T20 World Cup: ଭାରତର କାର୍ଯ୍ୟକୁ ସହଜ କଲା ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡର ପରାଜୟରୁ ହେଲା ଏହି ବଡ଼ ଲାଭ
ଆଫଗାନିସ୍ତାନର ଦଳ ହୁଏତ ସେମିଫାଇନାଲକୁ ପହଞ୍ଚି ନପାରେ । କିନ୍ତୁ ସେ ଭାରତ, ପାକିସ୍ତାନ କିମ୍ବା ନ୍ୟୁଜିଲାଣ୍ଡ ଭଳି ବଡ଼ ଦଳର ଖେଳକୁ ବିଗାଡ଼ି ଦେଇପାରେ । ଏଭଳି ପରିସ୍ଥିତିରେ ଭାରତୀୟ ଦଳକୁ ସବୁବେଳେ ସତର୍କ ରହିବାକୁ ପଡ଼ିବ ।
ଦୁବାଇ: T20 World Cup 2021 Pakistan vs New Zealand Match: ଟି-20 ବିଶ୍ୱକପର ପ୍ରଥମ ମ୍ୟାଚରେ ଭାରତ (Team India) କୁ ୧୦ ୱିକେଟରେ ପରାସ୍ତ କରିବା ପରେ ମଙ୍ଗଳବାର ପାକିସ୍ତାନ ମଧ୍ୟ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି । ନ୍ୟୁଜିଲ୍ୟାଣ୍ଡକୁ ୫ ୱିକେଟରେ ପରାସ୍ତ କରି ସେମିଫାଇନାଲ ପାଇଁ ପାକିସ୍ତାନ ନିଜର ସ୍ଥିତିକୁ ମଜଭୁତ କରିନେଇଛି । ଏଥିସହ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ପାକିସ୍ତାନ ଭାରତର କାର୍ଯ୍ୟକୁ ସହଜ କରିଦେଇଛି । ବର୍ତ୍ତମାନ ଯଦି ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରେ, ତେବେ ସେମିଫାଇନାଲ ରାଉଣ୍ଡରେ ପହଞ୍ଚିବା ଦୌଡ଼ରେ ଆଗରେ ରହିବ ।
ପାକିସ୍ତାନ ଭାରତର କାର୍ଯ୍ୟକୁ କଲା ସହଜ
ଟୁର୍ଣ୍ଣାମେଣ୍ଟରେ ରହିବାକୁ ହେଲା ଭାରତକୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପରବର୍ତ୍ତୀ ମ୍ୟାଚ୍ ଯେକୌଣସି ସ୍ଥିତିରେ ଜିତିବାକୁ ପଡିବ । ନ୍ୟୁଜିଲାଣ୍ଡକୁ ପରାସ୍ତ କରିବା ମାତ୍ରେ ଭାରତର କାର୍ଯ୍ୟ ବହୁତ ସହଜ ହୋଇଯିବ । ତା’ପରେ ଟିମ ଇଣ୍ଡିଆକୁ ଆଫଗାନିସ୍ତାନ, ସ୍କଟଲ୍ୟାଣ୍ଡ ଏବଂ ନାମିବିଆ ଭଳି ଦୁର୍ବଳ ଦଳ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପଡିବ । ଦୁର୍ବଳ ଦଳ ବିପକ୍ଷରେ ପରବର୍ତ୍ତୀ ୩ ମ୍ୟାଚ୍ ଜିତି ଭାରତ ସେମିଫାଇନାଲରେ ସହଜରେ ପ୍ରବେଶ କରିପାରିବ । ଗ୍ରୁପର ପ୍ରତ୍ୟେକ ଦଳକୁ ୫ଟି ମ୍ୟାଚ୍ ଖେଳିବାକୁ ପଡିବ । ପାକିସ୍ତାନ ନିଜର ସମସ୍ତ ୫ଟି ମ୍ୟାଚ୍ ଜିତିପାରେ । ଏଥି ସହିତ ଭାରତ ନିଜର ୪ଟି ମ୍ୟାଚ୍ ଜିତିପାରେ । ଭାରତର ପରବର୍ତ୍ତୀ ମ୍ୟାଚ୍ ଅକ୍ଟୋବର ୩୧ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହେବ ।
ଭାରତକୁ ରହିବା ପଡ଼ିବ ସତର୍କ
ଆଫଗାନିସ୍ତାନର ଦଳ ହୁଏତ ସେମିଫାଇନାଲକୁ ପହଞ୍ଚି ନପାରେ । କିନ୍ତୁ ସେ ଭାରତ, ପାକିସ୍ତାନ କିମ୍ବା ନ୍ୟୁଜିଲାଣ୍ଡ ଭଳି ବଡ଼ ଦଳର ଖେଳକୁ ବିଗାଡ଼ି ଦେଇପାରେ । ଏଭଳି ପରିସ୍ଥିତିରେ ଭାରତୀୟ ଦଳକୁ ସବୁବେଳେ ସତର୍କ ରହିବାକୁ ପଡ଼ିବ । ଛୋଟ ଦଳ ବିଶେଷ କରି ଆଫଗାନିସ୍ତାନ ବିପକ୍ଷରେ ଭାରତକୁ ଅଧିକ ସତର୍କ ରହିବାକୁ ପଡ଼ିବ । ଆଫଗାନିସ୍ତାନ ବଡ଼ ଦଳକୁ ପରାସ୍ତ କରିବାର କ୍ଷମତା ରଖିଥାଏ । ୨୦୧୯ ବିଶ୍ୱକପରେ ମଧ୍ୟ ଆଫଗାନିସ୍ତାନ ଭାରତକୁ କଡ଼ା ଟକ୍କର ଦେଇଥିଲା ।
ଆପଣଙ୍କୁ କହିରଖୁଛୁ ଯେ ରବିବାର ଖେଳାଯାଇଥିବା ଟି-20 ବିଶ୍ୱକପ ମ୍ୟାଚରେ ଭାରତକୁ ପାକିସ୍ତାନ ବିପକ୍ଷରେ ଏକପାଖିଆ ପରାଜୟର ସାମ୍ନା କରିବାକୁ ପଡିଛି । ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳକୁ ପାକିସ୍ତାନ ୧୦ ୱିକେଟରେ ପରାସ୍ତ କରିଛି । ଏହି ପରାଜୟ ସହିତ ଟିମ୍ ଇଣ୍ଡିଆର ଅସୁବିଧା ବଢ଼ିଯାଇଛି । ଭାରତର ପରବର୍ତ୍ତୀ ମ୍ୟାଚ୍ ଅକ୍ଟୋବର ୩୧ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହେବ । ଯଦି ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ମଧ୍ୟ ପରାସ୍ତ ହୁଏ, ତେବେ ଟୁର୍ନାମେଣ୍ଟରୁ ବାଦ ପଡିବାର ବିପଦ ରହିଛି ।
ଏହା ବି ପଢ଼ନ୍ତୁ:-ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ଶାହାରୁଖଙ୍କ ଲୋକପ୍ରିୟତା କମିଛି ନା ବଢ଼ିଛି? ଜାଣନ୍ତୁ କ'ଣ କହୁଛି ନୂଆ ରିପୋର୍ଟ
ଏହା ବି ପଢ଼ନ୍ତୁ:-ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି ପେଟ୍ରୋଲ-ଡିଜେଲର ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ଆଜିର ରେଟ୍
ଏହା ବି ପଢ଼ନ୍ତୁ:-କୋରୋନାରୁ ରକ୍ଷା କରେ ଭିଟାମିନ ସି: କେବଳ ଏହି ଖଟା ଫଳକୁ କରନ୍ତୁ ସେବନ, ଖାଇବାକୁ ପଡ଼ିବନି ଔଷଧ!
ଏହା ବି ପଢ଼ନ୍ତୁ:-ଚୀନରେ ପୁଣି କୋରୋନାର ପ୍ରକୋପ: ଏହି ସହରରେ ଲାଗିଲା ଲକଡାଉନ୍, ୪୦ ଲକ୍ଷ ଲୋକ ଗୃହ ବନ୍ଦୀ