Lifestyle:


COMMERCIAL BREAK
SCROLL TO CONTINUE READING

କ୍ରୋଧ ଏକ ସ୍ୱାଭାବିକ ଭାବନା । ଏହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇଥାଏ । ଅଧିକ କ୍ରୋଧୀବ୍ୟକ୍ତିଙ୍କୁ, ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ରୋଗ ହେବାର ଆଶଙ୍କା ବଢ଼ିଯାଇଥାଏ। କିନ୍ତୁ କିଛି ଯୋଗାସନ ସାହାଯ୍ୟରେ ଆପଣ ଏହାକୁ ନିୟନ୍ତ୍ରଣ କରିପାରିବେ ।


କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାର ଉପାୟ: ରାଗିବା ବହୁତ ସ୍ୱାଭାବିକ । ଯଦି ଆପଣଙ୍କ ସାମ୍ନାରେ କିଛି ଭୁଲ ଘଟୁଛି ତେବେ ଏହା ଯାହାକୁ ମଧ୍ୟ ତାକୁ ରଗାଇ ପାରେ। ମନୋବିଜ୍ଞାନୀଙ୍କ ମତରେ ରାଗିବାର ଅନେକ କାରଣ ରହିଛି। ଆଜିକାଲି ଏମିତିରେ ଲୋକଙ୍କ ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇପଡିଛି । ଯାହା ଲୋକଙ୍କ ଉପରେ ମାନସିକ ଚାପ ପକାଇଥାଏ। ଫଳରେ ଲୋକ ଚିଡଚିଡା ଓ ବଦରାଗୀ ହୋଇଯାଉଛନ୍ତି।  ବିଶେଷଜ୍ଞଙ୍କ ମତରେ ମାନସିକ ଚାପ ମଧ୍ୟ କ୍ରୋଧର ଏକ କାରଣ।


କେଇ ମୁହୂର୍ତ୍ତର କ୍ରୋଧ ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଯେଉଁ ମାନେ ଅଧିକ ରାଗୀ ହୋଇଥାନ୍ତି  - ସେମାନେ ଉଚ୍ଚ ରକ୍ତଚାପ, ମୁଣ୍ଡବିନ୍ଧା ଏବଂ ମଧୁମେହ ଭଳି ବିପଜ୍ଜନକ ରୋଗର ଆଶଙ୍କା ବଢାଇଥାନ୍ତି । କିନ୍ତୁ ରାଗ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଯୋଗାସନ ଓ ପ୍ରାଣାୟମ ବାବଦରେ କହିବୁ ,ଯାହା ଆପଣଙ୍କୁ କ୍ରୋଧକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ ।


ଧ୍ୟାନ ମୁଦ୍ରା


ଯଦି ଆପଣ ନିଜ କ୍ରୋଧକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି, ତେବେ ଧ୍ୟାନ ମୁଦ୍ରା ଅଭ୍ୟାସ କରନ୍ତୁ। ଯଦି ଆପଣ କୌଣସି ଛୋଟ କଥାରେ ମଧ୍ୟ ବାରମ୍ବାର ରାଗି ଯାଉଛନ୍ତି ତେବେ ପ୍ରତିଦିନ ସକାଳେ ୧୦ରୁ ୧୫ ମିନିଟ୍ ଧ୍ୟାନ ମୁଦ୍ରା ଅଭ୍ୟାସ କରନ୍ତୁ। କିଛି ସମୟ ମଧ୍ୟରେ ସୁଫଳ ଦେଖିବେ।


ଭୁଜଙ୍ଗାସନ


ଏହି ଆସନକୁ କୋବ୍ରା ପୋଜ ମଧ୍ୟ କୁହାଯାଏ । କ୍ରୋଧକୁ ନିୟନ୍ତ୍ରଣ କରିବା ପାଇଁ ଏହା ବହୁତ ଲାଭଦାୟକ ଆସନ ହୋଇପାରେ । ଯଦି ଆପଣ ନିୟମିତ ଭୁଜଙ୍ଗାସନ ଅଭ୍ୟାସ କରନ୍ତି ତେବେ କ୍ରୋଧକୁ ନିୟନ୍ତ୍ରଣ କରାଯାଇପାରିବ । ଏହା ସହିତ ମେରୁଦଣ୍ଡହାଡ଼ ସମସ୍ୟା ମଧ୍ୟ ଭଲ ହୋଇଥାଏ।


ସର୍ବାଙ୍ଗସାନ


ଏହାକୁ ସମସ୍ତ ଆସନର ରାଜା ମଧ୍ୟ କୁହାଯାଏ । ଏହାର ନାମ ରୁ ଜଣାପଡୁଛି ଯେ, ଏହା ଆମର ସମସ୍ତ ଅଙ୍ଗ ପାଇଁ ଏକ ଆସନ ଅଟେ । ଯୋଗ ବିଶେଷଜ୍ଞଙ୍କ ମତରେ ପ୍ରତିଦିନ ସର୍ବାଙ୍ଗସନ ଅଭ୍ୟାସ କରିବା ଦ୍ୱାରା ଆପଣ ନିଜ କ୍ରୋଧକୁ ବହୁ ମାତ୍ରାରେ ନିୟନ୍ତ୍ରଣ କରିପାରିବେ ।


ଶୀତଲି


ବାସ୍ତବରେ ଏହା ଏକ ପ୍ରାଣାୟାମ। ଏହା ଆମ ଶରୀରକୁ ଶାନ୍ତ କରିବାରେ କାମ କରିଥାଏ। ଏହାକୁ ନିୟମିତ ଅଭ୍ୟାସ କରିବା ଦ୍ୱାରା ଆମେ କ୍ରୋଧକୁ ମଧ୍ୟ ଅନେକାଂଶରେ ନିୟନ୍ତ୍ରଣ କରିପାରିବା । ଏହାକୁ ପ୍ରତିଦିନ ୧୦ ମିନିଟ୍ ଅଭ୍ୟାସ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ