Trending Photos
Odisha News: ଭୁବନେଶ୍ୱର: ପାରାଦୀପ ବନ୍ଦର ନିକଟରେ ସ୍ଥାପନ ହେବାକୁ ଯାଉଛି ଜାହାଜ ନିର୍ମାଣ ଓ ମରାମତି ହବ। ଏ ନେଇ ରାଜ୍ୟ ସରକାର ୪ ହଜାର କୋଟି ଟଙ୍କାର ସହାୟତା ଯୋଗାଣ ନେଇ ଘୋଷଣା କରିଛନ୍ତି। ସେହିଭଳି ଘରୋଇ କ୍ଷେତ୍ରରେ ସହଭାଗିତାରେ ଭଦ୍ରକର ଇଞ୍ଚୁଡ଼ି ଏବଂ ଦକ୍ଷିଣ ଓଡ଼ିଶାରେ ବାହୁଡାରେ ୨ ନୂଆ ବନ୍ଦର ସ୍ଥାପନା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ଖଣିଜ ପଦାର୍ଥ ଓ କୋଇଲା ପରିବହନକୁ ତ୍ୱରାନ୍ୱିତ କରିବା ଲାଗି ରେଳ ଟ୍ରାକ ବିଛାଇବା ଲାଗି ମଧ୍ୟ ସରକାର ଆଗ୍ରହୀ ରହିଛନ୍ତି ବୋଲି ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା ସୂଚନା ପ୍ରଦାନ କରିଛନ୍ତି।
ଶ୍ରୀ ଶର୍ମା କହିଛନ୍ତି ୨୦୨୬ ବେଳକୁ ରାଜ୍ୟର ଗ୍ରୀନ ହାଇଡ୍ରୋଜେନ ମାନୁଫାକଚରିଂ ଫାସିଲିଟିରୁ ଉତ୍ପାଦନ ହେବା ଆଶା ରହିଛି। ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ସହ ମିଳିତ ହୋଇ ଜାହାଜ ନିର୍ମାଣ ଏବଂ ମରାମତି କେନ୍ଦ୍ର ସ୍ଥାପନ କରାଯିବ। ପ୍ରସ୍ତାବିତ ୨ ବନ୍ଦରର କ୍ଷମତା ୪୦ ନିୟୁତ ଟନ ଲେଖାଏ ରହିବ। ସେହିପରି ରାଜ୍ୟରେ ଗ୍ଲୋବାଲ ଡାଟା ସେଣ୍ଟର ଏବଂ ଗ୍ଲୋବାଲ କାପାବିଲିଟି ସେଣ୍ଟର ସ୍ଥାପନ କରିବାକୁ କମ୍ପାନୀ ଗୁଡିକୁ ଉତ୍ସାହିତ କରାଯାଉଛି। ଏବେ ଜିସିସି ନୀତି ଏବଂ ଡାଟା ସେଣ୍ଟର ନୀତିକୁ ପ୍ରସ୍ତୁତ କରାଯାଉଛି। ଭୁବନେଶ୍ୱରର ଦକ୍ଷିଣ ଭାଗରେ ୨୫୦ ଏକର ସ୍ଥାନରେ ଇଲେକଟ୍ରୋନିକ ସିଟି ସ୍ଥାପନ ଲକ୍ଷ୍ୟ ରଖାଯାଇଥିବା ଶ୍ରୀ ଶର୍ମା ଉଲ୍ଲେଖ କରିଛନ୍ତି।
କଞ୍ଚାମାଲ ପରିବହନକୁ ତ୍ୱରାନ୍ୱିତ କରିବା ଲାଗି ରାଜ୍ୟ ଅଧିକ ନିବେଶ ଲାଗି ମଧ୍ୟ କାର୍ଯ୍ୟକ୍ରମ ଗ୍ରହଣ କରୁଛ୍ତି। ପ୍ରମୁଖ ପ୍ରକଳ୍ପ ଗୁଡିକୁ ଧାର୍ଯ୍ୟ ସମୟରେ ଶେଷ କରିବା ଲକ୍ଷ୍ୟ ରଖାଯାଇଛି। ପ୍ରମୁଖ ପ୍ରକଳ୍ପ ଗୁଡିକୁ ଧାର୍ଯ୍ୟ ସମୟରେ ଶେଷ କରିବା ଲକ୍ଷ୍ୟ ରହିଛି। ହରିଦାସପୁର-ପାରାଦୀପ ରେଳ ଲାଇନର ଦୋହରୀକରଣ କରାଯାଉଛି। ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଗଠିତ ସ୍ପେଶାଲ ପରପୋଜ ଭେଇକିଲରେ ରାଜ୍ୟ ଇକ୍ୱିଟି ହୋଲ୍ଦର ରହିଛି। ଆବଶ୍ୟକତା ଭିତ୍ତିରେ ରାଜ୍ୟରେ ନିର୍ଦ୍ଦିଷ୍ଟ ଇକ୍ୱିଟି ଗ୍ରହଣ କରିବାକୁ ପ୍ରତିବଦ୍ଧ ରହିଛି। ବର୍ତ୍ତମାନର ରେଳ କରିଡର କୋଇଲା ପରିବହନ ଚାହିଦା ପୂରଣ ଲାଗି ପର୍ଯ୍ୟାପ୍ତ ବୋଲି ଶ୍ରୀ ଶର୍ମା ଉଲ୍ଲେଖ କରିଛନ୍ତି।