ସମ୍ବଲପୁର: ଶନିବାର ରିଏଲିଟି ଶୋ "ଝୁମ ସମ୍ବଲପୁର ଝୁମ" ରିଏଲିଟି ଶୋ ୨୦୨୧ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁରର  ସ୍ଥାନୀୟ ହୋଟେଲ ଠାରେ ଏକ ପ୍ରେସ ମିଟ ଅନୁଷ୍ଠିତ ହେଇଥିଲା। ମଞ୍ଜିରା ଗ୍ରୁପ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ମେଗା ଇଭେଣ୍ଟ କନିଷ୍ଠ ଓ ବରିଷ୍ଠ ବର୍ଗରେ ନୃତ୍ୟ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିପାରିବେ।


COMMERCIAL BREAK
SCROLL TO CONTINUE READING

"ଝୁମ ସମ୍ବଲପୁର ଝୁମ"ରେ ଆକର୍ଷଣୀୟ ପୁରସ୍କାରର ବ୍ୟବସ୍ଥା ରହିଛି। ଡିସେମ୍ବର ୧୮ ଓ ୧୯ ତାରିଖରେ ଅଡିସନ ଏବଂ ଜାନୁଆରୀ ୮ ଓ ୯ରେ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବ ବୋଲି ଆୟୋଜକ ଉଦୟ କୁମାର ତିୱାରୀ ପ୍ରକାଶ କରିଛନ୍ତି। ପ୍ରେସମିଟରେ ମୁଖ୍ୟ ଅତିଥି ଭାବେ ବିକାଶ ଗ୍ରୁପ ଅଫ ଇନଷ୍ଟିଟସନ ଆଣ୍ଡ ହସ୍ପିଟାଲର ମୁଖ୍ୟ ଡି ମୁରଲୀ କୃଷ୍ଣ ରାଓ ଯୋଗ ଦେଇଥିଲେ। ନାରାୟଣୀ ଇଭେଣ୍ଟ ମ୍ୟାନେଜମେଣ୍ଟର ମୁଖ୍ୟ ମଣ୍ଟୁ, ନୃତ୍ୟ ଗୁରୁ ଅସୀମ ପ୍ରଧାନ ସଂଯୋଜିକା ସସ୍ମିତା ପଟନାୟକଙ୍କ ସହ ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହିଥିଲେ।


Also Read: ବିଜେଡି ନେତାଙ୍କୁ ସ୍ୱଚ୍ଛ ଭାରତର ପାଠ ପଢ଼ାଇଲେ କଲେଜ ଛାତ୍ର


କୋଭିଡ ଗାଇଡ଼ ଲାଇନକୁ ଅନୁସରଣ କରାଯାଇ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ଦ୍ୱାରା କଳାକାରମାନେ ଉତ୍ସାହିତ ହେବେ ଓ କଳାର ପ୍ରଚାର ପ୍ରସାର ହେବ ବୋଲି କୁହାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଚଳଚ୍ଚିତ୍ରର ନାୟିକା ତଥା ମଡେଲ ଅର୍ଚ୍ଚିତା ସାହୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକ ସୂଚନା ଦେଇଥିଲେ।