Pakistan: ଭାରତକୁ ପ୍ରଶଂସା କରି ISI ମୁଖ୍ୟଙ୍କୁ ଧମକ ଦେଲେ ଇମ୍ରାନ, କହିଲେ- ଯଦି ମୋ ମୁହଁ ଖୋଲ...
Advertisement
Article Detail0/zeeodisha/odisha1414692

Pakistan: ଭାରତକୁ ପ୍ରଶଂସା କରି ISI ମୁଖ୍ୟଙ୍କୁ ଧମକ ଦେଲେ ଇମ୍ରାନ, କହିଲେ- ଯଦି ମୋ ମୁହଁ ଖୋଲ...

Imran Khan Hakiki March: ଇମ୍ରାନ ଖାନ ଏପ୍ରିଲରେ କ୍ଷମତାରୁ ବହିଷ୍କୃତ ହେବା ପରଠାରୁ ଏସବୁ ପଛରେ ଆମେରିକାର ଷଡଯନ୍ତ୍ର ଥିବା ଅଭିଯୋଗ କରି ଆସୁଛନ୍ତି । ଜୋ ବାଇଡେନ ପ୍ରଶାସନକୁ ସମାଲୋଚନା କରି ଇମ୍ରାନ ଖାନ ଅନେକ ଥର ଭାରତକୁ ପ୍ରଶଂସା କରିଛନ୍ତି । 

ସୌ: ସୋସିଆଲ ମିଡିଆ

Imran Khan Hakiki March: ପାକିସ୍ତାନର (Pakistan) ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (Pakistan Tehreek-e-Insaf) ମୁଖ୍ୟ ଇମ୍ରାନ ଖାନ (Imran Khan) ଭାରତର ପ୍ରଶଂସା କରି କହିଛନ୍ତି ଯେ ମୁଁ ଏକ ମୁକ୍ତ ଦେଶ ଦେଖିବାକୁ ଚାହୁଁଛି । ନଚେତ୍ ଭାରତ ଋଷରୁ ତେଲ ନେଇପାରେ କିନ୍ତୁ ଦାସ ପାକିସ୍ତାନ ପାରିବ ନାହିଁ । ସେ କହିଛନ୍ତି ଯେ ଡିଜି ଆଇଏସଆଇ ଆପଣ କାନ ଖୋଲ ଓ ଶୁଣ, ମୁଁ ବହୁତ କିଛି ଜାଣିଛି କିନ୍ତୁ ମୁଁ କେବଳ ଚୁପ୍ ଅଛି କାରଣ ମୁଁ ମୋ ଦେଶର କ୍ଷତି କରିବାକୁ ଚାହୁଁନାହିଁ… ମୁଁ ଭଲ ପାଇଁ ଗଠନମୂଳକ ସମାଲୋଚନା କରେ, ନଚେତ୍ ମୁଁ ବହୁତ କିଛି କହିପାରିଥାନ୍ତି ।

ଇମ୍ରାନ ଖାନ ଶୁକ୍ରବାର ଦିନ ଲାହୋରର ଲିବର୍ଟି ଚକ୍ ଠାରୁ ଇସଲାମାବାଦ ପର୍ଯ୍ୟନ୍ତ 'ହକିକି ଆଜାଦି ଲଙ୍ଗ ମାର୍ଚ୍ଚ' ଆରମ୍ଭ କରିଥିଲେ । ସେ କହିଛନ୍ତି ଯେ ଆଜି ମୁଁ ୨୬ ବର୍ଷର ରାଜନୈତିକ ସଂଗ୍ରାମରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯାତ୍ରା ଆରମ୍ଭ କରୁଛି । ଇମ୍ରାନ ଖାନ କହିଛନ୍ତି ଯେ ପାକିସ୍ତାନ ପ୍ରତ୍ୟେକ ବଳିଦାନ ଦେବାକୁ ପ୍ରସ୍ତୁତ କିନ୍ତୁ ଚୋରମାନଙ୍କୁ ଗ୍ରହଣ କରିବ ନାହିଁ । ୫୦ ବର୍ଷ ମଧ୍ୟରେ ଦେଶରେ ସର୍ବାଧିକ ମୁଦ୍ରାସ୍ଫୀତି ଏହି ଚୋର ସରକାର ଯୋଗୁଁ ହୋଇଥିଲା । ଦେଶ ଆଜି ମୁଦ୍ରାସ୍ଫୀତିରେ ବୁଡ଼ି ଯାଉଛି । ମୁଁ ଏକ ମୁକ୍ତ ଦେଶ ଦେଖିବାକୁ ଚାହୁଁଛି, ଯେଉଁଠାରେ ମୋର ଲୋକମାନେ ମୁକ୍ତ ଅଟନ୍ତି । ଅସଲି ସ୍ୱାଧୀନତା ପଦଯାତ୍ରାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଆମ ଦେଶକୁ ମୁକ୍ତ କରିବା । ଅସଲି ସ୍ୱାଧୀନତା ପଦଯାତ୍ରା ରାଜନୀତି କିମ୍ବା ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ନୁହେଁ । ଦେଶର ଅସଲି ସ୍ୱାଧୀନତାର ଯାତ୍ରା ଆରମ୍ଭ କରିବାର ସମୟ ଆସିଛି । ଜଣେ ୭୫ ବର୍ଷୀୟ ସିନେଟରଙ୍କୁ ଉଠାଇ ନିର୍ଯାତନା ଦିଆଯାଇଛି ।

ସାଧାରଣ ନିର୍ବାଚନ ତାରିଖ ଘୋଷଣା କରିବାକୁ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଲାହୋରରୁ ଇସଲାମାବାଦ ଅଭିମୁଖେ ବିରୋଧଯାତ୍ରା ଆରମ୍ଭ କରିଛନ୍ତି । ମୋଟରସାଇକେଲରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ପାର୍ଟିର ସମର୍ଥକମାନେ ପାର୍ଟି ପତାକା ଧରି ପ୍ରସିଦ୍ଧ ଲିବର୍ଟି ଚକରେ ଏକାଠି ହୋଇଥିଲେ ଓ ଐତିହାସିକ ଜିଟି ରାସ୍ତା ଦେଇ ରାଜଧାନୀ ଅଭିମୁଖେ ଯାତ୍ରା କରିବେ । ନଭେମ୍ବର ୪ ରେ ପିଟିଆଇ ମୁଖ୍ୟ ଇମ୍ରାନ ଖାନ ଇସଲାମାବାଦରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଏହି ରାଲିର ଆୟୋଜନ ପାଇଁ ତାଙ୍କ ଦଳକୁ ଆନୁଷ୍ଠାନିକ ଅନୁମତି ଦେବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଏହା ବି ପଢ଼ନ୍ତୁ: Imran Khan Hakiki March: ପାକିସ୍ତାନରେ ଗୃହଯୁଦ୍ଧ ପରିସ୍ଥିତି, ରାସ୍ତାକୁ ଓହ୍ଲାଇଲା ସେନା

ଏହା ବି ପଢ଼ନ୍ତୁ: Putin Plan for Neuclear Attack: ପୁତିନଙ୍କ ଭୟଙ୍କର ଷଡ଼ଯନ୍ତ୍ର: ୟୁକ୍ରେନ ନୁହେଁ, ଏହି ଦୁଇ ରାଷ୍ଟ୍ରକୁ ବିଶ୍ୱରୁ ନିଶ୍ଚିହ୍ନ କରିବାକୁ ଚଳାଇଛି ଯୋଜନା