ଅତି ଉତ୍ସାହିତ ହୋଇ ଏହି ଭୁଲ କରିଦେଲେ IPL ଫାଉଣ୍ଡର, ଭାଇର ପିଠି ପଛରେ ଏମିତି କାମ କରୁଥିଲେ ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ

ଗୁରୁବାର IPLର ପୂର୍ବତନ ଅଧ୍ୟକ୍ଷ କହିଛନ୍ତି ଯେ, ସେ ବଲିଉଡ ଅଭିନେତ୍ରୀ ସୁଶ୍ମିତା ସେନଙ୍କୁ ଡେଟ୍ କରୁଛନ୍ତି। ସେ ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀଙ୍କୁ ବେଟର ଗାପ ବୋଲି ତାଙ୍କ ସୋସିଆଲ ମିଡିଆରେ ସମ୍ବୋଧନ କରିଛନ୍ତି।

ଶଙ୍କର୍ଷଣ ବାଘ Sat, 16 Jul 2022-6:12 am,
1/11

IPLର ପ୍ରତିଷ୍ଠାତା ତଥା ରାଜସ୍ଥାନ କ୍ରିକେଟର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦି କହିଛନ୍ତି ଯେ, ଯେ ସୁଶ୍ମିତା ସେନଙ୍କୁ ଡେଟିଂ କରୁଛନ୍ତି। ଆଉ ଉଭୟେ ଖୁବଶୀଘ୍ର ବିବାହ କରିବେ। 

2/11

ବ୍ୟବସାୟୀ ଲଳିତ ମୋଦିଙ୍କ ବୟସ ୫୬ ବର୍ଷ ଓ ଅଭିନେତ୍ରୀଙ୍କ ବୟସ ୪୬ ବର୍ଷ।

3/11

ଲଳିତ ମୋଦି ତାଙ୍କ ଅଫିସିଆଲ ଟ୍ୱିଟର ଓ ଇନଷ୍ଟା ଆକାଉଣ୍ଟରେ ସୁଶ୍ମିତାଙ୍କ ସହ ଉଠାଇଥିବା ଏକାଧିକ ଫଟୋ ସେୟାର କରିଛନ୍ତି।

4/11

ବ୍ୟବସାୟୀ ସେୟାର କରିଥିବା ଫଟୋରେ କିଛି ନୂଆ ଓ କିଛି ପୁରୁଣା ଫଟୋ ମଧ୍ୟ ଅଛି। ଯେଉଁଥିରେ ସୁଶ୍ମିତାଙ୍କୁ ଲଳିତଙ୍କ ନିକଟରେ ଦେଖିବାକୁ ମିଳୁଛି।

5/11

ଲଣ୍ଡନରୁ ଫେରି ମାଳଦ୍ୱୀପରେ ପରିବାର ସହ ସମୟ ବିତାଉଛନ୍ତି ଓ ଶୀଘ୍ର ବିବାହ କରିବେ ବୋଲି ଲଳିତ ମୋଦି କହିଛନ୍ତି।

6/11

ତେବେ ଲଳିତ ମୋଦି ଅତି ଉତ୍ସାହିତ ହୋଇ ତାଙ୍କ ଟ୍ୱିଟରରେ ସୁଶ୍ମିତା ସେନଙ୍କ ଅଫିସିଆଲ ଏକାଉଣ୍ଟ @thesushmitasen ବଦଳରେ  @sushmitasen47କୁ ଟ୍ୟାଗ କରିଛନ୍ତି। 

7/11

ଅନ୍ୟପଟେ ଲଳିତଙ୍କ ସହ ସମ୍ପର୍କ ନେଇ ଅଭିନେତ୍ରୀ ସୋସିଆଲ ମିଡିଆରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

8/11

ଇନଷ୍ଟା ଷ୍ଟୋରୀରେ ଲଳିତ ଲେଖିଛନ୍ତି, ସେମାନଙ୍କ ସମ୍ପର୍କକୁ ନେଇ ୨୦୧୦ ମସିହାରୁ ରିୟୁମର ଚାଲୁଥିଲା। ସେତେବେଳେ ମଧ୍ୟ ଲିଳିତ ମୋଦି ଓ ସୁଶ୍ମିତା ସେନ ଡେଟିଂ କରୁଥିବା କୁହାଯାଉଥିଲା। କିନ୍ତୁ ୨୦୨୨ ଜୁଲାଇ ୧୪ରେ ବ୍ୟବସାୟୀ ତାହାକୁ ସ୍ପଷ୍ଟ କରିଛନ୍ତି।

9/11

ସେପଟେ ନିଜ ଭଉଣୀଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିନଥିବା ସୁଶ୍ମିତା ସେନଙ୍କ ଭାଇ ରାଜୀବ ପ୍ରକାଶ କରିଛନ୍ତି। ଏନେଇ ମୋ ପାଖରେ କୌଣସି କ୍ଲୁ ଥିଲା, ମୁଁ ଚକିତ ବୋଲି ରାଜୀବ କହିଛନ୍ତି।

10/11

ସୁଶ୍ମୀତାଙ୍କ ଭାଇ ରାଜୀବ କହିଛନ୍ତି ଯେ, ମୁଁ କିଛି କହିବା ପୂର୍ବରୁ ମୋର ଭଉଣୀ ସହ ଏ ବାବଦରେ କଥା ହେବି। ସେ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରିନାହାନ୍ତି। ତେବେ ବର୍ତ୍ତମାନ ସେ ବିଷୟରେ କୌଣସି କମେଣ୍ଟ କରିବେ ନାହିଁ ବୋଲି ରାଜୀବ କହିଛନ୍ତି।

11/11

କୁହାଯାଉଛି ଯେ, IPL ବିବାଦ ପରେ ଲଳିତ ମୋଦି ଭାରତ ଛାଡି ଲଣ୍ଡନ ପଳାୟନ କରିଥିଲେ। IPL ବ୍ୟତୀତ ସେ ଅନେକ ବିବିଦରେ ଛନ୍ଦି ହୋଇଛନ୍ତି। ଦୀର୍ଘ ବର୍ଷ ଧରି ଭାରତର ଏକାଧିକ ସଂସ୍ଥା ତାଙ୍କର ପ୍ରତ୍ୟାର୍ପଣ ପାଇଁ ଚେଷ୍ଟା ଚଳାଇଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ସଫଳତା ମିଳିନାହିଁ।

ZEENEWS TRENDING STORIES

By continuing to use the site, you agree to the use of cookies. You can find out more by Tapping this link