4 things destroy relationship: 


COMMERCIAL BREAK
SCROLL TO CONTINUE READING

ସମ୍ପର୍କର ନିରବ ହତ୍ୟାକାରୀ ହେଉଛି ନିରବତା ଓ ଭୂଲ ବୁଝାମଣା । ଅନେକ ସମୟରେ ଅଜାଣତାରେ କିମ୍ବା ଜାଣିଶୁଣି ଆମେ ଏମିତି କିଛି କରିଥାଉ ଯାହା ସମ୍ପର୍କରେ ତିକ୍ତତା ସୃଷ୍ଟି କରିଥାଏ । ତେଣୁ ସୂମଧୁର ସମ୍ପର୍କ ପାଇଁ କିଛି କଥାକୁ ଧ୍ୟାନରେ  ରଖିବା ଆବଶ୍ୟକ ହୋଇଥାଏ । ଆସନ୍ତୁ ଆଜି ଜାଣିବା ଏମିତି ୪ଟି ବିଷୟ ବାବଦରେ ଯାହା ପାଇଁ ସମ୍ପର୍କ ନିଏ ସମାଧି ।


•              କିଛି କଥା ମନର ଚାପି ରଖନ୍ତୁ ନାହିଁ


 


ଯଦି କୌଣସି ବିଷୟ ଆପଣଙ୍କୁ ବିଚଳିତ କରୁଛି,କିଛି ଏମିତି ଯାହାକୁ ଆପଣ ପସନ୍ଦ କରୁନାହାନ୍ତି ତେବେ ତାକୁ ନିଜ ଭିତରେ ଚାରି ରଖନ୍ତୁ ନାହିଁ । ସେହି ପ୍ରସଙ୍ଗକୁ ନେଇ ନିଜ ସାଥୀଙ୍କ ସହିତ ଆଲୋଚନା କରନ୍ତୁ । କାରଣ ଯଦି ଆପଣ ନିଜ କ୍ରୋଧ,ନିରାଶା  ଓ ହତାସ ଭାବକୁ ଦାବି ରଖୁଛନ୍ତି ତେବେ ଦିନେ ନା ଦିନେ ତାହା ପଦାକୁ ଆସିବ । ଯାହାର ଶିକାର ହେବେ ଆପଣଙ୍କ ସାଥି ଓ ଆପଣଙ୍କ ସମ୍ପର୍କ । ତେଣୁ ସମ୍ପର୍କ ଭିତରେ କୌଣସି କଥାକୁ ଚାପି ରଖନ୍ତୁ ନାହିଁ । ତାକୁ ପରିପ୍ରକାଶ କରନ୍ତୁ । 


 


ପରସ୍ପର ବାବଦରେ ପୂର୍ବ ଧାରଣା ରଖନ୍ତୁ ନାହିଁ


 


ଯଦି ଦମ୍ପତି ଭାବେ ଆପଣ ଉଭୟ ଏହା  ଅନୁଭବ କରନ୍ତି ଯେ ଆପଣ ପରସ୍ପରକୁ ବହୁତ ଭଲ ଭାବରେ ଜାଣନ୍ତି, ତେବେ ଏହା ଏକ ଭଲ ସଙ୍କେତ କିମ୍ବା ଖରାପ ସଙ୍କେତ ମଧ୍ୟ ହୋଇପାରେ । ଏଭଳି କହିବାର କାରଣ ହେଉଛି ଯେ, ଦୁଇଜଣ ବ୍ୟକ୍ତି ଯେତେ ନିକଟତର ହେଲେ ମଧ୍ଯ କେହି କାହାର ମନ ପଢି ପାରିବେ ନାହିଁ । ତେଣୁ ଆପଣ ନିଜ ପାର୍ଟନରଙ୍କୁ ଭଲ ଭାବେ ଜାଣିଛନ୍ତି ବୋଲି ଯେଉଁ ପୂର୍ବ ଧାରଣା ରଖିଛନ୍ତି ସେଥିରୁ ବାହାରକୁ ଆସନ୍ତୁ ।  ଜଣେ ଯେତେବେଳେ ଏହା ଭାବିନିଏ ଯେ, ସିଏ ତାଙ୍କ ସାଥିଙ୍କ ପସନ୍ଦ ନାପସନ୍ଦ ବାବଦରେ ସବୁକିଛି ଜାଣିଛନ୍ତି ତେବେ ତାହା ବେଳେବେଳେ ଭୁଲ ପ୍ରମାଣିତ ହୁଏ । କୌଣସି ଜିନିଶ ବାବଦରେ ପୂର୍ବଗ୍ରହ ରଖନ୍ତୁ ନାହିଁ ଅର୍ଥାତ ଏହା ଭାବନ୍ତୁ ନହାିଁ ଯେ, ଆପଣ ନିଜ ସାଥିଙ୍କ ସବୁ ପସନ୍ଦ ନାପସନ୍ଦ ଜାଣିଛନ୍ତି । ସବୁଠାରୁ ଭଲ ହେବ ନିଜ ସାଥିଙ୍କ ମତ ନିଅନ୍ତୁ । କାରଣ ଏମିତି ବି ହୋଇପାରେ ଆପଣଙ୍କ ସାଥିଙ୍କୁ ଯାହା ଭଲ ଲାଗିବ ବୋଲି ଆପଣ ଭାବୁଥିବେ ହୁଏତ ତାହା ତାଙ୍କୁ ଖରାପ ଲାଗିପାରେ । 


 


ମଝିରେ ମଝିରେ ଚକିତ କଲା ଭଳି କିଛି କରନ୍ତୁ


 


ଆପଣ କେବେ ଚିନ୍ତା କରିଛନ୍ତି କି ଆପଣଙ୍କ ସମ୍ପର୍କର ପ୍ରାରମ୍ଭିକ ପର୍ଯ୍ୟାୟ କାହିଁକି ରୋମାଣ୍ଟିକ ଏବଂ ରୋମାଞ୍ଚକର ହୋଇଥାଏ ? ଏହା ହେଉଛି ସେହି ସମୟ ଯେତେବେଳେ ଉଭୟ ପାର୍ଟନର ପରସ୍ପର ବିଷୟରେ ନୂଆ ଜିନିଷ ଜାଣିଥାନ୍ତି । ଯାହା ସେମାନଙ୍କୁ ଚକିତ କରିବା ସହିତ ସମ୍ପର୍କକୁ ରୋମାଞ୍ଚକର କରିଥାଏ ।


 


କିନ୍ତୁ ଯଦି ସମୟ ସହିତ ସମ୍ପର୍କରେ ସର୍ପରାଇଜ୍ ହ୍ରାସ ପାଏ, ତେବେ ସମ୍ପର୍କ ବିରକ୍ତିକର ହୋଇଯାଏ । ତେଣୁ, ବେଳେବେଳେ ଅଚାନକ ରୋମାଣ୍ଟିକ୍ ହୁଅନ୍ତୁ କିମ୍ବା ସର୍ପରାଇଜ୍ ଡିନର ପ୍ଲାନ୍ କରନ୍ତୁ ।


ଏକ ସାଥୀ କିମ୍ବା ସମ୍ପର୍କକୁ ହାଲୁକାରେ ନେବା


ଅନେକ ସମୟରେ  ଗୋଟିଏ ଭଲ ସମ୍ପର୍କ ମଧ୍ଯ ଭାଙ୍ଗିଯାଏ । ଏହାର କାରଣ ହେଉଛି ସମ୍ପର୍କରେ ଶିଥିଳାତ । ଯେତେବେଳେ ଦମ୍ପତ୍ତିଙ୍କ ମଧ୍ଯରୁ ଜଣେ ସମ୍ପର୍କକୁ କିମ୍ବା ପାର୍ଟନରଙ୍କୁ ହାଲୁକାର ନିଅନ୍ତି ସେତେବେଳ ସମ୍ପର୍କ ଧିରେ ଧିରେ ଦୁର୍ବଳ ହୋଇ ଦିନେ ଭାଙ୍ଗିଯାଏ । 


ଏହା ମଣିଷର ସ୍ୱଭାବ ଯେ ଯେତେବେଳେ ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି କାହା ସହିତ ରୁହନ୍ତି, ସେତେବେଳେ ସେ ସେମାନଙ୍କୁ ହାଲୁକାରେ ନେବା  ଆରମ୍ଭ କରନ୍ତି । ଏପରି ପରିସ୍ଥିତିରେ, ଏହି ଖରାପ ଅଭ୍ୟାସକୁ ପରିବର୍ତ୍ତନ କରିବାର ସର୍ବୋତ୍ତମ ଉପାୟ ହେଉଛି ନିଡ ରୁଟିନ୍ ବଦଳାଇବା ।