PAN Card 2.0: ପାନ୍ 2.0 ପ୍ରକଳ୍ପ ହେଉଛି ଏକ ଇ-ଗଭର୍ଣ୍ଣାନ୍ସ ପଦକ୍ଷେପ ଯାହାର ଉଦ୍ଦେଶ୍ୟ ପାନ୍ ପ୍ରମାଣୀ କରଣଠାରୁ ଆରମ୍ଭ କରି ପାନ୍ ବ୍ୟବହାରକୁ ସହଜ ଏବଂ ସୁରକ୍ଷିତ କରିବା ପର୍ଯ୍ୟନ୍ତ ସବୁକିଛି। ସେ କହିଛନ୍ତି ଯେ ପାନ୍ କାର୍ଡ ଚଳାଉଥିବା ସଫ୍ଟୱେୟାର ୧୫-୨୦ ବର୍ଷ ପୁରୁଣା ଏବଂ ଏହାକୁ ଅପଗ୍ରେଡ୍ କରିବା ର ଆବଶ୍ୟକତା ରହିଛି।
Trending Photos
PAN Card 2.0: ସୋମବାର କେନ୍ଦ୍ର ସରକାର କ୍ୟାବିନେଟ୍ ବୈଠକରେ ଟିକସ ଦାତାଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପାନ 2.0 ପ୍ରକଳ୍ପକୁ ଅନୁମୋଦନ ମିଳିଥିଲା । ଏଥିପାଇଁ କେନ୍ଦ୍ର ସରକାର ୧୪୩୫ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ସେହିପରି ପାନ୍ ପାନ 2.0 ପ୍ରକଳ୍ପକୁ ଅନୁମୋଦନ ମିଳିବା ପରେ ଟିକସ ଦାତାମାନେ ପାନ୍ କାର୍ଡକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ପାନ୍ କାର୍ଡକୁ ନେଇ ଟିକସଦାତାଙ୍କ ମନରେ ଅନେକ ପ୍ରଶ୍ନ ରହିଛି, ଏବେ ସେମାନଙ୍କ ପାଖରେ ଥିବା ପାନ୍ କାର୍ଡ କାମ କରିବ ନା ସେମାନଙ୍କୁ ନୂଆ ପାନ୍ କାର୍ଡ ଦେବାକୁ ପଡ଼ିବ ନା ଉଭୟ ପାନ୍ କାର୍ଡ ରଖିବା ଜରୁରୀ ହେବ? ଜାଣନ୍ତୁ ସବୁ ପ୍ରଶ୍ନର ଉତ୍ତର...
ପାନ୍ କାର୍ଡ 2.0 ପ୍ରୋଜେକ୍ଟ କ'ଣ?
ପାନ୍ କାର୍ଡ ହେଉଛି ପାନ୍ କାର୍ଡ 1.0 ପ୍ରକଳ୍ପର ଅପଗ୍ରେଡ୍ ଭର୍ସନ। ଏଥିସହିତ ଏହି ପାନ୍ କ୍ୟୁଆର୍ କୋଡେଡ୍ ହେବ ଏବଂ ଏହାକୁ ତିଆରି କରିବା ପାଇଁ ଟିକସ ଦାତାଙ୍କୁ ପୃଥକ ଭାବେ ଦେୟ ଦେବାକୁ ପଡ଼ିବ ନାହିଁ। ଏଥିପାଇଁ କୌଣସି ସ୍ଥାନକୁ ଯିବାର ଆବଶ୍ୟକତା ନାହିଁ। ଅନଲାଇନ୍ ପ୍ରକ୍ରିୟା ଜରିଆରେ ନୂଆ ପାନ୍ ସମ୍ପୂର୍ଣ୍ଣ ମାଗଣାରେ ପ୍ରସ୍ତୁତ ହେବ।
ପାନ୍ 2.0 ପ୍ରକଳ୍ପର ଉଦ୍ଦେଶ୍ୟ
ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା: ଟିକସଦାତାଙ୍କ ପଞ୍ଜୀକରଣ ଏବଂ ସେବାଗୁଡ଼ିକୁ ସହଜ ଏବଂ ତ୍ୱରାନ୍ୱିତ କରିବା ।
ଡାଟା ସ୍ଥିରତା: ସମସ୍ତ ସୂଚନା ଗୋଟିଏ ସ୍ଥାନରେ ସହଜରେ ମିଳିପାରିବ ।
ଇକୋ ଫ୍ରେଣ୍ଡଲି ପଦ୍ଧତି: ପରିବେଶ ଅନୁକୂଳ ପ୍ରକ୍ରିୟା ମାଧ୍ୟମରେ ଏହି କାମ ଅନଲାଇନରେ କରାଯିବ ଏବଂ ଖର୍ଚ୍ଚ ହ୍ରାସ କରିବାରେ ସହାୟକ ହେବ ।
ଉନ୍ନତ ନିରାପତ୍ତା: ଉନ୍ନତ ସୁରକ୍ଷା ପାଇଁ ଡିଜିଟାଲ୍ ଭିତ୍ତିଭୂମିର ଉନ୍ନତିକରଣ କରାଯାଇଛି।
ପାଖାପାଖି ୭୮ କୋଟି ପାନ୍ ଜାରି ହୋଇସାରିଛି। ସେମାନଙ୍କ ମଧ୍ୟରୁ ୯୮ ପ୍ରତିଶତ ଅର୍ଥାତ୍ ପ୍ରାୟ ସମସ୍ତ ବର୍ତ୍ତମାନର ପାନ୍ ଧାରକଙ୍କୁ ବିନା କୌଣସି ପଦକ୍ଷେପରେ ଉନ୍ନତ ଡିଜିଟାଲ୍ ଅଭିଜ୍ଞତା ମିଳିବ।
ସରକାର କାହିଁକି ଆଣିଛନ୍ତି ପାନ୍ କାର୍ଡ?
କେନ୍ଦ୍ର ସରକାର ପାନ୍ ଅପଗ୍ରେଡ୍ ପାଇଁ ପାନ୍ 2.0 ପ୍ରଚଳନ ବିଷୟରେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କହିବାନୁଯାୟୀ, ପାନ୍ 2.0 ପ୍ରକଳ୍ପ ହେଉଛି ଏକ ଇ-ଗଭର୍ଣ୍ଣାନ୍ସ ପଦକ୍ଷେପ ଯାହାର ଉଦ୍ଦେଶ୍ୟ ପାନ୍ ପ୍ରମାଣୀ କରଣଠାରୁ ଆରମ୍ଭ କରି ପାନ୍ ବ୍ୟବହାରକୁ ସହଜ ଏବଂ ସୁରକ୍ଷିତ କରିବା ପର୍ଯ୍ୟନ୍ତ ସବୁକିଛି। ସେ କହିଛନ୍ତି ଯେ ପାନ୍ କାର୍ଡ ଚଳାଉଥିବା ସଫ୍ଟୱେୟାର ୧୫-୨୦ ବର୍ଷ ପୁରୁଣା ଏବଂ ଏହାକୁ ଅପଗ୍ରେଡ୍ କରିବା ର ଆବଶ୍ୟକତା ରହିଛି। ପାନ୍ 2.0 ଜରିଆରେ ସରକାର ଟିକସଦାତାଙ୍କୁ ଉନ୍ନତ ଡିଜିଟାଲ୍ ଅନୁଭୂତି ଦେବାକୁ ଚାହୁଁଛନ୍ତି।
କେମିତି ପାଇବେ ପାନ୍ କାର୍ଡ ?
ଯଦି ଆପଣଙ୍କ ପାଖରେ ପୂର୍ବରୁ ପାନ୍ କାର୍ଡ ଅଛି, ତେବେ ଆପଣଙ୍କୁ କିଛି କରିବାର ଆବଶ୍ୟକତା ନାହିଁ । ଆପଣଙ୍କୁ ମିଳିବ ନୂଆ ପାନ୍ କାର୍ଡ । ଏଥିପାଇଁ କୌଣସି ଶୁଳ୍କ ମଧ୍ୟ ଦେବାକୁ ପଡ଼ିବ ନାହିଁ। ଏହା ଆପଣଙ୍କୁ ଠିକଣାରେ ପହଞ୍ଚାଯିବ । ତେବେ ଯଦି ଆପଣଙ୍କ ପାଖରେ ପାନ୍ କାର୍ଡ ନାହିଁ ତେବେ ଆପଣଙ୍କୁ ଡିଜିଟାଲ କିମ୍ବା ଫିଜିକାଲ ପାନ୍ କାର୍ଡ ପାଇଁ ଆବେଦନ କରିବାକୁ ପଡିବ ।
ପାନ୍ କାର୍ଡରେ କ'ଣ ରହିବ ନୂଆ?
ନୂଆ ପାନ୍ କାର୍ଡରେ କ୍ୟୁଆର୍ କୋଡ୍ ଭଳି ଫିଚର୍ସ ରହିବ, ଯାହା ବ୍ୟବହାରକାରୀଙ୍କ ଅନୁଭୂତିରେ ଉନ୍ନତି ଆଣିବ। ଡିଜିଟାଲ ଇଣ୍ଡିଆ ଅଧୀନରେ ପାନ୍ 2.0 ପ୍ରକଳ୍ପକୁ ଅଧିକ ଉପଯୋଗୀ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସରକାରୀ ଯୋଜନାର ଲାଭ ଉଠାଇବାରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ଏହି କାରଣରୁ ସରକାର ପାନ୍ ଏବଂ ଆଧାର ଲିଙ୍କ୍ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି।
ଅନଲାଇନରେ ପାନ୍ କାର୍ଡ ତିଆରି କରିବା ପାଇଁ ଆପଣ ଆୟକରର ଇ-ଫାଇଲିଂ ପୋର୍ଟାଲ ଜରିଆରେ ମାଗଣାରେ ଇ-ପାନ୍ ପାଇଁ ଆବେଦନ କରିପାରିବେ। ତେବେ ମାଗଣା ଇ-ପାନ୍ କେବଳ ବୟସ୍କ ବ୍ୟକ୍ତିଗତ ଟିକସଦାତା ମାନେ ପାଇପାରିବେ ଯେଉଁମାନଙ୍କ ପାଖରେ ଏପର୍ଯ୍ୟନ୍ତ ପାନ୍ ନାହିଁ । ସେମାନଙ୍କର ବୈଧ ଆଧାର ମଧ୍ୟ ସେମାନଙ୍କ ମୋବାଇଲ୍ ନମ୍ବର ସହ ଲିଙ୍କ୍ ହେବା ଦରକାର। ପାନ୍ କାର୍ଡ ହଜିବା କିମ୍ବା ନଷ୍ଟ ହେବା ପରେ ଯଦି ଆପଣଙ୍କୁ ନୂଆ କାର୍ଡ ମିଳେ ତେବେ ଆପଣଙ୍କୁ ପାଖାପାଖି ୧୦୦ ଟଙ୍କା ଫି' ଦେବାକୁ ପଡ଼ିପାରେ।
Also Read: IPL 2025: ନିଲାମୀ ପରେ ଜାଣନ୍ତୁ କେଉଁ ଟିମ୍ କେତେ ଷ୍ଟ୍ରଙ୍ଗ, କିଏ କେଉଁ ଦଳରେ ହେଲେ ସାମିଲ୍?
Also Read: Grah Gochar: ଡିସେମ୍ବରରେ ଏକାସାଥୀରେ ୭ଟି ବଡ଼ ଗ୍ରହର ନକ୍ଷତ୍ର ସହ ରାଶି ପରିବର୍ତ୍ତନ, ୩ ରାଶି ହେବେ ଧନବାନ