Weather Update: ବଙ୍ଗୋପସାଗରରେ ଆସୁଛି ଆଉ ଏକ ବାତ୍ୟା!
Advertisement

Weather Update: ବଙ୍ଗୋପସାଗରରେ ଆସୁଛି ଆଉ ଏକ ବାତ୍ୟା!

Weather: ଦକ୍ଷିଣ ଆଣ୍ତାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର (Bay of Bengal) ଅଞ୍ଚଳରେ ଏକ ଲଘୁଚାପ (Low pressure) କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ତେବେ ଏହାପରେ ୨୯ ତାରିଖରେ ଏହା ପଶ୍ଚିମ- ଉତ୍ତର- ପଶ୍ଚିମ ଦିଗକୁ ଗତି କରିବା ସହ ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଅଧିକ ଘନୀଭୂତ ହୋଇ ଅବପାତରେ (Depression) ପରିଣତ ହେବ ।

ସୌ(ସୋସିଆଲ ମିଡିଆ)

Weather Update: ରବିବାର ଦିନ ଦକ୍ଷିଣ ଆଣ୍ତାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ଦକ୍ଷିଣ ଆଣ୍ତାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର (Bay of Bengal) ଅଞ୍ଚଳରେ ଏକ ଲଘୁଚାପ (Low pressure) କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ତେବେ ଏହାପରେ ୨୯ ତାରିଖରେ ଏହା ପଶ୍ଚିମ- ଉତ୍ତର- ପଶ୍ଚିମ ଦିଗକୁ ଗତି କରିବା ସହ ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଅଧିକ ଘନୀଭୂତ ହୋଇ ଅବପାତରେ (Depression) ପରିଣତ ହେବ ।

ସୂଚନା ଅନୁଯାୟୀ, ଏହାର କୌଣସି ପ୍ରଭାବ ରାଜ୍ୟ ଉପରେ ପଡ଼ିବାର ବିଶେଷ ସମ୍ଭାବନା ନଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର (Bhubaneswar Meteorological Department) ପକ୍ଷରୁ ଆକଳନ କରାଯାଇଛି । ଅନ୍ୟପଟେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ସେପଟେ ନିକଟରେ ଶୀତ (Winter) ବଢ଼ିବା ନେଇ କୌଣସି ସମ୍ଭାବନା ନଥିବା ବିଭାଗ ପକ୍ଷରୁ କୁହାଯାଇଛି। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳଙ୍କ ମତ ଅନୁଯାୟୀ, ଶନିବାର ଦିନ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ (Hurricane) ସୃଷ୍ଟି ହେବ। ସୋମବାର ଦିନ କେନ୍ଦ୍ରୀୟ ଦକ୍ଷିଣ ବଙ୍ଗୋପସାଗରରେ ଏହା ଲଘୁଚାପ (Low Pressure)  କ୍ଷେତ୍ରରେ ପରିଣତ ହେବ। ଡଏହାପରେ କ୍ରମାଗତ ଘନୀଭୂତ ହୋଇ ଉତ୍ତର ଦିଗରେ ଡ଼ିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଗତି କରିବ ।

Also Read-Weather Update Today: ଶୀତ ଲହରୀରୁ କେତେ ଦୂରରେ ରହିଛି ଦେଶ? ଜାଣନ୍ତୁ ପାଣିପାଗ ସ୍ଥିତି?

ଆଗାମୀ ୨୮ ତାରିଖରେ ଅବପାତ ଓ ୩୦ ତାରିଖରେ ବାତ୍ୟା (Cyclone) ସୃଷ୍ଟି କରିପାରେ ବୋଲି ଆକଳନ କରାଯାଇଛି । ପରେ ଡ଼ିସେମ୍ବର ୨ ତାରିଖରେ ଏହା ଉତ୍ତର-ପୂର୍ବକୁ ଗତି କରି ୨ ତାରିଖରେ ବାଂଲାଦେଶ ଦକ୍ଷିଣ ଉପକୂଳରେ ସ୍ପର୍ଶ କରିପାରେ। ଅବପାତରେ ପରିଣତ ହେବା ପରେ ଏହାକୁ ନେଇ ଚିତ୍ର ଅଧିକ ସ୍ପଷ୍ଟ ହେବ। ତେବେ ଏହାର ପ୍ରଭାରେ ରାଜ୍ୟରେ ବର୍ଷା (Rain) କି ପବନ ହେବନାହିଁ। ଉପକୂଳ ଓଡ଼ିଶାରେ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବା ସହ ୨ ତାରିଖରୁ ଏହା କମିବ। ଏହାସହ ଡିସେମ୍ବର ପ୍ରଥମ ସପ୍ତାହରୁ ସାରା ରାଜ୍ୟରେ ଶୀତ ବଢ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।