Advertisement
Article Detail0/zeeodisha/odisha2250430
Zee OdishaOdisha StateFlight Service: ପୁଣି ଥରେ ଆରମ୍ଭ ହେଲା ଇଣ୍ତିଗୋର ଝାରସୁଗୁଡା-ଦିଲ୍ଲୀ ବିମାନ ସେବା

Flight Service: ପୁଣି ଥରେ ଆରମ୍ଭ ହେଲା ଇଣ୍ତିଗୋର ଝାରସୁଗୁଡା-ଦିଲ୍ଲୀ ବିମାନ ସେବା

Flight Service: ଝାରସୁଗୁଡା ବିମାନ ବନ୍ଦରର ଗ୍ରୀଷ୍ମକାଳୀନ ସାରଣୀ  ଆରମ୍ଭ ହେବା ଠାରୁ ବନ୍ଦ ହୋଇଥିବା ଦିଲ୍ଲୀ ରୁଟ୍ ରେ ବୁଧବାର ଠାରୁ ପୁଣି ବିମାନ ଉଡିଛି।  ଇଣ୍ତିଗୋ ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହୋଇଛି।  ଇଣ୍ତିଗୋ ବିମାନ  ୬ଇ୪୫୮/୨୨୭୪ ବୁଧବାର ଦିନ ୩ଟା ୨୦ରେ ଦିଲ୍ଲୀ ବିମାନ ବନ୍ଦରରୁ ବାହାରି ସନ୍ଧ୍ୟା ୫ଟା ୧୫ରେ ଝାରସୁଗୁଡାରେ ଅବତରଣ କରିଥିଲା। 

ALSO READ: Today Horoscope: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

ସେହିପରି ପ୍ରତ୍ୟାବର୍ତ୍ତନ ସେବାରେ ଝାରସୁଗୁଡାରୁ ସଂନ୍ଧ୍ୟା ୫ଟା ୪୫ ମିନିଟ୍ ରେ ବାହାରି ସନ୍ଧ୍ୟା ୭ଟା ୪୦ରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଛି।  ପ୍ରଥମ ଦିନରେ ଦିଲ୍ଲୀରୁ ଝାରସୁଗୁଡା ପାଇଁ ୧୮୩ ଜଣ ଯାତ୍ରୀ ଆସିଥିବା ବେଳେ ୧୮୨ ଜଣ ଯାତ୍ରୀ  ଏଠାରୁ ଦିଲ୍ଲୀ ଯାଇଛନ୍ତି।  ଏହି ବିମାନ ପାଇଁ ଝାରସୁଗୁଡା ବିମାନ ବନ୍ଦରରୁ ବୋଡିଂ କରିଥିବା ପ୍ରଥମ ଯାତ୍ରୀ ବିମାନ ବନ୍ଦର ନିର୍ଦ୍ଦେଶକ ଓ କର୍ମଚାରୀଙ୍କ ସହିତ କେକ୍ କାଟି ଯାତ୍ରା ଆରମ୍ଭ କରିଥିଲେ। ସେହି ବିମାନକୁ  ଓ୍ବାଟର କେନନ ସାଲ୍ୟୁଟ୍ ଦିଆଯାଇଥିଲା।

Add Zee News as a Preferred Source
About the Author