ଓଡ଼ିଶା ବସ୍ ଆନ୍ଧ୍ରରେ ଅଟକ, ମିଳିଲା ୨.୪୦ କୋଟି ଟଙ୍କା
Advertisement
Article Detail0/zeeodisha/odisha2234595

ଓଡ଼ିଶା ବସ୍ ଆନ୍ଧ୍ରରେ ଅଟକ, ମିଳିଲା ୨.୪୦ କୋଟି ଟଙ୍କା

Cash Seized From Bus: ଯାଞ୍ଚ ସମୟରେ ଏକ ଘରୋଇ ବସରୁ ନଗଦ ୨.୪୦ କୋଟି ଟଙ୍କା ଜବତ କରିଛି ପୋଲିସ । ଏପରି ଏକ ଘଟଣା ସାମ୍ନାକୁ ଆସିଛି ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଅନ୍ତର୍ଗତ ଗୋପାଳପୁରମ ପଞ୍ଚାୟତର ଜଗନ୍ନାଧପୁରମ ଗାଁ ନିକଟରେ । ଅନ୍ତଃଜିଲ୍ଲା ଚେକପୋଷ୍ଟ ନିକଟରେ ପୋଲିସ ଚେକିଂ କରୁଥିବା ସମୟରେ ବସ୍‌ ଭିତରୁ ମିଳିଛି ଏହି ଟଙ୍କା ।

ସୂଚନା ମୁତାବକ, ଘରୋଇ ଟ୍ରାଭେଲ ବସଟି ହାଇଦ୍ରାବାଦରୁ ବିଶାଖାପାଟଣା ଯାଉଥିଲା ଆଉ ସେହି ସମୟରେ ପୋଲିସ ଯାଞ୍ଚ କରିଥିଲା । ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହା ଯେ, ବାହାର ରାଜ୍ୟରେ ଟଙ୍କା ଧରାପଡିଥିବା ଉକ୍ତ ବସର ନମ୍ୱର OD 10 DW 4387 । ଅର୍ଥାତ ଏହି ବସଟି ଓଡ଼ିଶାରେ ପଞ୍ଜୀକରଣ ହୋଇଥିଲା । ପୋଲିସ କହିବା ମୁତାବକ, ବସ କ୍ୟାବିନରୁ ବ୍ୟାଗ ଭର୍ତ୍ତି ଟଙ୍କା ମିଳିଛି । କୁର୍ନୁଲର ଆୟୁଲା ଚିନା ଚେନ୍ନାୟା ନାମକ ବ୍ୟକ୍ତି ଏହି ଟଙ୍କା ନେଇ ଯାଉଥିଲେ । ତେବେ ସେ କେଉଁଠୁ ଏବଂ କେଉଁ ସ୍ଥାନକୁ ଏତେ ପରିମାଣର ଟଙ୍କା ନେଇ ଯାଉଥିଲେ ତାହା ପୋଲିସ ପଚାରିବାରୁ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଫଳରେ ପୋଲିସର ସନ୍ଦେହଘେରକୁ ଆସିଥିଲେ ବ୍ୟକ୍ତିଜଣକ । ପୋଲିସ ବର୍ତ୍ତମାନ ଉକ୍ତ ଟଙ୍କାକୁ ଜବତ କରିଛି । 

Also Read- ଦଳୀୟ ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ଦେଖନ୍ତୁ ଆଜିର ଝଲକ\

Also Read- Saptahik Rashifal: ୬ ମଇରୁ ୧୨ କେମିତି କଟିବ ଆପଣଙ୍କ ଦିନ? ଜାଣନ୍ତୁ ରାଶିଫଳ