Jio ପୁଣି ହେଲା ଏକ ନମ୍ବର ! Airtel, VI, BSNLକୁ ଦେଲା କଡା ଟକ୍କର
Advertisement

Jio ପୁଣି ହେଲା ଏକ ନମ୍ବର ! Airtel, VI, BSNLକୁ ଦେଲା କଡା ଟକ୍କର

Reliance Jio: ରିଲାଏନ୍ସ ଜିଓ ହାତେଇଲା ପୁଣି ଏକ ନୂଆ ରେକର୍ଡ । ଗ୍ରାହକ ସଂଖ୍ୟା ଯୋଡିବାରେ ପୁଣି ହେଲା ନମ୍ୱର ୧

Jio ପୁଣି ହେଲା ଏକ ନମ୍ବର ! Airtel, VI, BSNLକୁ ଦେଲା କଡା ଟକ୍କର

Reliance Jio: ଅନ୍ୟ ଦେଶ ଗୁଡିକ ପରି ଆମ ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ଟେଲିକମ୍ ଗ୍ରାହକ (Telecom customers)ଙ୍କ ସଂଖ୍ୟା । ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (TRAI)ର ରିପୋର୍ଟ ଅନୁସାରେ ଗତ ଜୁନ୍ ମାନ ଶେଷ ସୁଦ୍ଧା ଭାରତରେ ଟେଲିଫୋନ୍ ଗ୍ରାହକଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇବା ସହ ବର୍ତ୍ତମାନ ୧୧୭୩ ମିଲିୟନରୁ ଅଧିକ ହୋଇଛି । ରିପୋର୍ଟ ମୁତାବକ ବର୍ଦ୍ଧିତ ଗ୍ରାହକମାନଙ୍କ ମଧ୍ୟରେ ରିଲାଏନ୍ସ ଜିଓ ଆଗରେ ରହିଥିଲା । ଜୁନ ମାସରେ ଜିଓ ୨୦ ଲକ୍ଷ ୨୭ ହଜାର ନୂଆ ଗ୍ରାହକଙ୍କୁ ଯୋଡିବାରେ ସକ୍ଷମ ହୋଇଛି । ସେହିପରି ଭାରତ ଏୟାରଟେଲ (Airtel) ୧୪ ଲକ୍ଷ ନୂତନ ଗ୍ରାହକ ଯୋଡିବାରେ ସକ୍ଷମ ହୋଇଛି ।

ମେ ମାସରେ ଭାରତରେ ଟେଲିଫୋନ୍ ଗ୍ରାହକଙ୍କ ସଂଖ୍ୟା ସମୁଦାୟ ୧୧୭.୨୫ କୋଟି ଥିଲା କିନ୍ତୁ ତାହା ଜୁନ୍ ମାସରେ ବୃଦ୍ଧି ପାଇ ୧୧୭.୩୮ରେ ପହଞ୍ଚିଛି । ଅର୍ଥାତ ମାସକ ମଧ୍ୟରେ ବର୍ଦ୍ଧିତ ଗ୍ରାହକଙ୍କ ସଂଖ୍ୟା ୦.୧୧ ପ୍ରତିଶତ ବୃଦ୍ଧି ପାଇଛି । ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (TRAI) ଏହାର ମାସିକ ରିପୋର୍ଟରେ ଏହି ତଥ୍ୟ ପ୍ରଦାନ କରିଛି । ଉଭୟ ରିଲାଏନ୍ସ ଜିଓ ଏବଂ  ଏୟାରଟେଲର ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇଛି । କିନ୍ତୁ ମିଳିଥିବା ସୂଚନା ମୁତାବକ ବିଏସଏନଏଲ ( BSNL), ଏମଟିଏନଏଲ (MTNL) ଏବଂ ଭୋଡାଫୋନ୍ ଆଇଡିଆର ଗ୍ରାହକଙ୍କ ସଂଖ୍ୟା ହ୍ରାସ ପାଇଛି।

ଏହା ମଧ୍ୟ ସୂଚନା ମିଳିଛି ଯେ, ସରକାରୀ ଟେଲିକମ ଅପରେଟର ବିଏସଏନଏଲ (BSNL) ୧୦ ଲକ୍ଷ ୮୭ ହଜାର ଗ୍ରାହକ ହରାଇଛି । ଭୋଡାଫୋନ୍ ଆଇଡିଆ ୧୦ ଲକ୍ଷ ୨୮ ହଜାର ଗ୍ରାହକଙ୍କୁ ହରାଇଛନ୍ତି ।  MTNL ର ଗ୍ରାହକ ସଂଖ୍ୟା ୧,୫୨,୯୧୨ ସଂଖ୍ୟାକୁ ହ୍ରାସ ପାଇଛି । ଜୁନ୍ ମାସରେ ଯୋଡି ହୋଇଥିବା ମୋଟ  ଗ୍ରାହକଙ୍କ ସଂଖ୍ୟା ୩,୭୩,୬୦୨ ବୋଲି ସୂଚନା ମିଳିଛି । ମେ ୨୦୨୩ରେ ଭାରତର ମୋଟ ୱାୟାରଲାଇନ୍ ଗ୍ରାହକ (Wireline customers) ୧୧୪.୩୨ କୋଟି ଥିବାବେଳେ ୨୦୨୩ ଜୁନ୍ ମାସରେ ଏହି ସଂଖ୍ୟା ୧୧୪.୩୫ କୋଟିରେ ପହଞ୍ଚିଛି । କହିବାକୁ ଗଲେ ଏହା ମାସିକ ୦.୦୩ ପ୍ରତିଶତ ବୃଦ୍ଧି ପାଇଛି ।

Also Read- ପିଲାଦିନେ ବହି କିଣିବାକୁ ନଥିଲା ଟଙ୍କା, ଆଜି ଏହି ବୈଜ୍ଞାନିକ ଦମ୍ପତ୍ତି ଚନ୍ଦ୍ରଯାନ-୩ ମାଧ୍ୟମରେ ଦେଶକୁ ଦେଲେ ପରିଚୟ

ସେହିପରି APFPL ୱାୟାରଲାଇନ୍ ୬,୫୬,୪୨୪ ନୂଆ ସଂଯୋଗ ପ୍ରଦାନ କରିଛି । ଏହା ପରେ ରିଲାଏନ୍ସ ଜିଓ ୨,୦୮,୦୧୪ ସଂଯୋଗ ଯୋଡିଛି । ଭାରତୀ ଏୟାରଟେଲ ୧,୩୪,୦୨୧ ସଂଯୋଗ ଗ୍ରାହକଙ୍କୁ ପ୍ରଦାନ କରିଛି । ଭି-କନ୍ ମୋବାଇଲ୍ ଏବଂ ଇନଫ୍ରା ୧୩,୧୦୦ ନୂଆ ସଂଯୋଗ, ଟାଟା ଟେଲି ସର୍ଭିସେସ୍ ୧୨,୬୧୭ ଏବଂ କ୍ୱାଡାଣ୍ଟ ୬,୫୪୦ ନୂଆ ଗ୍ରାହକ ଯୋଡିବାରେ ସଫଳ ହୋଇଛନ୍ତି । ବ୍ରଡବ୍ୟାଣ୍ଡ ଗ୍ରାହକ (Broadband customers) ମାନେ ଜୁନ୍ ମାସରେ ୮୫୬.୮୧ ମିଲିୟନରୁ ୮୬୧.୪୭ ମିଲିୟନକୁ ବୃଦ୍ଧି ପାଇଛନ୍ତି । କହିବାକୁ ଗଲେ ମାସିକ ଏହା ୦.୫୪ ପ୍ରତିଶତ ବୃଦ୍ଧି ପାଇଛି । ରିଲାଏନ୍ସ ଜିଓ ଇନଫୋକମ୍ ବଜାରରେ ୪୪୭.୭୫ ନିୟୁତ ଗ୍ରାହକଙ୍କ ସହିତ ଏଗୁଡିକ ଶୀର୍ଷରେ ଅଛି । ଭାରତ ଏୟାରଟେଲ ୨୪୮.୦୬ ମିଲିୟନ ସହିତ ଦ୍ୱିତୀୟ ସ୍ଥାନରେ ରହିଛି । ଭୋଡାଫୋନ୍ ଆଇଡିଆ ୧୨୪.୯୦ ମିଲିୟନ୍ ସହିତ ତୃତୀୟ ସ୍ଥାନରେ ରହିଲା । ଏଠାରେ ବିଏସଏନଏଲ ୨୪.୫୯ ନିୟୁତ ସହିତ ଚତୁର୍ଥ ସ୍ଥାନରେ ଅଛି । ପଞ୍ଚମ ସ୍ଥାନରେ ଆଟ୍ରିଆ କନଭର୍ଜେନ୍ସରେ ୨.୧୬ ମିଲିୟନ ଗ୍ରାହକ ଅଛନ୍ତି ।

Also Read- BMCର ନବକଳେବର: ୩ ଅତିରିକ୍ତ କମିଶନର, ୬ ଜୋନାଲ କମିଶନର ପଦବୀ ସୃଷ୍ଟି

Also Read- Amazon କର୍ମଚାରୀ ଦେଉଛନ୍ତି ଇସ୍ତଫା, ଜାଣନ୍ତୁ କାରଣ