Shocking news: ଏଠିକାର ସରକାର ଆଣିବାକୁ ଯାଉଛନ୍ତି ନୂଆ ନିୟମ, ଏଣିକି ସମଲଙ୍ଗୀଙ୍କୁ ମିଳିବ ଫାଶୀଦଣ୍ତ!
Advertisement

Shocking news: ଏଠିକାର ସରକାର ଆଣିବାକୁ ଯାଉଛନ୍ତି ନୂଆ ନିୟମ, ଏଣିକି ସମଲଙ୍ଗୀଙ୍କୁ ମିଳିବ ଫାଶୀଦଣ୍ତ!

Shocking: ଉଗାଣ୍ଡାର ସଂସଦ ଭବନଠାରେ ମଙ୍ଗଳବାର ଦିନ ଏକ ବିଲ ପାସ କରାଯାଇଥିଲା। ଏହି ବିଲ ଅନୁସାରେ ସମଲିଙ୍ଗୀ ସମ୍ପର୍କକୁ ଏଣିକି ଦେଶରେ ବେଆଇନ ବିବେଚନା କରାଯିବା ନେଇ ନିଷ୍ପତ୍ତି ହୋଇଛି । ଏହି ନିୟମକୁ ଉଲଙ୍ଘନ କଲେ ଆଇନ ଅନୁଯାୟୀ ଆଜୀବନ କାରାଦଣ୍ଡ ସହ ମୃତ୍ୟୁଦଣ୍ଡ ଦିଆଯିବା ନେଇ ସଂସଦରେ ନିଷ୍ପତ୍ତି ନିଆଯାଇଛି । 

ସୌ(ସୋସିଆଲ ମିଡିଆ)

Shocking news: ବିବାହ କହିଲେ ଜଣେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଗଠି ଉଠିଥିବା ନୂତନ ସମ୍ପର୍କଙ୍କୁ କୁହାଯାଏ। ଉଭୟ ପରିବାରର ସହମତି କ୍ରମେ ଉଭୟ ଉଭୟଙ୍କୁ ଜୀବନସାଥି ଭାବେ ବାଛି ନେଇଥାଆନ୍ତି । ଏହାକୁ ସାମାଜିକ, ସାଂସ୍କୃତିକ ଓ ଆଇନଗତ ଭାବେ ସାରା ବିଶ୍ୱରେ ସ୍ୱୀକୃତି ମଧ୍ଯ ମିଳିଛି। ତେବେ ପ୍ରଶ୍ନ ସେହିଠାରେ ଉଠେ,  ଯେଉଁଠାରେ ମହିଳା ଓ ପୁରୁଷଙ୍କ ବଦଳରେ ସମଲିଙ୍ଗୀ(Homosexual) ସମ୍ପର୍କ ଗଢି ଉଠେ। କେତେକ ପାଶ୍ଚ୍ୟାତ ଦେଶରେ ଏହାକୁ ଆଇନ ଅନୁଯାୟୀ ଅନୁମତି ମିଳିସାରିଥିବା ବେଳେ ଅନେକ ଦେଶରେ ଏହାକୁ ବିରୋଧ କରାଯାଉଥିବା ଦେଖିବାକୁ ମିଳେ। ତେବେ ସମଲିଙ୍ଗୀ ସମ୍ପର୍କ ବିରୋଧରେ ଏହି ଦେଶରେ କଡା଼ ଆଇନ ଲାଗୁ ହେବାକୁ ଯାଉଛି।

ଦୁନିଆର ଅନେକ ପ୍ରଗତିଶୀଳ ରାଷ୍ଟ୍ର ଗୁଡି଼କରେ ସମଲିଙ୍ଗୀ ସମ୍ପର୍କକୁ ସ୍ୱୀକୃତି ପ୍ରଦାନ କରାଯାଇଛି। ଆମ ଦେଶ ଭାରତରେ ଏହାକୁ ନେଇ ଅନେକ ବାଦ ବିବାଦ ଲାଗିରହିଥିବା ଦେଖିବାକୁ ମିଳୁଛି। ଏହା ଭିତରେ ଆଫ୍ରିକୀୟ ଦେଶ ୟୁଗାଣ୍ଡାରେ(Uganda) ଏଲ୍‌ଜିବିଟିକ୍ୟୁ (LGBTQ) କମ୍ୟୁନିଟି ବିରୁଦ୍ଧରେ ନୂତନ ନିୟମ ଲାଗୁ କରିବା ପାଇଁ ନିଷ୍ପତ୍ତି ହୋଇଛି। ସମଲିଙ୍ଗୀ ସମ୍ପର୍କକୁ ବେଆଇନ ଦର୍ଶାଇ ଏହି ଦେଶର ସଂସଦରେ ଏକ ବିଲ ପାସ କରାଯାଇଛି। ତେବେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ନିୟମକୁ ଲାଗୁ କରାଯିବ। ସୂଚନା ଅନୁଯାୟୀ, ଉଗାଣ୍ଡାର ସଂସଦ ଭବନଠାରେ ମଙ୍ଗଳବାର ଦିନ ଏକ ବିଲ ପାସ(Uganda Parliament Bills Pass) କରାଯାଇଥିଲା। ଏହି ବିଲ ଅନୁସାରେ ସମଲିଙ୍ଗୀ ସମ୍ପର୍କକୁ ଏଣିକି ଦେଶରେ ବେଆଇନ ବିବେଚନା କରାଯିବା ନେଇ ନିଷ୍ପତ୍ତି ହୋଇଛି । ଏହି ନିୟମକୁ ଉଲଙ୍ଘନ କଲେ ଆଇନ ଅନୁଯାୟୀ ଆଜୀବନ କାରାଦଣ୍ଡ ସହ ମୃତ୍ୟୁଦଣ୍ଡ ଦିଆଯିବା ନେଇ ସଂସଦରେ ନିଷ୍ପତ୍ତି ନିଆଯାଇଛି । ଏହି ନିୟମ ଅନୁସାରେ ଯେଉଁ ଯୁବକ ଓ ଯୁବତୀ ମାନେ ୧୮ ବର୍ଷରୁ କମ୍‌ ବୟସର ନାବାଳକ ଓ ନାବାଳିକାଙ୍କ ସହ ସମଲିଙ୍ଗୀ ସମ୍ପର୍କ ରଖିଥିବା ନେଇ ଅଭିଯୋଗ ହେଲେ ସେମାନଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯିବ। ଏହାଛଡା଼ ଏଚଆଇଭି ପଜିଟିଭ(HIV positive) ଥିବା ଲୋକମାନଙ୍କ ପାଇଁ ମଧ୍ୟ ସମାନ ଦଣ୍ଡ ବିଧାନର ବ୍ୟବସ୍ଥା କରାଯାଇଛି। ଅପର ପକ୍ଷେ ପୁରୁଷ ଓ ପୁରୁଷ କିମ୍ବା ମହିଳା ଓ ମହିଳାଙ୍କ ମଧ୍ୟରେ ସମଲିଙ୍ଗୀ ବିବାହ ହେଲେ ଉଭୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ତିତ କରାଯିବ ।

Also Read-Shocking News: ଭୀଷଣ ଗରମ କାରଣରୁ ୭ ବର୍ଷରେ ଚାଲିଯିବ ୮ କୋଟି ଚାକିରି, ଜୀବିକା ହରାଇବା ସହିତ ପ୍ରବଳ ଉତ୍ତାପର କ’ଣ ରହିଛି ସମ୍ପର୍କ?

ସଂସଦରେ ପାସ ହୋଇଥିବା ଏହି ବିଲକୁ ଆଗାମୀ ଦିନରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ। ଉଗାଣ୍ଡାର ରାଷ୍ଟ୍ରପତି ୟୋବେରି ମୁସେବେନି(Yoweri Museveni) ଏହି ବିଲକୁ ମଞ୍ଜୁର କରି ସାରିବା ପରେ ଏହି ଆଇନକୁ ଲାଗୁ କରାଯିବ। ସୂଚନା ଅନୁସାରେ, ୨୦୧୩ ମସିହାରେ ଉଗାଣ୍ଡା ଏହି ଆଇନ ପ୍ରଣୟନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ପାଶ୍ଚ୍ୟାତ ଦେଶର ବିରୋଧ ଓ ସ୍ଥାନୀୟ କୋର୍ଟ ଏହା ଉପରେ ରୋକ ଲଗାଇବାରୁ ଏହା ଲାଗୁ କରାଯାଇ ନଥିଲା। ଏହି ଦେଶର ରାଷ୍ଟ୍ରପତି ମଧ୍ୟ ସମଲିଙ୍ଗୀ ବିବାହକୁ ବିରୋଧ କରିଥାଆନ୍ତି ।