Bhubaneswar News: ୮ ମହଲାରୁ ଖସି ଆଇନ ଛାତ୍ରଙ୍କ ମୃତ୍ୟୁ; ଦୁର୍ଘଟଣା ନା ହତ୍ୟା? ତଦନ୍ତୁ କରୁଛି ପୋଲିସ
Advertisement

Bhubaneswar News: ୮ ମହଲାରୁ ଖସି ଆଇନ ଛାତ୍ରଙ୍କ ମୃତ୍ୟୁ; ଦୁର୍ଘଟଣା ନା ହତ୍ୟା? ତଦନ୍ତୁ କରୁଛି ପୋଲିସ

Bhubaneswar News: ରାଜଧାନୀ ଭୁବନେଶ୍ବର ଚନ୍ଦ୍ରମା ଆପାର୍ଟମେଣ୍ଟର ୮ ମହଲାରୁ ଖସି ଜଣେ ଯୁବକ ପ୍ରାଣ ହରାଇଛନ୍ତି । ତେବେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚିଛି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇଛି । 

ସୌ(ସୋସିଆଲ ମିଡିଆ)

Bhubaneswar News: ରାଜଧାନୀରେ (Bhubaneswar) ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଭୁବନେଶ୍ବର ଚନ୍ଦ୍ରମା ଆପାର୍ଟମେଣ୍ଟର (Chandrama Apartment Bhubaneswar)  ୮ ମହଲାରୁ ଖସି ଜଣେ ଯୁବକ ପ୍ରାଣ ହରାଇଛନ୍ତି । ତେବେ ଖବର ପାଇ ଖାରବେଳନଗର ଥାନା (kharabela nagar Police Station) ପୋଲିସ ଘଟଣା ସ୍ଥଳରେ ପହଁଞ୍ଚିଛି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇଛି । ମୃତ ଯୁବକଙ୍କ ନାମ ଅନୁରାଗ ମାନସ ଟୁଡୁ । ସେ ଜଣେ ଆଇନ ଛାତ୍ର (Law student) ବୋଲି ପୋଲିସ ସୂଚନା ଦେଇଛି । ତେବେ ଆଶ୍ଚର୍ଯ୍ୟର କଥା ଯୁବକ ଜଣଙ୍କ ଚନ୍ଦ୍ରମା ଆପାର୍ଟମେଣ୍ଟରେ ରହୁନଥିଲେ । ତେବେ କେଉଁ କାରଣ ଲାଗି ସେ ଏହି ଆପାର୍ଟମେଣ୍ଟକୁ ଯାଇଥିଲେ? ଏହା ଦୁର୍ଘଟଣାଜନିତ ମୃତ୍ୟୁ ନା ହତ୍ୟା ? ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ  । ତେବେ ଏନେଇ ଖାରବେଳନଗର ଥାନା ପୋଲିସ ଏହି ମୃତ୍ୟୁର ରହସ୍ୟ ଭେଦ କରିବା ଲାଗି ଛାନଭିନ୍ ଜାରି ରଖିଛି । ଅପରପକ୍ଷରେ କେତେକ ଏହାକୁ ଆତ୍ମହତ୍ୟା ବୋଲି କହିଛନ୍ତି । ପାରିପାରିକ କହଳ ଯୋଗୁଁ ଯୁବକ ୮ ମହଲାରୁ ଡ଼େଇଁ ଆତ୍ମହତ୍ୟା କରିବା ଚର୍ଚ୍ଚା ହେଉଛି । ତେବେ ଏଯାବତ୍ ମାନସଙ୍କ ମୃତ୍ୟୁକୁ ନେଇ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ ।

ପ୍ରକାଶ ଥାଉ କି, ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ମହାରାଜା ହଲ୍  (Maharaja Cinema Hall) ପରିସରରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି।  ଫିଲ୍ମ ଦେଖି ଫେରିବା ପରେ ପାର୍କିଂକୁ (Car parking dispute ) ନେଇ ହଲ୍‌ ପରିସରରେ ଦୁଇ ଗୋଷ୍ଠୀ ପ୍ରଥମେ ମୁହାମୁହିଁ ହୋଇଥିଲେ। ଗଣ୍ଡଗୋଳ ଏତେ ଜୋର ହୋଇଥିଲା ଯେ, କିଛି ସମୟ ପାଇଁ ହଲ୍ ପରିସର ରଣକ୍ଷେତ୍ର ପାଲଟି ଯାଇଥିଲା। ଏହି ଗଣ୍ଡଗୋଳରେ ଖାଲି ପୁରୁଷ ନୁହଁନ୍ତି ମହିଳାମାନେ ମଧ୍ୟ ସାମିଲ ଥିଲେ। ଏପରିକି ଜଣେ ଯୁବତୀ କାର୍ ବନେଟ୍ ଉପରେ ଚଢ଼ି ଯାଇଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏପରିକି ଏହି ହାଇଭୋଲଟେଜ ଡ୍ରାମା ପାଖାପାଖି ଏକ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ଫଳରେ ସିନେମା ଦେଖିବାକୁ ଆସିଥିବା ଲୋକେ ଏହି ଗଣ୍ତଗୋଳ ଯୋଗୁଁ ଦିର୍ଘ ସମୟ ଧରି ପାର୍କିଂ ପ୍ଲେସରେ ଫସି ଯାଇଥିଲେ ।  

ନିକଟରେ ପାର୍କିଂକୁ ନେଇ ମଧ୍ୟ ଏଭଳି ଏକ ଘଟଣା ରାଜଧାନୀ ଭୁବନେଶ୍ବରର ଦେଖିବାକୁ ମିଳିଥିଲା। ରାଜଧାନୀରେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ଜଣେ ଦୁର୍ବୃତ୍ତ ମାଡ଼ ମାରୁଥିବା ଭିଡିଓ ଭାଇରାଲ୍ ହୋଇଛି। ସୂଚନା ଅନୁଯାୟୀ, ଭିଏସଏସ ନଗରରେ ଗାଡ଼ି ପାର୍କିଂକୁ ନେଇ ତୁମୁଳକାଣ୍ଡ ହୋଇଛି। ନିଜକୁ ଡିଏସପି ବୋଲି କହୁଥିବା ଜଣେ ଲୋକ ରାସ୍ତା ଉପରେ ଗାଡ଼ି ରଖି ମଟନ କିଣୁଥିଲେ। ସେଠାରେ କର୍ତ୍ତବ୍ୟରତ ଟ୍ରାଫିକ କନେଷ୍ଟବଳ ଏନେଇ ପ୍ରତିବାଦ କରିବା ଭଦ୍ରବ୍ୟକ୍ତିଙ୍କୁ ଗାଡ଼ିଟି ରାସ୍ତା ଉପରୁ ଉଠାଇନେବାକୁ ଅନୁରୋଧ କରିଥିଲେ। କିନ୍ତୁ ସେ ତାଙ୍କ କଥା ନ ଶୁଣି ପାଲଟା ଟ୍ରାଫିକ କନେଷ୍ଟବଳଙ୍କୁ ମାଡ଼ ମାରିଥିଲେ। ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା  ଟ୍ରାଫିକ କନେଷ୍ଟବଳ ମନୋଜ ବେହେରା ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆକ୍ରମଣକାରୀ ଅଭିଯୁକ୍ତ ଜଣକ ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସଂଗ୍ରାମ ବିଶ୍ବାଳ ବୋଲି ଜଣାଯାଇଛି। ନିଜର ଭୁଲ୍ ପାଇଁ ସେ ଥାନାରେ କ୍ଷମା ପ୍ରାର୍ଥନା କରିଥିବା ଜଣାଯାଇଛି। ସହିଦ ନଗର ଥାନା ପୋଲିସ ସଂଗ୍ରାମଙ୍କୁ ଅଟକ ରଖିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଏହା ବି ପଢନ୍ତୁ- Kedarnath yatra: କେଦାରନାଥରେ ଅଘଟଣ, ହେଲିକପ୍ଟରର ପଙ୍ଖାରେ କଟି ବିମାନ ଅଧିକାରୀଙ୍କ ମୃତ୍ୟୁ