ଷ୍ଟେଟ ବ୍ୟାଙ୍କରେ ଚାକିରି ହେଲେ କରୁଥିଲେ ଏମିତି କାରବାର
ଅନୁଗୋଳ ଜିଲ୍ଲା କିଶୋରନଗରରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ କିରାଣୀ ଭାବରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ ସମେତ ଦୁଇ ଜଣଙ୍କୁ ଗଞ୍ଜେଇ କାରବାରରେ ସାମିଲ ଥିବା ଅଭିଯୋଗରେ ଗିରଫ କରିଛି ଏସ୍ ଟିଏଫ୍।
ଅନୁଗୋଳ: ଦିନକୁ ଦିନ ଗଞ୍ଜେଇ ଚାଲାଣ ବୃଦ୍ଧି ପାଉଥିବାବେଳେ ପୋଲିସ,ଅବକାରୀ ବିଭାଗ ଏବଂ ଏସଟିଏଫ୍ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି । କେତେବେଳେ ଅଧିକ ରୋଜଗାର ଆଶାରେ ଯୁବକମାନେ ଏଥିରେ ସାମିଲ ହେଉଥିବାବେଳେ ଆଉ କେତେବେଳେ ପୋଲିସ କର୍ମଚାରୀ ଏହି ବ୍ୟବସାୟରେ ସାମିଲ ହେଉଥିବା ଖବର ସାମ୍ନାକୁ ଆସୁଛି । ମାତ୍ର ଏମିତି କିଛି ଖବର ଏବେ ସାମ୍ନାକୁ ଆସିଛି ଯାହାକି ଚମକେଇ ଦେବାଭଳି । ଜଣେ ବ୍ୟାଙ୍କ କର୍ମଚାରୀ ଏହି ବ୍ୟବସାୟରେ ସମ୍ପୃକ୍ତ ଥିବା ଖବର ଏବେ ସାମ୍ନାକୁ ଆସିଛି ।
ଅନୁଗୋଳ ଜିଲ୍ଲା କିଶୋରନଗରରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI)ରେ କିରାଣୀ ଭାବରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ ସମେତ ଦୁଇ ଜଣଙ୍କୁ ଗଞ୍ଜେଇ କାରବାରରେ ସାମିଲ ଥିବା ଅଭିଯୋଗରେ ଗିରଫ କରିଛି ଏସ୍ ଟିଏଫ୍(STF)ଟିମ୍ । ଏହା ସହିତ ଏକ କୁଇଣ୍ଟାଲ ୬୪ କିଲୋ ଗଂଜେଇ ଜବତ କରିଛି ବିଭାଗ । ତେବେ ଅଭିଯୁକ୍ତ ମାନଙ୍କୁ ଅନୁଗୁଳରୁ ଗିରଫ କରାଯାଇଥିବା ଏସ୍ ଟିଏଫ୍(STF) ସୂଚନା ଦେଇଥିବାବେଳେ ଗିରଫ ଅଭିଯୁକ୍ତ ଦ୍ୱୟ ସୁଶାନ୍ତ ସାହୁ ଏବଂ ଯୁଗୋଳ ସାହୁ ବୋଲି ଜଣାପଡିଛି।
Also Read: ପାକିସ୍ତାନରେ 'ପୂଜା'ଙ୍କୁ ଗୁଳି
ଏଠାରେ ସୂଚନାଯୋଗ୍ୟ ମାଲକାନଗିରି (Malkangiri) ଜିଲ୍ଲାର ଜଣେ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟରଙ୍କୁ ଚଳିତ ମାସ ୧୨ ତାରିଖ ଶନିବାର ବିଳମ୍ବିତ ରାତିରେ ୪୨୦ କିଲୋଗ୍ରାମ ଗଞ୍ଜେଇ ସହିତ ଗିରଫ କରାଯାଇଥିଲା। ଅଭିଯୁକ୍ତ ଜୟଦାଶ ଖରାଙ୍କୁ ମାଥିଲି ପୋଲିସର କର୍ତ୍ତାନପାଲି ଆଉଟପୋଷ୍ଟରେ ଏଏସଆଇ ଭାବେ ଦାୟିତ୍ୱ ଦିଆଯାଇଥିଲା। ତେବେ ଶନିବାର ରାତିରେ ଖରା ପରିବହନ ପାଇଁ ଏକ ଗାଡି ଖୋଜୁଥିବାବେଳେ ମାଲକାନଗିରିରେ ନଜର ଆସିଥିଲେ। ସ୍ଥାନୀୟ ପୋଲିସ ଏହି ଅଞ୍ଚଳରୁ ଗଂଜେଇ (Ganza Seized) ଚୋରା ଚାଲାଣ ସମ୍ପର୍କରେ ଏକ ସୂଚନା ପାଇଥିଲା।
Also Read: ବର୍ତ୍ତମାନ କାହାକୁ ମିଳିବ LPG ସବସିଡି? ସ୍ପଷ୍ଟ କଲା ସରକାର
ଦୁଇ ବରିଷ୍ଠ ପୋଲିସ ଅଧିକାରୀ ଏହି ଅପରେସନର ନେତୃତ୍ୱ ନେଇଥିଲେ ଏବଂ ଏଏସଆଇ ଖରାଙ୍କୁ ଗିରଫ କରିଥିଲେ। ଏହାସହିତ ନଗଦ ୧୦ ହଜାର ଟଙ୍କା, ଲାପଟପ୍, ଦୁଇଟି ମୋଟରସାଇକେଲ ଏବଂ ଏକ କାର ମଧ୍ୟ ଜବତ କରାଯାଇଥିଲା। ଗଞ୍ଜେଇ ଚୋରା ଚାଲାଣ ମାମଲାରେ କାଲିମେଲା (Kalimela) ଅଞ୍ଚଳର ଅନ୍ୟ ତିନିଜଣଙ୍କୁ ମଧ୍ୟ ଏହି ଘଟଣାରେ ଗିରଫ କରାଯାଇଥିଲା।