E-kyc : ଜାନୁଆରି ୩୧ ଇ-କେୱାଇସି ପାଇଁ ଶେଷ ତାରିଖ। ଧାର୍ଯ୍ୟ ତାରିଖ ମଧ୍ୟରେ ରାସନ କାର୍ଡର ଇ-କେୱାଇସି ନ କଲେ କାର୍ଡ କଟିଯିବ। ଆଉ ରାସନ ମିଳିବନି। ଏନେଇ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି।
Trending Photos
ଭୁବନେଶ୍ଵର: ରାସନ କାର୍ଡକୁ ନେଇ ଆସିଲା ବଡ଼ ଖବର। ୩୧ ଜାନୁଆରୀ ସୁଦ୍ଧା ଯଦି ଇ-କେୱାଇସି ନକରୁଛନ୍ତି ତେବେ ଆପଣଙ୍କ ରାସନ କାର୍ଡ କଟିଯିବ। ଆଉ ମିଳିବନି ରାସନ। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ଯୋଗାଣ ମନ୍ତ୍ରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୪୯ ଲକ୍ଷ ହିତାଧିକାରୀ କରିନାହାଁନ୍ତି ଇ-କେୱାଇସି।
ସୂଚନା ଅନୁସାରେ, ଅଗଷ୍ଟ ମାସରୁ ରାସନ କାର୍ଡ ପାଇଁ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ବାହାରେ ଥିବା ହିତାଧିକାରୀମାନେ ମଧ୍ୟ ଇ-କେୱାଇସି କରିଛନ୍ତି।