ଦର୍ଶକଙ୍କ ସବୁଠୁ ଅଧିକ ପସନ୍ଦିତ ଧାରାବାହିକ ‘ତୁ ଖରା ମୁଁ ଛାଇ’ ରେ ଆସିଲା ନୂଆ ମୋଡ଼
Advertisement

ଦର୍ଶକଙ୍କ ସବୁଠୁ ଅଧିକ ପସନ୍ଦିତ ଧାରାବାହିକ ‘ତୁ ଖରା ମୁଁ ଛାଇ’ ରେ ଆସିଲା ନୂଆ ମୋଡ଼

Odia Serial Update: ଓଡ଼ିଆ ଧାରାବାହିକ 'ତୁ ଖରା ମୁଁ ଛାଇ'ରେ ଦର୍ଶକଙ୍କ ପାଇଁ ରହିଛି କିଛି ଖାସ୍ । କଣ ସେ ଖାସ୍ ? ଜାଣିବା ପାଇଁ ପଢ଼ନ୍ତୁ ପୂରା ଖବର ।

ଦର୍ଶକଙ୍କ ସବୁଠୁ ଅଧିକ ପସନ୍ଦିତ ଧାରାବାହିକ ‘ତୁ ଖରା ମୁଁ ଛାଇ’ ରେ ଆସିଲା ନୂଆ ମୋଡ଼

Odia Serial Update: ଲୋକପ୍ରିୟ ଓଡ଼ିଆ ଚ୍ଯାନେଲ ଜୀ ସାର୍ଥକ (Zee Sarthak)ରେ ସଫଳତାର ସହିତ ଆଗେଇ ଚାଲିଛି  ଧାରାବାହିକ ‘ତୁ ଖରା ମୁଁ ଛାଇ’ (Serial tu khara mun chaai) । ସୋମବାରରୁ ଶନିବାର ରାତି ୮:୩୦ ରେ ପ୍ରସାରିତ ଭିନ୍ନ ଧରଣର ଏହି ଧାରାବାହିକ କାହାଣୀର ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ଏଜେ ଓ ମାନିନୀ । ନଟଖଟି ଅଭିନେତ୍ରୀ (Actress) ସ୍ମୃତିରେଖାଙ୍କୁ ମୁଖ୍ୟ ଭୂମିକା ମାନିନୀ ଚରିତ୍ରରେ ଦେଖିବାକୁ ମିଳିଥିବା ବେଳେ  ମଡେଲିଂ (Modeling)ରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ରଞ୍ଜନ ଏଜେ ଚରିତ୍ରରେ ନିଜର ଅଭିନୟର ଯାଦୁରେ ଓଡ଼ିଆ ଦର୍ଶକଙ୍କ ମନ ଜିତିପାରିଛନ୍ତି ।

ଅକ୍ଷୟ ପରିଜା (Akshay Parija) ପ୍ରଯୋଜିତ ଓ ବିଶ୍ଵରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ତୁ ଖରା ମୁଁ ଛାଇ’ କାହାଣୀରେ ମାନିନୀ ଏକ ନଟଖଟି ଚରିତ୍ର ଟିଏ, ଯିଏ ସବୁ କାମ ବିଗାଡ଼ି ଦିଏ ହେଲେ ଅନ୍ୟମାନଙ୍କୁ ଖୁସିରେ ରଖିବାକୁ ଆଉ ହସେଇବାକୁ ତାକୁ ବହୁତ ପସନ୍ଦ । ତେଣୁ କରି ସେ କୁହେ ‘ବି ହ୍ଯାପି, ନୋ ବିପି’ (Be happy, no BP)। ଅଭିନୟ ଦୁନିଆରେ ନିଜକୁ ଏକ ସଫଳ ଅଭିନେତ୍ରୀ ଭାବେ ଦେଖିବା ତା ସ୍ବପ୍ନ ,ଆଉ ଏଜେ ଜଣେ ପରଫେସ୍କନିଷ୍ଟ ଯାହାକୁ ସବୁ ଜିନିଷ ପର୍ଫେକ୍ଟ ଦରକାର । ସେ ଜଣେ ସଫଳ ବ୍ୟବସାୟୀ (Successful businessman) ଓ ନିଜ କାମ ଠିକରେ ସାରିବା ତାଙ୍କ ଲକ୍ଷ୍ୟ ।

କାହାଣୀରେ ଆସିଛି ନୂଆ ଏକ ମୋଡ଼ (new twist ), ଶାଶୁ ହିସାବରେ ନିଜକୁ ଏଜେ ଆଗରେ ପର୍ଫେକ୍ଟ କରିବା ପାଇଁ ଯାଇ ୩ ବୋହୁଙ୍କ ବିଛା ଯାଇଥିବା ଜାଲରେ ପଡୁଛି ମାନିନୀ । ଘରର ସବୁ ଦ୍ଵାୟିତ୍ଵ ପାଇଲା ପରେ ମାନିନୀ ନିଜକୁ ଏକ ଭଲ ବୋହୁ, ଶାଶୁମା ଓ ସ୍ତ୍ରୀ ହିସାବରେ ପ୍ରମାଣ କରିପାରିବ ତ ? କଣ ସତରେ କେବେ ଏକାଠି ହେଇପାରିବେ ଏଜେ ଓ ମାନିନୀ ? ଏମିତି  ଅନେକ ପ୍ରଶ୍ନ ଓ ଉତ୍କଣ୍ଠା ବଢାଇଛି ଏହି ମେଗା ଧାରାବାହିକ । ସ୍ମୃତିରେଖା ଓ ରଞ୍ଜନଙ୍କ ଛଡ଼ା ସୌମ୍ୟା କାନୁନଗୋ, ଅରୁନ୍ଧତୀ ଦେବିକା, ସନ୍ଧ୍ୟାରଣୀ ବେହେରା, ଏମ ସୁମନ କୁମାର ଓ ପ୍ରିୟଙ୍କା ମହାପାତ୍ର ଏହି କାହାଣୀରେ ଏକ ଦମଦାର ଭୂମିକାରେ ଅଛନ୍ତି । ପୂର୍ବରୁ ଜୀ ସାର୍ଥକରେ ପ୍ରସାରିତ ପ୍ରତିଟି ମେଗା ଧାରାବାହିକକୁ ମିଳିଛି ଦର୍ଶକଙ୍କ ଆଦୃତି । ଏଥର ମଧ୍ୟ ଧାରାବାହିକ ‘ତୁ ଖରା ମୁଁ ଛାଇ’ କୁ ଓଡ଼ିଆ ଦର୍ଶକ ଭଲ ପାଇବା ଦେଇଛନ୍ତି ଓ ଆଗକୁ ଏହି ଧାରା ଜାରି ରହିବ  ବୋଲି ଜୀ ସାର୍ଥକର ଚିଫ ଚ୍ଯାନେଲ ଅଫିସର ପ୍ରତୀକ ସିଲ୍ କହିଛନ୍ତି ।

ସୂଚନାଯୋଗ୍ୟ, ପୂର୍ବରୁ ଜୀବନସାଥୀ, ତୋ ପାଇଁ ମୁଁ, ତୁ ଖରା ମୁଁ ଛାଇ, ଝିଲ୍ଲୀ, ସୁନା ଝିଅ, ମୁଁ ବି ଅର୍ଦ୍ଧାଙ୍ଗିନୀ, ମୁଁ ବି ବିଜୟିନୀ, ସର୍ବଜିତା ଅନୁ, ସରଗମ, ଶ୍ୟାମା, କେମିତି କହିବି କହ, ଜାଗୃତୀ, ପରି ଅନେକ ସୁନ୍ଦର ଧାରାବାହିକ ଭେଟି ଦେଇଛି ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ ସାର୍ଥକ । ତନ୍ମଧ୍ୟରେ ଓଲିଉଡ ସୁପରଷ୍ଟାରଙ୍କ ଅଭିନିତ ଧାରାବାହିକ କେମିତି କହିବି କହ ସବୁଠୁ ଅଧିକ ଚର୍ଚ୍ଚାରେ ଥିଲା । ହେଲିକପ୍ଟରରେ ଅଭିନେତା ସିଦ୍ଧାନ୍ତଙ୍କ ଏଣ୍ଟିକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ । ଏଥିସହ ଲୋକପ୍ରିୟ ଗୀତିକାର ସୂର୍ଯ୍ୟମହାପାତ୍ର ଲେଖିଥିବା କେମିକି କହିବି କହର ଟାଇଟେଲ ଟ୍ରାକ୍ ଦର୍ଶକଙ୍କ ମନକୁ ଖୁବ୍ ଛୁଇଁଥିଲା । କେବଳ ସେତିକି ନୁହେଁ ସିନେମା ନିର୍ମାଣରେ ମଧ୍ୟ ଜୀ ସାର୍ଥକ ଗୋଟିଏ ପରେ ଗୋଟିଏ ପାହାଚ ଆଗକୁ ଚଢିଚାଲିଛି । ଅନେକ ସୁପରହିଟ୍ ସିନେମା ପ୍ରଯୋଜନା କରି ଦର୍ଶକଙ୍କଠାରୁ ଆଦୃତ୍ତ ଲାଭ କରିଛି ।

Also Read- School Love: ୬୦ ବର୍ଷ ପରେ ପାଇଲେ ସ୍କୁଲ୍ ପ୍ରେମିକାକୁ: ଆଣ୍ଠୁମାଡି କଲେ ପ୍ରେମ ନିବେଦନ