ବର୍ଷା-ଅନୁଭବ ଘରୋଇ ବିବାଦ: କଣ କହିଲେ କଟକ SDJM କୋର୍ଟ ?
ଆଜି ଉଭୟ ଅନୁଭବ ଓ ବର୍ଷାଙ୍କ ପକ୍ଷରୁ ଦାୟର ଦୁଇଟି ପୃଥକ ଆବେଦନର ଶୁଣାଣି ହୋଇଥିଲା । ଉଭୟ ପକ୍ଷଙ୍କ ପକ୍ଷରୁ ନିଜ ନିଜର ଓକିଲ ଯୁକ୍ତି ଉପସ୍ଥାପନ କରାଯାଇଥିଲା ।
ଜଗନ୍ନାଥ ପାତ୍ର, କଟକ: ଆଜି କଟକ SDJM କୋର୍ଟରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଘରୋଇ ହିଂସା ମାମଲାର ଶୁଣାଣି ହୋଇଛି । ଆଜି ଉଭୟ ଅନୁଭବ ଓ ବର୍ଷାଙ୍କ ପକ୍ଷରୁ ଦାୟର ଦୁଇଟି ପୃଥକ ଆବେଦନର ଶୁଣାଣି ହୋଇଥିଲା । ଉଭୟ ପକ୍ଷଙ୍କ ପକ୍ଷରୁ ନିଜ ନିଜର ଓକିଲ ଯୁକ୍ତି ଉପସ୍ଥାପନ କରାଯାଇଥିଲା ।
ତେବେ ଏହି ମାମଲାର ପରବର୍ତ୍ତୀ ନିର୍ଦ୍ଦେଶ ଆସନ୍ତା ଫେବୃୟାରୀ ୫ ତାରିଖରେ ଜାରି କରାଯିବ ବୋଲି କୋର୍ଟ (Court) କହିଥିବା ଆବେଦନକାରୀଙ୍କ ଓକିଲ ମାନେ କହିଛନ୍ତି । ଗତବର୍ଷ ଅକ୍ଟୋବର ୨୦ ତାରିଖରେ କୋର୍ଟ ଦେଇଥିବା ଅନ୍ତରୀଣ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଅନୁଭବ ମହାନ୍ତି (Anubhav Mohanty) ଙ୍କ ପକ୍ଷରୁ ଏକ ଆବେଦନ କରାଯାଇଥିଲା ।
Also Read: ବ୍ରହ୍ମପୁରରେ ଅଭାବନୀୟ ଘଟଣା, ନାବାଳିକାର ବେକ କାଟି ହତ୍ୟା ଉଦ୍ୟମ
କୋର୍ଟଙ୍କ ଏହି ନିର୍ଦ୍ଦେଶ ଅନୁଯାୟୀ ବର୍ଷା ଶାଶୂ ଘରେ ରହୁଥିବା ସମୟରେ ପ୍ରତିପକ୍ଷ ଅନୁଭବ ମହାନ୍ତି କିମ୍ୱା ଅନ୍ୟ ମାନଙ୍କ ପକ୍ଷରୁ ଘରୋଇ ହିଂସା (DomesticViolence) ସୃଷ୍ଟି ନ କରିବାକୁ କୁହାଯାଇଥିଲା । ତେବେ ଏହାକୁ ଆଳ କରି ବର୍ଷା ପ୍ରିୟଦର୍ଶିନୀ (VarshaPriyadarshini) ଅନୁଭବଙ୍କୁ ଘରେ ପୁରାଇ ଦେଉନଥିବା ନେଇ ଅନୁଭବଙ୍କ ପକ୍ଷରୁ ଏକ ଆବେଦନ କରାଯାଇଥିଲା ।
Also Read: ବଦଳିଲା କୋଷ୍ଟାଲ HighWay ନକ୍ସା, କେନ୍ଦ୍ରର ଆନ୍ତରିକତା ନେଇ ଉଠିଲା ପ୍ରଶ୍ନ...
ସେହିପରି ଗତବର୍ଷ ଅଗଷ୍ଟ ମାସ ୭ ତାରିଖ ପର ଠାରୁ ବର୍ଷାଙ୍କ ସହିତ ହୋଇଥିବା ଛୋଟ ମୋଟ ଘରୋଇ ହିଂସା ଘଟଣାକୁ ମାମଲାରେ ପରିସର ଭୁକ୍ତ କରିବାକୁ ବର୍ଷାଙ୍କ ପକ୍ଷରୁ ଏକ ଆବେଦନ କରାଯାଇଥିଲା ।
Edited: Zee Odisha Desk