Pakistani Mr Bean: କିଏ ଏହି ପାକିସ୍ତାନୀ ମିଷ୍ଟର ବିନ୍? ଯାହାଙ୍କପାଇଁ ସୋସିଆଲ ମିଡିଆରେ ହେଉଛି ବୋବାଲ, ଏଠାରେ ଜାଣନ୍ତୁ
Advertisement
Article Detail0/zeeodisha/odisha1414799

Pakistani Mr Bean: କିଏ ଏହି ପାକିସ୍ତାନୀ ମିଷ୍ଟର ବିନ୍? ଯାହାଙ୍କପାଇଁ ସୋସିଆଲ ମିଡିଆରେ ହେଉଛି ବୋବାଲ, ଏଠାରେ ଜାଣନ୍ତୁ

Pakistani Fake Mr Bean: ପାକିସ୍ତାନ ଓ ଜିମ୍ବାୱେ ମଧ୍ୟରେ ଗୁରୁବାର ଦିନ ଟି-୨୦ ବିଶ୍ୱକପ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ୍ ପୂର୍ବରୁ ସୋସିଆଲ ମିଡିଆରେ ପାକିସ୍ତାନୀ ମିଷ୍ଟର ବିନ୍ ବିଷୟରେ ଅନେକ ଚର୍ଚ୍ଚା ହୋଇଥିଲା । ଜିମ୍ବାୱେର ରାଷ୍ଟ୍ରପତି ମଧ୍ୟ ଦଳର ବିଜୟ ପରେ ଟ୍ୱିଟରରେ ମିଷ୍ଟର ବିନ୍ ବିଷୟରେ ଉଲ୍ଲେଖ କରିଥିଲେ ।

ସୌ: ସୋସିଆଲ ମିଡିଆ

Pakistani Fake Mr Bean: ଗୁରୁବାର ଦିନ ଟି-୨୦ ବିଶ୍ୱକପରେ ପାକିସ୍ତାନ ଓ ଜିମ୍ବାୱେ (Pakistan and Zimbabwe) ମଧ୍ୟରେ ହୋଇଥିବା ମ୍ୟାଚ ମଧ୍ୟ ସଂଘର୍ଷପୂର୍ଣ୍ଣ ହୋଇଥିଲା । କହିରଖୁଛୁ ଯେ ଏହି ମ୍ୟାଚ୍ ବିଷୟରେ ଯେତିକି ଚର୍ଚ୍ଚା ହୋଇନଥିଲା, ତାହାଠାରୁ ଅଧିକ ବୁଧବାର ଦିନର ଏକ ସୋସିଆଲ ମିଡିଆ ପୋଷ୍ଟ (Social Media Post) ଭାଇରାଲ ହେଉଛି । ପାକିସ୍ତାନ କ୍ରିକେଟ୍ ବୋର୍ଡ (Pakistan Cricket Board) ଖେଳାଳିଙ୍କ ପ୍ରଶିକ୍ଷଣର କିଛି ଫଟୋ ପୋଷ୍ଟ କରିଥିଲା । ଏହା ଉପରେ ଜଣେ ଜିମ୍ବାୱେ (Zimbabwe) ବ୍ୟକ୍ତି କମେଣ୍ଟ ଲେଖିଥିଲେ ଯେ- ଜିମ୍ବାୱେର ନାଗରିକ ଭାବରେ ଆମେ ଆପଣଙ୍କୁ କେବେବି କ୍ଷମା କରିବୁ ନାହିଁ । ଥରେ ଆପଣ ଆମକୁ ଅସଲି ମିଷ୍ଟର ବିନ୍ ବଦଳରେ ଏକ ନକଲି ପାକ୍ ବିନ୍ ଦେଖାଇ ଦେଇଥିଲ । ଆମେ ଏହି ବିଷୟକୁ ଆସନ୍ତାକାଲି ଷ୍ଟାଡିୟମରେ ଦେଖିନେବୁ ।ପ୍ରାର୍ଥନା କର ଆସନ୍ତାକାଲି ତୁମକୁ ବର୍ଷା ରକ୍ଷା କରିନେଉ ।

ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଓ ଏହା ସବୁଆଡେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ମ୍ୟାଚ୍ ପୂର୍ବରୁ ସମସ୍ତେ ପାକିସ୍ତାନୀ ମିଷ୍ଟର ବିନଙ୍କ ଫଟୋ ସେୟାର କରିବା ଆରମ୍ଭ କରିଥିଲେ । ଏହି ମ୍ୟାଚର ନାମ ହୋଇଯାଇଥିଲା 'ବିନ୍ ରାଇଭେଲାରୀ' । ଏହାପରେ ମ୍ୟାଚ୍ ଆରମ୍ଭ ହେଲା ଓ ଜିମ୍ବାୱେ ଉଚ୍ଚକୋଟିର ଖେଳି 1 ରନରେ ଜିତି ଯାଇଥିଲା । ଏହା ପରେ ପୁଣି ଥରେ ପାକିସ୍ତାନୀ ମିଷ୍ଟର ବିନ୍ ଭାଇରାଲ ହୋଇଥିଲେ । ଏପରିକି ଜିମ୍ବାୱେ ରାଷ୍ଟ୍ରପତି ମଧ୍ୟ ଏହା ବିଷୟରେ ଟ୍ୱିଟ କରି ଉଲ୍ଲେଖ କରିଥିଲେ ।

କିଏ ଏହି ପାକିସ୍ତାନୀ ମିଷ୍ଟର ବିନ୍? 
ସବୁଠୁ ବଡ ପ୍ରଶ୍ନ ହେଉଛି ପାକିସ୍ତାନୀ ମିଷ୍ଟର ବିନ୍ କିଏ, ଯାହା ବିଷୟରେ ଏତେ ହଙ୍ଗାମା ହେଉଛି । କହିରଖୁଛୁ ଯେ ତାଙ୍କ ଅସଲି ନାମ ଆସିଫ ମହମ୍ମଦ । ସେ ମିଷ୍ଟର ବିନ୍ ଭୂମିକାରେ ଅଭିନୟ କରୁଥିବା ବ୍ରିଟିଶ୍ ଅଭିନେତା ରୋହନ ଆଟକିନ୍ସନଙ୍କ ସହ ବହୁତ ସମାନ ଦେଖାଯାଉଛନ୍ତି । ଆସିଫ୍ ଜଣେ ହାସ୍ୟ ଅଭିନେତା ଓ ଅଭିନୟ ମଧ୍ୟ କରନ୍ତି । ସେ ଅନେକ ଟିଭି ବିଜ୍ଞାପନରେ ମଧ୍ୟ ଅଭିନୟ କରିଛନ୍ତି । ସେ ପାକିସ୍ତାନର ପୂର୍ବତନ ଅଧିନାୟକ ସହିଦ ଆଫ୍ରିଦିଙ୍କ ସହ ଏକ ବିଜ୍ଞାପନ କରିଥିଲେ । ଏଥିରେ ୟୁନିସ୍ ଖାନ୍ ଓ ଉମର ଗୁଲ ମଧ୍ୟ ଅଭିନୟ କରିଥିଲେ ।

ଜିମ୍ବାୱେରେ, ୨୦୧୬ ମସିହାରେ, ତାଙ୍କ ଦେଶରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯାହାର ନାମ ଆଗ୍ରିକଲଚର ଶୋ ଥିଲା । ଏହି କାର୍ଯ୍ୟକ୍ରମରେ ଏକ ପାକିସ୍ତାନୀ କମ୍ପାନୀ ମଧ୍ୟ ଅଂଶୀଦାର ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଚରିତ୍ର ମିଷ୍ଟର ବିନ୍ ଭୂମିକାରେ ଅଭିନୟ କରିଥିବା ବ୍ରିଟିଶ ଅଭିନେତା ରୋହନ ଆଟକିନ୍ସନଙ୍କ ପାଇଁ ଟିକେଟ ବିକ୍ରି ହୋଇଥିଲା । କିନ୍ତୁ ପାକିସ୍ତାନୀ ମିଷ୍ଟର ବିନ୍ ଏହି କାର୍ଯ୍ୟକ୍ରମରେ ପହଞ୍ଚିଥିଲେ । ସେବେଠାରୁ ଜିମ୍ବାୱେରେ ଏହାକୁ ନେଇ କ୍ରୋଧ ରହିଛି ।

ଏହା ବି ପଢ଼ନ୍ତୁ: Pakistan: ଭାରତକୁ ପ୍ରଶଂସା କରି ISI ମୁଖ୍ୟଙ୍କୁ ଧମକ ଦେଲେ ଇମ୍ରାନ, କହିଲେ- ଯଦି ମୋ ମୁହଁ ଖୋଲ...