ଧଉଳିରେ ସନ୍ଧ୍ୟା: ଆହା କି ମନୋରମ ଆମ ଧଉଳି

ଶାନ୍ତିସ୍ତୁପ ଧଉଳିରେ ଭିନ୍ନ ଏକ ପରିବେଶ ଦେଖିବାକୁ ମିଳିଥିଲା। ବୌଦ୍ଧ ସନ୍ୟାସୀଙ୍କ ମେଳରେ ଧଉଳିରେ ଭିନ୍ନ ଏକ ଚମକ ଦେଖିବାକୁ ମିଳିଥିଲା।

Fri, 28 Oct 2022-5:54 pm,
1/7

Dhauliର ୫୦ ବର୍ଷ ପୂର୍ତ୍ତି

ଭୁବନେଶ୍ୱର: ବିଶ୍ୱକୁ ଶାନ୍ତିର ବାର୍ତା ଦେଲା ଧଉଳି। ଧଉଳି ଶାନ୍ତିସ୍ତୁପ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ବୌଦ୍ଧ ସନ୍ୟାସୀଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଇଛନ୍ତି। ଦେଶ ବିଦେଶର ବୌଦ୍ଧ ସନ୍ୟାସୀଙ୍କ ଗହଣରେ ଆୟୋଜନ ହେଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ।

2/7

Dhauliର ୫୦ ବର୍ଷ ପୂର୍ତ୍ତି

ଏହି ଅବସରରେ ଏକ ସ୍ୱତନ୍ତ୍ର ଲିଫ୍ଟର ବ୍ୟବସ୍ଥା କରାଯିବା ସହ ଧଉଳିର ଉନ୍ନତି ପାଇଁ ଯୋଜନା ହୋଇଛି। ଦେଶ ବିଦେଶକୁ ମୁଖ୍ୟମନ୍ତ୍ରୀ ଅହିଂସା ଓ ଶାନ୍ତିର ବାର୍ତା ଦେବାକୁ ନେଇ ଖୁସି ପ୍ରକାଶ କରିଛନ୍ତି ବୌଦ୍ଧ ସନ୍ୟାସୀ।

3/7

Dhauliର ୫୦ ବର୍ଷ ପୂର୍ତ୍ତି

ଧଉଳିରୁ ଶୁଭିଛି ଶାନ୍ତିର ବାର୍ତା। ଶାନ୍ତ ପରିବେଶ ବୌଦ୍ଧ ଭିକ୍ଷୁଙ୍କ ପ୍ରାର୍ଥନା ମଧ୍ୟରେ ଧଉଳି ସାରା ବିଶ୍ୱକୁ ଏଭଳି ବାର୍ତା ଦେଇଛି। ସମ୍ରାଟ୍ ଅଶୋକ ଧଉଳିଗିରି ଶୀର୍ଷରେ ଧର୍ମ ବିଜୟର ପଥ ପ୍ରଶସ୍ତ କରିଥିଲେ । ସେହି ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ପରିବେଶରେ ଆୟୋଜିତ ହୋଇଛି। 

4/7

Dhauliର ୫୦ ବର୍ଷ ପୂର୍ତ୍ତି

ମୁଖ୍ୟ ଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶାନ୍ତି ଅହିଂସାର କଥା କହିଛନ୍ତି। ଜାପାନର ଭିକ୍ଷୁ ତାକା ଓ ତାକାଡୋ ଉକ୍ତ ପୂଜାରେ ପୌରୋହିତ୍ୟ କରିଥିବାବେଳେ ଏହି ପୂଜାରେ ନିମ୍ନୋଞ୍ଜାନ୍ ମିୟୋହୋଜିର ଭିକ୍ଷୁ ଓ ଭିକ୍ଷୁଣୀ ଅଂଶ ଗ୍ରହଣ କରିଛନ୍ତି। ବୌଦ୍ଧ ଭିକ୍ଷୁ ମାନେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ଓ ଅହିଂସା ମନ୍ତ୍ରକୁ ବେଶ ପ୍ରଶଂସା କରିଛନ୍ତି।

5/7

Dhauliର ୫୦ ବର୍ଷ ପୂର୍ତ୍ତି

ଧଉଳିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭାବେ ଏଥିପାଇଁ ୧ କୋଟି ଓ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଦିଆଯାଇଛି। ଅନ୍ୟାନ୍ୟ ବିଭାଗ ଯଥା ପୂର୍ତ୍ତ ବିଭାଗ ୫୦ ଲକ୍ଷ ଦେଇଛନ୍ତି। ଧଉଳିରେ ହୋଇଥିବା ଲିଫ୍ଟ ବ୍ୟବସ୍ଥା ସବୁଦିନ ରହିବ। ଏହି କାର୍ଯ୍ୟକ୍ରମ ପାଇଁ ହୋଇଛି ବୋଲି ଅନେକ ଭୁଲ ତଥ୍ୟ ଦେଉଛନ୍ତି। ଧଉଳିରୁ ଗୋଟେ ମଧ୍ୟ ଗଛ କଟା ଯାଇ ନାହିଁ। ଖୁବ ଶୀଘ୍ର ଏଠାରେ ଭେଣ୍ଡିଂ ଜୋନ ବ୍ୟବସ୍ଥା ହେବ। 

6/7

Dhauliର ୫୦ ବର୍ଷ ପୂର୍ତ୍ତି

ଧଉଳିର ପାଦ ଦେଶରୁ ଏକ ରୋପ ୱେ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଧ୍ୟ ଅନୁମୋଦନ ଦେଇସାରିଛନ୍ତି । ଖୁବଶୀଘ୍ର ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଲେ ମନ୍ତ୍ରୀ ଅଶୋକ ପଣ୍ଡା। ଏଥିସହିତ ଅହିଂସା ଶବ୍ଦକୁ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବାକୁ ଚେଷ୍ଟା କରୁଛନ୍ତି ଓ ବୌଦ୍ଧସ୍ଥଳୀରେ ପର୍ଯ୍ୟଟନର ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ।

7/7

Dhauliର ୫୦ ବର୍ଷ ପୂର୍ତ୍ତି

ଶାନ୍ତିସ୍ତୁପ ଧଉଳିରେ ଭିନ୍ନ ଏକ ପରିବେଶ ଦେଖିବାକୁ ମିଳିଥିଲା। ବୌଦ୍ଧ ସନ୍ୟାସୀଙ୍କ ମେଳରେ ଧଉଳିରେ ଭିନ୍ନ ଏକ ଚମକ ଦେଖିବାକୁ ମିଳିଥିଲା।

ZEENEWS TRENDING STORIES

By continuing to use the site, you agree to the use of cookies. You can find out more by Tapping this link