PM Kisan Scheme 13th Installment​: ଏହି ଚାଷୀମାନଙ୍କୁ ମିଳିବନି ପିଏମ କିସାନର ପରବର୍ତ୍ତୀ କିସ୍ତି, ଜାଣନ୍ତୁ କାହିଁକି
Advertisement

PM Kisan Scheme 13th Installment​: ଏହି ଚାଷୀମାନଙ୍କୁ ମିଳିବନି ପିଏମ କିସାନର ପରବର୍ତ୍ତୀ କିସ୍ତି, ଜାଣନ୍ତୁ କାହିଁକି

PM Kisan Scheme 13th Installment​: ଯୋଗ୍ୟ ଚାଷୀମାନଙ୍କୁ ଦ୍ୱାଦଶ କିସ୍ତି ବଣ୍ଟନ କରାଯାଇଛି ଓ ୧୩ ତମ କିସ୍ତି ଶୀଘ୍ର ଜାରି କରାଯିବ । ଯେଉଁ ଚାଷୀମାନେ ଏହି ଯୋଜନାର ଲାଭ ପାଇନାହାଁନ୍ତି, ସେମାନେ ପିଏମ କିସାନ ଯୋଜନାର ୱେବସାଇଟରେ ପଞ୍ଜୀକରଣ କରାଇପାରିବେ ।  

PM Kisan Scheme 13th Installment​: ଏହି ଚାଷୀମାନଙ୍କୁ ମିଳିବନି ପିଏମ କିସାନର ପରବର୍ତ୍ତୀ କିସ୍ତି, ଜାଣନ୍ତୁ କାହିଁକି

PM Kisan Samman Nidhi Scheme: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Scheme) ହେଉଛି କେନ୍ଦ୍ର ସରକାରଙ୍କ ଏକ ଯୋଜନା ଯାହା କୃଷକମାନ (Farmers) ଙ୍କୁ ପ୍ରତି ୪ ମାସରେ ଥରେ ୨୦୦୦ ଟଙ୍କା କିସ୍ତି ଆକାରରେ ମିଳିଥାଏ । ଅର୍ଥାତ କେନ୍ଦ୍ର ସରକାର ଚାଷୀମାନଙ୍କୁ ବାର୍ଷିକ ୬୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥାଏ । ଯୋଗ୍ୟ ଚାଷୀମାନଙ୍କୁ ଦ୍ୱାଦଶ କିସ୍ତି ବଣ୍ଟନ କରାଯାଇଛି ଓ ୧୩ ତମ କିସ୍ତି (PM Kisan Scheme 13th Installment​) ଶୀଘ୍ର ଜାରି କରାଯିବ । ଯେଉଁ ଚାଷୀମାନେ ଏହି ଯୋଜନାର ଲାଭ ପାଇନାହାଁନ୍ତି, ସେମାନେ ପିଏମ କିସାନ ଯୋଜନାର ୱେବସାଇଟରେ ପଞ୍ଜୀକରଣ କରାଇପାରିବେ ।

ତେବେ ସମସ୍ତ କୃଷକ ଏହି ଯୋଜନା ପାଇଁ ଯୋଗ୍ୟ ନୁହଁନ୍ତି । ବିହାର କୃଷି ବିଭାଗ ୱେବସାଇଟ୍ ଅନୁଯାୟୀ, ଯେଉଁ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟ ଆଧାର ଓ NPCI ସହିତ ଲିଙ୍କ୍ ହୋଇନାହିଁ (DBT ସକ୍ଷମ ନୁହେଁ) ସେମାନେ ଏହି ସୁବିଧା ପାଇବେ ନାହିଁ । ଏହା ବ୍ୟତୀତ ସରକାର ଦେଇଥିବା ସୂଚନା ଅନୁଯାୟୀ, ଯେଉଁ କୃଷକମାନେ ଇ-କେୱାଇସି କରିନାହାଁନ୍ତି । ସେମାନେ ୧୩ ତମ କିସ୍ତି ପାଇଁ ଟଙ୍କା ପାଇବେ ନାହିଁ । ଯଦି ଆପଣଙ୍କର KYC ଏପର୍ଯ୍ୟନ୍ତ ହୋଇନାହିଁ, ତେବେ ଆଜି ହିଁ ଏହାକୁ ଶେଷ କରିନିଅନ୍ତୁ, ଯେଉଁଥିପାଇଁ ଆପଣ ମଧ୍ୟ ଟଙ୍କା ପାଇବେ ।

ପରବର୍ତ୍ତୀ କିସ୍ତି ପାଇବାକୁ ହେଲେ ଚାଷୀମାନଙ୍କୁ ଡାକଘରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (IPPB) ସହିତ ଏକ DBT ସକ୍ଷମ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଆବଶ୍ୟକ । ଏହି ଯୋଜନାର ଲାଭ ଉଠାଇବା ପାଇଁ ହିତାଧିକାରୀମାନେ ସେମାନଙ୍କର eKYC ସଂପୂର୍ଣ୍ଣ କରିବା ମଧ୍ୟ ଆବଶ୍ୟକ ।

ଏପରି କରନ୍ତୁ ଲିଙ୍କ୍

ଚାଷୀମାନେ ସେମାନଙ୍କର ଆଧାରକୁ ପିଏମ କିସାନ ପୋର୍ଟାଲ ଓ ମୋବାଇଲ ନମ୍ୱର ସହ ଏକ  OTP ମାଧ୍ୟମରେ କିମ୍ବା ସେମାନଙ୍କର ନିକଟସ୍ଥ କେନ୍ଦ୍ରକୁ ଯାଇ ବାୟୋମେଟ୍ରିକ୍ସ ସହିତ eKYC କୁ ଅପଡେଟ୍ କରିପାରିବେ । ଲିଙ୍କ୍ ହୋଇଥିବା ମୋବାଇଲ୍ ନମ୍ବର SBI ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଇଁ, ସେମାନେ ସେମାନଙ୍କର ଆଧାରକୁ 567676 କୁ ଏକ SMS ପଠାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ କରିପାରିବେ ।

ଯଦି ମୋବାଇଲ୍ ନମ୍ବର ପଞ୍ଜୀକୃତ ହୋଇ ନାହିଁ କିମ୍ବା ଆଧାର ଆକାଉଣ୍ଟ ସହିତ ଲିଙ୍କ୍ ହୋଇଛି ତେବେ ଏକ SMS ପଠାଯିବ । ଯଦି ଯାଞ୍ଚ ବିଫଳ ହୁଏ, ପ୍ରକ୍ରିୟା ଶେଷ କରିବାକୁ ସେମାନଙ୍କୁ ଏସବିଆଇ ଶାଖା ଭିଜିଟ୍ କରିବାକୁ ପଡିବ ।

ଏହିପରି ଚେକ୍ କରନ୍ତୁ ହିତାଧିକାରୀ ତାଲିକାରେ ନିଜର ନାମ

୧. ଆପଣଙ୍କର କିସ୍ତିର ସ୍ଥିତି ଦେଖିବାକୁ ଆପଣ ପ୍ରଥମେ ୱେବସାଇଟ  (https://pmkisan.gov.in/) କୁ ଯାଆନ୍ତୁ ।

୨. ଏହା ପରେ ଡାହାଣ ପାର୍ଶ୍ୱରେ ଥିବା କୃଷକ କର୍ନର (Farmers Corner) ରେ କ୍ଲିକ୍ କରନ୍ତୁ ।
୩. ବର୍ତ୍ତମାନ ହିତାଧିକାରୀ ସ୍ଥିତି ବିକଳ୍ପ (Beneficiary Status) ଉପରେ କ୍ଲିକ୍ କରନ୍ତୁ ।

୪. ବର୍ତ୍ତମାନ ଆପଣଙ୍କ ପାଖରେ ଏକ ନୂତନ ପେଜ୍ ଖୋଲିବ ।

୫. ଏଠାରେ ଆପଣ ଆପଣଙ୍କର ଆଧାର ନମ୍ବର, ମୋବାଇଲ୍ ନମ୍ବର ପ୍ରବେଶ କରନ୍ତୁ ।

୬. ଏହା ପରେ ଆପଣ ଆପଣଙ୍କର ସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇବେ ।

ଆବେଦନ ପରେ ମଧ୍ୟ ଯଦି ଆପଣ ଟଙ୍କା ପାଉନାହାଁନ୍ତି । ତେବେ ଆପଣଙ୍କ ନିକଟସ୍ଥ ଆକାଉଣ୍ଟାଣ୍ଟଏବଂ ଜିଲ୍ଲା କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ । ଯଦି ସେଠାରୁ କିଛି ସମାଧାନ ମିଳୁନାହିଁ । ତେବେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ତରଫରୁ ଜାରି ହେଲ୍ଫଲାଇନ୍ ନମ୍ୱର (PM-Kisan Helpline 155261) କିମ୍ବା 1800115526 (ଟୋଲ୍ ଫ୍ରି)ରେ ଯୋଗାଯୋଗ କରନ୍ତୁ । ଯଦି ସେଠାରେ ମଧ୍ୟ ଆପଣଙ୍କ ସମସ୍ୟାର କୌଣସି ସମାଧାନ ହେଉନାହିଁ । ତେବେ ମନ୍ତ୍ରଣାଳୟର ଦ୍ୱିତୀୟ ନମ୍ବର (011-24300606, 011-23381092) ରେ କଥା ହୁଅନ୍ତୁ ।

ଅଧିକ ପଢ଼ନ୍ତୁ:-ବାପାଙ୍କୁ ୧୦୦ରୁ ଉର୍ଦ୍ଧ୍ୱ ତ ପୁଅକୁ ହେବ ପ୍ରାୟ ୮୦ ବର୍ଷ; ଉଭୟଙ୍କ ମଧ୍ୟରେ ରହିଛି ଜବରଦସ୍ତ ଭଲପାଇବା, ଭିଡିଓ ଦେଖି ଆପଣ ବି ହୋଇଯିବେ ଭାବୁକ

ଅଧିକ ପଢ଼ନ୍ତୁ:-୧୦ ବର୍ଷ ପରେ ଭାରତର ଦିନିକିଆ ଦଳକୁ ଫେରିଲେ ଏହି ବଡ଼ ମ୍ୟାଚ୍ ୱିନର

ଅଧିକ ପଢ଼ନ୍ତୁ:-ଅସୁସ୍ଥ ପୁଅ ପାଇଁ ଭଗବାନ ପାଲଟିଲେ ବାପା, ଜୀବନ ବଞ୍ଚାଇବାକୁ ନିଜ ମୁହଁରୁ ଅକ୍ସିଜେନ ଦେଲେ ବାପା

 

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି କ’ଣ?

ମୋଦି ସରକାର  (Modi Govt) ଏହି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ୨୪ ଫେବୃଆରୀ ୨୦୧୯ରେ ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଅନ୍ତର୍ଗତ କେନ୍ଦ୍ର ସରକାର କୃଷକଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଦିଅନ୍ତି । କୃଷକମାନଙ୍କୁ ଋଣମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ସରକାର ୩ଟି କିସ୍ତିରେ ବର୍ଷକୁ ୬୦୦୦ ଟଙ୍କା ପ୍ରଦାନ କରନ୍ତି । ଯାହା ଅଧୀନରେ ୪ ମାସରେ କୃଷକଙ୍କ ଆକାଉଣ୍ଟକୁ ଗୋଟିଏ କିସ୍ତି ପଠାଯାଏ । ପ୍ରତ୍ୟେକ କିସ୍ତିରେ ୨୦୦୦ ଟଙ୍କା ଦିଆଯାଏ ।