ନୂଆଦିଲ୍ଲୀ: କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ପ୍ରୟତଃ ସୋସିଆଲ ମିଡିଆରେ ଆକ୍ଟିଭ୍ ରୁହନ୍ତି। ସୋସିଆଲ ମିଡିଆରେ ସେ ଜନତାଙ୍କୁ ସଚେତନ କରିବା ସହ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହ ଶ୍ରାଦ୍ଧବର୍ଷିକୀରେ ଶ୍ରଦ୍ଧାଞ୍ଜଳି ମଧ୍ୟ ଜଣାନ୍ତି। ବେଳେ ବେଳେ ଫ୍ୟାନ୍ସଙ୍କୁ ନିଜ ମନର କଥା ମଧ୍ୟ କୁହନ୍ତି। ଅନୁଭବଙ୍କ ସେଭଳି ଏକ ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।


COMMERCIAL BREAK
SCROLL TO CONTINUE READING

ସଂସଦର ମୌସୁମୀ ଅଧିବେଶନ ସରିବା ପରେ ବିଜେଡି ସାଂସଦ ଅନୁଭବ ମହାନ୍ତି (Anubhav Mohanty) ଟିକିଏ ରିଲାକ୍ସ ହୋଇଛନ୍ତି। ଯାହା ସେ ରବିବାର ସୋସିଆଲ ମିଡିଆ (Social Media) ରେ କରିଥିବା ପୋଷ୍ଟରୁ ସ୍ପଷ୍ଟ ବାରି ହେଉଛି। ଅନୁଭବ ତାଙ୍କର ସମସ୍ତ ସୋସିଆଲ ପ୍ଲାଟଫର୍ମରେ ସମାନ ଫଟୋ ସହ କିଛି ବାର୍ତ୍ତା ଲେଖି ପୋଷ୍ଟ କରିଛନ୍ତି। ଅନେକ ଫ୍ୟାନ୍ସ ତାଙ୍କର ଏହି ଅବତାରକୁ ପ୍ରଶଂସା କରୁଛନ୍ତି। ଅନେକ ଲୋକ ସାଂସଦ (Kendrapara MP) ଙ୍କୁ ତାଙ୍କ ଅବତାର ପାଇଁ କଟାକ୍ଷ ମଧ୍ୟ କରିଛନ୍ତି।


Also Read: ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ MMS ଲିକ୍, ସୋସିଆଲ ମିଡିଆରେ...


ବାସ୍ତବରେ ଅନୁଭବ ସୋମବାର ମଧ୍ୟ ରାତିରେ ତାଙ୍କ ପୁଙ୍ଗୁଳା ଦେହର ଏକ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଫଟୋରେ ଅନୁଭବଙ୍କ କେବଳ ଶରୀରର ଉପରି ଭାଗ ଦେଖାଯାଉଛି। ଫଟୋ ସହ ଅନୁଭବ ଲେଖିଛନ୍ତି, 'ଆପଣ ସ୍ୱପ୍ନ ଏବଂ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନକୁ ନେଇ ଭୟଭୀତ କି? ଆରାମ କରନ୍ତୁ! ଯଦି ଆପଣ ସ୍ୱପ୍ନ ଦେଖି ପାରିବେ, ତେବେ ତାହାକୁ ପୁରା ମଧ୍ୟ କରିପାରିବେ। ସାମ୍ନା କରିବାକୁ ଥିବା କଠିନ ଆହ୍ୱାନ ବ୍ୟତୀତ ଜୀବନ ଆଉ କିଛି ନୁହେଁ! ଭୟଭୀତ ନହୋଇ ଆତ୍ମବିଶ୍ୱାସର ତାହାକୁ ସମ୍ମୁଖୀନ କରନ୍ତୁ, କାରଣ ଭାଗ୍ୟ ବାହାଦୁରର ସାଥ୍ ଦିଏ।'


 



ଅଭିନେତା-ନେତାଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଇନଷ୍ଟାଗ୍ରାମରେ ଅନୁଭବଙ୍କ ଷ୍ଟୋରୀରେ ଅଭିନେତ୍ରୀ ପ୍ରକୃତି ମିଶ୍ର (Prakruti Mishra) ପ୍ରତିକ୍ରିୟା ଦେଇଛନ୍ତି। ସେ cute cute ବୋଲି ଲେଖିବା ସହ ସେଥିରେ ପ୍ରେମ ଭରା ଏକ ଇମୋଜି ମଧ୍ୟ ଲଗାଇଛନ୍ତି। ସେପଟେ ଅନୁଭବଙ୍କ ଏପରି ରାତି ଅଧିଆ ପୋଷ୍ଟକୁ଼ ନେଇ ଜଣେ ସୋସିଆଲ ମିଡିଆ ୟୁଜର କହିଛନ୍ତି ଯେ, କଣ ଏହି ଦିନ ଦେଖିବାକୁ କେନ୍ଦ୍ରାପଡାବାସୀ ଭୋଟ ଦେଇଥିଲେ।