ନୂଆଦିଲ୍ଲୀ: Bappi Lahiri Assets: ବାପି ଲାହିରି (Bappi Lahiri) ଙ୍କୁ କିଏ ଅବା ନ ଜାଣନ୍ତି । ଏହାର କାରଣ ହେଉଛି ବାପି ଲାହିରି ଭାରତର ଜଣେ ବହୁତ ବଡ଼ ଗାୟକ ଓ ପ୍ରୋଡ୍ୟୁସର ଥଲେ, ବର୍ତ୍ତମାନ ସମୟରେ ଲୋକମାନେ ତାଙ୍କୁ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଜାଣନ୍ତି । ବାପି ଲାହିରି ବଲିଉଡର ଅନେକ ସୁପରହିଟ୍ ଗୀତ ଦେଇଛନ୍ତି ଓ ତାଙ୍କ ଜୀବନରେ ଅନେକ ନାମ ଏବଂ ସମ୍ମାନ ଅର୍ଜନ କରିଛନ୍ତି । ଡିସ୍କୋ କିଙ୍ଗ ଭାବେ ବିଖ୍ୟାତ ବାପି ଦା ୮୦ ଓ ୯୦ ଦଶକରେ ଅନେକ ଚଳଚ୍ଚିତ୍ରରେ ବ୍ଲକବଷ୍ଟର ଗୀତ ଦେଇ ନିଜର ପରିଚୟ ସୃଷ୍ଟି କରିଥିଲେ । ସେ ସୁନାକୁ ବହୁତ ଭଲ ପାଉଥିଲେ ଓ ସବୁବେଳେ ମୋଟା ସୁନା ଚେନ୍ ପିନ୍ଧୁଥିଲେ । ସେଥିପାଇଁ ଲୋକେ ତାଙ୍କୁ ଗୋଲ୍ଡମ୍ୟାନ ବୋଲି ମଧ୍ୟ କହୁଥିଲେ । ସେ ଲକ୍ଷ ଲକ୍ଷ ଟଙ୍କାର ସୁନା ପିନ୍ଧୁଥିଲେ ।


COMMERCIAL BREAK
SCROLL TO CONTINUE READING

ଏକ ରିପୋର୍ଟ ଅନୁଯାୟୀ, ବାପି ଦା ତାଙ୍କ ପଛରେ ୨୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି (Bappi Lahiri Assets)ଛାଡିଛନ୍ତି । ସେ ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ଆଠରୁ ଦଶ ଲକ୍ଷ ଟଙ୍କା ଚାର୍ଜ କରୁଥିଲେ । ଡିସ୍କୋ କିଙ୍ଗ୍ ଏକ ଘଣ୍ଟା ଲାଇଭ୍ କନସର୍ଟ୍ସ ପାଇଁ ୨୦ରୁ ୨୫ ଲକ୍ଷ ଟଙ୍କା ନେଉଥିଲେ । ବାପି ଦା ଦେଶର ସର୍ବୋଚ୍ଚ ଟିକସଦାତାମାନଙ୍କ ମଧ୍ୟରେ ଜଣେ ଥିଲେ । କୁହାଯାଉଛି ଯେ, ବାପି ଲାହିରିଙ୍କର ବାର୍ଷିକ ଆୟ ୨.୨ କୋଟି ଟଙ୍କା ଥିଲା। ତାଙ୍କର ବ୍ୟକ୍ତିଗତ ବିନିଯୋଗ ୧୧.୩ କୋଟି ଟଙ୍କା ଥିଲା ।


୨୭ ନଭେମ୍ବର ୧୯୫୨ରେ ପଶ୍ଚିମବଙ୍ଗର ଜଲପାଇଗୁଡିରେ ଏକ ସଂଗୀତଜ୍ଞ ପରିବାରରେ ବାପି ଦା ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରକୃତ ନାମ ଆଲୋକେଶ ଲାହିରି । କିମ୍ବଦନ୍ତୀ ଗାୟକ କିଶୋର କୁମାର ତାଙ୍କ ସମ୍ପର୍କୀୟ ଥିଲେ । କୁହାଯାଏ ଯେ ବାପି ଲାହିରି ମାତ୍ର ତିନି ବର୍ଷ ବୟସରେ ତବଲା ବଜାଇବା ଆରମ୍ଭ କରିଥିଲେ । ସେ ବଙ୍ଗଳା ଚଳଚ୍ଚିତ୍ର ଶିଳ୍ପରେ ଅତୁଳନୀୟ ଅବଦାନ ରଖିଥିଲେ । ଡିସ୍କୋ କିଙ୍ଗ୍ ବଲିଉଡ ଓ ବଙ୍ଗାଳା ବ୍ୟତୀତ ତେଲୁଗୁ, ତାମିଲ ଓ କନ୍ନଡ ଭାଷାରେ ଶତାଧିକ ଗୀତରେ କଣ୍ଠଦାନ କରିଛନ୍ତି ।


ବାପି ଦା ମୁମ୍ବାଇର ଏକ ବିଳାସପୂର୍ଣ୍ଣ ଘରେ ରହୁଥିଲେ, ଯାହା ସେ ୨୦୦୧ ମସିହାରେ କିଣିଥିଲେ । ବର୍ତ୍ତମାନ ଏହାର ଆନୁମାନିକ ମୂଲ୍ୟ ୩.୫ କୋଟି ଟଙ୍କା ହେବ। ସେ ଅସୁସ୍ଥ ହେଲା ପରେ ଏହି ଘରେ ତାଙ୍କର ଯିବା ଆସିବା ପାଇଁ ସ୍ୱତନ୍ତ୍ର ଲିଫ୍ଟର ବ୍ୟବସ୍ଥା କରାଯାଇଥିଲା ।  ବାପି ଦା ଭଲ କାର କଲେକସନ ମଧ୍ୟ ରଖିଥିଲେ । ଯେଉଁଥିରେ, ବିଏମଡବ୍ଲୁ ଏବଂ ଅଡି ସମେତ ପାଞ୍ଚଟି କାର ଥିଲା । ତାଙ୍କର ଏକ ଟେସଲା ଏକ୍ସ କାର୍ ମଧ୍ୟ ଥିଲା ଯାହାର ମୂଲ୍ୟ ୫୫ ଲକ୍ଷ ଟଙ୍କା ହେବ ।


ଏହା ବି ପଢ଼ନ୍ତୁ:-ପାନ ଖାଇଲେ ବଢ଼ିଥାଏ ପୁରୁଷଙ୍କ ଯୌନ ଶକ୍ତି! ଏହି ସମୟରେ କରନ୍ତୁ ସେବନ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ


ଏହା ବି ପଢ଼ନ୍ତୁ:-କେତେ ସମ୍ପତ୍ତିର ମାଲିକ ପଞ୍ଜାବ ସିଏମ ଚନ୍ନି; ଜାଣନ୍ତୁ ତାଙ୍କର କେତୋଟି ରହିଛି କାର୍, କ'ଣ ରହିଛି ଶିକ୍ଷାଗତ ଯୋଗ୍ୟତା


ଏହା ବି ପଢ଼ନ୍ତୁ:-ଯୌନ ସମସ୍ୟା ଦୂର କରିବା ପାଇଁ ପୁରୁଷମାନେ ପ୍ରତିଦିନ ଏହି ସମୟରେ ଖାଆନ୍ତୁ ରସୁଣର କେବଳ ଗୋଟିଏ କୋଲା, ତା’ପରେ ଦେଖନ୍ତୁ ଚମତ୍କାର!


ବାପି ଦା ୨୦୧୪ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗର ଶ୍ରୀରାମପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । କିନ୍ତୁ ଏଥିରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ସେତେବେଳେ ଦିଆଯାଇଥିବା ଆଫିଡେଫିଟ୍ ଅନୁଯାୟୀ, ବାପି ଦାଙ୍କର ୭୫୪ ଗ୍ରାମ ସୁନା ଏବଂ ୪.୬୨ କିଲୋଗ୍ରାମ ରୂପା ଥିଲା। ସେହିପରି ତାଙ୍କ ପତ୍ନୀ ଚିତ୍ରାଣୀଙ୍କ ପାଖରେ ୯୬୭ ଗ୍ରାମ ସୁନା ଓ ୮.୯ କିଲୋଗ୍ରାମ ରୁପା ଥିଲା । ଏହା ବ୍ୟତୀତ ତାଙ୍କ ପାଖରେ ୪ ଲକ୍ଷରୁ ଅଧିକ ମୂଲ୍ୟର ହୀରା ମଧ୍ୟ ଥିଲା । ବର୍ତ୍ତମାନ ସେହି ଘୋଷଣାକୁ ଆଠ ବର୍ଷରୁ ଅଧିକ ସମୟ ବିତିଯାଇଛି, ଅନୁମାନ କରାଯାଇପାରେ ଯେ ସେ ନିଶ୍ଚିତ ଭାବରେ ଏହି ସମ୍ପତି (Bappi Lahiri Property) କୁ ବଢାଇଥିବେ ।


ବାପି ଦାଙ୍କ ବିୟୋଗ ପରେ ତାଙ୍କ କୋଟି କୋଟି ଟଙ୍କାର ସୁନା ତାଙ୍କର ଦୁଇଜଣ ବିଶେଷ ବ୍ୟକ୍ତିଙ୍କୁ ଦିଆଯିବ । ଯାହାଙ୍କ ନାମ ହେଉଛି ବାପ୍ପା (Bappa Lahiri) ଓ ରିମା (Rema Lahiri) । ଆପଣଙ୍କ ସୂଚନା ପାଇଁ କହି ରଖୁଛୁ ଯେ ଏହି ଦୁଇଜଣ ଆଉ ଅନ୍ୟ କେହିଁ ନୁହଁନ୍ତି ସେମାନେ ହେଉଛନ୍ତି ବାପି ଦାଙ୍କ ପୁଅ ବାପି ଓ ଝିଅ ରିମା । ତାଙ୍କ ବିୟୋଗ ପରେ ତାଙ୍କର ସମସ୍ତ ସମ୍ପତ୍ତି ତାଙ୍କ ପିଲାମାନଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟନ ହେବ ।