ନୂଆଦିଲ୍ଲୀ: ଆଜି ଅର୍ଥାତ ନଭେମ୍ବର ୪ ତାରିଖ ପ୍ରତ୍ୟେକ ହିନ୍ଦୁଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିନ। ଆଜିର ଦିନକୁ ଭାରତର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପ୍ରକାରରେ ପାଳନ କରାଯାଉଛି। କେଉଁଠି ଦୀପାବଳି ତ କେଉଁଠି ବନ୍ଦି ଛୋଡ ଦିବସ ଓ ଆଉ କେଉଁଠି ନରକାସୁର ଚତୁର୍ଦଶୀ। ସମଗ୍ର ଭାରତ ବର୍ଷରେ ଦୀପାବଳି ଉତ୍ସବ ପାଳନ କରାଯାଉଛି। ଅନ୍ୟପଟେ ପଞ୍ଜାବରେ ବନ୍ଦି ଛୋଡ ଦିବସ ଓ ଗୋଆରେ ନରକାସୁର ଚତୁର୍ଦଶୀ ପାଳନ କରାଯାଉଛି।
କୁହାଯାଏ, ଆଜିର ଦିନରେ ଭଗବାନ ବିଷ୍ଣୁ ତାଙ୍କ ପୁତ୍ର ନରକାରସୁରକୁ ବଧ କରିଥିଲେ। ତେବେ ଏହି ନରକାସୁର ବଧ ପଛରେ ଅନେକ କାହାଣୀ ରହିଛି, ତେବେ ଆସନ୍ତୁ ଜାଣିବା ସେଗୁଡିକ କଣ...


COMMERCIAL BREAK
SCROLL TO CONTINUE READING

ଦୀପାବଳୀର ଦ୍ୱିତୀୟ ଦିନକୁ ନରକାସୁର ଚତୁର୍ଦଶୀ ଭାବେ ପାଳନ କରାଯାଏ। ଏହି ଦିନ ଅର୍ଥାତ କାର୍ତ୍ତୀକ ମାସ ଅମବାସ୍ୟାରେ ନରକାସୁରକୁ ଭଗବାନ ବିଷ୍ଣୁ ବଧ କରିଥିବା ବିଶ୍ୱସ ରହିଛି। ଦୀପାବଳୀ ଦିନ ସକାଳେ ଗୋଆର ରାଜଧାନୀ ପାନାଜୀରେ ନରକାସୁରକୁ ଦହନ କରାଯାଇଛି। ସହର ମଝିରେ ବିରାଟକାୟ ତିନୋଟି ନରକାସୁରର ଆକୃତିକୁ ନିଆଁରେ ପୋଡି ପାଉଁଶ କରାଯାଇଛି। ଏହି ଅବସରରେ ହଜାର ହଜାର ଲୋକ ଏକାଠି ହୋଇ ନରକାସୁର ଦହନର ମଜା ନେଇଥିଲେ।


ନରକାଶୁରକୁ ବଧ କରିଥିଲେ ଶ୍ରୀକୃଷ୍ଣ


କିମ୍ବଦନ୍ତୀ ଅନୁସାରେ ନରକାସୁର ଭାଗବାନ ବିଷ୍ଣୁ ଏବଂ ଭୁଦେବୀଙ୍କ ସନ୍ତାନ। ଭଗବାନ ବିଷ୍ଣୁ ଯେତେବେଳେ ବରାହ ଅବତାର ନେଇଥିଲେ ସେତେବେଳେ ନରକାସୁର ଜନ୍ମ ହୋଇଥିଲା। ନରକାସୁରର ପୂର୍ବ ନାମ ଭୌମାଶୁର ଥିଲା। ସେ ଆସାମର ପ୍ରଜ୍ଞୋତିଷା ସାମ୍ରାଜ୍ୟର ପ୍ରତିଷ୍ଠାତା ଥିଲା। ଭୌମାସୁର ପ୍ରଥମେ ସାଧାରଣ ମଣିଷ ଭଳି ଥିଲା କିନ୍ତୁ ବାଣସୁର ସହ ମିଶିବା ପରେ ତାର ପ୍ରବୃତି ରାକ୍ଷସ ଭଳି ହେଲା ଏବଂ ସେ ଇନ୍ଦ୍ରଙ୍କୁ ପରାସ୍ତ କରି ଉଭୟ ସ୍ୱର୍ଗ ଓ ମର୍ତ୍ତ୍ୟର ରାଜା ହୋଇଥିଲା।


Also Read: ଉଡିଗଲା ମହିଳାଙ୍କ ନିଦ! ପଡ଼ୋଶୀ ଘରୁ ପ୍ରତ୍ୟେକ ରାତିରେ ଆସୁଥିଲା ଏମିତି ଶବ୍ଦ


କୁହାଯାଏ, ମାତା ଆଦିତିଙ୍କ କାନଫୁଲ ଚୋରୀ କରି ନରକାସୁର ଅତ୍ୟଧିକ ଶିକ୍ତିଶାଳୀ ହୋଇଥିଲା। ସେ ୧୬୦୦୦ ମହିଳାଙ୍କୁ ଅପହରଣ କରି ତାଙ୍କୁ ଦାସୀ କରି ରଖିଥିଲା। ନରକାସୁରର ଉପଦ୍ରବରେ ଉଭୟ ପୃଥିବୀ ଏ ସ୍ୱର୍ଗରେ ହାହାକାର ସୃଷ୍ଟି ହୋଇଥିଲା। ଏଥିରୁ ରକ୍ଷା କରିବା ପାଇଁ ଦେବରାଜ ଇନ୍ଦ୍ର ବିଷ୍ଣୁଙ୍କ ସରଣ ପଶିଲେ ଓ ତାଙ୍କୁ ନରକାସୁର ଠାରୁ ରକ୍ଷା କରିବାକୁ ପ୍ରାର୍ଥନା କଲେ। କିନ୍ତୁ ପରିସ୍ଥିତି ବିଷ୍ଣୁଙ୍କ ନିୟନ୍ତ୍ରଣ ବାହାରେ ଥିଲା, ତେଣୁ ସେ କୃଷ୍ଣଙ୍କ ସହାୟତା ଲୋଡିଲେ।


ପୁଅ ନରକାସୁରର କୃରତା ରୋକିବା ପାଇଁ ଆଦିତି, ଶ୍ରୀକୃଷ୍ଣଙ୍କ ପତ୍ନୀ ସତ୍ୟଭାମାଙ୍କୁ ସହାୟତା ମାଗିଲେ। ସତ୍ୟଭାମା ମଧ୍ୟ ପୂର୍ବରୁ ନରକାସୁର ବିଷୟରେ ଜାଣିଥିଲେ। ତେଣୁ ସେ ଏଥିପାଇଁ ରାଜି ହେଲେ। ସତ୍ୟଭାମାଙ୍କ କହିବା ଅନୁସାରେ ଶ୍ରୀକୃଷ୍ଣ, ନରକାସୁର ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ। ଗରୁଡ ଉପରେ ବସି ଉଭୟ ଶ୍ରୀକୃଷ୍ଣ ଓ ସତ୍ୟଭାମା ଯୁଦ୍ଧ ପାଇଁ ଗଲେ। ନରକାସୁର ଓ କୃଷ୍ଣଙ୍କ ମଧ୍ୟରେ ଘୋମାଘୋଟ ଲଢେଇ ହେଲା। ନରକାସୁରର ୧୧ ଅକସୌହିନି ଥିଲେ। ଏହି ଯୁଦ୍ଧରେ ନରକାସୁରର ସେନାପତି ମୁରାଙ୍କୁ ଶ୍ରୀକୃଷ୍ଣ ବଧ କରିଥିଲେ, ତେଣୁ ଶ୍ରୀକୃଷ୍ଣଙ୍କ ନାମ ମୁରାରୀ ହୋଇଥିବା କୁହାଯାଉଛି।


 


୧୧ ଅକସୌହିନିକୁ ହତ୍ୟା କରିବା ପରେ ଶ୍ରୀକୃଷ୍ଣ ତାଙ୍କ ସୁଦର୍ଶନ ଚକ୍ର ସାହାଯ୍ୟରେ ନରକାସୁରର ଶୀରଛେଦନ କରିଥିଲେ। ମୃତ୍ୟୁ ବେଳେ ନରକାସୁର, ଶ୍ରୀକୃଷ୍ଣଙ୍କ ଏକ ପ୍ରାର୍ଥନା କରିଥିଲା ଯେ, ତାର ମୃତ୍ୟୁକୁ ପୃଥିବୀର ସମସ୍ତ ମନୁଷ୍ୟ ଉତ୍ସବ ଭାବେ ପାଳନ କରିବେ। ସେହି ଦିନଠାରୁ ନରାକସୁର ଚତୁର୍ଦଶୀ ପାଳନ କରାଯାଉଛି। ଏହି ଯୁଦ୍ଧ ପରେ ନରକାସୁର ବନ୍ଦୀ କରି ରଖିଥିବା ୧୬୦୦୦ କନ୍ୟାଙ୍କୁ ମୁକ୍ତ କରାଗଲା ଓ ଶ୍ରୀକୃଷ୍ଣ ସେମାନଙ୍କୁ ବିବାହ କଲେ।


ସତ୍ୟଭାମାଙ୍କ ହାତରେ ମରିଥିଲା ନରକାସୁର


ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ, ନରକାସୁରକୁ ସତ୍ୟଭାମା ବଧ କରିଛନ୍ତି। ଭଗବାନ ବିଷ୍ଣୁଙ୍କ ଠାରେ ଭୁଦେବୀ ନିଜ ପୁଅ ନରକାରସୁରର ଦୀର୍ଘାୟୁ କାମନା କରିଥିଲେ। ଭୁଦେବୀ ଯେତେବେଳ ପର୍ଯ୍ୟନ୍ତ ଚାହିଁନାହାନ୍ତି, ସେତେବେଳ ପର୍ଯ୍ୟନ୍ତ ନରକାସୁରର ମୃତ୍ୟୁ ହେବନାହିଁ ବୋଲି ବିଷ୍ଣୁ ବରଦାନ ଦେଇଥିଲେ। ଭୁଦେବୀଙ୍କ ଅନ୍ୟ ଏକ ଅବତାର ହେଉଛି ସତ୍ୟଭାମା। ଯୁଦ୍ଧ ସମୟରେ ନରକାସୁରର ଶକ୍ତି ପ୍ରଦର୍ଶନ ବେଳେ ଶ୍ରୀକୃଷ୍ଣ ଆହତ ହୋଇଥିଲେ। ଏଥିରେ କ୍ରୋଧିତ ହୋଇ ଶେଷରେ ସତ୍ୟଭାମା କାଣ୍ଡବିଦ୍ଧ କରି ନରକାସୁରକୁ ହତ୍ୟା କରିଥିଲେ।


Also Read: ଆଲୋକର ପର୍ବ ଦୀପାବଳୀ, ଜାଣନ୍ତୁ ଏହାର ମାହାତ୍ମ୍ୟ


ନରକାସୁରଙ୍କୁ ବଧ କରିଥିଲେ ମହା କାଳି


କାଳି ପୁରାଣରେ ନରାକାସୁର ବଧ ବିଷୟରେ ଉଲ୍ଲେଖ କରାଯାଇଛି। ଭାରତର କିଛି କ୍ଷେତ୍ରରେ ନରକା ଚତୁର୍ଦଶୀକୁ କାଳି ଚୌଦାସ ବୋଲି ମଧ୍ୟ କୁହାଯାଏ। ଦେବୀ କାମାକ୍ଷାଙ୍କୁ ବିବାହ ପାଇଁ ନରକାସୁର ପ୍ରସ୍ତାବ ଦେଇଥିଲା। କିନ୍ତୁ ଦେବୀ ଏହାକୁ କୌତୁହଳ ଭାବେ ନେଇ ବିବାହ ପାଇଁ ଗୋଟିଏ ସର୍ତ୍ତ ରଖିଲେ। ନୀଳାଚଳ ପର୍ବତରେ ମନ୍ଦିର ପର୍ଯ୍ୟନ୍ତ ଗୋଟିଏ ରାତିରେ ପାହାଚ ତିଆରି କରିବାକୁ ଦେବୀ କହିଲେ। କିନ୍ତୁ ସୂର୍ଯ୍ୟାଦୟ ପୂର୍ବରୁ ଏହି କାମକୁ ସାରିବାର ଥିଲା।


ନୀଳାଚଳ ପାହାଡରେ ପାହଚ ତିଆରି କରିବା ଏତେ ସହଜ ନଥିଲା। ତଥାପି ନରକା, ଦେବୀଙ୍କୁ ବିବାହ କରିବା ଲୋଭରେ ନିଜ କାର୍ଯ୍ୟରେ ଲାଗିପଡିଲା। ଏଥିରେ ସେ ସଫଳ ହେବାକୁ ଆଉ କିଛି ସମୟ ଥିଲା ଏବଂ ଦେବୀ ଏ ବିଷୟରେ ଖବର ପାଇଲେ। ରାକ୍ଷସ ନିଜ ପ୍ରଚେଷ୍ଟାରେ ସଫଳ ହୋଇଯିବ ଭାବି କାମାକ୍ଷା ଦେବୀ କାଉ ଓ କୁକୁଡା ତିଆରି କଲେ। କାଉ ଓ କୁକୁଡା ରାବ ଶୁଣି ନରକା ନିଜ କାମ ଛାଡି ଘଟଣାସ୍ଥଳକୁ ଯାଇ କୁକୁଡାକୁ ହତ୍ୟା କରିଦେଲା। 


କୁକୁଡାକୁ ହତ୍ୟା କରିଥିବା ସ୍ଥାନ ଆଜି କୁକୁଡାକଟା ନାମରେ ପରିଚିତ। ଏହି ସ୍ଥାନ ଆସାମର ଦାରଙ୍ଗ ଜିଲ୍ଲାରେ ଅବସ୍ଥିତ। ଅସମ୍ପୂର୍ଣ୍ଣ ହୋଇଥିବା ମନ୍ଦିର ପାହଚକୁ ମେଖେଲୌଜା ପଥ ବୋଲି କୁହାଯାଏ।