Viral News: ଅବିଶ୍ୱସନୀୟ: ଜନ୍ମ ହେଲା ମଣିଷ ମୁହାଁ ଛେଳି ଶାବକ
Advertisement
Article Detail0/zeeodisha/odisha1445815

Viral News: ଅବିଶ୍ୱସନୀୟ: ଜନ୍ମ ହେଲା ମଣିଷ ମୁହାଁ ଛେଳି ଶାବକ

ମିଳିଥିବା ସୂଚନା ମୁତାବକ ସବୁଠାରୁ ତାଜୁବ କରିବା ଭଳି ଘଟଣା ହେଉଛି କି ସିରୋଞ୍ଜ ତହସିଲ ଅନ୍ତର୍ଗତ ସେମଲ ଗାଁରେ ଏଭଳି ଘଟଣା ଘଟିଛି। ମଣିଷର ମୁଁହ ଥିବା ଛେଳିଛୁଆ ଜନ୍ମ ହୋଇଛି।

Viral News: ଅବିଶ୍ୱସନୀୟ: ଜନ୍ମ ହେଲା ମଣିଷ ମୁହାଁ ଛେଳି ଶାବକ

Viral News:  ଭୋପାଳ: ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାର ସିରୋଞ୍ଜରୁ ସମସ୍ତଙ୍କୁ ତାଜୁବ କରିବା ଭଳି ଚିତ୍ର ଏବେବ ସାମ୍ନାକୁ ଆସିଛି। ଏଠାରେ ମଣିଷ ମୁହଁ ଥିବା ଛେଳି ଜନ୍ମ ନେଇଛି। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଦ୍ରୁତ ବେଗରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିବାକୁ ପାଇଁ ସ୍ଥାନୀୟ ଅଞ୍ଚଳରେ ଯେତିକି ଭିଡ଼ ବଢୁଛି ସେତିକି ଭିଡ଼ ସୋସିଆଲ ମିଡ଼ିଆରେ ମଧ୍ୟ ରହିଥିବା ଦେଖିବାକୁ ମିଳିଛି। ତେବେ ଆପଣ କେବେ ଶୁଣିଛନ୍ତି କିମ୍ବା ଦେଖିଛନ୍ତି କି କୌଣସି ପଶୁର ମୁହଁର ମଣିଷ ମୁଁହ ଭଳି। ଏଭଳି ଏକ ଘଟଣା ବିଦିଶା ଜିଲାରେ ଘଟିଛି। 

ମିଳିଥିବା ସୂଚନା ମୁତାବକ ସବୁଠାରୁ ତାଜୁବ କରିବା ଭଳି ଘଟଣା ହେଉଛି କି ସିରୋଞ୍ଜ ତହସିଲ ଅନ୍ତର୍ଗତ ସେମଲ ଗାଁରେ ଏଭଳି ଘଟଣା ଘଟିଛି। ମଣିଷର ମୁଁହ ଥିବା ଛେଳିଛୁଆ ଜନ୍ମ ହୋଇଛି। ଏହା ପରେ ଛେଳିର ମାଲିକ ନବାବ ଖାନ କହିଛନ୍ତି କି ଏହି ଛେଳି ଛୁଆ ଯେପରି ଜନ୍ମ ହେଲା ପୁରା ପରିବାର ଚକିତ ହୋଇ ପଡ଼ିଥିଲା। 

ମାଲିକ ନବାବ ଖାନ କହିଛନ୍ତି କି ଛେଳି ଛୁଆର ମୁହଁ କୌଣସି ବୃଦ୍ଧ ଯେପରି ଚଷମା ଲଗାଇବା ପରି ଦେଖାଯାଉଛି। ଶୁକ୍ରବାର ଏହି ଅଜବ ଧରଣର ଛୁଆ ଜନ୍ମ ହୋଇଥିଲା। ଏହି ଛୁଆ ଜନ୍ମ ହେବା ପରେ ଡାକ୍ତର କହିଥିଲେ କି ଏହିଭଳି ଜନ୍ମ ହେଉଥିବା ଛେଳି ଗୁଡ଼ିକର ଆୟୁଷ ପ୍ରାୟତଃ କମ ରହିଥାଏ। 

ସୂଚନାଯୋଗ୍ୟ କି ଅଜବ ମୁହଁ ଧାରଣ କରି ଜନ୍ମ ହୋଇଥିବା ଏହି ଛେଳି ଛୁଆକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଲୋକମାନେ କହିଛନ୍ତି କି ପୂର୍ବରୁ ଏଭଳି ଦୃଶ୍ୟ କେବେ ବି ଦେଖିବାକୁ ମିଳିନଥିଲା। ତେବେ ଅଜବ ମୁହଁ ହୋଇଥିବାରୁ ମା ଛେଳି ଉକ୍ତ ଛୁଆକୁ କ୍ଷୀର ପିଆଇ ପାରୁନଥିବା ମାଲିକ ନବାବ ଖାନ କହିଛନ୍ତି।