Weird News: ଏମିତି ଏକ ଗାଁ ଯେଉଁଠି ମଣିଷଠାରୁ ପଶୁ ସମସ୍ତ ଅନ୍ଧ, ପଛରେ ରହିଛି ଏହି କାରଣ
Advertisement

Weird News: ଏମିତି ଏକ ଗାଁ ଯେଉଁଠି ମଣିଷଠାରୁ ପଶୁ ସମସ୍ତ ଅନ୍ଧ, ପଛରେ ରହିଛି ଏହି କାରଣ

Weird News:  ଆଜି ଆମେ ଏକ ଏମିତି ଗାଁ ବିଷୟରେ କହିବୁ ସେଠାର ରହସ୍ୟମୟ ଘଟଣା ବିଷୟରେ ଜାଣି ଆପଣ ମୁଣ୍ତରେ ହାତ ଦେବେ । ମେକ୍ସିକୋରେ ଏମିତି ଏକ ଗାଁ ଅଛି ଯେଉଁଠାରେ ଶିଶୁଟିଏ ସୁସ୍ଥ ଭାବେ ଜନ୍ମ ନେଇଥାଏ । କିନ୍ତୁ ଜନ୍ମ ନେବାର କିଛି ଦିନ ପରେ ଶିଶୁଟି ତାର ଦୃଷ୍ଟି ଶକ୍ତି ହରାଇଥାଏ । କେବେଳ ମଣିଷ ନୁହଁନ୍ତି ଏହି ଗାଁରେ ଥିବା ପଶୁ ମାନେ ବି ନିଜର ଦୃଷ୍ଟି ଶକ୍ତି ହରାଇଥାଆନ୍ତି । ଏହି କାରଣରୁ ଏହା ଅନ୍ଧ ଗାଁ ଭାବେ ପରିଚିତ ।

ସୌ(ସୋସିଆଲ ମିଡିଆ)

Weird News: ଦୁନିଆରେ ଏମିତି ଅନେକ ଜାଗା ରହିଛି ଯେଉଁଠାରେ ଅନେକ ରହସ୍ୟମୟ ଘଟଣା ସାମ୍ନାକୁ ଆସିଥାଏ । କେତେକ ଘଟଣା ଦେଖି ଲୋକେ ଆଶ୍ଚର୍ଯ୍ୟ ମଧ୍ଯ ହୋଇଥାଆନ୍ତି । ଆଉ କିଛି ଏମିତି ଘଟଣା ଥାଏ ଯାହାକୁ ଲୋକେ ସହଜରେ ବିଶ୍ବାସ କରିପାରନ୍ତି ନାହିଁ । ତେବେ ଆଜି ଆମେ ଏକ ଏମିତି ଗାଁ ବିଷୟରେ କହିବୁ ସେଠାର ରହସ୍ୟମୟ ଘଟଣା ବିଷୟରେ ଜାଣି ଆପଣ ମୁଣ୍ତରେ ହାତ ଦେବେ । ମେକ୍ସିକୋରେ ଏମିତି ଏକ ଗାଁ ଅଛି ଯେଉଁଠାରେ ଶିଶୁଟିଏ ସୁସ୍ଥ ଭାବେ ଜନ୍ମ ନେଇଥାଏ । କିନ୍ତୁ ଜନ୍ମ ନେବାର କିଛି ଦିନ ପରେ ଶିଶୁଟି ତାର ଦୃଷ୍ଟି ଶକ୍ତି ହରାଇଥାଏ । କେବେଳ ମଣିଷ ନୁହଁନ୍ତି ଏହି ଗାଁରେ ଥିବା ପଶୁ ମାନେ ବି ନିଜର ଦୃଷ୍ଟି ଶକ୍ତି ହରାଇଥାଆନ୍ତି । ଏହି କାରଣରୁ ଏହା ଅନ୍ଧ ଗାଁ ଭାବେ ପରିଚିତ ।

ମେକ୍ସିକୋର ଟଲିଟେପକ ଗାଁ ଦୁନିଆରେ ଅନ୍ଧ ଗାଁ ଭାବେ ପ୍ରସିଦ୍ଧ । ଏହି ଗାଁରେ ମଣିଷଠାରୁ ପଶୁ ସବୁ ଅନ୍ଧ । ଏହା ହେଉଛି ଦୁନିଆର ଏକମାତ୍ର ଗାଁ ଯେଉଁଠାରେ କେବଳ ଅନ୍ଧ ଲୋକେ ବସବାସ କରନ୍ତି । କାନକୁ ଶୁଣିବାକୁ ଅଜବ ଲାଗୁଥିବା ଏହି କଥା କିନ୍ତୁ ସତ । ଏହି ଗାଁରେ ଜାପୋଟେକ୍ ଜନଜାତିର ଲୋକେ ରହୁନ୍ତି । ଏଠାରେ  ଜନ୍ମ ନେବା ସମୟରେ ଶିଶୁର ଦୃଷ୍ଟି ଶକ୍ତି ଠିକ୍ ଥାଏ । କିନ୍ତୁ ଧିରେ ଧିରେ ଶିଶୁଟି ନିଜର ଦୃଷ୍ଟି ଶକ୍ତି ହରାଇଥାଏ । ଏହି ଗାଁରେ ରହୁଥିହା ସବୁ ଲୋକେ ଅନ୍ଧ । କେବଳ ମଣିଷ ନୁହେଁ ଏହି ଗାଁର ପଶୁମାନେ ମଧ୍ଯ ଅନ୍ଧ ହୋଇଥାଆନ୍ତି ।

fallback

ଗାଁର ବସବାସ କରୁଥିବା ଲୋକେ ସେଠାରେ ଥିବା ଗଛକୁ ଏହାର କାରଣ ବୋଲି କହିଥାଆନ୍ତି । ଗାଁରେ ଥିବା ଅଭିଶପ୍ତ ଗଛ ଏହାର କାରଣ ବୋଲି ସ୍ଥାନୀୟ ଲୋକେ ବିଶ୍ବାସ କରିଥାଆନ୍ତି। ଏହି ଗଛ ଦୀର୍ଘ ଦିନରୁ ଏହି ଗାଁରେ ରହିଅଛି । ଲୋକମାନେ ଏହି ଗଛକୁ ଅଭିଶାପର କାରଣ ବୋଲି ମାନିଥାଆନ୍ତି । ସେମାନେ କହିଛନ୍ତି ଯେ, ଏହି ଗଛକୁ ଦେଖିଲେ ମଣିଷ ମାନେ ଅନ୍ଧ ହୋଇଯାଆନ୍ତି । କିନ୍ତୁ ଅନେକ ଲୋକ ଏହାକୁ ଅନ୍ଧବିଶ୍ୱାସ ବୋଲି ଭାବିଥାଆନ୍ତି ।

ଯେଉଁଠାରେ ଏହି ଅଭିଶପ୍ତ ଗଛକୁ ଗାଁ ଲୋକେ ଅନ୍ଧତ୍ୱର କାରଣ ବୋଲି ବିବେଚନା କରଥାଆନ୍ତି ସେଇଠି କିନ୍ତୁ ବିଶେଷଜ୍ଞ ମାନେ ଏହାକୁ ନେଇ ଭିନ୍ନ ମତେ ଦେଇଥାଆନ୍ତି । ବିଶେଷଜ୍ଞ ମାନେ କହିଛନ୍ତି ଯେ, ଏହି ଗାଁରେ ଏକ ବିଷାକ୍ତ ମାଛି ଦେଖିବାକୁ ମିଳେ । ଯାହାଙ୍କ ସଂଖ୍ୟା ଏଠି ବେଶ ଅଧିକ । ଏହି ମାଛି କାମୁଡ଼ିବା ଦ୍ବାରା ଲୋକେ ସେମାନଙ୍କ ଦୃଷ୍ଟି ଶକ୍ତି ହରାଇଥାଆନ୍ତି । ଏନେଇ ଯେତେବେଳେ ମେକ୍ସିକୋ ସରକାର ଖବର ପାଇଥିଲେ ସେ ଗାଁ ଲୋକମାନଙ୍କ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ । ସରକାର ଗ୍ରାମର ଲୋକ ମାନଙ୍କୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରିବା ଲାଗି  କହିଥିଲେ । କିନ୍ତୁ ସେମାନଙ୍କ ଶରୀର ଅନ୍ୟ ଜଳବାୟୁ ସହିତ ଖାପ ଖୁଆଇ ପାରି ନଥିଲା। ଏହି କାରଣରୁ, ଗାଁ ଲୋକଙ୍କୁ ସେହି ଅବସ୍ଥାରେ ଛାଡ଼ି ହାତ ଟେକି ଦେଇଥି୍ଲେ ସରକାର ।

Also Read-Shocking news: ଏଠିକାର ସରକାର ଆଣିବାକୁ ଯାଉଛନ୍ତି ନୂଆ ନିୟମ, ଏଣିକି ସମଲଙ୍ଗୀଙ୍କୁ ମିଳିବ ଫାଶୀଦଣ୍ତ!