Weird News: ଏଠାରେ ବିବାହିତ ଦମ୍ପତି ପ୍ରତ୍ୟେକ ରାତିରେ ବଦଳାନ୍ତି ନିଜ ପାର୍ଟନର, ସେୟାର କଲେ ପରସ୍ପରର ପତ୍ନୀଙ୍କ ସହ ଶୋଇବାର ଭିଡିଓ
Advertisement
Article Detail0/zeeodisha/odisha1596268

Weird News: ଏଠାରେ ବିବାହିତ ଦମ୍ପତି ପ୍ରତ୍ୟେକ ରାତିରେ ବଦଳାନ୍ତି ନିଜ ପାର୍ଟନର, ସେୟାର କଲେ ପରସ୍ପରର ପତ୍ନୀଙ୍କ ସହ ଶୋଇବାର ଭିଡିଓ

Partner Exchange: ଆଜି ଆମେ ଆପଣଙ୍କୁ ଏପରି ଦୁଇଟି ବିବାହିତ ଦମ୍ପତିଙ୍କ ବିଷୟରେ କହିବୁ, ଯେଉଁମାନେ ପ୍ରତିଦିନ ରାତିରେ ନିଜ ସାଥୀ ପରିବର୍ତ୍ତନ କରନ୍ତି । ଏହି ଦମ୍ପତି ଏକାଠି ରୁହନ୍ତି ଓ ପରିବାର ପ୍ରତିପୋଷଣ କରନ୍ତି । ପାର୍ଟନର ଅଦଳବଦଳରରେ ସେମାନଙ୍କର କୌଣସି ଅସୁବିଧା ନାହିଁ । ଉଭୟ ଦମ୍ପତି ନିଜେ ଫୋରସମ୍ ସମ୍ପର୍କ ବିଷୟରେ ଖୁଲାସା କରିଛନ୍ତି ।

ପ୍ରତୀକାତ୍ମକ ଫଟୋ

Weird News: ଆପଣ ନିଶ୍ଚୟ ପତ୍ନୀ ଅଦଳବଦଳ ବିଷୟରେ ଶୁଣିଥିବେ । ଏହା ଆମ ସମାଜରେ ଘୃଣା ଦୃଷ୍ଟିରେ ଦେଖାଯାଏ । କିନ୍ତୁ କିଛି ଲୋକ ଏହାକୁ ଘୃଣା ଦୃଷ୍ଟିରୁ ଦେଖନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ଏପରି ଦୁଇଟି ବିବାହିତ ଦମ୍ପତିଙ୍କ ବିଷୟରେ କହିବୁ, ଯେଉଁମାନେ ପ୍ରତିଦିନ ରାତିରେ ନିଜ ସାଥୀ ପରିବର୍ତ୍ତନ କରନ୍ତି । ଏହି ଦମ୍ପତି ଏକାଠି ରୁହନ୍ତି ଓ ପରିବାର ପ୍ରତିପୋଷଣ କରନ୍ତି । ପାର୍ଟନର ଅଦଳବଦଳରରେ ସେମାନଙ୍କର କୌଣସି ଅସୁବିଧା ନାହିଁ । ଉଭୟ ଦମ୍ପତି ନିଜେ ଫୋରସମ୍ ସମ୍ପର୍କ ବିଷୟରେ ଖୁଲାସା କରିଛନ୍ତି । ଆଲିସିଆ ଓ ଟାଇଲର ରୋଜର୍ସ ଦୁଇ ପିଲାଙ୍କ ପାଇଁ ପିତାମାତା ଥିଲେ । ବିବାହର ଅନେକ ବର୍ଷ ପରେ ଏହି ଦମ୍ପତି ବିବାହିତ ବନ୍ଧୁ ସିନ୍ ଓ ତାୟା ହାର୍ଟଲେସଙ୍କ ସହ ରୋମାଣ୍ଟିକ ସମ୍ପର୍କ ଆରମ୍ଭ କରିଥିଲେ । ଏହି ଦୁଇ ଆମେରିକୀୟ ଦମ୍ପତି ୨୦୨୦ରୁ ଏକାଠି ରହୁଛନ୍ତି । ଏହି ସମ୍ପର୍କ ଆରମ୍ଭ କରିବା ପରେ ଆଲିସିଆ ଓ ତାୟା ଅଲଗା ଅଲଗା ସନ୍ତାନ ଜନ୍ମ ଦେଇଥିଲେ ।

ଏହି ଉଭୟ ମହିଳା ଜାଣନ୍ତି ନାହିଁ ପିଲାମାନଙ୍କର ଜୈବିକ ବାପା କିଏ? ନିକଟ ଅତୀତରେ ତାୟା TODAY.com କୁ କହିଛନ୍ତି ଯେ, "ଆମେ ସମସ୍ତେ ଏହା ସୁନିଶ୍ଚିତ କରିବା ପାଇଁ ସବୁକିଛି କରିବାକୁ ଚାହୁଁଥିଲୁ କି ସମସ୍ତେ ସମାନ ପିତାମାତା ପରି ଅନୁଭବ କରୁ । କେଉଁ ଶିଶୁର ଜୈବିକ ବାପା କିଏ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ ।" ଆଠ ଜଣ ସଦସ୍ୟଙ୍କ ଏହି ପରିବାର ବର୍ତ୍ତମାନ ଲେବାନନର ଓରେଗନରେ ରୁହନ୍ତି । ପରିବାର ପ୍ରାୟତଃ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ଭିଡିଓ ସେୟାର କରନ୍ତି । ଦମ୍ପତି ମଧ୍ୟ ସେମାନଙ୍କର ଭିଡିଓ ଅନଲାଇନରେ ସେୟାର କରିଛନ୍ତି । ଯେଉଁଥିରେ ଚାରିଜଣ ସେମାନଙ୍କର ଅସମାନ୍ୟ ଶୋଇବା ବ୍ୟବସ୍ଥାକୁ ସେୟାର କରିଥିଲେ ।

ଅଧିକ ପଢ଼ନ୍ତୁ:-ମାର୍ଚ୍ଚ ହେଲାଣି, କିନ୍ତୁ ଆସିନି PF ଟଙ୍କା! କେବେ ମିଳିବ ସୁଧ? EPFO ଦେଲା ଜବାବ

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ମୋଦି ସରକାର ଲାଗୁ କଲେ ପୁରୁଣା ପେନସନ ଯୋଜନା!

ଅଧିକ ପଢ଼ନ୍ତୁ:-ଏସବୁ ରାଶିଙ୍କ ଉପରେ ଅଛି ଶନିଙ୍କ ଛାୟା! ୨୦୨୫ ପର୍ଯ୍ୟନ୍ତ ରହିଛି ବିପଦ, ଜାଣନ୍ତୁ ଏହାକୁ ଏଡାଇବା ପାଇଁ ନିଶ୍ଚିତ ଉପାୟ

ଏହି ଦମ୍ପତି ଖୁଲାସା କରିଛନ୍ତି ଯେ, ଟିକଟୋକରେ ୧,୨୦,୦୦୦ ଓ ଇନଷ୍ଟାଗ୍ରାମରେ ୩୦,୦୦୦ ଫୋଲୋୟର୍ସ ରହିଛି । ଏହି ଚାରିଜଣ ସ୍ୱୀକାର କରିଛନ୍ତି ଯେ ସେମାନେ ସେମାନଙ୍କର ଅନୈତିକ ସମ୍ପର୍କ ବିଷୟରେ ଖରାପ କମେଣ୍ଟ ପାଇଥା'ନ୍ତି । ଏହି ଚାରିଜଣଙ୍କ ଉପରେ "ଖରାପ ପିତାମାତା" ହେବାର ଅଭିଯୋଗ ଲାଗିଥାଏ । ଟାଇଲର ଓ ଆଲିସିଆର ଦୁଇ ସନ୍ତାନ ସେମାନଙ୍କ ପରିବାରର ଏହି ପରିବର୍ତ୍ତନ ସହିତ ଅତ୍ୟନ୍ତ ସହଜ ଅଛନ୍ତି । ଆଲିସିଆ TODAY.com କୁ କହିଛନ୍ତି ଯେ ଆମର ପିଲାମାନେ ଆଗରୁ ଜାଣିଥିଲେ ଯେ ଆମେ ସିନ୍ ଓ ତାୟାଙ୍କୁ ଡେଟ କରୁଛୁ । ଆମେ ଅନ୍ୟ ସମସ୍ତଙ୍କଠାରୁ ଅଲଗା, କିନ୍ତୁ ତାହା ଠିକ ଅଛି ଓ ଆମେ ଆମ ପିଲାମାନଙ୍କୁ ଏହା ସ୍ପଷ୍ଟ କରିଛୁ ଯେ ସେମାନେ ଯାହା ମଧ୍ୟ ହେବାକୁ ଚାହାଁନ୍ତି, ତାହା ହୋଇପାରିବେ ।"