରଣ ବର୍ଗର ୨୦୮ଟି ୱାର୍ଡରୁ ୧୦୪ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଭୋଟ୍ ହେବା ପରେ ଡିସେମ୍ବର ୭ରେ ଭୋଟ୍ ଗଣନା କରାଯିବ । ଏଥର ଦିଲ୍ଲୀରେ ୨୨ଟି ୱାର୍ଡ ହ୍ରାସ କରାଯାଇଛି । ଗତ ଥର ୨୭୨ ୱାର୍ଡରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।