ନୂଆଦିଲ୍ଲୀ: ବଲିଉଡ ଅଭିନେତା କମାଲ ଆର ଖାନ (Bollywood Actor Kamal R. Khan) ନିଜ ବିବାଦୀୟ ବୟାନ ପାଇଁ ସର୍ବଦା ଚର୍ଚ୍ଚାରେ ରହନ୍ତି । କମାଲ ଖାନ ବେଳେବେଳେ ରାଜନୈତିକ ମନ୍ତବ୍ୟ ଦେଉଥିବାବେଳେ ବେଳେବେଳେ ବଲିଉଡ ଅଭିନେତାମାନଙ୍କୁ ନେଇ କଟାକ୍ଷ କରନ୍ତି । ବର୍ତ୍ତମାନ କମାଲ ଖାନ (Kamal Khan) ଅକ୍ଷୟ କୁମାର (Akshay Kumar) ଙ୍କ ଠାରୁ ଆରମ୍ଭ କରି ଇମ୍ରାନ ହାଶମୀ (Emraan Hashmi) ଙ୍କୁ ସେହି ସ୍ଥାନକୁ ପଠାଇବାକୁ କହିଛନ୍ତି ଯେଉଁଠାରେ ସେମାନଙ୍କ ନାଗରିକତ୍ୱ ରହିଛି । ଏହା ପରେ କମଲ ଖାନ କହିଛନ୍ତି ଯେ ଯଦି ସେମାନେ ଭାରତକୁ ଭଲ ପାଆନ୍ତି, ତେବେ ସେମାନେ କାହିଁକି ଅନ୍ୟ ଦେଶର ନାଗରିକତ୍ୱ ନେଇ ବସିଛନ୍ତି?


COMMERCIAL BREAK
SCROLL TO CONTINUE READING

କମଲ ଖାନ (Kamal Khan) ଟ୍ୱିଟରରେ ଲେଖିଛନ୍ତି ଯେ, "ଯଦି ମୁଁ ଏକ ଘଣ୍ଟା ପାଇଁ ପ୍ରଧାନମନ୍ତ୍ରୀ ହେବି, ତେବେ ମୁଁ ଏହି କଳାକାରମାନଙ୍କୁ ସେମାନଙ୍କ ଦେଶକୁ ପଠାଇବି । ଲଣ୍ଡନ ପାଇଁ ଆଲିଆ! କାନାଡା ପାଇଁ ଅକ୍କି । ଶ୍ରୀଲଙ୍କା ପାଇଁ ଜ୍ୟାକଲିନ, ନେଦରଲ୍ୟାଣ୍ଡ ପାଇଁ ଦୀପିକା, ପର୍ତ୍ତୁଗାଲ ପାଇଁ ଇମ୍ରାନ ।" ଅନ୍ୟ ଏକ ଟ୍ୱିଟ୍ କରି  KRK ଲେଖିଛନ୍ତି ଯେ, କଳ୍ପନା କରନ୍ତୁ ଯଦି ସେମାନେ ଭାରତକୁ ଭଲ ପାଆନ୍ତି ଓ ସେମାନେ ଭାରତରେ ରୁହନ୍ତି, ତେବେ ସେମାନେ ଅନ୍ୟ ଦେଶର ନାଗରିକତା କାହିଁକି ରଖିଛନ୍ତି? କାରଣ ଯେତେବେଳେ ଫ୍ଲପ୍ ହେବାକୁ ଲାଗିବେ ସେତେବେଳେ ନିଜ ନିଜ ନିଜ ଦେଶକୁ ପଳାଇଯିବେ ।


ବିଜୟ ବୋକାଡିଆ ନାମକ ଜଣେ ୟୁଜର ଲେଖିଛନ୍ତି ଯେ, ଭାଇ, ଆପଣ ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ଇମିଗ୍ରେସନ କାମ କରିବେ । ଏଥିପାଇଁ କୁହନ୍ତୁ ଯେ ଆପଣଙ୍କୁ ଗୋଟିଏ ଦିନ ପାଇଁ ଇମିଗ୍ରେସନ ବିଭାଗର ବସ୍ ହେବାର ଅଛି । ପ୍ରଧାନମନ୍ତ୍ରୀ ହୋଇ କିଛି ଭଲ ଭାବନ୍ତୁ, ଏସବୁ କ’ଣ? ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ଆପଣ ନିଜେ ଭାରତରେ ରୁହନ୍ତି ନାହିଁ, ଆପଣ ଅନ୍ୟମାନଙ୍କ ବିଷୟରେ କାହିଁକି ଅଯଥା କଥା କହିବାକୁ ଆସୁଛନ୍ତି । ଆଲିଆ ଭଟ୍ଟ ପାଖରେ ବଲିଉଡର ନୂଆ ଯୁଗର ୯୦ ପ୍ରତିଶତରୁ ଅଧିକ ପ୍ରତିଭା ରହିଛି ।


ଏହା ବି ପଢ଼ନ୍ତୁ:-କାର୍ତ୍ତିକ ଆର୍ଯ୍ୟନଙ୍କ ବିରୋଧରେ ବଲିଉଡ? କରଣ ଜୋହରଙ୍କ ସହ ବିବାଦକୁ ନେଇ ମଧ୍ୟ ପ୍ରଥମ ଥର ଖୋଲିଲେ ମୁହଁ


ଏହା ବି ପଢ଼ନ୍ତୁ:-ଋଷରେ ହେବ କ୍ଷମତା ପରିବର୍ତ୍ତନ! ଗାଦିରୁ ହଟିବା ପରେ ହୋଇପାରେ ପୁଟିନଙ୍କ ହତ୍ୟା


ଏହା ବି ପଢ଼ନ୍ତୁ:-'ଯେପର୍ଯ୍ୟନ୍ତ ଆମକୁ ୧୫ ଲକ୍ଷ ଟଙ୍କା ନ ମିଳୁଛି, ସେ ପର୍ଯ୍ୟନ୍ତ ଆମେ ମୋଦିଜୀଙ୍କୁ ଯିବାକୁ ଦେବୁ ନାହିଁ'


ରାଜେଶ ନାମକ ଜଣେ ୟୁଜର ଲେଖିଛନ୍ତି ଯେ, କ୍ଷମା କରିବେ ଭାଇ, ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ଆପଣଙ୍କ ଲାଗି ସୁଯୋଗ ନାହିଁ । ଆର୍ଯ୍ୟ ନାମକ ଜଣେ ୟୁଜର ଲେଖିଛନ୍ତି ଯେ, ଦେଶର ପ୍ରଧାନମନ୍ତ୍ରୀ ଏଥିପାଇଁ ହେବେ କି ଏହି ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଶରୁ ବାହାର କରିବେ? କେବେ ବଲିଉଡ ବ୍ୟତୀତ ଆଉ କିଛି ଚିନ୍ତା କରନ୍ତୁ । ଋଷଭ ନାମକ ଜଣେ ୟୁଜର ଲେଖିଛନ୍ତି ଯେ, ଏହାଠାରୁ ଭଲ ତ ରାହୁଲ ଗାନ୍ଧୀଙ୍କୁ ହିଁ ଆମ ଦେଶର ପ୍ରଧାନମନ୍ତ୍ରୀ କରିଦିଆଯାଉ । କଲ୍ପେଶ ନାମକ ଜଣେ ୟୁଜର ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ କରିବା ପାଇଁ ହିଁ ଗୋଟିଏ ଘଣ୍ଟା ଶେଷ ହୋଇଯିବ ।