Weather Update: କାଳବୈଶାଖୀ ପ୍ରଭାବରେ ଆହୁରୀ ୪ ଦିନ ବର୍ଷା! ସେପଟେ କାଶ୍ମୀରର ଭ୍ରମ ସୃଷ୍ଟି କଲା ଏହି ଜିଲ୍ଲା
Advertisement
Article Detail0/zeeodisha/odisha1665618

Weather Update: କାଳବୈଶାଖୀ ପ୍ରଭାବରେ ଆହୁରୀ ୪ ଦିନ ବର୍ଷା! ସେପଟେ କାଶ୍ମୀରର ଭ୍ରମ ସୃଷ୍ଟି କଲା ଏହି ଜିଲ୍ଲା

Weather Update: ଅସହ୍ୟ ତାତରୁ ଆଶ୍ବସ୍ତି ଦେଇଛି କାଳବୈଶାଖୀ । ଗଲା କିଛି ଦିନ ହେବ ରାଜ୍ୟରେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଯୋଗୁଁ କଲବଲ ହେଉଥିଲେ ଲୋକେ । ସେପଟେ ନବରଙ୍ଗପୁର ଜିଲ୍ଲାରେ କୁଆପଥର ବର୍ଷା ଯୋଗୁଁ କାଶ୍ମୀରର ଭ୍ରମ ସୃଷ୍ଟି ହୋଇଛି । ସଦର ମହକୁମା ଅଞ୍ଚଳର ପୂଜାରୀଗୁଡ଼ା ପଞ୍ଚାୟତର ୭ଟି ଗାଁରେ କାଳବୈଶାଖୀ ପ୍ରଭାବରେ ବର୍ଷା ସହ ପ୍ରବଳ କୁଆପଥର ବର୍ଷା ହୋଇଥିଲା । 

 

ସୌ(ସୋସିଆଲ ମିଡିଆ)

Weather Update: ଅସହ୍ୟ ତାତରୁ ଆଶ୍ବସ୍ତି ଦେଇଛି କାଳବୈଶାଖୀ । ଏହା ପ୍ରଭାବରେ ରାଜ୍ୟରେ ଶୁକ୍ରାବାର ଦିନରୁ ବଦଳିଛି ପାଗ । ଅସହ୍ୟ ଗରମରୁ ମୁକ୍ତି ପାଇଛନ୍ତି ରାଜ୍ୟବାସୀ । ଗଲା କିଛି ଦିନ ହେବ ରାଜ୍ୟରେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଯୋଗୁଁ କଲବଲ ହେଉଥିଲେ ଲୋକେ । ଅସହ୍ୟ ତାତି (Heat Wave) ସହ ପ୍ରବଳ ଖରାରେ ପଦାକୁ ଗୋଡ଼ କାଢିବା ମୁସ୍କିଲ ହୋଇପଡ଼ିଥିଲା । ସ୍ଥିତି ଏମିତି ହୋଇଥିଲା ଯେ, ଦିନ ୧୦ଟା ବେଳକୁ ଖାଁ ଖାଁ ହୋଇଯାଉଥିଲା ରାସ୍ତାଘାଟ । ତାପମାତ୍ରାରେ ଅହେତୁକ ବୃଦ୍ଧି ହେତୁ କଲବଲ ହେଉଥିଲେ ଲୋକେ । ତେବେ ଶୁକ୍ରବାର ଦିନଠାରୁ ପାଗରେ ପରିବର୍ତ୍ତନ ଆସିଥିଲା, ଥଣ୍ତା ପବନ ସହ କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ଯ ହୋଇଥିଲା । ଫଳରେ ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀ ତଳେ ରହିଛି । ତେବେ ଆଗାମୀ ୩ରୁ ୪ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ (Bhubaneswar Metrology Department) ପକ୍ଷରୁ ଆକଳନ କରାଯାଇଛି ।

କାଳବୈଶାଖୀ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପଶ୍ଚିମ ଝଡ଼ ସହ କାଳବୈଶାଖୀର ପ୍ରଭାବ ଲାଗି ରହିବା ନେଇ ବିଭାଗ (Bhubaneswar Metrology Department) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସୋମବାର କେତେକ ଜିଲ୍ଲା ଯଥା, ଗଞ୍ଜାମ, ଯାଜପୁର, କଟକ, ଢେଙ୍କାନାଳ, ଭଦ୍ରକ, ଅନୁଗୁଳ, ବୌଦ୍ଧ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବ । ଏହି ସମୟରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବୋହିବ ତେବେ ଏନେଇ ଏହି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ (Orange Alert) ଜାରି କରାଯାଇଛି । ଏହା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ ଏଥିଲାଗି ଏହି ସ୍ଥାନରେ ୟେଲୋ ୱାର୍ଣ୍ଣିଂ (Yellow warning) ଜାରି କରାଯାଇଛି । ଏପ୍ରିଲ ୨୭ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଲାଗି ରହିବା ନେଇ ଆକଳନ କରାଯାଇଛି । ପ୍ରକାଶ ଥାଉ କି,  ଗତ ୨୪ ଘଣ୍ଟାରେ କଳାହାଣ୍ତି ଜିଲ୍ଲା କୋକସରାରେ ୭୭ ମିମି,  ନବରଙ୍ଗପୁର ଡ଼ାବୁଗାଁରେ ୫୬.୨, ସମ୍ବଲପୁର ବୁର୍ଲାରେ ୫୨.୨ ମିମି ବର୍ଷା ରେକର୍ଡ଼ କରାଯାଇଛି । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ କୁଆପଥର ବର୍ଷା ହୋଇଥିଲା । ତେବେ ବିଜୁଳି, ଘଡ଼ଘଡ଼ି ସମୟରେ ସୁରକ୍ଷିତ ସ୍ଥାନରେ ରହିବା ଲାଗି ପରାମର୍ଶ ଦିଆଯାଇଛି । ପବନ ସହ ବର୍ଷା (Rain) ଯୋଗୁଁ ଅମଳକ୍ଷମ ଫସଲ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଚାଷୀଙ୍କୁ ଫସଲ ଅମଳ କରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଏହା ବି ପଢନ୍ତୁ-Bhubaneswar News: ୮ ମହଲାରୁ ଖସି ଆଇନ ଛାତ୍ରଙ୍କ ମୃତ୍ୟୁ; ଦୁର୍ଘଟଣା ନା ହତ୍ୟା? ତଦନ୍ତୁ କରୁଛି ପୋଲିସ

ସେପଟେ ନବରଙ୍ଗପୁରରେ କୁଆପଥର (Hail rain) ବର୍ଷା ଯୋଗୁଁ କାଶ୍ମୀରର ଭ୍ରମ ସୃଷ୍ଟି ହୋଇଛି । ସଦର ମହକୁମା ଅଞ୍ଚଳର ପୂଜାରୀଗୁଡ଼ା ପଞ୍ଚାୟତର ୭ଟି ଗାଁରେ କାଳବୈଶାଖୀ ପ୍ରଭାବରେ ବର୍ଷା ସହ ପ୍ରବଳ କୁଆପଥର (Hail rain) ମାଡ଼ ହୋଇଥିଲା । ଫଳରେ ରାସ୍ତାଘାଟଠାରୁ ଚାଷ ଜମି ସବୁଆଡ଼େ ବରଫର ଆସ୍ତରଣ ଦେଖିବାକୁ ମିଳିଛି । ଚାଷ ଜମିରେ ବରଫ ଜମି ରହିଥିବାରୁ ଫସଲ ନଷ୍ଟ ନେଇ ଆଶଙ୍କା କରାଯାଉଛି  । ତେବେ ଏହି କ୍ଷୟକ୍ଷତିର ଆକଳନ କରାଯାଇ ପ୍ରଶାସନକୁ କ୍ଷତି ପୂରଣ ପ୍ରଦାନ ନେଇ ଦାବି କରାଯାଇଛି । ତେବେ ଏହି କୁଆପଥର ବର୍ଷା ଅନେକ ଛାଳ ଛପର ଘର ସହ ବହୁ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି ।